Jump to content

ପୂର୍ଣ୍ଣଚନ୍ଦ୍ର ମିଶ୍ର

ଉଇକିପିଡ଼ିଆ‌ରୁ

ପୂର୍ଣ୍ଣଚନ୍ଦ୍ର ମିଶ୍ର (ଜନ୍ମ : ୨୪ ଡିସେମ୍ବର, ୧୯୩୨) ଜଣେ ଭାରତୀୟ ଆଇନଜୀବୀ ତଥା ଓଡ଼ିଶା ଉଚ୍ଚ ନ୍ୟାୟାଳୟର ପୂର୍ବତନ ବିଚାରପତି ।[]

ଶିକ୍ଷା ଓ ବୃତ୍ତି

[ସମ୍ପାଦନା]

ପୂର୍ଣ୍ଣଚନ୍ଦ୍ର ମିଶ୍ରଙ୍କ ଜନ୍ମ ୨୪ ଡିସେମ୍ବର, ୧୯୩୨ ମସିହାରେ ହୋଇଥିଲା । ୧୦ ଅକ୍ଟୋବର, ୧୯୫୫ରେ ସେ ଏକ ପ୍ଳୀଡର ଭାବେ ନିଯୁକ୍ତ ହେଲେ ଏବଂ ୧୬ ଫେବୃଆରୀ, ୧୯୫୯ରେ ଓଡ଼ିଶା ଉଚ୍ଚ ନ୍ୟାୟଳୟରେ ଆଇନଜୀବୀ ଭାବେ ପେଶା ଆରମ୍ଭ କଲେ । ନଭେମ୍ବର, ୧୯୫୫ରୁ କଟକରେ ଓକିଲାତି କରୁଥିଲେ ଏବଂ ୧୯୭୫ରୁ ଓଡ଼ିଶା ୱାକଫ ବୋର୍ଡର ଷ୍ଟାଣ୍ଡିଙ୍ଗ କାଉନସେଲ ଭାବେ କାମ କରୁଥିଲେ । ୧୫ ମେ, ୧୯୭୮ରୁ ୨୪ ସେପ୍ଟେମ୍ବର, ୧୯୮୧ ପର୍ଯ୍ୟନ୍ତ କେନ୍ଦ୍ର ସରକାରଙ୍କ ଷ୍ଟାଣ୍ଡିଙ୍ଗ କାଉନସେଲ ଭାବେ କାର୍ଯ୍ୟ କରିଥିଲେ । ୮ ଆଗଷ୍ଟ, ୧୯୭୭ରୁ ଭାରତୀୟ ଜୀବନ ବୀମା ନିଗମ (Life Insurance Corporation of India)ରେ ଆଇନ ପରାମର୍ଶଦାତା ଭାବେ କାମ କରୁଥିଲେ । ଜାନୁଆରୀ, ୧୯୭୯ରେ ଭାରତୀୟ ଖାଦ୍ୟ ନିଗମ (Food Corporation of India)ର ବରିଷ୍ଠ ଷ୍ଟାଣ୍ଡିଙ୍ଗ କାଉନସେଲ ଭାବେ ନିଯୁକ୍ତ ହୋଇଥିଲେ ।

୧.୬.୧୯୮୩ରୁ ୨୩.୧୨.୧୯୯୪ ପର୍ଯ୍ୟନ୍ତ ଓଡ଼ିଶା ଉଚ୍ଚନ୍ୟାୟାଳୟର ବିଚାରପତି ଭାବେ କାର୍ଯ୍ୟ ନିର୍ବାହ କରିଥିଲେ।[]

୧୪ ମେ ୨୦୨୨ରେ ୮୯ ବର୍ଷ ବୟସରେ କଟକସ୍ଥିତ ଘରେ ସେ ମୃତ୍ୟୁବରଣ କରିଥିଲେ ।[][][][][]

  1. ୧.୦ ୧.୧ "Former Judge | Orissa High Court, Cuttack". www.orissahighcourt.nic.in. Retrieved 2025-01-09.
  2. Dutta, Jyoti Prakash (2022-05-15). "Former Orissa High Court Judge Justice Purna Chandra Mishra Passes Away". www.livelaw.in (in ଇଂରାଜୀ). Retrieved 2025-01-09.
  3. Tewari, Anadi (2022-05-15). "Former Orissa High Court judge Justice Purna Chandra Mishra passes away". Bar and Bench - Indian Legal news (in ଇଂରାଜୀ). Retrieved 2025-01-09.
  4. Bureau, Sambad English (2022-05-14). "Justice Purna Chandra Mishra, former Judge of Orissa HC, passes away". Sambad English (in ଇଂରାଜୀ). Retrieved 2025-01-09.
  5. "Event Calendar | Orissa High Court, Cuttack". orissahighcourt.nic.in. Retrieved 2025-01-09.
  6. Bureau, O. B. (2022-05-14). "Former Orissa High Court Judge Passes Away". Odisha Bytes (in ଆମେରିକୀୟ ଇଂରାଜୀ). Retrieved 2025-01-09.