Jump to content

ପାୟଲ ଘୋଷ

ଉଇକିପିଡ଼ିଆ‌ରୁ
ପାୟଲ ଘୋଷ
Ghosh in 2018
ଜନ୍ମ1986
ଶିକ୍ଷାନୁଷ୍ଠାନScottish Church College
ବୃତ୍ତିActress
ସକ୍ରିୟ ବର୍ଷ2008–2017
ରାଜନୈତିକ ଦଳRepublican Party of India (A) (2020–present)
Vice President of the Women's Wing, Republican Party of India (Athawale)
Assumed office
26 October 2020

ପାୟଲ ଘୋଷ (ଜନ୍ମ ୧୩ ନଭେମ୍ବର ୧୯୮୯) ଜଣେ ଭାରତୀୟ ବଲିଉଡ୍ ଚଳଚ୍ଚିତ୍ର ଅଭିନେତ୍ରୀ। ସେ ହିନ୍ଦୀ, ବଙ୍ଗାଳୀ ଓ ତେଲୁଗୁ ଭାଷାର ଚଳଚ୍ଚିତ୍ରରେ କାର୍ଯ୍ୟ କରିଛନ୍ତି।[] ସେ କଲିକତାର ସେଇଣ୍ଟ ପାଉଲସ ମିଶନ ସ୍କୁଲରେ ଶିକ୍ଷା ଗ୍ରହଣ କରିଥିଲେ ଏବଂ ସ୍କଟିସ ଚର୍ଚ୍ଚ କଲେଜରୁ ରାଜନୀତି ବିଜ୍ଞାନରେ ଅନର୍ସ ସ୍ନାତକ ଡିଗ୍ରୀ ଲାଭ କରିଥିଲେ। ବର୍ତ୍ତମାନ ସେ ମୁମ୍ବାଇରେ ବସବାସ କରୁଛନ୍ତି ଏବଂ କାର୍ଯ୍ୟରତ।

୨୦୨୦ ମସିହାରେ ଘୋଷ ଚଳଚ୍ଚିତ୍ର ନିର୍ମାତା ଅନୁରାଗ କାଶ୍ୟପଙ୍କ ବିରୋଧରେ ୨୦୧୩ ମସିହାର ଏକ କଥିତ ଘଟଣା ସମ୍ପର୍କରେ ଯୌନ ଉତ୍ପୀଡ଼ନର ଅଭିଯୋଗ ଆଣି ପୁଲିସ ନିକଟରେ ଅଭିଯୋଗ ଦାଖଲ କରିଥିଲେ। କଶ୍ୟପ ଏହି ଅଭିଯୋଗକୁ ନିରାଧାର ବୋଲି ଖଣ୍ଡନ କରିଥିଲେ ଏବଂ କହିଥିଲେ ଯେ ସରକାରଙ୍କ ବିରୋଧରେ ତାଙ୍କ ଆଲୋଚନାର ପରିପ୍ରେକ୍ଷିରେ ଏହି ଅଭିଯୋଗ ତୁଚ୍ଛ ରାଜନୀତି ଦ୍ଵାରା ପ୍ରେରିତ। ଏହି ବିଷୟଟି ଗଣ ମାଧ୍ୟମମାନଙ୍କ ମଧ୍ୟରେ ବ୍ୟାପକ ଆଲୋଚନାର ବିଷୟ ହୋଇଥିଲା। ସମ୍ବନ୍ଧିତ ଆଇନ ନିୟମାବଳୀ ଅନୁସାରେ ଅଭିନେତ୍ରୀ ରିଚା ଚଢା ଙ୍କ ଦ୍ୱାରା ଏକ ମାନହାନି ମାମଲା ମଧ୍ୟ ରୁଜୁ କରାଯାଇଥିଲା, ଯାହା ପରେ ଘୋଷଙ୍କ କ୍ଷମାପ୍ରାର୍ଥନା ପରେ ସମାଧାନ ହୋଇଥିଲା।[]

ଅଭିନୟ ଜୀବନ

[ସମ୍ପାଦନା]

ପାୟଲ ଘୋଷ ତାଙ୍କ ଅଭିନୟ ଜୀବନର ଆରମ୍ଭ ଏକ ବଙ୍ଗାଳୀ ଚଳଚ୍ଚିତ୍ର ମାଧ୍ୟମରେ କରିଥିଲେ, ଯେଉଁଥିରେ ସେ ଜଣେ ସ୍ୱାଧୀନତା ସେନାନୀଙ୍କ ଝିଅର ଭୂମିକାରେ ଅଭିନୟ କରିଥିଲେ। ପରେ ସେ ଏକ କାନାଡିଆନ୍ ଚଳଚ୍ଚିତ୍ରରେ ମଧ୍ୟ କାମ କରିଥିଲେ, ଯେଉଁଥିରେ ସେ ଏକ ବିଦ୍ୟାଳୟ ଛାତ୍ରୀର ଭୂମିକାରେ ଥିଲେ, ଏବଂ କାହାଣିରେ ସେ ପଡ଼ୋଶୀ ଘରର ଚାକରଙ୍କୁ ଭଲପାଇଥାନ୍ତି ।

ପରିବାରର ଅସନ୍ତୋଷର କାରଣରୁ ସେ କୋଲକାତାରୁ ମୁମ୍ବାଇକୁ ଆସିଥିଲେ ଏବଂ ଚନ୍ଦ୍ରଶେଖର ୟେଲେଟି ତାଙ୍କୁ ପ୍ରାଣାୟାମ ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ ଅବସର ଦେଇଥିଲେ। ପରେ ସେ ୨୦୧୨ ମସିହାରେ ବଲିଉଡ୍ ଚଳଚ୍ଚିତ୍ର ଫ୍ରିଡମରେ ଅଭିନୟ କରିଥିଲେ। ୨୦୧୭ ମସିହାରେ ସେ ପଟେଲ କି ପଞ୍ଜବି ଶାଦି ଚଳଚ୍ଚିତ୍ରରେ ମଧ୍ୟ ଅଭିନୟ କରିଥିଲେ।[]

ଏପ୍ରିଲ ୨୦୨୦ ରେ ପାୟଲ ଘୋଷ କହିଥିଲେ ଯେ ସେ ଆର୍ଥିକ ଭାବେ ଦୁର୍ବଳ ହୋଇପଡ଼ିଛନ୍ତି ଏବଂ ଏମିତି ଜୀବନ ବ୍ୟତୀତ କରୁଛନ୍ତି, ଯାହା ସେ କେବେ କଳ୍ପନା କରିନଥିଲେ।

ସେପ୍ଟେମ୍ବର ୨୦୨୦ ରେ ପାୟଲ ଘୋଷ ଅନୁରାଗ କାଶ୍ୟପଙ୍କ ଉପରେ ୨୦୧୪ ମସିହାରେ ଯୌନ ଉତ୍ପୀଡ଼ନର ଅଭିଯୋଗ ଲଗାଇଥିଲେ। ଅନୁରାଗ କଶ୍ୟପ ଏହି ଅଭିଯୋଗକୁ ନିରାଧାର ବୋଲି ଖଣ୍ଡନ କରିଥିଲେ ଏବଂ କହିଥିଲେ ଯେ ଏହା ସରକାରଙ୍କ ଆଲୋଚନା କରିବାରୁ ତାଙ୍କୁ ବାରଣ କରିବାର ଅପଚେଷ୍ଟା।

ରାଜନୈତିକ ଜୀବନ

[ସମ୍ପାଦନା]

ଅକ୍ଟୋବର ୨୦୨୦ରେ ସେ ରିପବ୍ଳିକାନ ପାର୍ଟି ଅଫ ଇଣ୍ଡିଆ (Athawale)ରେ ଯୋଗଦେଇ ଏହାର ମହିଳା ଶାଖାର ଉପାଧ୍ୟକ୍ଷା ଭାବେ ନିଯୁକ୍ତ ହୋଇଥିଲେ।[]

ଚଳଚ୍ଚିତ୍ର ସୂଚୀ

[ସମ୍ପାଦନା]
ବର୍ଷ ଚଳଚ୍ଚିତ୍ର ଭୂମିକା ଭାଷା ଟିପ୍ପଣୀ
୨୦୦୮ Sharpe's Peril ପଦ୍ମେ ଇଂରାଜୀ ବିବିସି
୨୦୦୯ Prayanam ହରିକା ତେଲୁଗୁ ମୁକ୍ତିପ୍ରାପ୍ତ
୨୦୧୦ Varshadhaare ମିଥିଲୀ କନ୍ନଡ ମୁକ୍ତିପ୍ରାପ୍ତ
୨୦୧୧ Oosaravelli ଚିତ୍ରା ତେଲୁଗୁ ମୁକ୍ତିପ୍ରାପ୍ତ
୨୦୧୧ Shri Rascal ସାଉନ୍ଦର୍ଯ୍ୟା ତେଲୁଗୁ ମୁକ୍ତିପ୍ରାପ୍ତ
୨୦୧୭ Patel Ki Punjabi Shaadi ପୂଜା ହିନ୍ଦୀ ମୁକ୍ତିପ୍ରାପ୍ତ

ଟେଲିଭିଜନ ସୂଚୀ

[ସମ୍ପାଦନା]
ବର୍ଷ କାର୍ଯ୍ୟକ୍ରମ ଚରିତ୍ର ଟିପ୍ପଣୀ
୨୦୧୬ Saath Nibhaana Saathiya ରାଧିକା
  1. "Payal Ghosh makes her debut with industry veterans". The Times of India. 2017-01-28. ISSN 0971-8257. Retrieved 2026-03-03.
  2. 1 2 "Actor Who Accused Anurag Kashyap Of Rape Joins Ramdas Athawale's Party". www.ndtv.com. Retrieved 3 March 2026.
  3. "Telugu actress to make her Bollywood debut". The Times of India. 2014-03-28. ISSN 0971-8257. Retrieved 2026-03-03.