Jump to content

ପ୍ରଦ୍ୟୁମ୍ନ କୁମାର ମହାନନ୍ଦିଆ

ଉଇକିପିଡ଼ିଆ‌ରୁ
(ପି.କେ. ମହାନନ୍ଦିଆରୁ ଲେଉଟି ଆସିଛି)
ପି.କେ. ମହାନନ୍ଦିଆ
ପ୍ରଦ୍ୟୁମ୍ନ କୁମାର ମହାନନ୍ଦିଆ
ଜନ୍ମ୧୯୪୯ (age ପ୍ରକାଶନରେ ଅସୁବିଧା: ଅଜଣା ଚିହ୍ନ "୨" ।–ପ୍ରକାଶନରେ ଅସୁବିଧା: ଅଜଣା ଚିହ୍ନ "୨" ।)ପ୍ରକାଶନରେ ଅସୁବିଧା: ଅଜଣା ଚିହ୍ନ "୧" ।
Alma materଖଲ୍ଲିକୋଟ ଆର୍ଟ କଲେଜ
ଜଣାଶୁଣାଚିତ୍ରକାର ଓ ସମାଜସେବୀ
ଜୀବନସାଥୀଚାରଲୋଟ୍ଟେ(ଲୋଟ୍ଟା)
Childrenଏମିଲି, କାର୍ଲ ସିଦ୍ଧାର୍ଥ
ପୁରସ୍କାରଡକ୍ଟରେଟ- ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ
ୱେବ୍‌ସାଇଟ୍ପିକେମହାନନ୍ଦିଆ.କମ

ପ୍ରଦ୍ୟୁମ୍ନ କୁମାର ମହାନନ୍ଦିଆ, ସ୍ୱିଡେନରେ ରହୁଥିବା ଜଣେ ଓଡ଼ିଆ ଚିତ୍ରକର । [୧] ୨୦୨୦ ମସିହାରେ ସ୍ୱିଡେନ ସରକାର ତାଙ୍କୁ ସରକାରଙ୍କ କଳା ବିଭାଗର ପରାମର୍ଶଦାତା ଭାବେ ନିଯୁକ୍ତି ଦେଇଥିଲେ ।[୨]

ବାଲ୍ୟ ଜୀବନ ଓ ଶିକ୍ଷା

[ସମ୍ପାଦନା]

ପ୍ରଦ୍ୟୁମ୍ନ କୁମାର ମହାନନ୍ଦିଆ ୧୯୪୯ ମସିହାରେ ଅନୁଗୋଳ ଜିଲ୍ଲାର ଆଠମଲ୍ଲିକ ବ୍ଳକ ଅନ୍ତର୍ଗତ କନ୍ଧପଡା ଗ୍ରାମର[୩] ଏକ ଦଳିତ ଗରିବ ବୁଣାକାର ପରିବାରରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତା ଜଣେ ଡାକ କର୍ମଚାରୀ ଥିଲେ ଓ ପରବର୍ତ୍ତୀ ସମୟରେ ପୋଷ୍ଟମାଷ୍ଟର ପଦକୁ ଉନ୍ନୀତ ହୋଇଥିଲେ । ଆଠମଲ୍ଲିକରେ ହିଁ ସେ ନିଜ ବିଦ୍ୟାଳୟ ଶିକ୍ଷା ଗ୍ରହଣ କରିଥିଲେ । ପିଲା ଦିନରୁ ସେ ବିଜ୍ଞାନ ଓ କଳା ପ୍ରତି ବିଶେଷ ଆକର୍ଷିତ ଥିଲେ । ଚିତ୍ରକଳା ଉପରେ ଅଧିକ ପଢ଼ିବା ପାଇଁ ତାଙ୍କୁ ବିଶ୍ୱଭାରତୀ ବିଶ୍ୱବିଦ୍ୟାଳୟଦ୍ୱାରା ଚୟନ କରାଯାଇଥିଲେ ମଧ୍ୟ ଅର୍ଥାଭାବ ଯୋଗୁ ସେଠାରେ ପଢ଼ି ପାରିନଥିଲେ । ପରେ ସେ ଖଲ୍ଲିକୋଟ ଆର୍ଟ କଲେଜରେ ଚିତ୍ରକଳା ବିଭାଗରେ ପାଠପଢ଼ିଥିଲେ । [୪] ତାଙ୍କ ପ୍ରତିଭାକୁ ସ୍ୱୀକୃତି ଦେଇ ଓଡ଼ିଶା ସରକାର ତାଙ୍କୁ ଦିଲ୍ଲୀ କଲେଜ ଅଫ ଆର୍ଟସରେ ପଢ଼ିବା ପାଇଁ ସ୍କଲାରସିପ ପ୍ରଦାନ କରିଥିଲେ । ସେ ୧୯୭୧ ମସିହାରେ ଦିଲ୍ଲୀ କଲେଜ ଅଫ ଆର୍ଟସରେ ଯୋଗଦାନ କରିଥିଲେ ଓ ବହୁ କଷ୍ଟସ୍ୱୀକାର କରି ଦିଲ୍ଲୀରେ ନିଜ ପାଠ୍ୟକ୍ରମ ସମାପନ କରିଥିଲେ । ପିଲାଟି ଦିନରୁ ସେ ବହୁବାର ବର୍ଣବୈଷମ୍ୟର ଶିକାର ହୋଇ ଆସିଥିଲେ ଓ ଦଳିତ ହେବାଯୋଗୁତାଙ୍କୁ ବହୁବାର ନିର୍ଯାତନାର ଶିକାର ହେବାକୁ ପଡ଼ିଥିଲା ।

କର୍ମ ଜୀବନ

[ସମ୍ପାଦନା]

ଦିଲ୍ଲୀରେରେ ହିଁ ପ୍ରଦ୍ୟୁମ୍ନ ନିଜର କର୍ମଜୀବନ ଆରମ୍ଭ କରିଥିଲେ । ପ୍ରାରମ୍ଭିକ ସମୟରେ ତାଙ୍କୁ ଅର୍ଥ ଉପାର୍ଜନ କରିବା ଓ ଜୀବନର ସର୍ବନିମ୍ନ ଆବଶ୍ୟକତା ମେଣ୍ଟାଇବା ପାଇଁ ବହୁ ସଂଘର୍ଷ କରିବାକୁ ପଡ଼ିଥିଲା । ଏହିପରି ଦୁଃସମୟରେ ତାରିକ ବେଗ ନାମକ ଜଣେ ବନ୍ଧୁ ତାଙ୍କୁ ନିଜ ପାଖରେ ରଖିଥିଲେ । କ୍ରମେ ସେ ଦିଲ୍ଲୀର କନ୍ନଟ ପ୍ଲେସରେ ଲୋକମାନଙ୍କର ଚିତ୍ର ଆଙ୍କିବା ଆରମ୍ଭ କଲେ ଓ ଧିରେ ଧିରେ ଲୋକପ୍ରିୟତା ହାସଲ କରିଲେ । କିନ୍ତୁ ରାସ୍ତାକଡରେ ବସି ଚିତ୍ର ଆଙ୍କୁଥିବାରୁ ତାଙ୍କୁ ଦିଲ୍ଲୀ ପୋଲିସର ଅତ୍ୟାଚାର ସହିବାକୁ ପଡୁଥିଲା । ଥରେ ପ୍ରଥମ ମହିଳା ମହାକାଶଚାରୀ ଭାଲେଣ୍ଟିନା ତେରେସ୍କୋଭାଙ୍କ ଦିଲ୍ଲୀଗସ୍ତ ସମୟରେ ପ୍ରଦ୍ୟୁମ୍ନ ତାଙ୍କର ଏକ ଚିତ୍ର ଆଙ୍କି ତାଙ୍କୁ ପ୍ରଦାନ କରିଥିଲେ । ଏହି ଚିତ୍ର ଦେଖି ଖୁସି ହୋଇ ଭାଲେଣ୍ଟିନା ପ୍ରଦ୍ୟୁମ୍ନଙ୍କୁ ସାକ୍ଷାତ କରିଥିଲେ । ଏହି ଘଟଣାଟି ଦେଶବିଦେଶର ଗଣମାଧ୍ୟମରେ ଖୁବ ପ୍ରଚାରିତ ହୋଇଥିଲା ଓ ପ୍ରଦ୍ୟୁମ୍ନଙ୍କୁ ବହୁ ଲୋକପ୍ରିୟତା ଆଣିଦେଇଥିଲା । ତତକାଳୀନ ପ୍ରଧାନମନ୍ତ୍ରୀ ଶ୍ରୀମତି ଇନ୍ଦିରା ଗାନ୍ଧୀ ମଧ୍ୟ ପ୍ରଦ୍ୟୁମ୍ନଙ୍କଦ୍ୱାରା ନିଜର ଚିତ୍ର ଅଙ୍କେଇଥିଲେ । ଏହି ଘଟଣାପରେ ତାଙ୍କୁ ସରକାରଙ୍କ ତରଫରୁ ସୁବିଧା ଯୋଗାଇ ଦିଆଗଲା ଓ ଦିଲ୍ଲୀ ପୋଲିସଠାରୁ ସହଯୋଗ ମଧ୍ୟ ମିଳିଲା ।

ଏହି କ୍ରମରେ ୧୯୭୫ ମସିହା ୧୭ ତାରିଖ ସନ୍ଧ୍ୟାରେ ଲୋଟ୍ଟା ନାମ୍ନୀ ଜଣେ ସ୍ୱିଡେନର ଝିଅ ପ୍ରଦ୍ୟୁମ୍ନଙ୍କଦ୍ୱାରା ନିଜର ଚିତ୍ର ଅଙ୍କେଇଥିଲେ । ଏହି ଚିତ୍ର ଆଙ୍କିବା ସମୟର ସ୍ୱଳ୍ପ କଥୋପକଥନ ପରବର୍ତ୍ତୀ ସମୟରେ ସେମାନଙ୍କ ମଧ୍ୟରେ ବନ୍ଧୁତା ସ୍ଥାପନ କରିଥିଲା । ଅଳ୍ପ କେତୋଟି ମିଳନ ପରେ ସେମାନେ ବିବାହ କରିଥିଲେ । ବିବାହର କିଛି ଦିନ ପରେ ଲୋଟ୍ଟା ସ୍ୱଦେଶକୁ ଫେରି ଯାଇଥିଲେ । ବିବାହର ଦେଢ ବର୍ଷ ଓ ବହୁ ଚିଠିର ଆଦାନ ପ୍ରଦାନ ପରେ ୧୯୭୭ ମସିହାରେ ପ୍ରଦ୍ୟୁମ୍ନ ସ୍ୱିଡେନ ଯିବାକୁ ନିଷ୍ପତ୍ତି ନେଲେ । ଦିଲ୍ଲୀରୁ କାବୁଲ ଯାଏଁ ବିମାନଯାତ୍ରା କରିବା ପରେ ସେଠାରୁ ତେହେରାନ ଓ ଇସ୍ତାନବୁଲ ଦେଇ ଭିଏନା ଯାଏଁ ସାଇକେଲରେ ଯାତ୍ରା କରିଥିଲେ । ଭିଏନାରେ ସେ ନିଜର କିଛି ଚିତ୍ର ବିକି କିଛି ଅର୍ଥ ଉପାର୍ଜନ କରି ଗୋଥେନବର୍ଗ ଯାଏଁ ନିଜର ଟ୍ରେନ ଟିକଟ କିଣିପାରିଥିଲେ । [୫] ସେବେଠାରୁ ପ୍ରଦ୍ୟୁମ୍ନ ସ୍ୱିଡେନରେ ବସବାସ କରୁଛନ୍ତି ଓ ନିଜ ପାଇଁ ଏକ ସ୍ୱତନ୍ତ୍ର ପରିଚୟ ତିଆରି କରିବାରେ ସଫଳ ହୋଇପାରିଛନ୍ତି । ପ୍ରଦ୍ୟୁମ୍ନ ଓ ଲୋଟ୍ଟାଙ୍କର ଏମିଲି ନାମକ ଏକ କନ୍ୟା ଓ କାର୍ଲ ସିଦ୍ଧାର୍ଥ ନାମକ ଏକ ପୁତ୍ର ସନ୍ତାନ ଅଛନ୍ତି । [୬]

ବର୍ତ୍ତମାନ ସେ ଏଞ୍ଜେଲ ବ୍ରେକ୍ଟସ୍ଲୋକାନଠାରେ, ଜଣେ କଳା ଶିକ୍ଷକ ରୂପେ କାର୍ଯ୍ୟରତ ।

ସମାଜସେବା

[ସମ୍ପାଦନା]

ପ୍ରଦ୍ୟୁମ୍ନଙ୍କ ସଫଳତାରେ ଉତ୍ସାହିତ ହୋଇ ଜୁନିଲିସ୍ତାନ ନାମକ ଏକ ରାଜନୈତିକ ଦଳ ତାଙ୍କୁ ସ୍ୱିଡେନ ସଂସଦର ନିର୍ବାଚନ ପାଇଁ ମନୋନୀତ କରିଥିଲା । କିନ୍ତୁ ଏହି ନିର୍ବାଚନରେ ପ୍ରଦ୍ୟୁମ୍ନଙ୍କୁ ସଫଳତା ମିଳିପାରିନଥିଲା । ଭାରତୀୟ କଳା ଓ ସଂସ୍କୃତିକୁ ସ୍ୱିଡେନରେ ଓ ବିଶ୍ୱର ଅନ୍ୟାନ୍ୟ ସ୍ଥାନରେ ପ୍ରଚାର ଓ ପ୍ରସାର କରିବା ପାଇଁ ପ୍ରଦ୍ୟୁମ୍ନଙ୍କର ବହୁତ ଅବଦାନ ରହିଛି[୭] । କଳା, ସଙ୍ଗୀତ ଓ ନୃତ୍ୟ କ୍ଷେତ୍ରରେ ଗରିବ ମେଧାବୀ ଛାତ୍ର ଛାତ୍ରୀଙ୍କ ପାଇଁ ୧୯୭୯ ମସିହାରୁ ସେ ଏକ ସ୍କଲାରସିପ ମଧ୍ୟ ଆରମ୍ଭ କରିଛନ୍ତି[୮] । ତାଙ୍କୁ ପୈତୃକ ଗ୍ରାମରେ ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟ ହାତକୁ ନେଇଛନ୍ତି । ୨୦୦୦ ମସିହାରେ ଇକୋ-କଟେଜ ଗଠନ କରି ଗ୍ରାମୀଣ ପର୍ଯ୍ୟଟର ବିକାଶ ଦିଗରେ ପଦକ୍ଷେପ ନେଇଛନ୍ତି । ସେ ତାଙ୍କ ଉପାର୍ଜନର ୨୦% ଅଂଶ ଓଡ଼ିଶାର ବିକାଶ ଦିଗରେ ଖର୍ଚ୍ଚ କରିବାକୁ ନିଷ୍ପତି ନେଇଛନ୍ତି । ଓଡ଼ିଶା ସରକାର ପ୍ରଦ୍ୟୁମ୍ନଙ୍କୁ ସ୍ୱିଡେନରେ ଓଡ଼ିଶାର ସାଂସ୍କୃତିକ ରାଜଦୂତ ଭାବରେ ମନୋନୀତ କରିଛନ୍ତି । [୯]

ସମ୍ମାନ

[ସମ୍ପାଦନା]
  1. ↑ "ଆର୍କାଇଭ୍ କପି". Archived from the original on 2012-12-06. Retrieved 2012-09-25. {{cite web}}: Cite has empty unknown parameter: |1= (help)
  2. ↑ "ସ୍ବିଡେନ ସରକାରଙ୍କ କଳା ବିଭାଗ ପରାମର୍ଶଦାତା ହେଲେ ପି.କେ ମହାନନ୍ଦିଆ". sambad.in. ସମ୍ବାଦ. Archived from the original on 26 July 2020. Retrieved 26 July 2020.
  3. ↑ "ଆର୍କାଇଭ୍ କପି". Archived from the original on 2007-10-19. Retrieved 2012-09-25. {{cite web}}: Cite has empty unknown parameter: |1= (help)
  4. ↑ Rawat, Vidya Bhushan (2006). "P.K. Mahanandia: Salute To A Living Legend". countercurrents.org. Retrieved 26 September 2012. Hence, after his failure to get admission in Vishwabharati, he joined college of art, Khallikote
  5. ↑ Samal, R P (2010). "Two Angels on Earth and Their Life Path - FacenFacts". facenfacts.com. Retrieved 26 September 2012. After full four months of pedaling he reached Sweden on 28th. May 1977
  6. ↑ "Bhansali plans movie on 'Two Angels' real Love Story - FacenFacts". facenfacts.com. 2010. Retrieved 26 September 2012. Recently their children Siddharth and Emelie were in Mumbai
  7. ↑ India. Ministry of Information and Broadcasting. Publications Division (November 1985). Indian and foreign review. Publications Division of the Ministry of Information and Broadcasting, Government of India. Retrieved 25 September 2012.
  8. ↑ Priyadarshi Patnaik (1991). From the shadows of the sun. Writers Workshop. Retrieved 25 September 2012.
  9. ↑ http://www.countercurrents.org/dalit-rawat301206.htm
  10. ↑ "ଆର୍କାଇଭ୍ କପି". Archived from the original on 2013-07-06. Retrieved 2012-09-25. {{cite web}}: Cite has empty unknown parameter: |1= (help)