Jump to content

ପି. ଜାନକୀ ଆମ୍ମା

ଉଇକିପିଡ଼ିଆ‌ରୁ


ଜଷ୍ଟିସ୍ ପି. ଜାନକୀ ଆମ୍ମା (୧୯୨୦–୨୦୦୫) କେରଳ ଉଚ୍ଚ ନ୍ୟାୟାଳୟର ପୂର୍ବତନ ବିଚାରପତି ଥିଲେ ।[] ଏକ ଉଚ୍ଚ ନ୍ୟାୟାଳୟର ବିଚାରପତି ହେବାରେ ସେ ଥିଲେ ଭାରତର ଦ୍ୱିତୀୟ ମହିଳା ।[] ସେ ୨୨ ଏପ୍ରିଲ ୧୯୮୨ ପର୍ଯ୍ୟନ୍ତ ବିଚାରପତି ଭାବେ ସେବା ପ୍ରଦାନ କରିଥିଲେ ।

ପ୍ରାରମ୍ଭିକ ଜୀବନ ଏବଂ ପେଶା

[ସମ୍ପାଦନା]

ଜାନକୀ ଆମ୍ମା କେରଳର ତ୍ରିଶ୍ଶୂର ଜିଲ୍ଲାର ଏକ ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ ଏବଂ ଜୀବନର ଅଧିକାଂଶ ସମୟ ଏର୍ଣ୍ଣାକୁଲମରେ ବିତାଇଥିଲେ । ସେ ପଢ଼ାଶେଷ କରିବା ପରେ କୋଚିନ ପ୍ରଜା ମଣ୍ଡଳମରେ ଯୋଗଦେଇଥିଲେ ଏବଂ ପରେ ଭାରତୀୟ ଜାତୀୟ କଂଗ୍ରେସରେ ଯୋଗଦେଇଥିଲେ । ସେ ୧୯୪୦ରୁ ୧୯୪୪ ପର୍ଯ୍ୟନ୍ତ ଭାରତର ସ୍ୱାଧୀନତା ଆନ୍ଦୋଳନରେ ଅଂଶଗ୍ରହଣ କରିଥିଲେ । ସେ ୧୯୪୯ରୁ ୧୯୫୩ ପର୍ଯ୍ୟନ୍ତ ଏର୍ଣ୍ଣାକୁଲମ ମୁନିସିପାଲିଟିର ସଦସ୍ୟ ଥିଲେ । ସେ ଟ୍ରାଭାଙ୍କୋର-କୋଚିନର ପ୍ରଥମ ମହିଳା ମୁନିସିପାଲ ଅଧ୍ୟକ୍ଷ ହୋଇଥିଲେ । ପରେ ସେ ନ୍ୟାୟିକ ସେବାରେ ଯୋଗଦେଇ ତତ୍‌ପରେ ସକ୍ରିୟ ରାଜନୀତିରୁ ବିଦାୟ ନେଇଥିଲେ ।

ସେ ପନମ୍ପିଲ୍ଲି ଗୋବିନ୍ଦ ମେନନଙ୍କ ଅଧୀନରେ ଜୁନିୟର ଅଧିବକ୍ତା ଭାବେ ତାଙ୍କର ଓକିଲାତି ଜୀବନ ଆରମ୍ଭ କରିଥିଲେ । ପରେ ସେ ନ୍ୟାୟିକ ସେବାରେ ଯୋଗ ଦେଇ କୋଝିକୋଡ଼, ତେଲିଚ୍ଛେରି ଏବଂ ମଞ୍ଜେରିର ଜିଲ୍ଲା ମାଜିଷ୍ଟ୍ରେଟ ଏବଂ ଜିଲ୍ଲା ଓ ସେସନ୍ସ ବିଚାରପତି ଭାବେ କାର୍ଯ୍ୟ କରିଥିଲେ । ଏହା ପରେ ସେ କେରଳ ଉଚ୍ଚ ନ୍ୟାୟାଳୟର ବିଚାରପତି ଭାବେ ପଦୋନ୍ନତି ଲାଭ କରିଥିଲେ ।[] ସେ ୩୦ ମେ ୧୯୭୪ରେ କେରଳ ହାଇକୋର୍ଟର ବିଚାରପତି ଭାବେ ନିଯୁକ୍ତ ହୋଇଥିଲେ । ଏହି ପଦବୀରେ ସେ ଥିଲେ ଭାରତର ଦ୍ୱିତୀୟ ମହିଳା ।[] ସେ ୨୨ ଏପ୍ରିଲ ୧୯୮୨ରେ କେରଳ ହାଇକୋର୍ଟରୁ ଅବସର ନେଇଥିଲେ ।

ତଦନ୍ତ ଏବଂ ଅନୁସନ୍ଧାନ କମିସନ୍‌

ହାଇକୋର୍ଟରୁ ଅବସର ନେବା ପରେ ମଧ୍ୟ ସେ ନ୍ୟାୟିକ ବ୍ୟବସ୍ଥାରେ ଖୁବ ସକ୍ରିୟ ଥିଲେ । ୧୯୮୩ରେ ରାଜ୍ୟ ସରକାର ତାଙ୍କୁ ଭାଇପିନ୍ ମଦ ଦୁର୍ଘଟନାର ତଦନ୍ତ ପାଇଁ କମିଶନ ନିଯୁକ୍ତ କରିଥିଲେ । ତାଙ୍କର ସୁପାରିଶ ଅନୁସାରେ ସରକାର ଅବକାରି ଆଇନର ଧାରା ୫୭(A) କୁ ସଂଶୋଧନ କରିଥିଲା। ଏହି ଧାରା ମଦରେ ବିଷାକ୍ତ ପଦାର୍ଥ ମିଶ୍ରଣ ରୋକିବାକୁ ନିୟନ୍ତ୍ରଣ କରେ। ଏହି ଧାରାଅନୁସାରେ ଯଦି ଅମଲକାରୀ କର୍ମଚାରୀ ବିଷାକ୍ତ ଦ୍ରବ୍ୟ ମିଶ୍ରଣ ରୋକିବାରେ ଅବହେଳା କରିଥିବା ପ୍ରମାଣିତ ହୁଏ, ତେବେ ସେମାନେ ସର୍ବାଧିକ ଆଜୀବନ କାରାଦଣ୍ଡ ଏବଂ ଟ ୫୦,୦୦୦ ଅର୍ଥଦଣ୍ଡ ଭୋଗିବେ ।

ତାଙ୍କୁ କେରଳ ସରକାର ଅନ୍ୟାନ୍ୟ ତଦନ୍ତ ଏବଂ ଅନୁସନ୍ଧାନ କମିସନ୍‌ରେ ମଧ୍ୟ ନିଯୁକ୍ତ କରିଥିଲେ ।

ପିପୁଲ୍‌ସ୍ କାଉନସିଲ୍ ଫର୍ ସୋସିଆଲ୍ ଜଷ୍ଟିସ୍ (PCSJ)

[ସମ୍ପାଦନା]

୧୯୮୫ରେ ସେ ପିପୁଲ୍‌ସ୍ କାଉନସିଲ୍ ଫର୍ ସୋସିଆଲ୍ ଜଷ୍ଟିସ୍ (PCSJ) ର ପ୍ରଥମ ଅଧ୍ୟକ୍ଷ ହୋଇଥିଲେ । ଏହା ଭାରତର ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଶ୍ରୀ ଜଷ୍ଟିସ୍ ଭି. ଆର୍. କୃଷ୍ଣା ଆୟ୍ୟରଙ୍କ ଉଦ୍ୟମରେ ସ୍ଥାପିତ ହୋଇଥିଲା । ଏହି ସଂସ୍ଥାଟି ପ୍ରଧାନତଃ ମହିଳା, ଶିଶୁ, ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଏବଂ ଅନ୍ୟାନ୍ୟ ପଛୁଆ ଶ୍ରେଣୀକୁ ମାନବିକ ଓ ସାମାଜିକ ନ୍ୟାୟ ପ୍ରଦାନ କରିବାରେ କାର୍ଯ୍ୟରତ ଥିଲା ।

ସେ ବିବାହ କରି ନ ଥିଲେ ଏବଂ ୨୦୦୫ରେ ତାଙ୍କର ଦେହାନ୍ତ ହୋଇଥିଲା ।[]

  1. "Former Judges". highcourt.kerala.gov.in/. Retrieved 8 May 2025.[permanent dead link]
  2. ୨.୦ ୨.୧ ୨.୨ "About: Janaki Amma". dbpedia.org. Retrieved 2025-05-08.
  3. "History". palakkad.dcourts.gov.in/. Archived from the original on 24 April 2025. Retrieved 8 May 2025.