Jump to content

ପ୍ରଦୀପ ପଟବର୍ଦ୍ଧନ

ଉଇକିପିଡ଼ିଆ‌ରୁ
ପ୍ରଦୀପ ପଟବର୍ଦ୍ଧନ
ଜନ୍ମ(1958-02-08)୮ ଫେବୃଆରୀ ୧୯୫୮
ମୃତ୍ୟୁ୯ ଅଗଷ୍ଟ ୨୦୨୨(2022-08-09) (ବୟସ ୬୪)
ସକ୍ରିୟ ବର୍ଷ୧୯୮୦–୨୦୨୨
ବୈବାହିକ-ସାଥୀସୁବର୍ଣ୍ଣା ରେଖା

ପ୍ରଦୀପ ପଟବର୍ଦ୍ଧନ (୮ ଫେବୃଆରୀ ୧୯୫୮ – ୯ ଅଗଷ୍ଟ ୨୦୨୨)[] ଜଣେ ଭାରତୀୟ ଅଭିନେତା ଓ କମେଡ଼ିଆନ୍ ଥିଲେ । ସେ ମୁଖ୍ୟତଃ ମରାଠୀ ଥିଏଟରରେ କାମ କରୁଥିଲେ ।

ମରାଠୀ ନାଟକ ମୋରୁଚି ମୋବସିରେ ତାଙ୍କ ଅଭିନୀତ ଭୂମିକା ତାଙ୍କୁ ଲୋକପ୍ରିୟତା ଆଣିଦେଇଥିଲା । ସେ ଏକ ଫୁଲ୍ ଚାର୍ ହାଫ୍ (୧୯୯୧), ଜମଲ ହୋ ଜମଲ (୧୯୯୫), ମେ ଶିବାଜିରାଜେ ଭୋସଲେ ବୋଲତୋୟ (୨୦୦୯) ଓ ଜୋଲା ବେରିଜ (୨୦୧୨) ଆଦି ଜଣାଶୁଣା ମରାଠୀ କଥାଚିତ୍ରରେ କାମ କରିଛନ୍ତି ।

ମୃତ୍ୟୁ

[ସମ୍ପାଦନା]

୨୦୨୨ ମସିହାର ଅଗଷ୍ଟ ୯ ତାରିଖରେ, ୬୪ ବର୍ଷ ବୟସରେ ହୃଦ୍‌ଘାତ ଯୋଗୁଁ ସେ ମୃତ୍ୟୁବରଣ କରିଥିଲେ ।[][] ତାଙ୍କର ଶେଷକୃତ୍ୟ ଚନ୍ଦନୱାଡି ଶ୍ମଶାନରେ ସମ୍ପନ୍ନ ହୋଇଥିଲା ।[]

ଅଭିନୀତ କଥାଚିତ୍ର

[ସମ୍ପାଦନା]

ମରାଠୀ ନାଟକ

[ସମ୍ପାଦନା]
  • ମୋରୁଚି ମୋବସି (୧୯୮୫ ପରେ)

କଥାଚିତ୍ର

[ସମ୍ପାଦନା]
ବର୍ଷ କଥାଚିତ୍ର ଭୂମିକା ମନ୍ତବ୍ୟ
୧୯୯୧ ଏକ୍ ଫୁଲ୍ ଚାର୍ ହାଫ୍ ମରାଠୀ
୧୯୯୫ ଜମଲ ହୋ ହମଲ ହୋ ସୁଖି ସଂସାରଚି ବାରା ସୁତ୍ରେ
ଡ୍ୟାନ୍ସ ପାର୍ଟି ହିନ୍ଦୀ
୨୦୦୪ ନବ୍ର ମାଜା ନବସଚା କ୍ରିମିନାଲ୍ ବାବୁ କାଳିଆ ମରାଠୀ
୨୦୦୯ ମେ ଶିବାଜିରାଜେ ଭୋସଲେ ବୋଲତୋୟ
୨୦୧୨ ଗୋଳା ବେରିଜ
୨୦୧୩ ଚାନ୍ଦି
୨୦୧୫ ବମ୍ବେ ଭେଲ୍‌ବେଟ୍ ହିନ୍ଦୀ
ହୋଳ୍ଡିଂ ବ୍ୟାକ୍ ହିନ୍ଦୀ (କ୍ଷୁଦ୍ର ଚଳଚ୍ଚିତ୍ର)
୨୦୧୬ ପୋଲିସ୍ ଲାଇନ୍ ଏକ୍ ପୂର୍ଣ୍ଣ ସତ୍ୟ ମରାଠୀ
୧୨୩୪
୨୦୧୭ ଜର୍ଣ୍ଣି ପ୍ରେମାଚି
୨୦୨୩ ସୂର୍ଯ୍ୟ

ଟେଲିଭିଜନ ସିରିଜ୍

[ସମ୍ପାଦନା]
  • ଶ୍ୱେତାମ୍ବରା (୧୯୮୩)
  • ନଷ୍ଟି ଆଫାତ (୧୯୮୯)
  • ସୁଖଚ୍ୟା ସରିଣି ହେ ମାନ ବୱାରେ
  • ମହାରାଷ୍ଟ୍ରଚି ହାସ୍ୟଯାତ୍ରା
  • ଘରକୁଲ
  1. "Pradeep Patwardhan dies at 52: Film Industry Mourns Marathi Actor's Untimely Demise". The Economic Times. 10 August 2022. Retrieved 4 December 2024.
  2. "Veteran Marathi Actor Pradeep Patwardhan Passes Away at 64, Celebs Mourn His Sad Demise". The Times of India. 9 August 2022. Retrieved 4 December 2024.
  3. ୩.୦ ୩.୧ ""अगदी आदल्या दिवशीसुद्धा..." अभिनेते प्रदीप पटवर्धन यांच्या मुलाची भावूक पोस्ट". Loksatta (in ମରାଠୀ). 16 August 2022. Retrieved 16 August 2022.