ପୃଥିବୀର ଚୁମ୍ବକୀୟ କ୍ଷେତ୍ର

ଉଇକିପିଡ଼ିଆ ରୁ
Jump to navigation Jump to search
Computer simulation of the Earth's field in a period of normal polarity between reversals.

ଭୁପୃଷ୍ଠ୍ଠରେ ଏକ ଚୁମ୍ବକୀୟ କ୍ଷେତ୍ର ଅନବରତ ପ୍ରଭାବୀ ରହିଅଛି । କାରଣ୍, ଆମ ପୃଥିବୀ ଏକ ବିରାଟ ଚୁମ୍ବକ ଭଳି କାର୍ଯ୍ୟ କରେ । ଏକଥା ବିଶଦ୍ ଭାବେ ବୁଝିବାପାଇଁଁ କଳ୍ପନା କରାଯାଇପାରେ ଯେ, ପୃଥିବୀ ମଧ୍ୟରେ ଏକ ବିରାଟ ଦଣ୍ଡ ଚୁମ୍ବକ ଉତ୍ତର-ଦକ୍ଷିଣ ଭାବରେ ପୃଥିବୀର କାଳ୍ପନିକ ମେରୁ ସହ ପ୍ରାୟ ୧୧ ଡିଗ୍ରୀ କୌଣିକ ଦୂରତ୍ୱରେ ରହିଅଛି । ତେବେ ଏହି କାଳ୍ପନିକ ଚୁମ୍ବକର ଉତ୍ତର ମେରୁ ପୃଥିବୀର ଭୌଗୋଳିକ ଦକ୍ଷିଣ ମେରୁ ନିକଟରେ ଏବଂ ଏହି କାଳ୍ପନିକ ଚୁମ୍ବକର ଦକ୍ଷିଣ ମେରୁ ପୃଥିବୀର ଭୌଗୋଳିକ ଉତ୍ତର ମେରୁ ନିକଟରେ ଅବସ୍ଥିତ । ଫଳରେ, ଏକ ଚୁମ୍ବକୀୟ କ୍ଷେତ୍ର ପୃଥିବୀର ଅଭ୍ୟନ୍ତରରୁ ଭୁପୃଷ୍ଠ ଉପରିସ୍ଥ ସୌର-ପବନ ସ୍ତର ପର୍ଯ୍ୟନ୍ତ ବ୍ୟାପି ଥିବାର ଜଣାଯାଏ । ଏହା ପୃଥିବୀର ଚୁମ୍ବକୀୟ କ୍ଷେତ୍ର ଭାବେ ପରିଚିତ । ଏହା ମଧ୍ୟ ଭୁ-ଚୁମ୍ବକୀୟ କ୍ଷେତ୍ର (Geomagnetic field) ନାମରେ ପରିଚିତ । ଭୁ-ଚୁମ୍ବକୀୟ କ୍ଷେତ୍ରର ଦିଗ ଏବଂ ଅବସ୍ଥିତି କାଳାନୁପାତରେ ଅତି ମନ୍ଥର ଗତିରେ ପରିବର୍ତ୍ତନ ହେବାର ନଜିର ରହିଅଛି ।

ମହତ୍ତ୍ୱ[ସମ୍ପାଦନା]

  • ସୌର-ପବନ ଅନେକ ସମୟରେ ପୃଥିବୀ ଉପରିସ୍ଥ ଓଜୋନ ସ୍ତରର (Ozone-layer) କ୍ଷତି କରିଥାନ୍ତି; ଯଦ୍ୱାରା ଓଜୋନ ସ୍ତର ଦେଇ କ୍ଷତିକାରକ ଅତି ବାଇଗଣୀ ବିକୀରଣ ଭୁପୃଷ୍ଠକୁ ପ୍ରବେଶ କରିପାରେ । କିନ୍ତୁ, ଭୁ-ଚୁମ୍ବକୀୟ କ୍ଷେତ୍ର ପ୍ରଭାବରେ ଏହି ସୌର-ପବନ, ବହୁ ମାତ୍ରାରେ ବିକର୍ଷିତ ହୋଇ ଏଭଳି ବିପତ୍ତିରୁ ରକ୍ଷା କରିଥାଏ ।
  • ଭୁ-ଚୁମ୍ବକୀୟ କ୍ଷେତ୍ରର ମନ୍ଥର ପରିବର୍ତ୍ତନ ସତ୍ତ୍ୱେ, ଦିଗବାରେଣୀ କମ୍ପାସ ସାହାଯ୍ୟରେ ଦିଗ ନିରୁପଣ ସହଜ ହୋଇଥାଏ ।
  • ଭୁ-ଚୁମ୍ବକୀୟ କ୍ଷେତ୍ର (Geomagnetic field) ପ୍ରଭାବରେ ଚାର୍ଜିତ କଣିକା ସବୁ ଭୁ-ଚୁମ୍ବକୀୟ କ୍ଷେତ୍ରରେ ସୃଷ୍ଟି ହୁଅନ୍ତି । କୌଣସି କାରଣରୁ ସୌର ପବନ ଏହି ଭୁ-ଚୁମ୍ବକୀୟ କ୍ଷେତ୍ରରେ ହଲଚଲ ସୃଷ୍ଟି ହେଲେ ସୌର ଝଡ ସୃଷ୍ଟି ହୋଇଥାଏ ।[୧] ବେତାର ତଥା ଦୂରଦର୍ଶନରେ ଏହି ସମୟରେ ପ୍ରସାରଣରେ ବ୍ୟାଘାତ ସୃଷ୍ଟି ହୋଇଥାଏ ।
  • କେତେକ ପ୍ରଜାତିର ପକ୍ଷୀ ପୃଥିବୀର ଚୁମ୍ବକୀୟ କ୍ଷେତ୍ରର ପ୍ରଭାବରେ ଦିଗ ନିର୍ଣ୍ଣୟ କରିପାରନ୍ତି ଯାହାକି ତାଙ୍କୁ ପ୍ରବାସ(Migration) ସମୟରେ ସହାୟତା କରିଥାଏ ।

ବିଶେଷତା[ସମ୍ପାଦନା]

ଭୁପୃଷ୍ଠ୍ଠର ଯେ କୌଣସି ସ୍ଥାନରେ ଭୁ-ଚୁମ୍ବକୀୟ କ୍ଷେତ୍ରକୁ ଏକ ତ୍ରି-ଆୟାମୀ ସଦିଶ ରାଶି (three dimensional Vector)ଦ୍ୱାରା ପ୍ରକାଶ କରିହେବ । ଏଥିପାଇଁଁ ପାରମ୍ପରିକ ପଦ୍ଧତିରେ ଏହାର ଉତ୍ତର-ଦିଗ ନିର୍ଣ୍ଣୟ କରିବାପାଇଁଁ ଏକ ଦିଗବାରେଣୀ କମ୍ପାସ ବ୍ୟବହାର କରାଯାଇପାରିବ । ପୃଥିବୀର ଭୌଗୋଳିକ ଉତ୍ତର ଦିଗ ସହ ଏହି ଚୁମ୍ବକୀୟ ଉତ୍ତର ଦିଗର କୌଣିକ ଦୂରତାକୁ (D) ବୋଲି ଧରାଯାଉ । ଉତ୍ତରମୁଖୀ ଦିଗବାରେଣୀ କମ୍ପାସର କଣ୍ଟା ଭୂସମାନ୍ତର ତଳ ସହ ଯେଉଁଁ କୋଣ ସୃଷ୍ଟି କରେ ଏହି ବ୍ୟବଧାନକୁ (I) ଧରାଯାଉ । ଅନ୍ୟ ରାଶି ଯଥା ଭୁ-ଚୁମ୍ବକୀୟ ବଳର ପରିମାପ ପାଇଁଁ ବ୍ୟବହୃତ ନିୟମ ହେଲା- "ଭୁ-ଚୁମ୍ବକୀୟ ବଳ ହେଉଛି ଏହା ଏକ ଚୁମ୍ବକ ଉପରେ ପଡୁଥିବା ବଳର ସମାନୁପାତୀ ।

ଅନ୍ୟଥା ଏକ ତ୍ରିଆୟାମୀ-ରେଖାଚିତ୍ରଦ୍ୱାରା ମଧ୍ୟ ଏହି ରାଶିକୁ ନିମ୍ନ ମତେ ପ୍ରକାଶ କରାଯାଇପାରିବ ।
Common coordinate systems used for representing the Earth's magnetic field.

ଚୁମ୍ବକୀୟ ମେରୁ[ସମ୍ପାଦନା]

କୌଣସି ଚୁମ୍ବକର ଉତ୍ତର ଓ ଦକ୍ଷିଣ ମେରୁ ମୁଖ୍ୟତଃ ଭୂ ଚୁମ୍ବକୀୟ କ୍ଷେତ୍ରର ଦୁଇ ମେରୁଦ୍ୱାରା ଚିହ୍ନଟ କରାଯାଏ । ଦଣ୍ଡ ଚୁମ୍ବକଟିଏ ମୁକ୍ତ ଭାବେ ଝୁଲାଇଦେଲେ ଏହାର ଉତ୍ତର ମେରୁ ପୃହିବୀର ଉତ୍ତର ମେରୁକୁ ସୂଚାଏ । ବାସ୍ତବରେ ପୃଥିବୀମଧ୍ୟସ୍ଥ କାଳ୍ପନିକ ଚୁମ୍ବକର ଦକ୍ଷିଣ ମେରୁ ଭୁପୃଷ୍ଠସ୍ଥ ଦଣ୍ଡ ଚୁମ୍ବକ ଉତ୍ତର ମେରୁକୁ ଆକର୍ଷଣ କରେ । ଦୁଇଟି ଚ୍ଚୁମ୍ବକ ପରସ୍ପରର ବିପରୀତ ମେରୁକୁ ଆକର୍ଷଣ କରନ୍ତି । ଅତଏବ, ଭୁପୃଷ୍ଠର ଉତ୍ତର ମେରୁ ବାସ୍ତବରେ କାଳ୍ପନିକ ଚୁମ୍ବକର ଦକ୍ଷିଣ ମେରୁ ହୋଇଥିବାରୁ ଏହା ଭୁପୃଷ୍ଠସ୍ଥ ଦଣ୍ଡ ଚୁମ୍ବକର ଉତ୍ତର ମେରୁକୁ ଆକର୍ଷଣ କରେ ।[୨][୩] ଚୁମ୍ବକୀୟ ମେରୁର ଅବସ୍ଥିତିକୁ ମୁଖ୍ୟତଃ ଦୁଇଟି ଉପାୟରେ ପରିଭାଷିତ କରାଯାଇପାରିବ । ପ୍ରଥମଟି ହେଲା ଭୁମଣ୍ଡଳୀୟ ମାନକରେ ଏବଂ ଦ୍ୱୀତିୟଟି ହେଲା ସ୍ଥାନୀୟ ମାନକରେ । ସ୍ଥାନୀୟ ମାନକ ହିସାବରେ ସେହି ବିନ୍ଦୁ ଯେଉଁଁଠାରେ ଚୁମ୍ବକୀୟ କ୍ଷେତ୍ର ଭୁପୃଷ୍ଠ ସହ ସମକୋଣ ସୃଷ୍ଟି କରିଥାଏ । ଏହି କ୍ରମରେ ପୃଥିବୀର ଚୁମ୍ବକୀୟ କ୍ଷେତ୍ରର ମାନକ ଉତ୍ତର ଚୁମ୍ବକୀୟ କ୍ଷେତ୍ରରେ ୯୦ ଡିଗ୍ରୀ ତଳକୁ ଏବଂ ଦକ୍ଷିଣ ଚୁମ୍ବକିଯ କ୍ଷେତ୍ରରେ ୯୦ ଡିଗ୍ରୀ ଉପରକୁ ।[୪] ତେବେ, ଭୁମଣ୍ଡଳୀୟ ମାନକରେ ଚୁମ୍ବକୀୟ ମେରୁର ଅବସ୍ଥିତି ଏକ ଗାଣିତିକ ମଡେଲଦ୍ୱାରା ନିର୍ଣ୍ନୟ କରାଯାଏ ।

ବାହାର ଲିଙ୍କ[ସମ୍ପାଦନା]

ଆଧାର[ସମ୍ପାଦନା]

  1. "The Great Solar Superstorm of 1859". Retrieved 20 April 2018.
  2. "Essentials of college physics". Retrieved 20 April 2018.
  3. "Planet Earth: Cosmology, Geology, and the Evolution of Life and Environment". Retrieved 20 April 2018.
  4. "The Magnetic North Pole". Retrieved 20 April 2018.