ପାରାଦୀପ ବନ୍ଦର

ଉଇକିପିଡ଼ିଆ‌ରୁ
(ପାରାଦ୍ଵିପ ବନ୍ଦରରୁ ଲେଉଟି ଆସିଛି)
ପାରାଦୀପ ବନ୍ଦର
Location
CountryIndia
LocationParadip, Odisha
Coordinates20°15′55.44″N 86°40′34.62″E / 20.2654000°N 86.6762833°E / 20.2654000; 86.6762833[୧]
Details
Openedମାର୍ଚ୍ଚ 12, 1966 (1966-03-12)
Operated byParadip Port Trust
Owned byଭାରତ ସରକାର
Available berths୨୦
Statistics
Annual cargo tonnage57.01 million tons (2009-10)[୨]
Website
paradipport.gov.in


ପାରାଦୀପ ବନ୍ଦର (20°15′55.44″N 86°40′34.62″E / 20.2654000°N 86.6762833°E / 20.2654000; 86.6762833) ଜଗତସିଂହପୁର ଜିଲ୍ଲାରେ ଅବସ୍ଥିତ ଏକ କୃତ୍ରିମ ବନ୍ଦର । ଏହା ମହାନଦୀବଙ୍ଗୋପସାଗରର ମିଳନସ୍ଥଳୀରେ ଅବସ୍ଥିତ। ଏହା ଓଡ଼ିଶାର ଏକମାତ୍ର ଓ ଭାରତର ୧୧ଶ ବୃହତ ବନ୍ଦର ଅଟେ । ଏହି ବନ୍ଦର ଦେଇ ମୁଖ୍ୟତଃ ଲୌହପଥର ଓ କୋଇଲା ରପ୍ତାନୀ କରାଯାଉଥିଲା ବେଳେ ରାଜ୍ୟରେ ଅବସ୍ଥିତ ଇସ୍ପାତ କାରଖାନା ନିମନ୍ତେ କୋକିଙ୍ଗ କୋଇଲା ତଥା ସାର କାରଖାନା ନିମନ୍ତେ ଫସପେଟ ଆଦି ଆମଦାନୀ କରାଯାଇଥାଏ ।

ଇତିହାସ[ସମ୍ପାଦନା]

ଏହି ବନ୍ଦରଟିକୁ ୩ ଜାନୁୟାରୀ ୧୯୬୨ ମସିହାରେ ଭାରତର ତତ୍କାଳୀନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ ଶୁଭ ଦେଇଥିଲେ ।[୩] ଓଡ଼ିଶାର ତାତ୍କଳିକ ମୁଖ୍ୟମନ୍ତ୍ରୀ ସ୍ୱର୍ଗତଃ ବିଜୁ ପଟ୍ଟନାୟକଙ୍କ ଉଦ୍ୟମରେ ଏହି ବନ୍ଦରର ନିର୍ମାଣ ସମ୍ଭବ ହୋଇଥିଲା । ୧୯୬୪ ମସିହାରେ ଏହାର ନିର୍ମାଣ କାମ ରାଜ୍ୟ ସରକାର ଆରମ୍ଭ ହୋଇଥିଲା । ୧୬ କୋଟି ଟଙ୍କା ରାଜ୍ୟ ରାଜକୋଷରୁ ଖର୍ଚ୍ଚ ହୋଇ ରାଜ୍ୟ ଦେବାଳିଆ ସ୍ଥିତିରେ ପହଞ୍ଚିଯାଇଥିଲା । ୧୯୬୬ ମସିହା ଅପ୍ରେଲ ୧୮ ତାରିଖରେ କେନ୍ଦ୍ର ସରକାର ଏହାର ପରିଚାଳନା ନିଜ ହାତକୁ ନେଇଥିଲେ ।[୩] ଲୁହାପଥର ବର୍ଥ ନିର୍ମାଣ ଶେଷ ହେବା ପରେ, ୧୫ ମାର୍ଚ୍ଚ ୧୯୬୬ରେ INS INVESTIGATOR ପ୍ରଥମ ଜାହାଜ ଭାବେ ଏଠାରେ ଲାଗିଥିଲା । ବର୍ତ୍ତମାନ ଏହା ଭାରତର ଅନ୍ୟତମ ପ୍ରଧାନ ବନ୍ଦର ଭାବେ ବର୍ଷକୁ ୫୦ ନିୟୁତଠାରୁ ଅଧିକ ମାଲ ପରିବହନ କରୁଛି ।

ଉପଲବ୍ଧ ସୁବିଧା[ସମ୍ପାଦନା]

ଏହି ବନ୍ଦରରେ ବର୍ତ୍ତମାନ ୨୦ଟି ବର୍ଥ ରହିଛି । ୧୩ ମିଟର ଗଭୀରତା ବିଶିଷ୍ଟ ଏହି ବର୍ଥ ମାନଙ୍କର୍ରେ ୯୦,୦୦୦ ଟନ୍ ପର୍ଯ୍ୟନ୍ତ ଓଜନର ଜାହାଜ ଧାରଣ ପାଇଁ ସକ୍ଷମ ।[୪] ସ୍ୱୟଂସକ୍ରିୟ କୋଇଲା ପ୍ଲାଣ୍ଟ ବର୍ଷକୁ ୨୦ ନିୟୁତ ପର୍ଯ୍ୟନ୍ତ ମାଲ ରପ୍ତାନୀ କରିପାରେ । ସମୁଦ୍ର ମଝିରେ ଥିବା SPM ବର୍ଥ ଅତ୍ୟନ୍ତ ବଡ଼ ଆକାରର ତେଲ ଜାହାଜରୁ ଅସୋଧିତ ତୈଳ ଖାଲି କରାଯାଇ ପାଇପ ଯୋଗେ IOCLର ବିଶୋଧନାଗାରକୁ ପଠାଯାଏ ।

ବନ୍ଦରର ନିଜସ୍ୱ ଏକ ରେଳ ଲାଇନ ରହିଛି ଯାହା ୮୨ କିଲୋମିଟର ବ୍ୟାପୀ ବ୍ୟାପ୍ତ । ୨୫ରୁ ଅଧିକ ସାଇଡ଼ିଙ୍ଗରେ(siding) ମାଲ ଲଦିବା ଓ ଓହ୍ଲାଇବା କାମ ହୁଏ । ଏହି ରେଳ ଲାଇନ ପୂର୍ବ ତଟ ରେଳ ସହ ସଯୁଂକ୍ତ ।

ପାରାଦୀପ ବନ୍ଦର ଏକ ଦୃତଗାମୀ ଜାତୀୟ ରାଜପଥ (NH 5A)ଦ୍ୱାରା ଜାତୀୟ ରାଜପଥ ୧୬ ସହ ସଂଯୁକ୍ତ । କଟକରୁ ମଧ୍ୟ ଏଠାକୁ ସିଧାସଳଖ ୮୩ କି.ମି.ର ରାସ୍ତା ରହିଛି ।

ଆଧାର[ସମ୍ପାଦନା]

  1. "About Us". Paradip Port Trust. Retrieved 2011-09-27.
  2. "Brochure" (PDF). Paradip Port Trust. Retrieved 2011-09-27.
  3. ୩.୦ ୩.୧ https://www.dharitri.com/157310/
  4. "Home". Paradip Port Trust. Retrieved 2011-09-27.

ବାହାର ତଥ୍ୟ[ସମ୍ପାଦନା]

http://www.paradipport.gov.in/