Jump to content

ପୁଣେ ସାର୍ବଜନିକ ସଭା

ଉଇକିପିଡ଼ିଆ‌ରୁ
ସାର୍ବଜନିକ ସଭା
ସ୍ଥାପନା୧୮୭୦
ପ୍ରକାରଅଣଲାଭକାରୀ ସଂସ୍ଥା
ନ୍ୟାୟିକ ଅବସ୍ଥାSocio-political
ଉଦ୍ଦେଶ୍ୟସାମାଜିକ ଉନ୍ନତି
ସଭ୍ୟପଦ୬୦୦୦
ମୁଖ୍ୟ ଲୋକGanesh Vasudeo Joshi

ପୁଣେ ସାର୍ବଜନିକ ସଭା (ମରାଠୀ: पुणे सार्वजनिक सभा) ହେଉଛି ଏକ ସାମାଜିକ-ରାଜନୈତିକ ସଂଗଠନ, ଯାହା ଭାରତରେ ବ୍ରିଟିଶ୍ ଶାସନକାଳୀନ ସମୟରେ ଗଠିତ ହୋଇଥିଲା । ଏହାର ପ୍ରାଥମିକ ଉଦ୍ଦେଶ୍ୟ ଥିଲା ସରକାର ଓ ଜନସାଧାରଣଙ୍କ ମଧ୍ୟରେ ଏକ ସେତୁର କାମ କରିବା ସହିତ କୃଷକମାନଙ୍କର ଆଇନଗତ ଅଧିକାରକୁ ପ୍ରଚାର କରିବା ।[][]

ଇତିହାସ

[ସମ୍ପାଦନା]

ପ୍ରାୟ 6,000 ଜଣ ବ୍ୟକ୍ତି ବିଶେଷଙ୍କ ଦ୍ଵାରା ୯୫ ଜଣ ନିର୍ବାଚିତ ସଦସ୍ୟକୁ ନେଇ ଏହି ସଭା ୧୮୭୦ ଏପ୍ରିଲ ୨ରେ ଗଠିତ ହୋଇଥିଲା ।[] ଏହି ସଂଗଠନଟି ପରବର୍ତ୍ତୀ କାଳରେ ଭାରତୀୟ ଜାତୀୟ କଂଗ୍ରେସର ପ୍ରବର୍ତ୍ତକ ହୋଇଥିଲା, ଯାହାର ପ୍ରଥମ ଅଧିବେଶନ ମହାରାଷ୍ଟ୍ରରୁ ଆରମ୍ଭ ହୋଇଥିଲା । ୧୮୭୫ ମସିହାରେ, ଏହି ସଭା "ଭାରତକୁ ବ୍ରିଟିଶ୍ ସଂସଦରେ ପ୍ରତ୍ୟକ୍ଷ ପ୍ରତିନିଧିତ୍ୱ ଦେବା" ପାଇଁ ହାଉସ୍ ଅଫ୍ କମନ୍ସ୍‌କୁ ଏକ ଅଭିଯୋଗ ପତ୍ର ପ୍ରେରଣ କରିଥିଲା । ଏହି ସଭାରୁ ହିଁ ବାଳ ଗଙ୍ଗାଧର ତିଳକଙ୍କ ସହିତ ଅନେକ ଜାତୀୟ ନେତାମାନେ ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ଝାସ ଦେବା ପାଇଁ ଆଗେଇ ଆସିଥିଲେ । ସଭାଟି ୧୮୬୭ ମସିହାରେ ଗଣେଶ ବାସୁଦେଓ ଯୋଶୀଙ୍କ ଦ୍ୱାରା ସ୍ଥାପିତ ହୋଇଥିଲା । କିନ୍ତୁ ଅନ୍ୟ ସୂତ୍ରରୁ ଜଣାଯାଏ ଯେ ଏହାର ସ୍ଥାପକ ମାଧବ ଗୋବିନ୍ଦ ରାଣାଡେ ଥିଲେ, ଯିଏ ପରେ ବମ୍ବେ ହାଇକୋର୍ଟରେ ବିଶିଷ୍ଟ ଓକିଲ ଓ ବିଚାରପତି ହୋଇଥିଲେ।

ସାର୍ବଜନିକ ସଭା ସହିତ ଜଡ଼ିତ ଥିବାଦ୍ୱାରା ଗଣେଶ ବାସୁଦେଓ ଯୋଶୀ "ସାର୍ବଜନିକ କାକା" ବୋଲି ପରିଚିତ ହୋଇଥିଲେ ।[]

ଏହି ସଭା ବ୍ରିଟିଶ୍ ସରକାରଙ୍କୁ ଆହ୍ୱାନ କରିଥିଲା ଯେ, ବ୍ରିଟେନର ସରକାର ଭାରତୀୟମାନଙ୍କୁ ସେମାନଙ୍କ ଦେଶର ନାଗରିକ ବୋଲି ସ୍ୱୀକାର କରିବା ଉଚିତ ।

ଆଉନ୍ଧ୍‌ର ଶାସକ ଭବାନରାଓ ଶ୍ରୀନିବାସରାଓ ପନ୍ଥ ପ୍ରତିନିଧି ସଭାର ପ୍ରଥମ ଅଧ୍ୟକ୍ଷ ଥିଲେ । ବାଳ ଗଙ୍ଗାଧର ତିଳକ, ଗୋପାଳ ହରି ଦେଶମୁଖ, ମହାର୍ଷି ଆନ୍ନାସାହେବ ପଟୱାର୍ଧନ ପରି ବହୁତ ବିଶିଷ୍ଟ ବ୍ୟକ୍ତିତ୍ୱମାନେ ସଭାର ଅଧ୍ୟକ୍ଷ ଭାବେ କାର୍ଯ୍ୟଭାର ନେଇଥିଲେ । ଅନ୍ୟାନ୍ୟ ପ୍ରମୁଖ ସଦସ୍ୟମାନଙ୍କ ମଧ୍ୟରେ କୃଷ୍ଣାଜୀ ଲକ୍ଷ୍ମଣ ନୁଲକର, ଗୋପାଳ କୃଷ୍ଣ ଗୋଖଳେ ଓ ବାମନ ଶିବରାମ ଆପ୍ଟେ ଥିଲେ ।

୨୦୧୬ ମସିହାରେ ମୀରା ପାଭାଗୀ ସଭାର ପ୍ରଥମ ମହିଳା ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଥିଲେ ।[]

ସନ୍ଦର୍ଭ ପୁସ୍ତକ

[ସମ୍ପାଦନା]
  • The Pune Sarvajanik Sabha: the early phase, 1870-1880 - S. R. Mehrotra
  • Johari, J. C. (1993). Voices of India Freedom Movement. Anmol Publications PVT. LTD. ISBN 978-81-7158-225-9.
  • Bakshi, S. R. (1993). Mahadev Govind Ranade. Anmol Publications PVT. LTD. ISBN 978-81-7041-605-0.
  1. The preamble of the constitution of the Sabha lays down: "Whereas it has been deemed expedient that there should exist between the Government and people some institution in the shape of a mediating body which may offer to the latter facilities for knowing the real intentions and objectives of the Government, as also adequate means of securing their rights by making timely representations to Government of the real circumstances in which they were placed, an association has been formed and organised under the appellation of Pune Sarvajanik Sabha." as quoted in Johari 1993, p. 17
  2. Spectrum History
  3. Chandra, Bipan (2010). The Rise and Growth of Economic Nationalism in India: Economic Policies of Indian National Leadership, 1880-1905 (in ଇଂରାଜୀ). Har-Anand Publications. ISBN 978-81-241-1417-9.
  4. Svami, V.N. Vidybharti Sampurna Talathi Lekhi Pariksha Margadarshak (in ମରାଠୀ). Latur, Maharashtra, India: Vidybharti Publication, Latur.
  5. "Latest Marathi News- Breaking News Today | Read Marathi Batmya from Maharashtra, India ब्रेकींग मराठी न्यूज at https://loksatta.com/". Loksatta (in ମରାଠୀ). 2016-03-29. Retrieved 2025-10-02. {{cite web}}: External link in |title= (help)