ପ୍ରଦୀପ ବିଶ୍ୱାଳ

ଉଇକିପିଡ଼ିଆ‌ରୁ
(ପ୍ରଦୀପ ବିଶ୍ବାଳରୁ ଲେଉଟି ଆସିଛି)
ପ୍ରଦୀପ ବିଶ୍ୱାଳ
ଜନ୍ମ (1960-05-06) ୬ ମଇ ୧୯୬୦ (ବୟସ ୬୩)
ରାଛିପୁର,ଯାଜପୁର
ଜାତୀୟତା ଭାରତୀୟ
ଶିକ୍ଷାଏମଫିଲ,ଏମବିଏ
ପ୍ରସିଦ୍ଧିସାହିତ୍ୟିକ

ପ୍ରଦୀପ ବିଶ୍ୱାଳ(ଜନ୍ମ : ୬ ମଇ ୧୯୬୦), ଜଣେ ଓଡ଼ିଆ ସାହିତ୍ୟିକ ।[୧] ପ୍ରଶାସନିକ ସେବାରେ ଚାକିରୀ କରି ସେ ୨୦୨୦ ମସିହାରେ ଅବସର ଗ୍ରହଣ କରିଥିଲେ । ସେ କବିତା, କ୍ଷୁଦ୍ରଗଳ୍ପ, ପ୍ରବନ୍ଧ ଏବଂ ଅନୁବାଦ ଆଦି ରଚନା କରିଥାନ୍ତି ।[୨]

ଜୀବନୀ[ସମ୍ପାଦନା]

ପ୍ରଦୀପ ବିଶ୍ୱାଳ, ୧୯୬୦ ମସିହାରେ ଅବିଭକ୍ତ କଟକ(ଏବେ ଯାଜପୁର) ଜିଲ୍ଲାର ରାଛିପୁର ଗାଁରେ ଜନ୍ମଗ୍ରହଣ କରିଥିଲେ । ପ୍ରାୟ ଦଶ ବର୍ଷ ବୟସରୁ ସେ ଲେଖାଲେଖି ଆରମ୍ଭ କରିଥିଲେ । ପରିବାରରେ ସାହିତ୍ୟିକ ପରିବେଶ ଓ ସ୍କୁଲ ଶିକ୍ଷକମାନଙ୍କର ପ୍ରୋତ୍ସାହନ ତାଙ୍କୁ ଏଦିଗରେ ପ୍ରେରଣା ଯୋଗାଇଥିଲା । ପ୍ରଦୀପ ଇତିହାସରେ ଏମଫିଲ ପରେ ଏମବିଏ କରିଛନ୍ତି । ବୃତ୍ତିରେ ସେ ଜଣେ ଓଡ଼ିଶା ଅର୍ଥନୀତି ସେବା ଅଧିକାରୀ ଥିଲେ ।[୩]

ରଚନାବଳୀ[ସମ୍ପାଦନା]

  • ଧୂସର ଧ୍ରୁପଦୀ - ୧୯୯୧
  • ଭୂମୀସ୍ପର୍ଶ - ୧୯୯୪
  • ଶେଷ ଲୋକ - ୨୦୦୨
  • ପ୍ରେମ କବିତା - ୨୦୦୭
  • ଫେରିବା ବାଟରେ
  • ଜଳ ଦର୍ପଣ - ୨୦୦୨[୪]
  • A House Within - ୨୦୧୮
  • Pilgrimage to Ayodhya - ୨୦୧୯[୫]

ସମ୍ମାନ ଓ ପୁରସ୍କାର[ସମ୍ପାଦନା]

  • ଜୁନିୟର ଫେଲୋସିପ ( ଭାରତ ସରକାରଙ୍କ ସଂସ୍କୃତି ବିଭାଗ ପକ୍ଷରୁ )
  • ଗୋକର୍ଣ୍ଣିକା ପୁରସ୍କାର
  • ଶିଳାଲିପି ପୁରସ୍କାର
  • ରତ୍ନମଣି କବିତା ପୁରସ୍କାର ( ଫକୀର ମୋହନ ସାହିତ୍ୟ ସଂସଦଦ୍ୱାରା ପ୍ରଦତ୍ତ )[୬]
  • ଚଲାପଥ ପୁରସ୍କାର
  • ନନ୍ଦିଘୋଷ ପୁରସ୍କାର
  • ଫକିରମୋହନ ସାହିତ୍ୟ ସଂସଦ ସମ୍ମାନ
  • ଯାଜପୁର ଜିଲ୍ଲା ଲେଖକ ପରିଷଦ ସମ୍ମାନ[୭]

ଆଧାର[ସମ୍ପାଦନା]

  1. Gopinath Mohanty; Jeeban Kumar Patnaik; Santosha Kumāra Ratha. Cultural Heritage of [Orissa]: Jajpur. State Level Vyasakabi Fakir Mohan Smruti Samsad.
  2. Indian Literature. Sahitya Akademi. 2001.
  3. http://www.facenfacts.com/NewsDetails/6237/face-to-face-with-pradeep-biswal.htm
  4. "ପ୍ରଥମ ବହି". ଧରିତ୍ରୀ ସାହିତ୍ୟାୟନ ଫେବୃଆରୀ ୧୮ - ମାର୍ଚ୍ଚ ୩ ୨୦୧୭. Retrieved 3 March 2017.
  5. "ସୃଜନ ଆଳାପ". ଧରିତ୍ରୀ ସାହିତ୍ୟାୟନ. No. ଧରିତ୍ରୀ ୧୭/୧୨/୨୦୨୦. ଧରିତ୍ରୀ. p. ୧୩. Archived from the original on 17 December 2020. Retrieved 17 December 2020.
  6. "ଅଳ୍ପ ଆଳାପ". No. ସମ୍ବାଦ ୧୦/୦୧/୨୦୨୧ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୮. ଇଷ୍ଟର୍ଣ୍ଣ ମିଡିଆ. 10 January 2021. p. ୮. Archived from the original on 10 January 2021. Retrieved 10 January 2021.
  7. http://www.facenfacts.com/NewsDetails/6238/writer-in-spotlight:-pradeep-biswal.htm