Jump to content

ପ୍ରତିବନ୍ଧକ କାର୍ଡିଓମାୟୋପାଥି

ଉଇକିପିଡ଼ିଆ‌ରୁ
Restrictive cardiomyopathy
Obliterative cardiomyopathy, infiltrative cardiomyopathy, constrictive cardiomyopathy[]
Micrograph of cardiac amyloidosis, a cause of restrictive cardiomyopathy. Congo red stain.
ବିଭାଗCardiology
ଲକ୍ଷଣDecreased ability to exercise, palpitations, shortness of breath, leg swelling[][]
କାରଣAmyloidosis, sarcoidosis, hemochromatosis, Loeffler endocarditis, storage diseases, diabetes, scleroderma, radiation therapy, certain medications, cancer[]
ରୋଗ ନିର୍ଣ୍ଣୟ ପଦ୍ଧତିElectrocardiogram (ECG), ultrasound of the heart, endomyocardial biopsy[]
ସଠିକ ରୋଗ ନିର୍ଣ୍ଣୟConstrictive pericarditis, hypertensive heart disease, hypertrophic cardiomyopathy[]
ଚିକିତ୍ସାBased on symptoms and the underlying cause[]
PrognosisLife expectancy 2 to 5 years[]
ପୁନଃପୌନିକRare[]

ପ୍ରତିବନ୍ଧକ କାର୍ଡିଓମାଇଓପାଥି (Restrictive cardiomyopathy/ RCM ) ହେଉଛି ହୃତ୍‌ପିଣ୍ଡ ମାଂସପେଶୀର ଏକ ରୋଗ ଯେଉଁଥିରେ ନିଳୟଗୁଡ଼ିକ ସଠିକ୍ ଭାବରେ ସଂକୋଚନ ସତ୍ତ୍ୱେ ଉପ‌ଯୁକ୍ତ ଭାବରେ ଶିଥିଳ ହୁଏ ନାହିଁ ଓ ରକ୍ତ ଭରି ପାରେ ନାହିଁ ।[] [] ଏହାର ଲକ୍ଷଣରେ ବ୍ୟାୟାମ କରିବା ଶକ୍ତି କମିଯିବାଠାରୁ ଆରମ୍ଭ କରି ଆଟ୍ରିଆଲ ଫିବ୍ରିଲେସନହୃଦ୍‌ପାତ ହୋଇପାରେ । [] କେତେକ କ୍ଷେତ୍ରରେ ହଠାତ୍ ହୃଦ୍‌‌ରୋଧ ହୋଇ ରୋଗର ପ୍ରଥମ ସୂଚନା ଦିଏ । [] ଅନ୍ୟାନ୍ୟ ଜଟିଳତା ମଧ୍ୟରେ ଯକୃତ ବିଫଳତା ଓ ରକ୍ତ ଜମାଟ ବାନ୍ଧିପାରେ ।[]

ଏହାର ସାଧାରଣ କାରଣ ହେଉଛି ଆମିଲଏଡୋସିସ, ସାର୍କଏଡୋସିସ୍, ହେମୋକ୍ରୋମାଟୋସିସ୍ ଏବଂ ଲୋଫଲର ଏଣ୍ଡୋକାର୍ଡ଼ାଇଟିସ । [] ଅନ୍ୟାନ୍ୟ କାରଣ ମଧ୍ୟରେ ଷ୍ଟୋରେଜ ରୋଗ, ମଧୁମେହ, ସ୍କ୍ଲେରୋଡର୍ମା, ବିକିରଣ ଥେରାପି, କେତେକ ଔଷଧ ଏବଂ କର୍କଟ ରୋଗ ଅନ୍ତର୍ଭୁକ୍ତ ଥାଏ | [] ଇଲେକ୍ଟ୍ରୋକାର୍ଡ଼ିଓଗ୍ରାମ, ହୃତ୍‌ପିଣ୍ଡର ଅଲଟ୍ରାସାଉଣ୍ଡ ଓ ଏଣ୍ଡୋକାର୍ଡ଼ିଆଲ ବାୟିପ୍ସି କରି ରୋଗ ସମର୍ଥିତ କରିପାରନ୍ତି ।[]

ଏହି ରୋଗ ଆରୋଗ୍ୟ ସାଧ୍ୟ ନୁହେଁ | [] ମୂଳ କାରଣ ଏବଂ ହୃଦ୍‌ପାତ ନ ହେବା ପାଇଁ ପଦକ୍ଷେପ ନେଇ ଚିକିତ୍ସା କରାଯାଏ | [] ହୃଦ୍‌ଘାତକୁ ଡାଇୟୁରେଟିକ, ଫୁରୋସେମାଇଡ, କ୍ୟାଲସିଅମ ଚ୍ୟାନେଲ ବ୍ଲକର କିମ୍ବା ବିଟା ବ୍ଲକର ଦେଇ ଚିକିତ୍ସା କରାଯାଇପାରେ | [] ସାର୍କଏଡୋସିସ୍ ପାଇଁ ଆଣ୍ଟିଆରିଦମିକ ଏବଂ ଇମ୍ମ୍ୟୁନୋସପ୍ରେସାଣ୍ଟସ ସାଧାରଣ ଭାବରେ ବ୍ୟବହୃତ ହୋଇଥାଏ। [] ରକ୍ତ ଅପସାରଣ କରି ହେମୋକ୍ରୋମାଟୋସିସ ଚିକିତ୍ସା କରାଯାଏ । [] କେତେକ କ୍ଷେତ୍ରରେ ହୃତ୍‌ପିଣ୍ଡ ପ୍ରତିରୋପଣ ଏକ ବିକଳ୍ପ ହୋଇପାରେ | []

ପ୍ରତିବନ୍ଧକ କାର୍ଡିଓମୋପାଥି ଏକ ଅପେକ୍ଷାକୃତ ବିରଳ ରୋଗ | [] ଏହା କାର୍ଡ଼ିଓମାୟୋପାଥି ରୋଗୀଙ୍କ ମଧ୍ୟରୁ ୫% ଥାଆନ୍ତି; ଡାଇଲେଟେଡ ଓ ହାଇପରଟ୍ରଫିକ ଶ୍ରେଣୀ ଅଧିକ ଥାଏ ।[] ଆୟୁଷ ସାଧାରଣତଃ ୨ରୁ ୫ ବର୍ଷ ଅଟେ | [] ୧୯୩୦ ଦଶକରେ ଏହି ରୋଗ ବର୍ଣ୍ଣନା କରାଯାଇଥିଲା | [] ୧୯୬୧ ମସିହା ପର୍ଯ୍ୟନ୍ତ ଏହା ତିନି ମୁଖ୍ୟ ଦଳରେ ବିଭକ୍ତ କରାଯାଇ ନଥିଲା । []

  1. 1 2 Hancock, EW (September 2001). "Differential diagnosis of restrictive cardiomyopathy and constrictive pericarditis". Heart. 86 (3): 343–9. doi:10.1136/heart.86.3.343 (inactive 2020-05-21). PMC 1729880. PMID 11514495.{{cite journal}}: CS1 maint: DOI inactive as of ମଇ 2020 (link)
  2. 1 2 3 4 5 6 7 8 9 10 11 12 13 14 15 16 17 18 19 20 21 22 Brown, KN; Pendela, VS; Diaz, RR (January 2020). "Restrictive Cardiomyopathy". PMID 30725919. {{cite journal}}: Cite journal requires |journal= (help)
  3. 1 2 "Restrictive Cardiomyopathy - Heart and Blood Vessel Disorders". Merck Manuals Consumer Version. Retrieved 10 February 2021.
  4. Kouchoukos, Nicholas T.; Blackstone, Eugene H.; Hanley, Frank L.; Kirklin, James K. (2012). Kirklin/Barratt-Boyes Cardiac Surgery E-Book (in ଇଂରାଜୀ). Elsevier Health Sciences. p. 803. ISBN 978-1-4557-4605-7.
  5. Candell-Riera, J.; Ortega-Alcalde, D. (2012). Nuclear Cardiology in Everyday Practice (in ଇଂରାଜୀ). Springer Science & Business Media. ISBN 978-94-011-1984-9.