ପେରିୟାଚି
ପେରିୟାଚି | |
---|---|
ପିଲାମାନଙ୍କର ଅଭିଭାବକ ଦେବୀ | |
Affiliation | ଦେବୀ |
ପେରିୟାଚି (ଇଂରାଜୀ ଭାଷାରେ Periyachi, (Tamil:பெரியாச்சி), ହିନ୍ଦୁ ଧର୍ମର ଜଣେ ଅଶୁଭ ଚିନ୍ତକ ଦେବୀ । ତାଙ୍କୁ ପେରିୟାଚି ଆମ୍ମାଁ ଓ ବେଳେବେଳେ ପେରିୟାଚି କାଳୀଆମ୍ମାଁ ମଧ୍ୟ କୁହାଯାଏ ତାଙ୍କର ମା କାଳୀଙ୍କ ସାଥିରେ ସମ୍ପର୍କ ଥାଏ । ଏହି ପେରିୟାଚି ଦେବୀ, ଗର୍ଭ ଓ ଶିଶୁ ଜନ୍ମ ସମ୍ପର୍କର ଠାକୁରାଣୀ ଅଟନ୍ତି । [୧][୨] ମାଲେସିଆ ଓ ସିଙ୍ଗାପୁରର ହିନ୍ଦୁ ଧର୍ମ ସାଥିରେ ପେରିୟାଚିଙ୍କ ସମ୍ପର୍କ ଥାଏ ।
କିମ୍ବଦନ୍ତୀ
[ସମ୍ପାଦନା]ପାଣ୍ଡ୍ୟାନ ରାଜବଂଶରେ ଥରେ ବଲ୍ଲଲରାଜନ ନାମକ ଜଣେ ରାଜା ରାଜୁତି କରୁଥିଲେ । ସେ ଅତ୍ୟନ୍ତ ଦୁଷ୍ଟ ପ୍ରକୃତିର ଥିଲେ ଓ ତାଙ୍କ ପ୍ରଜାମାନଙ୍କ ଉପରେ ଅତ୍ୟାଚାର କରୁଥିଲେ । ତାଙ୍କ ପିଲା ଯଦି ମାଟିକୁ ଛୁଇଁଦିଏ, ତାହେଲେ ମାଟି ନଷ୍ଟ ହୋଇଯାଏ । ଏକଦା ରାଣୀଙ୍କର ଗର୍ଭବେଦନା ଆରମ୍ଭ ହେବାରୁ ଧାଈ ଗୋଟିଏ ମିଳିଲାନି । ଖୋଜିବା ପରେ ପେରିୟାଚି ନାମ୍ନୀ ମହିଳାଟିଏ ମିଳିଲେ । ଏହି ମହିଳା ସୁରୁଖୁରୁରେ ପ୍ରସବ କରେଇବା ସମାପ୍ତ କରି ମାଟିରେ ନ ଛୁଇଁବାକୁ ନବଜାତକୁ ଟେକି ଧରିଲେ । କାମ ସରିବା ପରେ ପେରିୟାଚି ରାଜାଙ୍କୁ ପାରିଶ୍ରମିକ ମାଗିବାରୁ ରାଜା ତାଙ୍କୁ ଅତି ଖରାପ ବ୍ୟବହାର ଦେଖେଇଲେ ଓ କିଛି ଦେବାକୁ ମନାକଲେ । ଦେବୀ ପାର୍ବତୀ ପେରିୟାଚି ବେଶରେ ଥିଲେ ଯାହା ରାଜା ଜାଣିନଥିଲେ । ପେରିୟାଚି ତାଙ୍କର ଅନେକ ହାତ ବ୍ୟବହାର କରି ରାଜାଙ୍କୁ ଗୋଡ଼ ତଳକୁ ନେଇ ଦାବିଦେଲେ । ତା'ପରେ ସେ ତାଙ୍କର ଅସ୍ତ୍ର ବ୍ୟବହାର କରି ରାଜାଙ୍କୁ ମାରିଦେଲେ ଓ ଏହି ସମୟରେ ଶିଶୁକୁ ଟେକି ଧରିଥିଲେ । [୩]
ପ୍ରତିମା
[ସମ୍ପାଦନା]ପେରିୟାଚି ପ୍ରତିମାଙ୍କର ଆଠଟି ହାତ ଥାଏ ଓ ଚେହେରା ଅତ୍ୟନ୍ତ ଭୟଙ୍କର ଥାଏ । ତାଙ୍କର ଆଠ ହାତ ଓ ଗୋଟିଏ ହାତରେ ଶିଶୁଟିଏ ଟେକି ଧରିଥିବା ଦେଖିଲେ ସେ ଚିହ୍ନା ପଡ଼ନ୍ତି । ତାଙ୍କର ବିଭିନ୍ନ ହାତରେ ସେ ତ୍ରୀଶୁଳ, ଫାସ, ଡମ୍ବରୁ, ସାପ, ଖଣ୍ଡା ଓ ରକ୍ତଭରା ଏକ ପାତ୍ର ଧରିଥାଆନ୍ତି । ସେ ଠିଆ ହୋଇଥାଆନ୍ତି ଅଥବା ଅନ୍ତନଳୀ କଢ଼ାଯାଇଥିବା ରାଜାଙ୍କ ଉପରେ ପାଦ ଥୋଇ ବସିଥାଆନ୍ତି । ଚିତ୍ରରେ ସେ କୋଳରେ ଥିବା ଜଣେ ରାଣୀଙ୍କର ଉଦର ଚିରି ଜରାୟୁ ଖାଉଥିବା ଓ ପାଟିରୁ ରକ୍ତ ବାହାରୁଥିବା ଦେଖାଯାଉଛି । ଦୁଇଟି ହାତରେ ଅନ୍ତନଳୀ ଧରିଛନ୍ତି ଓ ଅନ୍ୟ ଏକ ହାତରେ ଅଶୁଭ ଶିଶୁକୁ ଟେକି ଧରିଛନ୍ତି ।[୨][୪] ତାଙ୍କର ସେହି ଭୟାନକ ଚେହେରା ଯୋଗୁ ଦୁଷ୍ଟ ଶକ୍ତିମାନେ ଦୂରରେ ରହନ୍ତି । [୪] ବାର (୧୨) ରବିବାର ଦେବୀଙ୍କୁ ପୂଜା କଲେ ଗର୍ଭବତୀଙ୍କୁ ଉତ୍ତମ ଶିଶୁ ମିଳୁଥିବା ବିଶ୍ୱାସ କରାଯାଏ ।[୫]
ଭୂମିକା
[ସମ୍ପାଦନା]ପେରିୟାଚି ଜଣେ ଅଭିଭାବକ ଶକ୍ତି ବା କବଲ ଦେଇବମ ("kaval deivam") ଭାବରେ ଜଣାଶୁଣା । ମୁନୀସ୍ୱରନ ଓ ମଧୁରାଇ ବୀରନ ଦୁଇ ଜଣ ପୁରୁଷ କବଲ ଦେଇବମ ଅଟନ୍ତି ଓ ପେରିୟାଚିଙ୍କର ଅଭିଭାବକ ଅଟନ୍ତି । [୬] ମୁନୀସ୍ୱରନଙ୍କର ଏକ ଅବତାର ଜଦ-ମୁନୀସ୍ୱରନଙ୍କ ସାଥିରେ ଏକ ଯୋଡ଼ି ଭାବରେ ପେରିୟାଚି ପୃଥିବୀକୁ ଆସିଥିଲେ ଓ ସମସ୍ତ ଦୁଷ୍ଟ ଶକ୍ତିଙ୍କ ଦାଉରୁ ପୃଥିବୀକୁ ରକ୍ଷା କରିବାକୁ ଲକ୍ଷ ରଖିଥିଲେ ।[୭] ଖରାପ କଥା କହୁଥିବା ଓ କରୁଥିବା ମହିଳାଙ୍କୁ ଓ ମହିଳାଙ୍କୁ ଶୋଷଣ କରୁଥିବେ ପୁରୁଷଙ୍କୁ ପାଦ ତଳେ ଚାପିଦେଉଥିଲେ । [୮] ସେ ଶିଶୁ ସୁରକ୍ଷାଦାତ୍ରୀ ଭାବରେ ମଧ୍ୟ ପରିଚିତା । [୯]
ଆଧାର
[ସମ୍ପାଦନା]- ↑ Sinha p.303
- ↑ ୨.୦ ୨.୧ Mark Lewis. The Rough Guide to Singapore. Rough Guides. p. 64.
- ↑ Ramesh Kumar. "A Well-Known Infuriated Goddess With An Unknown History". Retrieved 21 March 2010.
- ↑ ୪.୦ ୪.୧ Winfried Corduan. Neighboring faiths: a Christian introduction to world religions. InterVarsity Press. p. 213.
- ↑ "About its Deities and Festivals: Sree Periyachi". Sree Maha Mariamman Temple official site. 2008. Archived from the original on January 13, 2010. Retrieved 21 March 2010.
- ↑ Sinha p. 105
- ↑ Sinha p. 122
- ↑ Eveland, Jennifer. Frommer's Singapore & Malaysia. Frommer's. p. 135.
- ↑ Mat Oakley, Joshua Samuel Brown. Singapore. Lonely Planet. p. 61.