ପୌଲମି ଦାସ
ଦେଖଣା
ପୌଲମି ଦାସ | |
|---|---|
| ଜନ୍ମ | ପୌଲମି ପୋଲୋ ଦାସ |
| ଅନ୍ୟ ନାମ | ପୋଲୋ |
| ଶିକ୍ଷାନୁଷ୍ଠାନ | ସେଣ୍ଟ ପଲ୍ସ୍ କାଥେଡ୍ରାଲ୍ ମିଶନ୍ କଲେଜ |
| ବୃତ୍ତିସମୂହ |
|
| ସକ୍ରିୟ ବର୍ଷ | ୨୦୧୪ – ଏବେଯାଏଁ |
| ଉଚ୍ଚତା | ୫ ଫୁଟ ୭ ଇଞ୍ଚ |
ପୌଲମି ଦାସ ଜଣେ ଭାରତୀୟ ଅଭିନେତ୍ରୀ ଓ ମଡେଲ୍ । ସେ ମୁଖ୍ୟତଃ ହିନ୍ଦୀ ଟେଲିଭିଜନ ଧାରାବାହିକରେ ଅଭିନୟ କରିବା ପାଇଁ ଜଣାଶୁଣା । ଷ୍ଟାର୍ ପ୍ଲସ୍ରେ ପ୍ରସାରିତ ଧାରାବାହିକ ସୁହାନି ସି ଏକ୍ ଲଡ଼୍କୀରେ ବେବି ଏବଂ କାର୍ତ୍ତିକ ପୂର୍ଣ୍ଣିମାରେ ପୂର୍ଣ୍ଣିମା ଭୂମିକାରେ ଅଭିନୟ କରିଥିଲେ ।
୨୦୧୬ ମସିହାରେ, ସେ ଇଣ୍ଡିଆଜ୍ ନେକ୍ସଟ୍ ମଡେଲ୍ରେ ଦ୍ୱିତୀୟ ସିଜିନ୍ରେ ଜଣେ ପ୍ରତିଯୋଗୀ ଥିଲେ । ସେ ବିଗ୍ ବସ୍ ଓଟିଟିର ୩ୟ ସଂସ୍କରଣରେ ଜଣେ ପ୍ରତିଯୋଗୀ ଭାବରେ ସେ ଅଂଶଗ୍ରହଣ କରିଥିଲେ ।[୧]
ଅଭିନୟ ଜୀବନ
[ସମ୍ପାଦନା]୨୦୧୬ ମସିହାରେ, ସେ ଇଣ୍ଡିଆଜ୍ ନେକ୍ସଟ୍ ମଡେଲ୍ର ୨ୟ ସାଇକଲ୍ରେ ଜଣେ ପ୍ରତିଯୋଗୀ ଭାବରେ ଅଂଶଗ୍ରହଣ କରିଥିଲେ ।[୨] ନଭେମ୍ବର ୨୦୧୬ରେ, ସେ ଧାରାବାହିକ ସୁହାନି ସି ଏକ୍ ଲଡ଼କୀରେ ଅଭିନୟ କରିବା କରିଥିଲେ । ଏହାପରେ, ସେ ବିଭିନ୍ନ ଟେଲିଭିଜନ ଧାରାବାହିକରେ କାମ କରିଛନ୍ତି । ୨୦୨୨-୨୦୨୩ରେ, ସେ ନାଗିନ୍ ଧାରାବାହିକ ୬ଷ୍ଠ ସିଜିନ୍ରେ ସ୍ୱର୍ଣ୍ଣା ଭୂମିକାରେ ଅଭିନୟ କରିଥିଲେ ।[୩]
ଟେଲିଭିଜନ
[ସମ୍ପାଦନା]| ବର୍ଷ | ଧାରାବାହିକ/କାର୍ଯ୍ୟକ୍ରମ | ଭୂମିକା | ମନ୍ତବ୍ୟ |
|---|---|---|---|
| ୨୦୧୬ | ଇଣ୍ଡିଆଜ୍ ନେକ୍ସଟ୍ ମଡେଲ୍ (ସାଇକେଲ୍ ୨) | ପ୍ରତିଯୋଗୀ | ୭ମ ସ୍ଥାନ |
| ୨୦୧୬–୨୦୧୭ | ସୁହାନୀ ସି ଏକ୍ ଲଡ଼କୀ | ବେବି | |
| ୨୦୧୮–୨୦୨୦ | ଦିଲ୍ ହୈ ତୋ ହୈ | ଅନନ୍ୟା ପୁରୀ | |
| ୨୦୧୯ | ଅଘୋରୀ | ଅସ୍ମି | |
| ୨୦୧୯–୨୦୨୦ | ବାରିଷ୍ | ଫାଲ୍ଗୁନି | |
| ୨୦୨୦ | କାର୍ତ୍ତିକ ପୂର୍ଣ୍ଣିମା | ପୂର୍ଣ୍ଣିମା | |
| ପୌରଷପୁର[୪] | କାଲା | ||
| ୨୦୨୧ | ବେକାବୂ ୨ | ବିଦିତା | |
| ହୈ ତୌବ୍ବା[୫] | କେଶର | ||
| ୨୦୨୨-୨୦୨୩ | ନାଗିନ୍ ୬ | ସ୍ୱର୍ଣ୍ଣା | |
| ୨୦୨୩ | ଜେହାନବାଦ - ଅଫ୍ ଲଭ୍ ଆଣ୍ଡ୍ ୱାର୍ | ପୂର୍ଣ୍ଣିମା | |
| ୨୦୨୪ | ବିଗ୍ ବସ୍ ଓଟିଟି ୩ | ପ୍ରତିଯୋଗୀ | ୧୫ତମ ସ୍ଥାନ |
ଆଧାର
[ସମ୍ପାଦନା]- ↑ "Bigg Boss OTT 3: When and where to watch..." Times of India/Bombay Times. Times Entertainment. Jun 21, 2024. Retrieved 22 June 2024.
- ↑ "MEET THE CONTESTANTS". mtvindia.com. Retrieved May 4, 2017.
- ↑ "PAURASHPUR". Alt Balaji. Archived from the original on 2023-07-11. Retrieved 2025-10-13.
- ↑ "Watch Paurashpur trailer : Starring Shilpa Shinde, Shaheer Sheikh and More - TheTrend24" (in ଆମେରିକୀୟ ଇଂରାଜୀ). Archived from the original on 2021-01-17. Retrieved 2021-02-01.
- ↑ "ALT Balaji Hai Taubba Chapter 3 Watch Online For Poulomi Das". 8 September 2021. Archived from the original on 16 September 2021. Retrieved 8 September 2021.