Jump to content

ପୁନମ ସିହ୍ନା

ଉଇକିପିଡ଼ିଆ‌ରୁ
ପୁନମ ସିହ୍ନା
୨୦୧୨ ମସିହାରେ ପୁନମ ସିହ୍ନା
ଜନ୍ମ
ପୁନମ ଚାନ୍ଦିରମଣୀ

(1949-11-03) ୩ ନଭେମ୍ବର ୧୯୪୯ (ବୟସ ୭୫)
ଅନ୍ୟ ନାମକୋମଲ
ବୃତ୍ତିସମୂହ
  • ଅଭିନେତ୍ରୀ
  • ରାଜନେତା
ରାଜନୈତିକ ଦଳସମାଜବାଦୀ ପାର୍ଟି
ବୈବାହିକ-ସାଥୀଶତ୍ରୁଘ୍ନ ସିହ୍ନା (୧୯୮୦ - ଏବେଯାଏଁ)
ସନ୍ତାନସୋନାକ୍ଷୀ ସିହ୍ନା, ଲଭ୍ ସିହ୍ନା

ପୁନମ ସିହ୍ନା (ଜନ୍ମନାମ: ପୁନମ ଚାନ୍ଦିରମଣୀ; ଜନ୍ମ: ୩ ନଭେମ୍ବର ୧୯୪୯) ଜଣେ ଭାରତୀୟ ରାଜନେତା ଓ ପୂର୍ବତନ ଅଭିନେତ୍ରୀ, ଫ୍ୟାସନ୍ ମଡେଲ୍ । ସେ ତାଙ୍କର ପେଷାର ପ୍ରାରମ୍ଭିକ ସମୟରେ କୋମଲ ନାମରେ ହିନ୍ଦୀ କଥାଚିତ୍ର ଜଗତରେ ଅଭିନୟ କରିଥିଲେ । ୧୯୬୮ମସିହାରେ, ସେ ମିସ୍ ୟଙ୍ଗ ଇଣ୍ଡିଆ ମୁକୁଟ ପିନ୍ଧିଥିଲେ । ସେ ଅଭିନେତା ତଥା ରାଜନେତା ଶତ୍ରୁଘ୍ନ ସିହ୍ନାଙ୍କୁ ବିବାହ କରିଛନ୍ତି । ସେ ହିନ୍ଦୀ କଥାଚିତ୍ରରେ ମୁଖ୍ୟ ଭୂମିକାରେ କାମ କରିଥିଲେ ଏବଂ ଦୁଇଟି ଚଳଚ୍ଚିତ୍ର ମଧ୍ୟ ନିର୍ମାଣ କରିଛନ୍ତି ।[]

ବ୍ୟକ୍ତିଗତ ଜୀବନ

[ସମ୍ପାଦନା]

ପୁନମ୍ ହାଇଦ୍ରାବାଦରେ ଏକ ସିନ୍ଧି ପରିବାରରେ ଜନ୍ମଗ୍ରହଣ କରିଥିଲେ । ଜନ୍ମ ସମୟରେ ତାଙ୍କ ନାମ ଥିଲା ପୁନମ ଚାନ୍ଦିରମଣୀ ।[]

ଅଭିନୟ ଜୀବନ

[ସମ୍ପାଦନା]

ଜିଗ୍ରି ଦୋସ୍ତି, ଦିଲ୍ ଦିୱାନା ଏବଂ ଅନ୍ୟାନ୍ୟ କଥାଚିତ୍ରରେ ନାୟିକା ଭାବରେ ତାଙ୍କୁ କୋମଳ ଭାବରେ ଶ୍ରେୟ ଦିଆଯାଇଥିଲା । ସେ ଶତ୍ରୁଘ୍ନ ସିହ୍ନାଙ୍କ ସହ ଫିଲ୍ମ ସବକରେ (୧୯୭୩) ଅଭିନୟ କରିଥିଲେ । ପରେ ଦୁହେଁ ୧୯୮୦ ମସିହାରେ ବିବାହ କରିଥିଲେ। ପୂର୍ବରୁ ଯାତ୍ରା କରୁଥିବା ବେଳେ ଟ୍ରେନ୍ ବଗିରେ ସେମାନଙ୍କର ସାକ୍ଷାତ ହୋଇଥିଲା ।[]

ବିବାହ ପରେ, ସେ ନିଜ ପିଲାଙ୍କ ଲାଳନପାଳନ ପାଇଁ ଅଭିନୟ ଜୀବନରୁ ଦୂରେଇ ଯାଇଥିଲେ ।[] ଦୀର୍ଘ ତିରିଶ ବର୍ଷର ବ୍ୟବଧାନ ପରେ, ସେ ଆଶୁତୋଷ ଗୋୱାରିକରଙ୍କ ନିର୍ଦ୍ଦେଶିତ ହ୍ରିତିକ ରୋଶନଙ୍କ ଦ୍ୱାରା ଅଭିନୀତ ଭୂମିକା ଆକବରଙ୍କ ମାଆ ମଲ୍ଲିକା ହମିଦା ବାନୁ ବେଗମଙ୍କ ଭୂମିକାରେ ଅଭିନୟ କରିଥିଲେ ।

ରାଜନୈତିକ ଜୀବନ

[ସମ୍ପାଦନା]

୧୬ ଅପ୍ରେଲ ୨୦୧୯ରେ ସେ ସମାଜବାଦୀ ପାର୍ଟିରେ ଯୋଗ ଦେଇଥିବା ବେଳେ ତାଙ୍କ ସ୍ୱାମୀ ଶତ୍ରୁଘ୍ନ ସିହ୍ନା ବିଜେପିରୁ ଇସ୍ତଫା ଦେବା ପରେ ଭାରତୀୟ ଜାତୀୟ କଂଗ୍ରେସରେ ଯୋଗ ଦେଇଥିଲେ ।[] ସେ ଲକ୍ଷ୍ନୌ (ଲୋକସଭା ନିର୍ବାଚନ ମଣ୍ଡଳୀ)ରୁ ରାଜନାଥ ସିଂହଙ୍କଠାରୁ ଲୋକସଭା ନିର୍ବାଚନ ହାରିଥିଲେ ।[]

ବ୍ୟକ୍ତିଗତ ଜୀବନ

[ସମ୍ପାଦନା]

ସେ ଅଭିନେତା ତଥା ରାଜନେତା ଶତ୍ରୁଘ୍ନ ସିହ୍ନାଙ୍କୁ ବିବାହ କରିଛନ୍ତି । ସେମାନଙ୍କର ଯାଆଁଳା ପୁଅ, ଅଭିନେତା ଲଭ୍ ସିହ୍ନା ଓ କୁଶ ସିହ୍ନା ଅଟନ୍ତି ଏବଂ ତାଙ୍କ ଝିଅ ସୋନାକ୍ଷୀ ସିହ୍ନା ହିନ୍ଦୀ କଥାଚିତ୍ର ଅଭିନେତ୍ରୀ ଅଟନ୍ତି ।[][] ସେ ତାଙ୍କ ସ୍ୱାମୀ ଓ ପିଲାମାନଙ୍କ ସହିତ ସେମାନଙ୍କର ଜୁହୁଠାରେ ଥିବା ଏକ ବଙ୍ଗଳାରେ ବାସ କରୁଛନ୍ତି, ଯାହାର ନାମ ରାମାୟଣ ଅଟେ ।[][୧୦]

ବର୍ଷ କଥାଚିତ୍ର ଭୂମିକା` ମନ୍ତବ୍ୟ
୧୯୬୮ ଜିଗ୍ରି ଦୋସ୍ତି କୋମଲ
୧୯୬୯ ୱାପସ୍
ଆଦ୍‌ମି ଔର୍ ଇନ୍‌ସାନ୍ ରେଣୁ ମେହଟା
୧୯୭୦ ଆଗ୍ ଔର୍ ଦାଦ୍ ରେଣୁ
୧୯୭୨ ଜୋରୁ କା ଗୁଲାମ୍ ଟିନା
୧୯୭୩ ସବକ ପୁନମ
୧୯୭୪ ଶୈତାନ
ଦିଲ୍ ଦିୱାନା ସୁନୀତା
୧୯୭୭ ଡ୍ରିମ୍ ଗାର୍ଲ କୋମଲ
୧୯୮୧ ପ୍ରେମ ଗୀତ ସହଯୋଗୀ ପ୍ରଯୋଜକ
୨୦୦୨ ମିତ୍ର, ମାଇଁ ଫ୍ରେଣ୍ଡ ସମ୍ପର୍କୀୟ
୨୦୦୬ ମେରା ଦିଲ୍ ଲେକେ ଦଖୋ ପ୍ରଯୋଜିକା
୨୦୦୮ ଯୋଦ୍ଧା ଆକବର ମଲ୍ଲିକା ହମିଦା ବାନୁ ବେଗମ
  1. "Response is overwhelming, says Poonam Sinha". The Times of India. 5 May 2009. Archived from the original on 4 October 2013. Retrieved 24 January 2013.
  2. Pradhan S. Bharati (12 June 2012), "It's work first for Sonakshi", The Telegraph. Retrieved 23 June 2018.
  3. "Shatrughan Sinha: The role of a lifetimeTNN". The Times of India. 11 July 2002. Retrieved 24 January 2013.
  4. "I gave up films for my kids: Poonam Sinha". Yahoo Lifestyle. 25 April 2012. Archived from the original on 18 August 2012. Retrieved 24 January 2013.
  5. "Mr (Shatrughan) Sinha Joins Congress, Mrs (Poonam) Sinha Goes Samajwadi". NDTV. 16 April 2019.
  6. "Shatrughan Sinha's wife Poonam Sinha joins SP, will contest against Rajnath Singh from Lucknow". India Today. 16 April 2019.
  7. "Actor-politician Shatrughan Sinha's first wife Poonam performs Chhath". India Today. 20 November 2012.
  8. Lata Khubchandani (7 March 2008). "The women behind our heroes". Sify movies. Archived from the original on 13 January 2019. Retrieved 24 January 2013.
  9. "Sonakshi Sinha shares a perfect family picture on father Shatrughan Sinha's birthday". PressboltNews (in ଆମେରିକୀୟ ଇଂରାଜୀ). 9 December 2020. Retrieved 7 July 2021.
  10. "Will stay with my parents: Sonakshi Sinha". Hindustan Times (in ଇଂରାଜୀ). 13 November 2011. Retrieved 7 July 2021.

ବାହାର ଲିଙ୍କ୍

[ସମ୍ପାଦନା]