ପ୍ରତିମାରାଣୀ ମିଶ୍ର (ଷଡ଼ଙ୍ଗୀ)
ପ୍ରତିମାରାଣୀ ମିଶ୍ର (ଷଡ଼ଙ୍ଗୀ) | |
|---|---|
| ଜନ୍ମ ଓ ଜନ୍ମସ୍ଥାନ | ୨ ଅଗଷ୍ଟ ୧୯୫୩ ଶ୍ରୀରାମଚନ୍ଦ୍ରପୁର ଶାସନ, ସାକ୍ଷୀଗୋପାଳ, ପୁରୀ ଜିଲ୍ଲା |
| ବୃତ୍ତି | କବି, ଶିଶୁ ସାହିତ୍ୟିକା, କଣ୍ଠଶିଳ୍ପୀ |
| ଭାଷା | ଓଡ଼ିଆ, |
| ଜାତୀୟତା | ଭାରତୀୟ |
| ଶୈଳୀ | କବିତା |
| ସାହିତ୍ୟ କୃତି | ମୋ ଗାଆଁ |
| ଜୀବନସାଥୀ | ନିଶାମଣି ଷଡ଼ଙ୍ଗୀ |
| ପିତାମାତା | ଉଦୟନାଥ ମିଶ୍ର, ଗୌରମଣି ଦେବୀ |
ପ୍ରତିମାରାଣୀ ମିଶ୍ର (ଷଡ଼ଙ୍ଗୀ) (ଜନ୍ମ: ୨ ଅଗଷ୍ଟ ୧୯୫୩) ଜଣେ ଓଡ଼ିଆ କବି, ଶିଶୁ ସାହିତ୍ୟିକା, ଗବେଷିକା, ଗୀତିକାର, କଣ୍ଠଶିଳ୍ପୀ ଓ ସାହିତ୍ୟ ସଂଗଠିକା । ତାଙ୍କ ରଚିତ ଶିଶୁ ସାହିତ୍ୟ, ଆଲୋଚନା, କବିତା, ଗଳ୍ପ, କବିତା ଓ ପ୍ରବନ୍ଧାଦି ବିଭିନ୍ନ ପତ୍ରପତ୍ରିକାରେ ପ୍ରକାଶିତ ।
ସଂକ୍ଷିପ୍ତ ଜୀବନୀ
[ସମ୍ପାଦନା]ପ୍ରତିମାରାଣୀ ତା୦୨-୦୮-୧୯୫୩ ମସିହାରେ ପୁରୀ ଜିଲ୍ଲାର ସାକ୍ଷୀଗୋପାଳ ବ୍ଲକ ଅଧିନସ୍ଥ ଶ୍ରୀରାମଚନ୍ଦ୍ରପୁର ଶାସନର ଦ୍ବିତୀୟ ଖଣ୍ଡିରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ଉଦୟନାଥ ମିଶ୍ର ଓ ମାତାଙ୍କ ନାମ ହେଲା ଗୌରମଣି ଦେବୀ । ପିଲାଦିନରୁ ଜଣେ ମେଧାବୀ ଛାତ୍ର ରୂପେ ପରିଚିତ ପ୍ରତିମାରାଣୀ ୧୯୭୨ରେ ଏକାଦଶ, ୧୯୭୪ରେ ଆଇଏ, ୧୯୭୫ରେ ସିଟି ତ୍ରେନିଁ ପାସ କରି ନୂଆପଡ଼ା ମାଇନର ସ୍କୁଲରେ ଶିକ୍ଷକତା ଆରମ୍ଭ କରିଥିଲେ । ପରେ ସ୍ନାତକୋତ୍ତର, ପିଏଚଡ଼ି ଡିଗ୍ରୀ ଲାଭ କରିବା ସହିତ ୧୯୭୬ରେ ଭୁବନେଶ୍ବରର ୟୁନିଟ-୯ ବାଳିକା ବିଦ୍ୟାଳୟରେ ଶିକ୍ଷାଦାନ କରି ସେ ୨୦୧୧ ମସିହା ଅଗଷ୍ଟ ମାସ ୩୧ ତାରିଖ ଦି ଅବସର ଗ୍ରହଣ କରଥିଲେ । ଅଷ୍ଟମ ଶ୍ରେବୀରେ ପଢ଼ୁଥିବାବେଳେ ସେ ବିବାହ ସକ୍ଷଗୀତ, ନାଟକ, ଗୀତ, କବିତା, ପ୍ରବନ୍ଧ ଲେଖିବା ଆରମ୍ଭ କରିଥିଲେ ଯାହା ଅଦ୍ୟାବଧି ନିରବଚ୍ଛିନ୍ନ ଧାରାରେ ଚାଲିଅଛି । ଶିଶୁ କବିତା ସଂକଳନ 'ଆସ ପ୍ରାର୍ଥନା କରିବା' ଠାରୁ ଆରମ୍ଭ କରି ଏଯାବତ୍ ୧୬୦ରୁ ଅଧିକ ପୁସ୍ତକ ପ୍ରକାଶିତ । ପ୍ରତିମାରାଣୀଙ୍କ 'ଅଭିମାନ' ଉପନ୍ୟାସ ଡକ୍ଟର ସଂଘମିତ୍ରା ରାୟଗୁରୁଙ୍କ ଦ୍ବାରା ହିନ୍ଦୀରେ ଓ 'ପ୍ରୀତିମଗ୍ନା' କବିତା ସଂକଳନଟି ଶ୍ୟାମଳୀ ସେନଗୁପ୍ତଙ୍କ ଦ୍ବାରା ବଂଗଳା ଭାଷାରେ ଅନୁବାଦିତ ।[୧]
ରଚନାବଳୀ
[ସମ୍ପାଦନା]କାବ୍ୟ/କବିତା
[ସମ୍ପାଦନା]- ଭକ୍ତି ବଲ୍ଲରୀ
- ପ୍ରୀତିମଗ୍ନା[୨]
- ବିବାହ ବ୍ରତରେ ସଂଗୀତ
- କୋଣାର୍କକୁ ଚିଠି
ଗୀତିକବିତା
[ସମ୍ପାଦନା]- ପ୍ରାତଃ ସ୍ମରଣୀୟା
- ପ୍ରୀତି ପିଆସୀ
- ପ୍ରୀତି ପାରାବାର
- ଭାବ ପୀରତି
- ଜଗନ୍ନାଥ ମୋର ପରାଣ ମିତ
ପ୍ରବନ୍ଧ
[ସମ୍ପାଦନା]- ମୋ ଗାଆଁ
- ଜାତୀୟ ଚେତନାର ଦ୍ୟୋତକ: ମଧୁସୁଦନ ଦାସ
- ଭ୍ରମଣ କାହାଣୀ
- ମୋ ସ୍ମୃତିର ଦ୍ୟୁତି
- ଓଡ଼ିଆ ସାହିତ୍ୟରେ ଜଗନ୍ନାଥ ଚେତନାର ତାତ୍ତ୍ବିକ ବିଚାର
ନାଟକ
[ସମ୍ପାଦନା]- ଟଙ୍କା ଗଛ
- ସ୍ବଚ୍ଛ ଭାରତ
ଅନୁବାଦ
[ସମ୍ପାଦନା]- ବିଷ୍ଣ ସହସ୍ର ନାମ
ଉପନ୍ୟାସ
[ସମ୍ପାଦନା]- ବୋଉର ଅଭିମାନ
- ସାଗରୀକା
ଶିଶୁ ସାହିତ୍ୟ
[ସମ୍ପାଦନା]- ଆସ ପ୍ରାର୍ଥନା କରିବା
- ପିଲାଏ ପ୍ରବନ୍ଧ ତୁମ ପାଇଁ
- ଭକ୍ତି ଲହରୀ
- ଗଣେଶ ପୂଜା, ଅର୍ଚ୍ଚନା ଓ ପ୍ରାର୍ଥନା
- ମିଠା କଥା ଭାରି ମିଠା
- ଅଜାଙ୍କ ସ୍ବପ୍ନ
- ପିଲାଙ୍କ ପାଇଁ ଏକାଙ୍କିକା (୫ଭାଗ)
- ସାଧାରଣ କୁଇଜ
- ବିଜ୍ଞାନ କୁଇଜ
- ରକ୍ତଦାନ ମହାପୂଣ୍ୟ
- ଜନନୀ ଜନ୍ମ୍ଭୂମିଶ୍ଚ ସ୍ବର୍ଗାଦପୀ ଗରିୟସୀ
- ଗୁରୁଭକ୍ତି
- ଭକ୍ତିଯୋଗର ଅଭ୍ୟାସ ଓ ଉପକାରିତା
- ସହରୀବୋହୁ
- ଶିକ୍ଷାଦାନ ମହାପୂଣ୍ୟ
ସମ୍ମାନ
[ସମ୍ପାଦନା]- ଶ୍ବେତସଂକେତ ସମ୍ମାନ
- ତୀର୍ଥ ସମ୍ମାନ ୨୦୦୪
- ଗୀତିକବି ସମ୍ମାନ ୨୦୦୫
- ଉତ୍କଳ ପ୍ରତିଭା ସମ୍ମାନ ୨୦୦୪
- ପ୍ରତିଭା ପୂଜା ସମ୍ମାନ ୨୦୦୨
- ଗୋଦାବରୀଶ ସାହିତ୍ୟ ସଂସଦ ସମ୍ମାନ - ୨୦୧୭[୩]
ଆଧାର
[ସମ୍ପାଦନା]- ↑ https://drpratimarani.com/wp-content/uploads/2025/09/Profile-Raw_compressed.pdf
- ↑ ""ଅନୁସ୍ଵାର" ୱେବ ସାଇଟ ଓ ଡକ୍ଟର ପ୍ରତିମରଣୀ ମିଶ୍ର ଷଡଙ୍ଗୀଙ୍କ "ପ୍ରୀତିମାଗ୍ନା" ଲୋକାର୍ପିତ ।". ଜନଜାଗରଣ. 2025-08-19. Retrieved 2026-04-23.
- ↑ Digital, Sambad (2017-10-27). "'ଗୋଦାବରୀଶ ସାହିତ୍ୟ ସଂସଦ'ର ବାର୍ଷିକୋତ୍ସବ". Sambad. Retrieved 2026-04-23.