ପୋଣାକା କନକାମ୍ମା
ପୋଣାକା କନକାମ୍ମା | |
---|---|
![]() Ponaka Kanakamma | |
Founder, Sahitya Academy | |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | 10 June 1892 Minagallu, Nellore, Andhra Pradesh |
ମୃତ୍ୟୁ | ୧୫ ସେପ୍ଟେମ୍ବର ୧୯୬୩ Nellore | (ବୟସ ୭୧)
ରାଜନୀତିକ ଦଳ | Indian National Congress |
ଜୀବନ ସାଥୀ | Ponaka Subbarami Reddy |
ଘର | Potlapudi, Nellore district |
ପୋଣାକା କନକାମ୍ମା (୧୮୯୧–୧୯୬୩) ଜଣେ ଭାରତର ସ୍ୱାଧୀନତା ସଂଗ୍ରାମୀ ଓ ନିଷ୍ଠାବାନ ସାମାଜିକ କାର୍ଯ୍ୟକର୍ତ୍ତା ଥିଲେ। ସେ ଭାରତରେ ମହାତ୍ମା ଗାନ୍ଧୀଙ୍କ ଅନୁଗାମୀ ଭାବେ ବର୍ଷାଧିକ କାଳ ଜେଲ୍ରେ ରହିଥିଲେ।[୧][୨] ସେ ନେଲ୍ଲୋରରେ ଝିଅମାନଙ୍କ ପାଇଁ ଗୋଟିଏ ବଡ଼ ବିଦ୍ୟାଳୟ ଶ୍ରୀ କସ୍ତୁରୀଦେବୀ ବିଦ୍ୟାଳୟ ନିର୍ମାଣ କରିଥିଲେ ।
ସଂକ୍ଷିପ୍ତ ଜୀବନି
[ସମ୍ପାଦନା]ପୋଣାକା କନକାମ୍ମାଙ୍କ ଜନ୍ମ ୧୦ ଜୁନ୍ ୧୮୯୨ରେ ନେଲ୍ଲୋର ଜିଲ୍ଲାର ମିନାଗଲ୍ଲୁ ଗାଁରେ ଏକ ଧନାଢ୍ୟ ପରିବାରରେ ହୋଇଥିଲା । ତାଙ୍କର ପିଲାବେଳେ ବାଲ୍ୟ ବିବାହ ହୋଇଯାଇଥିଲା । ବିବାହ ସମୟରେ ସେ ମାତ୍ର ଆଠ ବର୍ଷର ଥିଲେ। ସେ ତାଙ୍କ ମାମୁଁ ସୁବ୍ବାରାମ ରେଡ୍ଡି, ଯିଏ ନେଲ୍ଲୋର ସମୀପରେ ଥିବା ପୋଟଲାପୁଡ଼ି ଗାଁର ଏକ ଧନୀ ଜମିଦାର ଥିଲେ, ତାଙ୍କ ସହ ବିବାହ କରିଥିଲେ । ସେ ଯଦିଓ କୌଣସି ଔପଚାରିକ ଶିକ୍ଷାଲାଭ କରି ନ ଥିଲେ, ସେ ନିଜ ପ୍ରଚେଷ୍ଟାରେ ତେଲୁଗୁ, ହିନ୍ଦୀ ଓ ସଂସ୍କୃତ ଭାଷାରେ ଦକ୍ଷତା ଅର୍ଜନ କରିଥିଲେ ।
୧୯୧୩ରେ ନେଲ୍ଲୋର ନିକଟର ପୋଟାଲାପୁଡ଼ି ଗାଁରେ ସମାଜ ସେବା ପାଇଁ ସେ 'ସୁଜନା ରଞ୍ଜନୀ ସମାଜମ୍' ଆରମ୍ଭ କରିଥିଲେ । ସେ ହରିଜନ ଓ ଗରିବ ଲୋକଙ୍କ ଉନ୍ନତି ପାଇଁ ଅନେକ କାମ କରିଥିଲେ । ତାଙ୍କ ସାଙ୍ଗମାନଙ୍କ ସହ ମିଶି ସେ ନେଲ୍ଲୋରର ରାମ ନାୟଡୁଙ୍କ ସହଯୋଗରେ ୧୯୧୩ରେ 'ବିବେକାନନ୍ଦ ପୁସ୍ତକାଳୟ' କୋତ୍ତୁରୁରେ ସ୍ଥାପନା କରିଥିଲେ ।
ଅସହଯୋଗ ଆନ୍ଦୋଳନରେ ଭାଗ
[ସମ୍ପାଦନା]ସେ ଅସହଯୋଗ ଆନ୍ଦୋଳନ ଓ ଲବଣ ସତ୍ୟାଗ୍ରହରେ ଅଂଶ ଗ୍ରହଣ କରିଥିଲେ । ୧୯୦୭ ମସିହାରେ, 'ବନ୍ଦେ ମାତରମ୍ ଆନ୍ଦୋଳନ' ସମୟରେ ଯେତେବେଳେ ବିପିନ୍ ଚନ୍ଦ୍ର ପାଲ ଓ ତାଙ୍କର ପତ୍ନୀ ନେଲ୍ଲୋର ଯାତ୍ରା କରିଥିଲେ, ସେ ସେମାନଙ୍କୁ ନିଜ ଘରେ ଆତିଥ୍ୟ ପ୍ରଦାନ କରିଥିଲେ। ଏହି ସମୟରେ ସେ ମାତ୍ର ୧୬ ବର୍ଷର ଥିଲେ । ୧୯୨୩ରେ, ସେ ଗାନ୍ଧୀଙ୍କ ରଚନାତ୍ମକ କାର୍ଯ୍ୟକ୍ରମ ଅନୁଯାୟୀ ନେଲ୍ଲୋରରେ ଝିଅମାନଙ୍କ ପାଇଁ ଶ୍ରୀ କସ୍ତୁରୀଦେବୀ ବିଦ୍ୟାଳୟର ସ୍ଥାପନା କରିଥିଲେ । ଏହି ବିଦ୍ୟାଳୟ ପାଇଁ ୧୯୨୯ରେ ଗାନ୍ଧୀଜୀ ନିଜେ ଆଧାର ଶିଳା ସ୍ଥାପନ କରିଥିଲେ ।
ସେ ୧୯୩୦ ମସିହାରେ ରାୟାଭେଲୋର୍ ଜେଲରେ ଛଅ ମାସ ଦୀର୍ଘ କଠୋର କାରାଦଣ୍ଡ ଭୋଗ କରିଥିଲେ ଏବଂ ୧୯୩୨ ମସିହାରେ ପୁନି ରାୟାଭେଲୋର୍ ଜେଲରେ ୧୩ ମାସ ବନ୍ଦି ଜୀବନ କଟାଇଥିଲେ । ରାଜାଜୀ, ଦୁର୍ଗାବାଇ, ବେଜ୍ୱାଡା ଗୋପାଳ ରେଡ୍ଡୀ ଏବଂ ଅନେକ ଆଗଧାଡ଼ିର ସ୍ୱାଧୀନତା ସଂଗ୍ରାମୀ ତାଙ୍କ ସହ-ବନ୍ଦି ଥିଲେ । [୩]
୧୫ ସେପ୍ଟେମ୍ବର ୧୯୬୩ ରେ ନେଲ୍ଲୋରରେ ପୋଣାକା କନକାମ୍ମାଙ୍କ ମୃତ୍ୟୁ ହୋଇଥିଲା ।
ତାଙ୍କର ତେଲୁଗୁ ଭାଷାର ଆତ୍ମଜୀବନୀ ‘କନକପୁଷ୍ୟରାଗମ୍’ କୁ ଡା. କେ. ପୁରୁଷୋତ୍ତମ ସମ୍ପାଦନା କରିଥିଲେ ଏବଂ ଏହାକୁ ୨୦୧୧ରେ ମନସୁ ଫାଉଣ୍ଡେସନର ମନ୍ନେମ୍ ରାୟୁଡୁ ପ୍ରକାଶିତ କରିଥିଲେ । ୨୦୧୭ ମସିହାର ଗାନ୍ଧୀ ଜୟନ୍ତୀ ଦିନ, ଆଶ୍ରମ କମିଟି ଦ୍ୱାରା ପଲ୍ଲିପାଡୁର ପିନାକିନି ସତ୍ୟାଗ୍ରହାଶ୍ରମ ପ୍ରାଙ୍ଗଣରେ କନକାମ୍ମାଙ୍କର ଏକ କାଂସ୍ୟମୂର୍ତ୍ତି ପ୍ରତିଷ୍ଠା କରାଯାଇଥିଲା ।
ଆଧାର
[ସମ୍ପାଦନା]- ↑ Women's movement (Google Books Result), B. Suguna, 2009, 209 pages, p. 147, webpage: BooksGmh.
- ↑ "The Hindu : Andhra Pradesh News : APUWJ felicitates women", Hindu.com, 10 March 2011, webpage: H.
- ↑ says, Lola Reddy Pellakuru (2011-12-18). "Ponaka Kanakamma – Freedom fighter from Nellore". Nellorean (in ଇଂରାଜୀ). Retrieved 2025-05-15.
![]() | ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |