ପୋଟାସିଅମ ପରମାଙ୍ଗାନେଟ (ଡାକ୍ତରୀ ବ୍ୟବ‌ହାର)

ଉଇକିପିଡ଼ିଆ‌ରୁ
ପୋଟାସିଅମ ପରମାଙ୍ଗାନେଟ (ଡାକ୍ତରୀ ବ୍ୟବ‌ହାର)
ପୋଟାସିଅମ ପରମାଙ୍ଗାନେଟ
Clinical data
Trade namesPermitabs, others
Routes of
administration
topical
ATC code
Identifiers
  • Potassium manganate(VII)
CAS Number
PubChem CID
ChemSpider
UNII
KEGG
Chemical and physical data
FormulaKMnO4
Molar mass158.032
3D model (JSmol)
  • [O-][Mn](=O)(=O)=O.[K+]
  • InChI=1S/K.Mn.4O/q+1;;;;;-1
  • Key:VZJVWSHVAAUDKD-UHFFFAOYSA-N

ପୋଟାସିଅମ ପରମାଙ୍ଗାନେଟ (ଇଂରାଜୀ ଭାଷାରେ Potassium permanganate) ଏକ ଔଷଧ ଯାହା ଅନେକ ଗୁଡ଼ିଏ ଚର୍ମ ରୋଗର (skin condition) ଚିକିତ୍ସାରେ ଦିଆଯାଏ ।[୧] ଏହି ରୋଗମାନଙ୍କର ନାମ ଟିନିଆ ପେଡିସ (fungal infections of the foot), ଇମ୍ପେଟିଗୋ (impetigo), ପେମ୍ଫିଗସ (pemphigus), ଚର୍ମର ବାହ୍ୟ କ୍ଷତ (wounds), ଡର୍ମାଟାଇଟିସ (dermatitis) ଓ ଟ୍ରପିକାଲ ଅଲସର (tropical ulcers) ।[୨][୧] ଟ୍ରପିକାଲ ଅଲସର ରୋଗରେ ଏହି ଔଷଧ ସ‌ହିତ ପ୍ରୋକେନ ବେଞ୍ଜାଇଲ ପେନିସିଲିନ (procaine benzylpenicillin) ବ୍ୟବ‌ହାର କରାଯାଏ ।[୧] ପ୍ରଚୁର ତରଳ ପଦାର୍ଥ ଉତ୍ପନ୍ନ ହେଉଥିବା ଚର୍ମ ରୋଗରେ ଏହା ସ୍ୱାଭାବିକ ଭାବରେ ବ୍ୟବ‌ହାର କରାଯାଏ । [୨] ଭିଜା ଡ୍ରେସିଙ୍ଗ ବା ଧୋଇବା (ବାଥ) ଆକାରରେ ବ୍ୟବ‌ହାର କରାଯାଏ ।[୧]

ପାର୍ଶ୍ୱ ପ୍ରତିକ୍ରିୟାରେ ଚର୍ମରେ ଜ୍ୱଳନ ହୁଏ ଓ ଲୁଗାପଟାମାନଙ୍କରେ ପଡ଼ିଲେ ରଙ୍ଗ ଫିକା ଦେଖାଯାଏ ।[୧] ଏହା ପାଟିରେ ନେଲେ ବିଷକ୍ରିୟା ଓ ମୃତ୍ୟୁ ହୋଇପାରେ ।[୩] ପୋଟାସିଅମ ପରମାଙ୍ଗାନେଟ ଏକ ଅକ୍ସିଡାଇଜିଙ୍ଗ ଏଜେଣ୍ଟ (oxidizing agent) ।[୪] ଏକ ଲିଟର ପାଣିରେ (water) ୧୦୦ ମି:ଗ୍ରା: ପୋଟାସିଅମ ପରମାଙ୍ଗାନେଟ ମିଶେଇ ଦ୍ରବଣ ତିଆରି କରାଯାଏ ।[୨]

୧୬୦୦ ଶତାବ୍ଦୀରେ ପ୍ରଥମେ ପୋଟାସିଅମ ପରମାଙ୍ଗାନେଟ ତିଆରି ହୋଇଥିଲା ଓ ଡାକ୍ତରୀ କ୍ଷେତ୍ରରେ ୧୮୦୦ ଶତାବ୍ଦୀରୁ ବ୍ୟବ‌ହାର ଆରମ୍ଭ କରାଗଲା ।[୫] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୬] ବିକାଶଶୀଳ ଦେଶମାନଙ୍କରେ (developing world) ଏହି ଔଷଧର ଏକ ଗ୍ରାମର ମୂଲ୍ୟ ୦.୦୧ ଆମେରିକୀୟ ଡଲାର ।[୭] ସଂଯୁକ୍ତ ରାଷ୍ଟ୍ରରେ ଏହି ପରିମାଣର ମୂଲ୍ୟ ୧.୩୩ ପାଉଣ୍ଡ ।[୨]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ WHO Model Formulary 2008 (PDF). World Health Organization. 2009. p. 295, 300. ISBN 9789241547659. Retrieved 8 January 2017.
  2. ୨.୦ ୨.୧ ୨.୨ ୨.୩ British national formulary : BNF 69 (69 ed.). British Medical Association. 2015. p. 840. ISBN 9780857111562.
  3. Shai, Avi; Maibach, Howard I. (2005). Wound Healing and Ulcers of the Skin: Diagnosis and Therapy - The Practical Approach (in ଇଂରାଜୀ). Springer Science & Business Media. p. 265. ISBN 9783540267614.
  4. Kasture, Dr A. V.; Wadodkar, Dr S. G.; Gokhale, Mr S. B. (2008). Practical Pharmaceutical Chemistry - I (in ଇଂରାଜୀ). Nirali Prakashan. ISBN 9788185790442.
  5. Stout, Meg (2013). The Complete Idiot's Guide to Aquaponic Gardening (in ଇଂରାଜୀ). Penguin. p. Chapter 16. ISBN 9781615643332.
  6. "WHO Model List of Essential Medicines (19th List)" (PDF). World Health Organization. April 2015. Retrieved 8 December 2016.
  7. "Potassium Permanganate". International Drug Price Indicator Guide. Retrieved 8 December 2016.[permanent dead link]