Jump to content

ପୂର୍ଣ୍ଣେନ୍ଦୁ କୁମାର ନନ୍ଦ

ଉଇକିପିଡ଼ିଆ‌ରୁ
ପୂର୍ଣ୍ଣେନ୍ଦୁ କୁମାର ନନ୍ଦ
Born(1953-04-24)୨୪ ଅପ୍ରେଲ ୧୯୫୩
Occupationsସ୍ବତନ୍ତ୍ର ଶାସନ ସଚିବ (ଅବସରପ୍ରାପ୍ତ), ସ୍ଵରାଷ୍ଟ୍ର ବିଭାଗ, ଓଡ଼ିଶା ସରକାର
Known forଲେଖକ, ଜଗନ୍ନାଥ ସଂସ୍କୃତିର ଗବେଷକ ଓ ପ୍ରଚାରକ
Spouseଜ୍ୟୋତ୍ସ୍ନା ନନ୍ଦ
Childrenଚିରଞ୍ଜୀବ ନନ୍ଦ (ପୁତ୍ର), ଚିନ୍ମୟୀ ନନ୍ଦ (କନ୍ୟା)
Parent(s)ପଣ୍ଡିତ ନୀଳାମ୍ବର ନନ୍ଦ, ଇନ୍ଦୁମତି ନନ୍ଦ

ପୂର୍ଣ୍ଣେନ୍ଦୁ କୁମାର ନନ୍ଦ (୨୪ ଅପ୍ରେଲ ୧୯୫୩) ଜଣେ ଭାରତୀୟ ଓଡିଆ ବକ୍ତା, ଲେଖକ, ଗବେଷକ ଓ ଜଗନ୍ନାଥ ସଂସ୍କୃତିର ପ୍ରଚାରକ । ତାଙ୍କ ରଚିତ ଶ୍ରୀଜଗନ୍ନାଥ ସଂସ୍କୃତି, ଦେବୀତତ୍ତ୍ବ, ଶିବତତ୍ତ୍ବ ଓ ଓଡିଶାର ସାଂସ୍କୃତିକ ପରମ୍ପରା ସଂପର୍କିତ ଶତାଧିକ ପ୍ରବନ୍ଧ ପତ୍ରପତ୍ରିକାରେ ପ୍ରକାଶ ପାଇ ଆସୁଅଛି ।

ସଂକ୍ଷିପ୍ତ ଜୀବନୀ

[ସମ୍ପାଦନା]

ପୂର୍ଣ୍ଣେନ୍ଦୁଙ୍କ ଜନ୍ମ ପୁରୀ ଜିଲ୍ଲାର ଅଠରନଳା ସନ୍ନିକଟ ଗୋପୀନାଥପୁର ଶାସନ ଓରଫ ରାଉତରାପୁର ଗ୍ରାମରେ । ତାଙ୍କ ପିତା ପଣ୍ଡିତ ନୀଳାମ୍ବର ନନ୍ଦ ଜଗନ୍ନାଥ ସଂସ୍କୃତିର ଜଣେ ବିଶିଷ୍ଟ ପ୍ରବକ୍ତା ଓ ଗବେଷକ ଥିଲେ । ପିତାଙ୍କ ଆଦର୍ଶରେ ଅନୁପ୍ରାଣୀତ ହୋଇ ବାଲ୍ୟକାଳରୁ ସେ ନିଜକୁ ଆଧ୍ୟାତ୍ମିକ ଭାବଧାରାରେ ପରିଚାଳିତ କରିଥିଲେ । ଖୁବ୍ କମ୍ ସମୟ ମଧ୍ଯରେ ସେ ଜଣେ ସଂସ୍କୃତି ସଂପନ୍ନ ଗବେଷକ ଓ ବରିଷ୍ଠ ପ୍ରାବନ୍ଧିକ ଭାବେ ଓଡ଼ିଶାର ସାରସ୍ଵତ ଜଗତରେ ସୁନାମ ଅର୍ଜନ କରି ପାରିଛନ୍ତି । ତାଙ୍କ ରଚିତ ଜଗନ୍ନାଥ ସଂସ୍କୃତି, ଦେବୀ ତତ୍ତ୍ଵ, ଶିବ ତତ୍ତ୍ଵ ଓ ଓଡ଼ିଶାର ସାଂସ୍କୃତିକ ପରମ୍ପରା ସଂପର୍କିତ ଅସଂଖ୍ୟ ପ୍ରବନ୍ଧ ଦୀର୍ଘ ବର୍ଷ ଧରି ସମାଜ, ସମ୍ବାଦ, ପ୍ରଜାତନ୍ତ୍ର, ଧରିତ୍ରୀ, ପ୍ରମେୟ ପ୍ରଭୃତି ସମ୍ବାଦପତ୍ରମାନଙ୍କରେ ପ୍ରକାଶ ପାଇ ଆସୁଅଛି । ଏତଦବ୍ୟତୀତ ନିର୍ମାଲ୍ୟ, ନୀଳାଦ୍ରି, ଶ୍ରୀମନ୍ଦିର, ସତ୍ୟବାଦୀ, ଗୋପବନ୍ଧୁ ଶ୍ରାଦ୍ଧ ସଂଖ୍ୟା, ଉତ୍କଳ ପ୍ରସଙ୍ଗ, ଓଡ଼ିଶା ରିଭ୍ୟୁ, ବ୍ରହ୍ମଦର୍ଶନ, ଅନନ୍ୟ ଶ୍ରୀଜଗନ୍ନାଥ, ଭାବକୁ ନିକଟ, ଚିର ସନ୍ଧାନ ଆଦି ପତ୍ରିକାରେ ତାଙ୍କର ବହୁ ପ୍ରବନ୍ଧ ପ୍ରକାଶ ପାଇବା ସହିତ ଓଡ଼ିଶାନ ଆସୋସିଏସନ୍ ଅଫ୍ ଆମେରିକା ତରଫରୁ ପ୍ରକାଶିତ 'ନୀଳଚକ୍ର' ନାମକ ଆନ୍ତର୍ଜାତୀୟ ସୌଭେନିୟରରେ "Culture of Jagannath: A Historical Analysis" ନାମକ ଏକ ଦୀର୍ଘ ତଥ୍ୟ ମୂଳକ ପ୍ରବନ୍ଧ ପ୍ରକାଶ ପାଇଥିଲା । ଏତଦବ୍ୟତୀତ ସେ କେଦାରନାଥ ଗବେଷଣା ପ୍ରତିଷ୍ଠାନ, ନୀଳାଦ୍ରି ଆଧ୍ୟାତ୍ମିକ ଟ୍ରଷ୍ଟ ଆଦି ଅନେକ ସାଂସ୍କୃତିକ ଅନୁଷ୍ଠାନରେ ବିଭିନ୍ନ ସାଂସ୍କୃତିକ ବିଷୟରେ ଉଦବୋଧନ ଦେଇଆସୁଛନ୍ତି । ଆକାଶବାଣୀ କଟକ ଓ ଦୂରଦର୍ଶନ ଭୁବନେଶ୍ୱରରେ ସେ ବହୁ ତଥ୍ୟଭିତ୍ତିକ ଓ ସାଂସ୍କୃତିକ ଆଲୋଚନାରେ ସକ୍ରିୟ ଅଂଶଗ୍ରହଣ କରିଛନ୍ତି । ପ୍ରଶାସନିକ କ୍ଷେତ୍ରରେ ଦୀର୍ଘ ୩୮ ବର୍ଷର ଅଭିଜ୍ଞତା ଲାଭ କରି ସେ ବହୁ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ନିର୍ବାହ କରିଛନ୍ତି । ଓଡ଼ିଶା ସାହିତ୍ୟ ଏକାଡେମୀ ମୁଖପତ୍ର କୋଣାର୍କରେ 'ଶ୍ରୀଜଗନ୍ନାଥ ଓ ଓଡ଼ିଶୀ ଧର୍ମ ଧାରଣା' ନାମକ ଏକ ଉଚ୍ଚକୋଟୀର ପ୍ରବନ୍ଧ ପ୍ରକାଶ ପାଇଛି ।[]

ରଚନାବଳୀ

[ସମ୍ପାଦନା]
  • କିଏ ଏହି ଜଗନ୍ନାଥ[]
  • ଭାରତୀୟ ଦେବଦେବୀ ଓ ଶ୍ରୀଜଗନ୍ନାଥ
  • ମାତୃକୃପା (କବିତା ସଙ୍କଳନ)
  • ରାଜରାଜେଶ୍ୱରୀ ଶ୍ରୀ ବିମଳା ରହସ୍ୟ
  • ଆଧ୍ୟାତ୍ମିକ ଜୀବନର ଆଦର୍ଶ ଓ ଅନ୍ୟାନ୍ୟ ପ୍ରବନ୍ଧ[]
  • ଶୈବ ଦର୍ଶନ ଓ ଶ୍ରୀଲିଙ୍ଗରାଜ
  • ଶ୍ରୀଜଗନ୍ନାଥ, ଦେବୀ ଦୁର୍ଗା ଓ ଅନ୍ୟାନ୍ୟ
  • ସମ୍ମୋହନ ତନ୍ତ୍ର ଏକ ସମୀକ୍ଷା
  • ଆଧ୍ୟାତ୍ମିକ ପ୍ରବନ୍ଧ ସଞ୍ଚୟନ ଓ ଶ୍ରୀଜଗନ୍ନାଥ (ଯୁଗ୍ମ: ପଣ୍ଡିତ ନୀଳାମ୍ବର ନନ୍ଦ)
  • ଆମ ସଂସ୍କୃତିର ବୈଶିଷ୍ଟ୍ୟ (ଯୁଗ୍ମ: ପଣ୍ଡିତ ନୀଳାମ୍ବର ନନ୍ଦ)
  • ଶିବ ଉପାସନା ଓ ଆଦ୍ୟାଶକ୍ତି ଭୁବନେଶ୍ୱରୀ (ଯୁଗ୍ମ: ପଣ୍ଡିତ ନୀଳାମ୍ବର ନନ୍ଦ)
  • ଓଡ଼ିଶାର ସାଂସ୍କୃତିକ ପରମ୍ପରା ଓ ଶ୍ରୀଜଗନ୍ନାଥ (ଯୁଗ୍ମ: ପଣ୍ଡିତ ନୀଳାମ୍ବର ନନ୍ଦ)
  • ଓଡ଼ିଶାରେ ଦେବୀପୂଜା ଓ ଶକ୍ତି ଦର୍ଶନ (ଯୁଗ୍ମ: ପଣ୍ଡିତ ନୀଳାମ୍ବର ନନ୍ଦ)
  • ଦାରୁବ୍ରହ୍ମ ପୁରୁଷୋତ୍ତମ ଶ୍ରୀଜଗନ୍ନାଥ (ଯୁଗ୍ମ: ପଣ୍ଡିତ ନୀଳାମ୍ବର ନନ୍ଦ)
  • Lord Jagannath and Powers of Super Mind (ଯୁଗ୍ମ: ପଣ୍ଡିତ ନୀଳାମ୍ବର ନନ୍ଦ)

ପୁରସ୍କାର ଓ ସମ୍ମାନ

[ସମ୍ପାଦନା]


  1. ମହାରଣା, ସୁରେନ୍ଦ୍ର କୁମାର (୨୦୧୫). ଓଡିଆ ସାହିତ୍ୟର ଇତିହାସ (୩ୟ ed.). କଟକ: ଓଡିଶା ବୁକ୍ ଷ୍ଟୋର. pp. ୬୦୯-୧୦. ISBN 81-7400-331-2.
  2. ସିଂହ, ବିଜୟାନନ୍ଦ (୨୦୦୪). ଓଡିଆ ଲେଖକ ପରିଚୟ (୧ମ ed.). ଭୁବନେଶ୍ବର: ଓଡିଶା ସାହିତ୍ୟ ଏକାଡେମୀ. pp. ୧୫୫. ISBN 81-7586-097-9.
  3. https://samajaepaper.in/imageview_161_206202621219433_4_83_21-06-2026_5_i_1_sf.html