ପେଗଭିସୋମାଣ୍ଟ
| Clinical data | |
|---|---|
| Trade names | Somavert |
| AHFS/Drugs.com | monograph |
| data |
|
| Pregnancy category | |
| Routes of administration | Subcutaneous[୧] |
| Legal status | |
| Legal status | |
| Chemical and physical data | |
| Formula | C990H1532N262O300S7 |
| Molar mass | 22 129 (unpegylated) |
| (verify) | |
ପେଗଭିସୋମାଣ୍ଟ (ଇଂରାଜୀ ଭାଷାରେ Pegvisomant), ସୋମାଭର୍ଟ ଏହାର ଏକ ବିକ୍ରୟ ନାମ, ଏକ ଔଷଧ ଯାହା ଆକ୍ରୋମେଗାଲି ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୧] ଅସ୍ତ୍ରୋପଚାର, ବିକିରଣ ଚିକିତ୍ସା ଏବଂ ସୋମାଟୋଷ୍ଟାଟିନ ଚିକିତ୍ସାରେ ଉପଶମ ନ ହେଲେ ଏହି ଔଷଧ ବ୍ୟବ୍ୟବହୃତ ହୁଏ ।[୨] ଚର୍ମ ତଳେ ଇଞ୍ଜେକସନ ଆକାରରେ ଏହା ଦିଆଯାଏ ।[୧]
ଅଧିକାଂଶ ପାର୍ଶ୍ୱ ପ୍ରତିକ୍ରିୟା ସାମାନ୍ୟରୁ ମଧ୍ୟମ ଧରଣର ଅଟେ ।[୨] ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ମୁଣ୍ଡବିନ୍ଧା, ତରଳ ଝାଡ଼ା ଏବଂ ଗଣ୍ଠି ଯନ୍ତ୍ରଣା ହୋଇପାରେ ।[୨] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଯକୃତ ସମସ୍ୟା ଏବଂ ନିମ୍ନ ରକ୍ତ ଶର୍କରା ହୋଇପାରେ ।[୧] ଗର୍ଭାବସ୍ଥାରେ ଏହି ଔଷଧ ଦେଲେ କ୍ଷତିର କୌଣସି ପ୍ରମାଣ ନଥିବାବେଳେ ଏହାର ବ୍ୟବହାର ଭଲ ଭାବରେ ଅଧ୍ୟୟନ କରାଯାଇ ନାହିଁ ।[୩] ଏହା ଏକ ଅଭିବୃଦ୍ଧି ହରମୋନ ରିସେପ୍ଟର ଅବରୋଧକାରୀ [୪]।
୨୦୦୨ ମସିହାରେ ୟୁରୋପରେ ଏବଂ ୨୦୦୩ରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ପେଗଭିସୋମାଣ୍ଟ ଅନୁମୋଦିତ ହୋଇଥିଲା ।[୧] [୨] ଯୁକ୍ତରାଜ୍ୟରେ ୨୦୨୧ ସୁଦ୍ଧା ଦୈନିକ ୧୦ ମିଗ୍ରା ଦେଲେ ଏକ ମାସରେ ପ୍ରାୟ ୧୫୦୦ ଡଲାର ଖର୍ଚ୍ଚ ହୋଇଥାଏ ।[୪] ଯୁକ୍ତରାଷ୍ଟ୍ରରେ ଏହି ପରିମାଣର ମୂଲ୍ୟ ପ୍ରାୟ ୭୫୦୦ ଡଲାର ଅଟେ ।[୫]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ ୧.୩ ୧.୪ "Pegvisomant Monograph for Professionals". Drugs.com (in ଇଂରାଜୀ). Archived from the original on 27 June 2021. Retrieved 27 October 2021.
- ↑ ୨.୦ ୨.୧ ୨.୨ ୨.୩ "Somavert". Archived from the original on 27 February 2021. Retrieved 27 October 2021.
- ↑ "Pegvisomant (Somavert) Use During Pregnancy". Drugs.com (in ଇଂରାଜୀ). Archived from the original on 30 November 2020. Retrieved 27 October 2021.
- ↑ ୪.୦ ୪.୧ BNF 81: March-September 2021. BMJ Group and the Pharmaceutical Press. 2021. p. 788. ISBN 978-0857114105.
- ↑ "Somavert Prices, Coupons & Patient Assistance Programs". Drugs.com (in ଇଂରାଜୀ). Archived from the original on 22 April 2021. Retrieved 27 October 2021.