ପାର୍ବତୀ ବାଉଲ
ପାର୍ବତୀ ବାଉଲ (ଇଂରାଜୀ ଭାଷାରେ Parvathy Baul (ଜନ୍ମ ୧୯୭୬) ବେଙ୍ଗଲର ଜଣେ ବାଉଲ ଲୋକ ସଙ୍ଗୀତ ଗାୟିକା, ସଙ୍ଗୀତକାର ଓ କଥାକାର ।[୧] ବେଙ୍ଗଳର ବାଉଲ ଗୁରୁ ଶାନ୍ତନୁ ଦାସ ବାଉଲ, ଶଶାଙ୍କ ଘୋଷାଇ ବାଉଲଙ୍କଠାରୁ ଶିକ୍ଷା ଗ୍ରହଣ କରି ସେ ଭାରତ ଓ ବିଦେଶରେ ସନ ୧୯୯୫ରୁ ବାଉଲ ସଙ୍ଗୀତ ପରିବେଷଣ କରିଛନ୍ତି ।
ସନ ୧୯୯୭ରୁ ତିରୁବନନ୍ତପୁରମ (Thiruvananthapuram), କେରଳରେ ବାସ କରିଥିବା ପବ କଥାକଲୀ (Pava Kathakali) ଗ୍ଲୋବ କଣ୍ଢେଇ ନୃତ୍ୟ କଳାକାର ରବି ଗୋପାଳନ ନାୟାରଙ୍କୁ ସେ ବିବାହ କରିଥିଲେ । ସେଠାରେ ସେ 'ଏକତାରା ବାଉଲ ସଙ୍ଗୀତ କଲାରି' ନାମକ ଏକ ସଙ୍ଗୀତ ବିଦ୍ୟାଳୟ ମଧ୍ୟ ପରିଚାଳନା କରନ୍ତି ।
ପ୍ରାକ୍ ଜୀବନ ଓ ପୃଷ୍ଠଭୂମି
[ସମ୍ପାଦନା]ପଶ୍ଚିମ ବଙ୍ଗର ଏକ ପାରମ୍ପରିକ ବ୍ରାହ୍ମଣ (Bengali Brahmin) ପରିବାରେ ମୌସୁମୀ ପରିଆଲ ନାମରେ ପାର୍ବତୀ ବାଉଲ ଜନ୍ମ ଗ୍ରହଣ କରିଥିଲେ । ତାଙ୍କ ପରିବାର ମୁଳତଃ ପୂର୍ବ ବଙ୍ଗର ଅଧିବାସୀ ଥିଲେ ଓ ଭାରତ ବିଭାଜନ (partition of India) ସମୟରେ ଦେଶାନ୍ତର ହୋଇ ପଶ୍ଚିମ ବଙ୍ଗକୁ ଆସି ବସବାସ କରିଥିଲେ । ଭାରତୀୟ ରେଲୱେରେ କାମ କରୁଥିବା ତାଙ୍କର ଇଞ୍ଜିନିଅର ପିତା ଭାରତୀୟ ଶାସ୍ତ୍ରୀୟ ସଙ୍ଗୀତରେ ରୁଚି ରଖୁତିଲେ ଓ କୌଣସି ସ୍ଥାନରେ ସଙ୍ଗୀତ କାର୍ଯ୍ୟକ୍ରମ ହେଉଥିଲେ ଝିଅକୁ ନେଇ ସେଠାକୁ ଯାଉଥିଲେ । ତାଙ୍କର ମାତା ରାମକୃଷ୍ଣଙ୍କର (Ramakrishna) ଭକ୍ତ ଥିଲେ । ପିତାଙ୍କ ଚାକିରୀ ଜୀବନରେ ବଦଳୀ ହେଉଥିବା ଯୋଗୁ ସେ ତାଙ୍କ ସହିତ ଆସାମ, କୁଚ ବେହାର (Cooch Behar) ଓ ପଶ୍ଚିମ ବଙ୍ଗର ବିଭିନ୍ନ ସ୍ଥାନରେ ରହି ବଢ଼ିଥିଲେ । କୁଚ ବିହାରର ସୁନିତୀ ଏକାଡେମୀରୁ ସେ ଉଚ୍ଚ ମାଧ୍ୟମିକ ପରୀକ୍ଷାରେ ପାସ କରିଥିଲେ ।[୨] [୩]
ଜୀବନର ପ୍ରଥମ ଭାଗରେ ସେ ଶ୍ରୀଲେଖା ମୁଖର୍ଜୀଙ୍କଠାରୁ ଶାସ୍ତ୍ରୀୟ କଥକ ନୃତ୍ୟ ଶିକ୍ଷା କରିଥିଲେ । ପ୍ରଥମେ ସେ ଶାନ୍ତିନିକେତନର ବିଶ୍ୱଭାରତୀ ବିଶ୍ୱବିଦ୍ୟାଳୟ କଳା ଭବନରେ ଭିଜୁଆଲ ଆର୍ଟିସ୍ଟ ଭାବରେ ଶିକ୍ଷା ଲାଭ କରିଥଲେ । [୪] ପୂର୍ବରୁ ସେ ହିନ୍ଦୁସ୍ଥାନୀ ଶାସ୍ତ୍ରୀୟ ସଙ୍ଗୀତ ଶିକ୍ଷା (Hindustani classical music) ଲାଭ କରିଥିଲେ ମଧ୍ୟ ଶାନ୍ତିନିକେତନକୁ ଟ୍ରେନରେ ଯାଉଥିବା ବେଳେ ଏକ ଦୃଷ୍ଟିହୀନ ବାଉଲ ଗାୟକ ପଶ୍ଚିମ ବଙ୍ଗର ପାରମ୍ପରିକ ଆଧ୍ୟାତ୍ମିକ ସଙ୍ଗୀତ ଗାଉଥିବା ଶୁଣିଲେ । ଏହା ପରେ ତାଙ୍କର ଶାନ୍ତିନିକେତନ ହତା ଭିତରକୁ ଅନେକ ସମୟରେ ଆସୁଥିବା ମହିଳା ବାଉଲ ଗାୟିକା ଫୁଲମାଲା ଦାସୀଙ୍କ ସହିତ ସାକ୍ଷାତ ହୋଇଥିଲା । ଅବିଳମ୍ବେ ସେ ଫୁଲମାଲାଙ୍କଠାରୁ ସଙ୍ଗୀତ ଶିକ୍ଷା କଲେ ଓ ଅନେକ ବାଉଲ ଆଶ୍ରମମାନଙ୍କୁ ପରିଦର୍ଶନ ନିମନ୍ତେ ଯିବା ପରେ ତାଙ୍କୁ ଅନ୍ୟ ଏକ ଶିକ୍ଷକଠାରୁ ଶିଖିବାକୁ ଫୁଲମାଲା ଉପଦେଶ ଦେଲେ ।[୫][୬] ଏହି ଅବଧିରେ ସେ ପଶ୍ଚିମ ବଙ୍ଗର ବାଙ୍କୁରାରୁ ଆସିଥିବା ଅଶୀ ବର୍ଷ ବୟସ୍କ ସନାତନ ଦାସ ବାଉଲଙ୍କ ପ୍ରଦର୍ଶନ ଦେଖିଲେ । ବାଙ୍କୁରା ଜିଲ୍ଲାସ୍ଥିତ ସୋନାମୁଖିରେ (Sonamukhi) ଥିବା ତାଙ୍କ ଆଶ୍ରମକୁ ଗଲେ । ପ୍ରାୟ ୧୬ ଦିନ ପରେ ତାଙ୍କଠାରୁ ଦିକ୍ଷା (diksha) ଗ୍ରହଣ କରି ତାଙ୍କୁ ପ୍ରଥମ ଗୁରୁ ପଦରେ ଅଭିଷିକ୍ତ କଲେ । ସାତ ବର୍ଷ କାଳ ସେ ଗୁରୁଙ୍କ ସାଥୀରେ ବୁଲି ବୁଲି ତାଙ୍କଠାରୁ ଶିକ୍ଷା ଗ୍ରହଣ କଲେ, ତାଙ୍କ ସାଥିରେ ଗାଇଲେ, ବାଉଲ ଗୀତ ନାଚ ଶିଖିଲେ, ଏକତାରା ଓ ଅଣ୍ଟାରେ ବନ୍ଧାଯାଇ ବଜାଉଥିବା ଡୁଗ୍ଗି ନାମକ ଏକ ଡ୍ରମ ବଜେଇଲେ । ଅବଶେଷରେ ସେ ନିଜେ ଗାଇବାକୁ ଅନୁମତିପ୍ରାପ୍ତ ହେଲେ ଓ ଏହା ପରେ ସେ ପରବର୍ତ୍ତୀ ଗୁରୁ ଶଶାଙ୍କ ଘୋଷାଇ ବାଉଲଙ୍କ ପାଖକୁ ଗଲେ । ସତାନବେ ବର୍ଷ ବୟସ୍କ ଘୋଷୀ ବାଙ୍କୁରା ଜିଲ୍ଲାର ଏକ କ୍ଷୁଦ୍ର ଗ୍ରାମ ଖୋଇରବୋନିରେ ବାସ କରୁଥିଲେ । ମହିଳା ଶିଷ୍ୟ ଗ୍ରହଣ କରିବାକୁ ଅନିଚ୍ଛୁକ ଘୋଷାଈ ପ୍ରଥମେ କିଛି ଦିନ ନିମନ୍ତେ ତାଙ୍କର ନିଷ୍ଠା ପରୀକ୍ଷା କଲା ପରେ ଗ୍ରହଣ କଲେ । ତାଙ୍କ ଜୀବନର ଅନ୍ତିମ ତିନି ବର୍ଷ ସେ ତାଙ୍କୁ ଅସଂଖ୍ୟ ଗୀତ ଓ ବାଉଲ ସଙ୍ଗୀତ ପରମ୍ପରାର ଜଟୀଳତା ବିଷୟ ଶିକ୍ଷାଦାନ କରିଥିଲେ । [୧][୨][୩]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ "Bengal folk meets Kerala's spirituality in Parvathy Baul's music". CNN-IBN. 9 November 2012. Archived from the original on 14 February 2014. Retrieved 30 May 2014.
- ↑ ୨.୦ ୨.୧ Academy, Himalayan (January–March 2013). "Sacred Arts: Poetess and Minstrel, Parvathy Baul Lives and Dances in her Beloved's Divine Heart". Hinduism Today Magazine. Retrieved 30 May 2014.
- ↑ ୩.୦ ୩.୧ K.K. Gopalakrishnan (25 December 2005). "A storyteller on a mission". The Hindu. Retrieved 30 May 2014.
- ↑ "Baul is not just music, it's a way of life: Parvathy Baul". The Times of India. 9 February 2013. Retrieved 30 May 2014.
- ↑ "Blissfully Baul". 27 September 2006. Retrieved 30 May 2014.
- ↑ Bhawani Cheerath (26 September 2008). "Baul music charts mental routes". The Hindu. Retrieved 30 May 2014.