ପେରୋନି ରୋଗ

ଉଇକିପିଡ଼ିଆ‌ରୁ
Peyronie's disease
Peyronie disease, induratio penis plastica (IPP),[୧] chronic inflammation of the tunica albuginea (CITA)
Drawing of Peyronie disease
ଉଚ୍ଚାରଣ
ବିଭାଗUrology
ଲକ୍ଷଣHard lump on one side of the penis, abnormal curvature, painful erections, difficulty with sex[୨]
କାରଣUnknown[୨]
ବିପଦ କାରକMinor injuries to the penis, connective tissue disorders, autoimmune disorders, family history, diabetes, smoking, prostate cancer[୨][୩]
ରୋଗ ନିର୍ଣ୍ଣୟ ପଦ୍ଧତିExamination[୩]
ସଠିକ ରୋଗ ନିର୍ଣ୍ଣୟPenile fracture, chordee[୩]
ଚିକିତ୍ସାConservative, injections of collagenase or verapamil, surgery[୨]
PrognosisGenerally good[୩]
ପୁନଃପୌନିକ~10% of men[୨]

ପେରୋନି ରୋଗ ହେଉଛି ଏଭଳି ଏକ ରୋଗ ଯେଉଁଥିରେ ଲିଙ୍ଗର ଚର୍ମ ତଳେ ଦାଗ ତନ୍ତୁ ସୃଷ୍ଟି ହୁଏ ।[୨] ଏହାର ଲକ୍ଷଣ ଲିଙ୍ଗର ଗୋଟିଏ ପାର୍ଶ୍ୱରେ ଏକ କଠିନ ମୁଣ୍ଡା, ଏକ ଅସ୍ୱାଭାବିକ ବକ୍ରତା, ଯନ୍ତ୍ରଣାଦାୟକ ଇରେକ୍ସନ୍ କିମ୍ବା ଯୌନ ଅସୁବିଧା ହୋଇପାରେ । [୨] ରୋଗ ଜଟିଳ ହେଲେ ପୌରୁଷ ଅସାମର୍ଥ୍ୟ ଏବଂ ଅବସାଦ ହୋଇପାରେ ।[୨]

ଏହାର କାରଣ ସ୍ପଷ୍ଟ ହୋଇନାହିଁ ।[୨] ଲିଙ୍ଗରେ ସାମାନ୍ୟ ଆଘାତ, ସଂଯୋଗକାରୀ ତନ୍ତୁ ରୋଗ, ଅଟୋଇମ୍ୟୁନ ଡିଜିଜ, ପାରିବାରିକ ଇତିହାସ, ମଧୁମେହ, ଧୂମପାନ ଏବଂ ପ୍ରୋଷ୍ଟେଟ୍ କର୍କଟ ଇତ୍ୟାଦି ଏହି ରୋଗର ସଙ୍କଟ ସୃଷ୍ଟି କରିପାରେ । [୨] [୩] ଏହା ଯୌନ କ୍ରିୟା ସଞ୍ଚାରିତ ରୋଗ ସମୂହ ସହିତ ଜଡିତ ନୁହେଁ ଏବଂ ଏହା କର୍କଟ ରୋଗ ମଧ୍ୟ ନୁହେଁ । [୨] ଅନ୍ତର୍ନିହିତ କ୍ରିୟାବିଧିରେ ଟ୍ୟୁନିକା ଆଲବୁଗିନିଆ ପ୍ରଦାହ ଏବଂ ଫାଇବ୍ରୋସିସ୍ ହୋଇଥାଏ ।[୨] [୩] ପରୀକ୍ଷା ଉପରେ ଏହି ରୋଗ ନିର୍ଣ୍ଣୟ ଆଧାରିତ ହୁଏ । [୩]

ଚିକିତ୍ସାର ଆବଶ୍ୟକତା ଲକ୍ଷଣର ଉପସ୍ଥିତି ଉପରେ ନିର୍ଭର କରେ ।[୨] ଏହାର ଚିକିତ୍ସା ମଧ୍ୟରେ ଆଶ୍ୱାସନା, କୋଲାଜେନେଜ୍ କିମ୍ବା ଭେରାପାମିଲ ଇଞ୍ଜେକ୍ସନ ଓ ଅସ୍ତ୍ରୋପଚାର ହୋଇପାରେ ।[୨] [୪] ଗ୍ରାଫ୍ଟିଙ୍ଗ୍, ପ୍ଲିକେସନ୍ ଏବଂ ଲିଙ୍ଗ ପ୍ରତିରୋପଣ ଭଳି ବିଭିନ୍ନ ଅସ୍ତ୍ରୋପଚାର କରାଯାଇପାରେ ।[୨] ଅଧିକାଂଶ ରୋଗ ସାମାନ୍ୟ ଥାଏ ଏବଂ ରକ୍ଷଣଶୀଳ ଭାବରେ ପରିଚାଳିତ ହୋଇଥାଏ । [୪]

ପେରୋନି ରୋଗ ପ୍ରାୟ ୧୦% ପୁରୁଷଙ୍କୁ ପ୍ରଭାବିତ କରିଥାଏ ବୋଲି ଆକଳନ କରାଯାଇଛି । [୨] ଏହି ଅବସ୍ଥା ସାଧାରଣତଃ ୬୦ ବର୍ଷରୁ ଅଧିକ ବୟସର ଲୋକଙ୍କୁ ପ୍ରଭାବିତ କରିଥାଏ ।[୩]ଏହି ରୋଗର ବର୍ଣ୍ଣନା ଫ୍ରାନସିସ ଗୋଗୋଟ ଡି ଲା ପେରୋନି ପ୍ରଥମେ ୧୭୪୩ ମସିହାରେ କରିଥିଲେ । [୪]

ଆଧାର[ସମ୍ପାଦନା]

  1. Freedberg, Irwin M.; Fitzpatrick, Thomas B. (2003). Fitzpatrick's dermatology in general medicine (6th ed.). New York: McGraw-Hill, Medical Pub. Division. p. 990. ISBN 978-0-07-138076-8.
  2. ୨.୦୦ ୨.୦୧ ୨.୦୨ ୨.୦୩ ୨.୦୪ ୨.୦୫ ୨.୦୬ ୨.୦୭ ୨.୦୮ ୨.୦୯ ୨.୧୦ ୨.୧୧ ୨.୧୨ ୨.୧୩ ୨.୧୪ ୨.୧୫ "Penile Curvature (Peyronie's Disease)". National Institute of Diabetes and Digestive and Kidney Diseases. August 2019. Archived from the original on 9 October 2019. Retrieved 07 March 2021. {{cite web}}: Check date values in: |access-date= (help)
  3. ୩.୦ ୩.୧ ୩.୨ ୩.୩ ୩.୪ ୩.୫ ୩.୬ ୩.୭ Sandean, DP; Lotfollahzadeh, S (January 2021). "Peyronie Disease". PMID 32809463. {{cite journal}}: Cite journal requires |journal= (help)
  4. ୪.୦ ୪.୧ ୪.୨ Wein, Alan J.; Kavoussi, Louis R.; Novick, Andrew C.; Partin, Alan W.; Peters, Craig A. (2011). Campbell-Walsh Urology (in ଇଂରାଜୀ). Elsevier Health Sciences. p. 792. ISBN 978-1-4557-2298-3. Archived from the original on 2021-08-28. Retrieved 2021-03-08.