ପେଗୁନିଗାଲସିଡେଜ ଆଲଫା
| Clinical data | |
|---|---|
| Trade names | Elfabrio |
| Synonyms | PRX-102, pegunigalsidase alfa-iwxj |
| data | |
| Routes of administration | Intravenous |
| Legal status | |
| Legal status | |
| Chemical and physical data | |
| Formula | C2060H3130N552O601S27 |
| Molar mass | ୪୬,୧୧୦.୫୮ g·mol−1 |
ପେଗୁନିଗାଲସିଡେଜ ଆଲଫା, (ଇଂରାଜୀ ଭାଷାରେ Pegunigalsidase alfa), ଏଲଫାବ୍ରିଓ ଏହାର ଏକ ବିକ୍ରୟ ନାମ, ହେଉଛି ଏକ ଔଷଧ ଯାହା ଫାବ୍ରି ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୧] [୩] ଏହା ଏକ ଶିରାରେ ଧୀରେ ଧୀରେ ଇଞ୍ଜେକସନ ଆକାରରେ ଦିଆଯାଏ ।[୩]
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଇନଫ୍ୟୁଜନ୍ ସମ୍ବନ୍ଧୀୟ ପ୍ରତିକ୍ରିୟା, ଆଲର୍ଜି ପ୍ରତିକ୍ରିୟା ଏବଂ ଦୁର୍ବଳତା ହୋଇପାରେ ।[୩] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ବୃକ୍କ ସମସ୍ୟା ଅନ୍ତର୍ଭୁକ୍ତ ହୋଇପାରେ, ବିଶେଷ ଭାବରେ ମେମ୍ବ୍ରେନୋପ୍ରୋଲିଫରେଟିଭ ଗ୍ଲୋମେରୁଲୋନେଫ୍ରାଇଟିସ୍ ।[୧] ଏହା α- ଗାଲାକ୍ଟୋସିଡେଜ୍-ଏର ପରିବର୍ତ୍ତିତ ରୂପ ହୋଇ ଏନଜାଇମ୍ ରିପ୍ଲେସମେଣ୍ଟ ଥେରାପି ଭାବରେ କାମ କରେ ।[୧] [୩]
୨୦୨୩ ମସିହାରେ ୟୁରୋପ ଏବଂ ଯୁକ୍ତରାଷ୍ଟ୍ରରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ପେଗୁନିଗାଲସିଡେଜ ଆଲଫା ଅନୁମୋଦିତ ହୋଇଥିଲା ।[୩] [୧] ଏହା ରେକମ୍ବିନାଣ୍ଟ ଡିଏନଏ ଟେକ୍ନୋଲୋଜିଦ୍ୱାରା ପ୍ରସ୍ତୁତ ହୁଏ ।[୩] ୨୦୨୩ ମଧ୍ୟଭାଗରେ ଯୁକ୍ତରାଷ୍ଟ୍ରରେ ଏହାର ମୂଲ୍ୟ ଅସ୍ପଷ୍ଟ ଥିଲା ।[୪]
ଆଧାର
[ସମ୍ପାଦନା]- 1 2 3 4 5 "Elfabrio- pegunigalsidase alfa injection, solution, concentrate". DailyMed. 23 May 2023. Archived from the original on 25 May 2023. Retrieved 24 May 2023.
- ↑ "Novel Drug Approvals for 2023". U.S. Food and Drug Administration (FDA). 9 May 2023. Archived from the original on 21 January 2023. Retrieved 12 May 2023.
- 1 2 3 4 5 6 7 "Elfabrio EPAR". European Medicines Agency. 8 May 2023. Archived from the original on 10 May 2023. Retrieved 9 May 2023. Text was copied from this source which is copyright European Medicines Agency. Reproduction is authorized provided the source is acknowledged.
- ↑ MSc, Vincent Xie (15 May 2023). "Elfabrio: The New Treatment for Fabry Disease". Xtalks. Archived from the original on 1 July 2023. Retrieved 22 June 2023.