ପେଲଭିକ ଫ୍ରାକଚର

ଉଇକିପିଡ଼ିଆ‌ରୁ

 

Pelvic fracture
A pelvic X-ray showing an open book fracture
ଲକ୍ଷଣPelvic pain, particularly with movement[୧]
କାରଣFalls, motor vehicle collisions, vehicle hitting a pedestrian, crush injury[୨]
ବିପଦ କାରକOsteoporosis[୧]
ରୋଗ ନିର୍ଣ୍ଣୟ ପଦ୍ଧତିBased on symptoms, confirmed by X-rays or CT scan[୧]
ସଠିକ ରୋଗ ନିର୍ଣ୍ଣୟFemur fracture, vertebral fracture, low back pain[୩]
ଔଷଧPain medication[୧]
ଚିକିତ୍ସାBleeding control (pelvic binder, angiographic embolization, preperitoneal packing), fluid replacement[୨]
PrognosisStable: Good[୧]
Unstable: Risk of death ~15%[୨]
ପୁନଃପୌନିକ3% of adult fractures[୧]

ଶ୍ରୋଣୀ ଅସ୍ଥିଭଗ୍ନ ବା ପେଲଭିକ ଫ୍ରାକଚର କୁହାଯାଏ ଯେତେବେଳେ ମାନବର ତଳି ପେଟରେ ଥିବା ଅସ୍ଥି ଭାଙ୍ଗିଯାଏ । [୧] ସାକ୍ରମ, ଇଲିଅମ, ଇସ୍ଚିଅମ, ପ୍ୟୁବିସ ଓ କ‌କସିକ୍ସ ଅସ୍ଥିମାନଙ୍କୁ ନେଇ ଗଠିତ ପେଲଭିସ ଅସ୍ଥି ମଧ୍ୟରୁ ଯେ କୌଣସି ଅସ୍ଥି ଭାଙ୍ଗି ଯାଇପାରେ । [୧] ଚଳପ୍ରଚଳ ସମୟରେ ଯନ୍ତ୍ରଣା ହେବା ଏହାର ଲକ୍ଷଣ | [୧] ଅସ୍ଥି ଭଗ୍ନ ଗମ୍ଭୀର ହୋଇଥିଲେ ଆଭ୍ୟନ୍ତରୀଣ ରକ୍ତସ୍ରାବ, ମୂତ୍ରାଶୟ ଆଘାର ବା ଯୋନୀ ଆଘାତ ହୋଇପାରେ । [୨] [୪]

ଏହି ଅସ୍ଥିଭଗ୍ନ ସାଧାରଣତଃ ପଡ଼ିଗଲେ, ମୋଟର ଯାନ ଧକ୍କା ବା ସାମନା ସାମନି ଧକ୍କା ଯୋଗୁ ମଧ୍ୟ ହୁଏ । [୨] ଯୁବକମାନଙ୍କଠାରେ ଏହି ଅସ୍ଥି ଭାଙ୍ଗିବା ନିମନ୍ତେ ଅତ୍ୟଧିକ ଆଘାତ ଆବଶ୍ୟକ ହେଉଥିବା ବେଳେ ବୟସ୍କ ଲୋକ କ୍ଷେତ୍ରରେ ତା'ଠାର କମ୍ ଆଘାତରେ ଭାଙ୍ଗିବା ସମ୍ଭବପର ହୋଇପାରେ । [୧] ସେଗୁଡିକ ଦୁଇ ପ୍ରକାରରେ ବିଭକ୍ତ କରାଯାଏ: ସ୍ଟେବଲ ଓ ଅନସ୍ଟେବଲ | [୧] ଅନସ୍ଟେବଲ ଭଙ୍ଗାକୁ ମେକାନିଜ୍ମ ଅନୁସାରେ ସାମନା-ପୃଷ୍ଠ ଚାପ, ଲାଟରାଲ ଚାପ, ଭର୍ଟିକାଲ ଶିଅର୍ ଏବଂ ମିଳିତ କାର୍ଯ୍ୟବିଧି ଭଗ୍ନ ଭାବରେ ବିଭକ୍ତ କରାଯାଇଛି | [୨] [୧] ଲକ୍ଷଣ ଓ ପରୀକ୍ଷା କରି ଭଗ୍ନ ନିର୍ଣ୍ଣୟ କରିବା ପରେ ସିଟି ସ୍କାନ କରି ସୁନିଶ୍ଚିତ କରାଯାଏ [୧] ଯଦି ବ୍ୟକ୍ତି ସଂପୂର୍ଣ୍ଣ ଜାଗ୍ରତ ଥାଏ ଏବଂ ପେଲଭିସ୍‌ରେ କୌଣସି ଯନ୍ତ୍ରଣା ନଥାଏ, ତେବେ ମେଡିକାଲ ଇମେଜିଙ୍ଗ ଆବଶ୍ୟକ ହୁଏ ନାହିଁ | [୨]

ସାଧାରଣତଃ ଜରୁରୀକାଳୀନ ଚିକିତ୍ସା ପରେ ଉନ୍ନତ ଆଘାତ ଜୀବନ ସ‌ହାୟତା (advanced trauma life support.) ଆବଶ୍ୟକ ହୁଏ । [୨] ରକ୍ତସ୍ରାବ ବନ୍ଦ କରିବା ଏବଂ ବୋହି ଯାଇଥିବା ଶରୀରର ତରଳ ପଦାର୍ଥ ପୁନଃସ୍ଥାପନ କରିବା ପ୍ରକ୍ରିୟା ଆରମ୍ଭ କରାଯାଏ | [୨] ପେଲଭିକ ବାଇଣ୍ଡର ବା ବିଛଣା ଚାଦର ଗୁଡ଼େଇ ରକ୍ତସ୍ରାବ ନିୟନ୍ତ୍ରଣ ହାସଲ କରାଯାଇପାରେ | [୨] ଅନ୍ୟାନ୍ୟ ପ୍ରୟାସରେ ଆଞ୍ଜିଓଗ୍ରାଫିକ ଏମ୍ବୋଲାଇଜେସନ ବା ପ୍ରିପେରିଟୋନିଆଲ ପାକିଙ୍ଗ ଦିଆଯାଏ । [୨] ସ୍ଥିରତା ଆସିବା ପରେ ଶଲ୍ୟ ଚିକିତ୍ସା କରି ପେଲଭିସ୍‌ର ପୁନର୍ଗଠନ କରାଯାଏ | [୨]

ବୟସ୍କ ଲୋକଙ୍କର ହେଉଥିବା ଅସ୍ଥିଭଗ୍ନର ପ୍ରାୟ ୩% ପେଲଭିକ ଫ୍ରାକଚର ଥାଏ | [୧] ସ୍ଟେବଲ ଭଙ୍ଗା ହୋଇଥିଲେ ଫଳାଫଳ ଭଲ ହୁଏ | [୧] ଅନସ୍ଟେବଲ ଭଙ୍ଗା ସହିତ ମୃତ୍ୟୁ ଆଶଙ୍କା ପ୍ରାୟ ୧୫% ଥାଏ ଓ ଯେଉଁମାନଙ୍କର ପୂର୍ବରୁ ରକ୍ତଚାପ ମଧ୍ୟ କମ୍ ଥାଏ ସେମାନଙ୍କ ମୃତ୍ୟୁ ହେବାର ଆଶଙ୍କା ୫୦% ହୋଇପାରେ। [୨] [୩] ଅନସ୍ଟେବଲ ଭଙ୍ଗା ସ‌ହିତ ଶରୀରର ଅନ୍ୟାନ୍ୟ ଅଂଶରେ ଆଘାତ ଥାଇପାରେ | [୪]  

ଆଧାର[ସମ୍ପାଦନା]

  1. ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ ୧.୧୧ ୧.୧୨ ୧.୧୩ ୧.୧୪ "Pelvic Fractures". OrthoInfo - AAOS. February 2016. Retrieved 17 May 2018.
  2. ୨.୦୦ ୨.୦୧ ୨.୦୨ ୨.୦୩ ୨.୦୪ ୨.୦୫ ୨.୦୬ ୨.୦୭ ୨.୦୮ ୨.୦୯ ୨.୧୦ ୨.୧୧ ୨.୧୨ ATLS - Advanced Trauma Life Support - Student Course Manual (10 ed.). American College of Surgeons. 2018. pp. 89, 96–97. ISBN 9780996826235.
  3. ୩.୦ ୩.୧ Walls, Ron; Hockberger, Robert; Gausche-Hill, Marianne (2017). Rosen's Emergency Medicine - Concepts and Clinical Practice E-Book (in ଇଂରାଜୀ). Elsevier Health Sciences. pp. 577, 588. ISBN 9780323390163.
  4. ୪.୦ ୪.୧ Peitzman, Andrew B.; Rhodes, Michael; Schwab, C. William (2008). The Trauma Manual: Trauma and Acute Care Surgery (in ଇଂରାଜୀ). Lippincott Williams & Wilkins. p. 322. ISBN 9780781762755.