ପ୍ରଗତିଶୀଳ ସୁପ୍ରାନ୍ୟୁକ୍ଲିୟର ପାଲସି

ଉଇକିପିଡ଼ିଆ‌ରୁ
Progressive supranuclear palsy
Steele–Richardson–Olszewski syndrome, frontotemporal dementia with parkinsonism, progressive supranuclear palsy[୧]
A person with progressive dementia, ataxia, and incontinence. A sagittal view MRI shows atrophy of the midbrain, with preservation of the volume of the pons. This appearance is called the "hummingbird sign" or "penguin sign". Also, atrophy of the tectum is seen, particularly the superior colliculi. These findings suggest the diagnosis of progressive supranuclear palsy.[୨]
ବିଭାଗNeurology
ଲକ୍ଷଣImpaired balance, slowed movements, difficulty moving eyes, dementia, trouble swallowing, depression[୩][୪]
ଆକ୍ରାନ୍ତ ସମୟ45–76 years[୧]
କାରଣUnknown[୫]
ରୋଗ ନିର୍ଣ୍ଣୟ ପଦ୍ଧତିBased on symptoms, supported by medical imaging[୩]
ସଠିକ ରୋଗ ନିର୍ଣ୍ଣୟParkinson's, frontotemporal dementia, Alzheimer's, corticobasal degeneration[୩][୧]
ଔଷଧLevodopa, amantadine[୩]
ଚିକିତ୍ସାSupportive care[୩][୧]
PrognosisLife expectancy 7 yrs post diagnosis[୩]
ପୁନଃପୌନିକ6 per 100,000[୩]

ପ୍ରଗତିଶୀଳ ସୁପ୍ରାନ୍ୟୁକ୍ଲିୟର ପାଲସି ( PSP ) ହେଉଛି ମସ୍ତିଷ୍କର ଏକ ଅବକ୍ଷୟକାରୀ ରୋଗ ଯାହା ସମୟ ସହିତ ଖରାପ ଦିଗକୁ ଯାଏ ।[୩] [୬] ସନ୍ତୁଳନହାନୀ, ମନ୍ଥର ଗତି, ଆଖି ବୁଲେଇବାରେ ଅସୁବିଧା, ଗିଳିବାରେ ଅସୁବିଧା, ଉଦାସୀନତା ଏବଂ ଜ୍ଞାନଗତ ଦୁର୍ବଳତା ଭଳି ଲକ୍ଷଣ ଦେଖାଯାଇପାରେ ।[୩] [୪] ରୋଗ ଜଟିଳ ହେଲେ ନିମୋନିଆ ଏବଂ ପତନ ହୋଇପାରେ । [୪]

ଏହି ଅବସ୍ଥାର କାରଣ ଅନିଶ୍ଚିତ, ଯଦିଓ ଆଂଶିକ ଭାବରେ ଜେନେଟିକ୍ ଦୋଷ ଥାଇପାରେ ।[୫] [୧] ସାଧାରଣତଃ ରୋଗର ପାରିବାରିକ ଇତିହାସ ନଥାଏ ।[୧] ଅନ୍ତର୍ନିହିତ ପ୍ରଣାଳୀରେ ମସ୍ତିଷ୍କ ମଧ୍ୟରେ ଟାଉ ପୁଷ୍ଟସାର (tau proteins, abbreviated from tubulin associated unit) ବିକଶିତ ହୋଇପାରେ ।[୩] ଏହା ଏକ ପ୍ରକାର ଆଟିପିକାଲ ପାର୍କିନସୋନିଆନ ସିଣ୍ଡ୍ରୋମ ।[୫] ଲକ୍ଷଣ ଉପରେ ଆଧାରିତ ହୋଇ ରୋଗ ନିର୍ଣ୍ଣୟ କରାଯାଏ ଏବଂ ମେଡିକାଲ ଇମେଜିଙ୍ଗଦ୍ୱାରା ସମର୍ଥିତ ହୋଇପାରେ। [୩] ସମାନ ଭାବରେ ଉପସ୍ଥାପିତ ଅନ୍ୟାନ୍ୟ ରୋଗମାନ ଯଥାକ୍ରମେ ପାର୍କିନ୍‌ସନ୍ ରୋଗ, ଫ୍ରଣ୍ଟୋଟେମ୍ପୋରାଲ ଡିମେନ୍ସିଆ ଏବଂ ଆଲଜିମର ରୋଗ ହୋଇପାରେ । [୩]

ଲକ୍ଷଣଗୁଡିକର ଉପଶମ ପାଇଁ ୨୦୨୧ ସୁଦ୍ଧା କୌଣସି ନିର୍ଦ୍ଦିଷ୍ଟ ଚିକିତ୍ସା ନାହିଁ ।[୪] [୧] ଲେଭୋଡୋପା ଏବଂ ଆମାଣ୍ଟାଡାଇନ୍ ଭଳି ଔଷଧ କିଛି ଲୋକଙ୍କଠାରେ ଲକ୍ଷଣକୁ ସାମୟିକ ଭାବରେ ଉପଶମ କରିପାରେ । [୩] ଅନ୍ୟାନ୍ୟ ପଦକ୍ଷେପଗୁଡ଼ିକରେ ୱାକର୍ ବ୍ୟବ‌ହାର, ସ୍ୱତନ୍ତ୍ର ଜୋତା କିମ୍ବା ସ୍ୱତନ୍ତ୍ର ଚଷମା ବ୍ୟବହାର କରାଯାଇପାରେ ।[୧] ରୋଗ ନିର୍ଣ୍ଣୟ ସମୟରୁ ପ୍ରାୟ ୭ ବର୍ଷ ଅଟେ। [୩]

ଏହି ରୋଗ ପ୍ରତି ୧୦୦,୦୦୦ ଲୋକଙ୍କ ମଧ୍ୟରୁ ପ୍ରାୟ ଛଅ ଜଣଙ୍କୁ ପ୍ରଭାବିତ କରେ ।[୩] ସାଧାରଣତଃ ୪୫-୭୫ ବର୍ଷ ବୟସ୍କ ବ୍ୟକ୍ତିଙ୍କଠାରେ ଲକ୍ଷଣ ଆରମ୍ଭ ହୁଏ ।[୧] ସମାନ ହାରରେ ପୁରୁଷ ଏବଂ ମହିଳା ପ୍ରଭାବିତ ହୁଅନ୍ତି । [୧] କୌଣସି ନିର୍ଦ୍ଦିଷ୍ଟ ଜାତି, ଅବସ୍ଥାନ, କିମ୍ବା ବୃତ୍ତି ସହିତ ଏହାର କୌଣସି ସମ୍ପର୍କ ନାହିଁ ।[୩] ଏହି ଅବସ୍ଥା ପ୍ରଥମେ ସ୍ପଷ୍ଟ ଭାବରେ ଷ୍ଟିଲ, ରିଚାର୍ଡସନ ଏବଂ ଓଲ୍ସଜେଉସ୍କି ୧୯୬୪ ମସିହାରେ ବର୍ଣ୍ଣନା କରିଥିଲେ ।[୫]

ଆଧାର[ସମ୍ପାଦନା]

  1. ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ "Progressive Supranuclear Palsy". NORD (National Organization for Rare Disorders). Archived from the original on 17 November 2018. Retrieved 11 April 2021.
  2. Shukla R, Sinha M, Kumar R, Singh D (April 2009). "'Hummingbird' sign in progressive supranuclear palsy". Annals of Indian Academy of Neurology. 12 (2): 133. doi:10.4103/0972-2327.53087. PMC 2812742. PMID 20142864.{{cite journal}}: CS1 maint: unflagged free DOI (link)
  3. ୩.୦୦ ୩.୦୧ ୩.୦୨ ୩.୦୩ ୩.୦୪ ୩.୦୫ ୩.୦୬ ୩.୦୭ ୩.୦୮ ୩.୦୯ ୩.୧୦ ୩.୧୧ ୩.୧୨ ୩.୧୩ ୩.୧୪ ୩.୧୫ Golbe LI (April 2014). "Progressive supranuclear palsy". Seminars in Neurology. 34 (2): 151–9. doi:10.1055/s-0034-1381736. PMID 24963674.
  4. ୪.୦ ୪.୧ ୪.୨ ୪.୩ "Progressive Supranuclear Palsy Information Page | National Institute of Neurological Disorders and Stroke". www.ninds.nih.gov. Archived from the original on 9 April 2021. Retrieved 11 April 2021.
  5. ୫.୦ ୫.୧ ୫.୨ ୫.୩ Agarwal, S; Gilbert, R (January 2021). "Progressive Supranuclear Palsy". PMID 30252354. {{cite journal}}: Cite journal requires |journal= (help)
  6. "ICD-11 - Mortality and Morbidity Statistics". icd.who.int. Archived from the original on 2018-08-01. Retrieved 2020-11-06.