Jump to content

ପାର୍ବତୀପୁରର ପବନସୂତ

ଉଇକିପିଡ଼ିଆ‌ରୁ
ପାର୍ବତୀପୁରର ପବନସୂତ
ନିର୍ଦ୍ଦେଶକମୃତ୍ୟୁଞ୍ଜୟ ସାହୁ
ପ୍ରଯୋଜକଅଜୟ କୁମାର ରାଉତ
ସଂଳାପପ୍ରିୟବ୍ରତ ପଣ୍ଡା
ଚିତ୍ରନାଟ୍ୟପ୍ରିୟବ୍ରତ ପଣ୍ଡା
କାହାଣୀପ୍ରିୟବ୍ରତ ପଣ୍ଡା
କଳାକାରସପ୍ନିଲ ମିଶ୍ର
ମାନସୀ ପାଲ
ରତନ ମେହେର
ସଙ୍ଗୀତବିରଜା ପ୍ରସାଦ
ଚିତ୍ରଗ୍ରହଣସୁଦର୍ଶନ ସେନାପତି
ସମ୍ପାଦକପିଣ୍ଟୁ ନାୟକ
ମୁକ୍ତିଲାଭ ତାରିଖ
୧୫ ଜୁନ ୨୦୨୫
ଦେଶ ଭାରତ
ଭାଷାଓଡ଼ିଆ

ପାର୍ବତୀପୁରର ପବନସୂତ ୨୦୨୫ ମସିହାରେ ଟେଲିଭିଜନ ଓ ଓଟିଟିରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଅଜୟ କୁମାର ରାଉତ । ପ୍ରିୟବ୍ରତ ପଣ୍ଡା ଏହି କଥାଚିତ୍ରଟିର କାହାଣୀ, ଚିତ୍ରନାଟ୍ୟ ଓ ସଂଳାପ ରଚନା କରିଥିଲେ । ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ମୃତ୍ୟୁଞ୍ଜୟ ସାହୁ । ସଙ୍ଗୀତକାର ବିରଜା ପ୍ରସାଦ ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।

ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ସପ୍ନିଲ ମିଶ୍ର ଓ ମାନସୀ ପାଲ । ରତନ ମେହେର, କେଡି, ବାଦଲ ମହାନ୍ତି, ଧରିତ୍ରୀ ଖଣ୍ଡୁଆଳ, ଦେବୁ ବ୍ରହ୍ମା, ପ୍ରୀତି, ନୀର, ନଟିଆ, ପ୍ରଶାନ୍ତ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । ୧୫ ଜୁନ ୨୦୨୫ରେ ଏହି କଥାଚିତ୍ରଟି ତରଙ୍ଗ ପ୍ଲସ୍ ଓ ତରଙ୍ଗ ଟିଭିରେ ମୁକ୍ତିଲାଭ କରିଥିଲା ।

ଅଭିନୟ

[ସମ୍ପାଦନା]

ଗୀତ ଏବଂ ସଙ୍ଗୀତ

[ସମ୍ପାଦନା]

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ବିରଜା ପ୍ରସାଦ । ଦେବୀଦତ୍ତ ମହାନ୍ତି, ନିର୍ମଳ ନାୟକ, ଉମାକାନ୍ତ ନାୟକ ଗୀତିକାର ଏହି କଥାଚିତ୍ରଟିର ଗୀତଗୁଡ଼ିକ ରଚନା କରିଥିଲେ । ଅନ୍ତରା ଚକ୍ରବର୍ତ୍ତୀ, ସୌରଭ ଭରଦ୍ୱାଜ, ସତ୍ୟଜିତ ପ୍ରଧାନ, କୌଶିକ, ଏସ୍. ଜିତୁ ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।

କ୍ରମଗୀତକବିଗାୟକସମୟ
1."ପାର୍ବତୀପୁରର ପବନସୂତ"ନିର୍ମଳ ନାୟକଅନ୍ତରା ଚକ୍ରବର୍ତ୍ତୀ, ସୌରଭ ଭରଦ୍ୱାଜ 
2."ମଉନେ ସମ୍ମତି ଲକ୍ଷଣ"ଉମାକାନ୍ତ ନାୟକଅନ୍ତରା ଚକ୍ରବର୍ତ୍ତୀ, ସୌରଭ ଭରଦ୍ୱାଜ 

ବାହାର ଆଧାର

[ସମ୍ପାଦନା]