Jump to content

ପ୍ରଦୀପ ବିଶ୍ୱାଳ

ଉଇକିପିଡ଼ିଆ‌ରୁ
(ପ୍ରଦୀପ ବିଶ୍ବାଳରୁ ଲେଉଟି ଆସିଛି)
ପ୍ରଦୀପ ବିଶ୍ୱାଳ
ଜନ୍ମ (1960-05-06) ୬ ମଇ ୧୯୬୦ (ବୟସ ୬୫)
ରାଛିପୁର, ଯାଜପୁର
ଜାତୀୟତା ଭାରତୀୟ
ଶିକ୍ଷାଏମଫିଲ,ଏମବିଏ
ପ୍ରସିଦ୍ଧିସାହିତ୍ୟିକ
ବୈବାହିକ-ସାଥୀପ୍ରଶାନ୍ତି ବିଶ୍ବାଳ
ପିତାମାତାରଙ୍କନାଥ ବିଶ୍ବାଳ, ବିଜୟାପ୍ରଭା ବିଶ୍ବାଳ

ପ୍ରଦୀପ ବିଶ୍ୱାଳ(ଜନ୍ମ : ୬ ମଇ ୧୯୬୦), ଜଣେ ଓଡ଼ିଆ ସାହିତ୍ୟିକ ।[] ପ୍ରଶାସନିକ ସେବାରେ ଚାକିରୀ କରି ସେ ୨୦୨୦ ମସିହାରେ ଅବସର ଗ୍ରହଣ କରିଥିଲେ । ସେ କବିତା, କ୍ଷୁଦ୍ରଗଳ୍ପ, ପ୍ରବନ୍ଧ ଏବଂ ଅନୁବାଦ ଆଦି ରଚନା କରିଥାନ୍ତି ।[]

ଜୀବନୀ

[ସମ୍ପାଦନା]

ପ୍ରଦୀପ ବିଶ୍ୱାଳ, ୧୯୬୦ ମସିହାରେ ଅବିଭକ୍ତ କଟକ(ଏବେ ଯାଜପୁର) ଜିଲ୍ଲାର ରାଛିପୁର ଗାଁରେ ଜନ୍ମଗ୍ରହଣ କରିଥିଲେ । ପ୍ରାୟ ଦଶ ବର୍ଷ ବୟସରୁ ସେ ଲେଖାଲେଖି ଆରମ୍ଭ କରିଥିଲେ । ପରିବାରରେ ସାହିତ୍ୟିକ ପରିବେଶ ଓ ସ୍କୁଲ ଶିକ୍ଷକମାନଙ୍କର ପ୍ରୋତ୍ସାହନ ତାଙ୍କୁ ଏ ଦିଗରେ ପ୍ରେରଣା ଯୋଗାଇଥିଲା । ପ୍ରଦୀପ ଇତିହାସରେ ଏମଫିଲ ପରେ ଏମବିଏ କରିଛନ୍ତି । ବୃତ୍ତିରେ ସେ ଜଣେ ପ୍ରଶାସନିକ ଅଧିକାରୀ ଥିଲେ । ଓଡ଼ିଶା ସରକାରଙ୍କ ଅଧିନରେ ସେ ବହୁ ଗୁରୁତ୍ବପୂର୍ଣ୍ଣ ପଦପଦବୀରେ କାର୍ଯ୍ୟ କରିଥିଲେ । ଭାରତୀୟ ପ୍ରଶାସନିକ ସେବାରୁ ଅବସର ପରେ ପୁନର୍ବାର Odisha Real Estate Regulatory Authorityର ପ୍ରଶାସନିକ ସଦସ୍ଯ ଭାବରେ କାର୍ଯ୍ଯକରି ୨୦୨୫ରେ ଅବସର ନେଇଛନ୍ତି ।ସେ ଜଣେ ଦ୍ବିଭାଷୀ ଲେଖକ । ଉଭୟ ଇଂରାଜୀ ଓ ଓଡ଼ିଆରେ ଲେଖୁଥିବା ପ୍ରଦୀପଙ୍କ କବିତା ସବୁ ଇଂରାଜୀ, ହିନ୍ଦୀ (ଜଲଦର୍ପଣ ଓ ଲୌଟେ ରାସ୍ତେ ମୈଁ), ପଞ୍ଜାବୀ, ତେଲୁଗୁ, ଅସମୀୟା ଏବଂ ମାଳୟ ଭଷାରେ ଅନୂଦିତ । କେନ୍ଦ୍ର ସାହିତ୍ୟ ଏକାଡ଼େମୀ, ଓଡ଼ିଶା ସାହିତ୍ୟ ଏକାଡ଼େମୀ ଓ ଜାତୀୟ ପୁସ୍ତକ ନ୍ୟାସ (NBT) ସଂକଳିତ ଶ୍ରେଷ୍ଠ ଓଡ଼ିଆ କବିତା ସଂକଳନମାନଙ୍କରେ ତାଙ୍କ କବିତା ସ୍ଥାନୀତ । ୱେବ୍ ମାଗାଜିନ kabitalive.comର ସମ୍ପାଦନା କରିବା ସହିତ ୬୦ଜଣ ଯୁବ କବିଙ୍କ କବିତାକୁ ନେଇ 'ତାରୁଣ୍ୟର ସ୍ବର' (୨୦୨୧) ମଧ୍ୟ ତାଙ୍କ ସଂପାଦନାରେ ପ୍ରକାଶିତ । ଭୁବନେଶ୍ବରରେ ଆୟୋଜିତ "ତୋଷାଳୀ ସାହିତ୍ୟ ମହୋତ୍ସବ"ର ଅଧ୍ୟକ୍ଷ ରହି ଆସିଛନ୍ତି ।([]

ରଚନାବଳୀ

[ସମ୍ପାଦନା]
  • ଧୂସର ଧ୍ରୁପଦୀ ୧୯୯୧
  • ଭୂମିସ୍ପର୍ଶ ୧୯୯୪
  • ଶେଷ ଲୋକ ୨୦୦୨
  • ପ୍ରେମ କବିତା ୨୦୦୭
  • ଫେରିବା ବାଟରେ ୨୦୧୦[]
  • ସଚିତ୍ର ସମୟ ୨୦୧୯
  • ଜୀବନ ଯେମିତି ୨୦୨୨
  • ନିର୍ବାଚିତ କବିତା ୨୦୨୩
  • ଆଲୋକିତ ସନ୍ନ୍ୟାସ ୨୦୨୩

ଅନୁବାଦ

[ସମ୍ପାଦନା]
  • ଆଲବେରୁଣୀଙ୍କ ଭାରତ (NBT)
  • ସ୍ବରାଜ ପାର୍ଟି (NBT)

ଇଂରାଜୀ

[ସମ୍ପାଦନା]
  • A House Within ୨୦୧୮ (କବିତା)
  • Pilgrimage to Ayodhya ୨୦୧୯ (କବିତା)[]
  • Rendezvous with Dreams (କବିତା) ୨୦୨୫
  • Reforms in Indirect Taxes in Odisha: From Sales Tax to VAT and GST ୨୦୨୪

ସମ୍ମାନ ଓ ପୁରସ୍କାର

[ସମ୍ପାଦନା]
  • ଜୟନ୍ତ ମହାପାତ୍ର ମେମୋରିଆଲ ଆଓ୍ବାର୍ଡ ୨୦୨୫
  • ରାଷ୍ଟ୍ରୀୟ କବି ସଙ୍ଗମ ୨୦୨୪
  • ସୁକିନ୍ଦା ସାହିତ୍ୟ ସମାଜ ତରଫରୁ ମକର ସମ୍ମାନ ୨୦୨୨
  • ଭାଷା ସଂସ୍କୃତି ସମାଜ ସାରସ୍ବତ ସମ୍ମାନ ୨୦୧୦
  • ଜୁନିୟର ଫେଲୋସିପ ( ଭାରତ ସରକାରଙ୍କ ସଂସ୍କୃତି ବିଭାଗ ପକ୍ଷରୁ )
  • ଗୋକର୍ଣ୍ଣିକା ପୁରସ୍କାର
  • ଶିଳାଲିପି ପୁରସ୍କାର
  • ରତ୍ନମଣି କବିତା ପୁରସ୍କାର ( ଫକୀର ମୋହନ ସାହିତ୍ୟ ସଂସଦଦ୍ୱାରା ପ୍ରଦତ୍ତ )[]
  • ଚଲାପଥ ପୁରସ୍କାର
  • ନନ୍ଦିଘୋଷ ପୁରସ୍କାର
  • ଫକିରମୋହନ ସାହିତ୍ୟ ସଂସଦ ସମ୍ମାନ
  • ଯାଜପୁର ଜିଲ୍ଲା ଲେଖକ ପରିଷଦ ସମ୍ମାନ[]
  1. Gopinath Mohanty; Jeeban Kumar Patnaik; Santosha Kumāra Ratha. Cultural Heritage of [Orissa]: Jajpur. State Level Vyasakabi Fakir Mohan Smruti Samsad.
  2. Indian Literature. Sahitya Akademi. 2001.
  3. http://www.facenfacts.com/NewsDetails/6237/face-to-face-with-pradeep-biswal.htm
  4. "ପ୍ରଥମ ବହି". ଧରିତ୍ରୀ ସାହିତ୍ୟାୟନ ଫେବୃଆରୀ ୧୮ - ମାର୍ଚ୍ଚ ୩ ୨୦୧୭. Retrieved 3 March 2017.
  5. "ସୃଜନ ଆଳାପ". ଧରିତ୍ରୀ ସାହିତ୍ୟାୟନ. No. ଧରିତ୍ରୀ ୧୭/୧୨/୨୦୨୦. ଧରିତ୍ରୀ. p. ୧୩. Archived from the original on 17 December 2020. Retrieved 17 December 2020.
  6. "ଅଳ୍ପ ଆଳାପ". No. ସମ୍ବାଦ ୧୦/୦୧/୨୦୨୧ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୮. ଇଷ୍ଟର୍ଣ୍ଣ ମିଡିଆ. 10 January 2021. p. ୮. Archived from the original on 10 January 2021. Retrieved 10 January 2021.
  7. http://www.facenfacts.com/NewsDetails/6238/writer-in-spotlight:-pradeep-biswal.htm