Jump to content

ପାକସ୍ଥଳୀ

ଉଇକିପିଡ଼ିଆ‌ରୁ
Stomach
ଫାଇଲ:File:Gray1046.svg
Sections of the human stomach
Scheme of digestive tract, with stomach in red
ଲାଟିନ ଭାଷାରେ ventriculus, stomachus
ବିଭାଗ Digestive system
ଧମନୀ Right gastric artery, left gastric artery, right gastro-omental artery, left gastro-omental artery, short gastric arteries
ଶିରା Right gastric vein, left gastric vein, right gastroepiploic vein, left gastroepiploic vein, short gastric veins
ସ୍ନାୟୁ Celiac ganglia, vagus nerve[]
ଲସିକା Celiac lymph nodes[]
Precursor Foregut

ପାକସ୍ଥଳୀ ଏକ ମାଂସପେଶୀ ତିଆରି ଫମ୍ପ ଅଙ୍ଗ ଯାହା ମାନବର ପ୍ୟାକ-ଅନ୍ତନଳୀର ଉପର ଭାଗରେ ଅବସ୍ଥିତ ଓ ଅନ୍ୟ ପ୍ରାଣୀମାନଙ୍କ ଦେହରେ ମଧ୍ୟ ଅବସ୍ଥିତ । ପୁରାତନ ଗ୍ରୀକ ଭାଷାରେ ପାକସ୍ଥଳୀର ନାମ ଗାଷ୍ଟର ଥିଲା ଯାହାକୁ ଇଂରାଜୀ ଭାଷାରେ ଗାଷ୍ଟ୍ରିକରୁ ଷ୍ଟୋମାକ  କୁହାଯାଏ ।[] ଏହା ଏକ ଦେହରେ ଥିବା ହଜମକାରୀ  ଏକ ଗୁରୁତ୍ତ୍ଵପୂର୍ଣ୍ଣ ଅଙ୍ଗ ପ୍ରଣାଳୀ ଭାବରେ କାମ କରେ । ଏହା ହଜମକାରୀ ପ୍ରଣାଳୀରେ ପାଟିରେ ଖାଦ୍ୟ ଦେଖିଲେ ଓ ଚୋବେଇଲେ ଏହା କାମ କରିବାକୁ ଆରମ୍ଭ କରେ । ହଜମକାରୀ ପାଚକ ଏନଯାଇମ ଓ ପାକଅମ୍ଳ ଏହି ପାକସ୍ଥାଳୀରୁ  କ୍ଷରିତ ହୁଏ । ଏହା ପାକସ୍ଥାଳୀରେ ଖାଦ୍ୟ ହଜମ କରି ସ୍ୱାସ୍ଥ୍ୟ ନିୟନ୍ତ୍ରଣ କରେ ।[]

ଗ୍ରାସନଳୀ ଓ କ୍ଷୁଦ୍ର ଅନ୍ତନଳୀ ମଧ୍ୟରେ ପାକସ୍ଥଳୀ ଥାଏ । ପାକସ୍ଥଳୀ ଓ ଡୁଓଡେନମ ମଧ୍ୟବର୍ତ୍ତୀ ସ୍ଥାନରେ ପାଇଲୋରିକ ସ୍ଫିଙ୍କଟର ଥାଏ ଯାହା ମଧ୍ୟ ଦେଇ ସ୍ୱଳ୍ପ ହଜମକାରୀ ଖାଦ୍ୟ ଡୁଓଡେନମକୁ ଯାଏ । ଡୁଓଡେନମ ହେଉଛି କ୍ଷୁଦ୍ର ଅନ୍ତନଳୀର ପ୍ରଥମ ଓ କ୍ଷୁଦ୍ର ଅଂଶ ଯେଉଁଠାରୁ ପେରିସ୍ଟାଲସିସ ଆରମ୍ଭ ହୋଇ ଅନ୍ତନଳୀ ମଧ୍ୟ ଦେଇ ଯାଏ ।

ମାନବର ହଜମ ପ୍ରଣାଳୀରେ ଖାଦ୍ୟ ନଳୀ ଓ ଡୁଓଡେନମ (କ୍ଷୁଦ୍ର ଅନ୍ତନଳୀର ପ୍ରଥମ ଭାଗ) ମଧ୍ୟବର୍ତ୍ତି ସ୍ଥାନରେ ପାକସ୍ଥଳୀ ଥାଏ । ଉଦରର ଉପର ବାମ ଚତୁର୍ଥାଂଶରେ ପାକସ୍ଥଳୀ ଥାଏ । ପାକସ୍ଥଳୀର ଉର୍ଦ୍ଧ୍ୱ ଭାଗ ମଧ୍ୟଚ୍ଛଦା ସ୍ପର୍ଶ କରିଥାଏ । ପାକସ୍ଥଳୀର ପୃଷ୍ଠ ଭାଗରେ ଅଗ୍ନାଶୟ (ପାଙ୍କ୍ରିଆସ) ଥାଏ । ପାକସ୍ଥଳୀର ବୃହତ୍ତର ବକ୍ରତାରୁ ଭିସେରାଲ ପେରିଟୋନିଅମ ଝୁଲି ରହିଥାଏ ଯାହାକୁ ବୃହତ୍ତର ଓମେଣ୍ଟମ କୁହାଯାଏ । ପାକସ୍ଥଳୀର ଉପର ଅଗ୍ରଭାଗ ଓ ଖାଦ୍ୟ ନଳୀ ମଧ୍ୟରେ ଖାଦ୍ୟନଳୀ ସଙ୍କୋଚକ ତ‌ଥା ନିମ୍ନ ଭାଗରେ ପାକସ୍ଥଳୀ ଓ ଡୁଓଡେନମ ମଧ୍ୟବର୍ତ୍ତି ସ୍ଥାନରେ ପାଇଲୋରିକ ନାମକ ଦୁଇଟି ସଙ୍କୋଚକ (ସ୍ଫିଙ୍କଟର) ଥାଏ ।

ପାକସ୍ଥଳୀ ଚାରିପାଖରେ ପାରାସିମ୍ପାଥେଟିକ (ପ୍ରତିରୋଧକାରୀ), ସିମ୍ପାଥେଟିକ (ଉତ୍ତେଜକ) ସ୍ନାୟୁ ମଣ୍ଡଳୀ, ରକ୍ତ ନଳୀ, ସାମନା ଓ ପୃଷ୍ଠ ପାଖରେ ସିଲିଆକ ଓ ମେସେଣ୍ଟେରିକ ସ୍ନାୟୁ ଘେରି ରହିଥାଏ ଯାହା ଦ୍ୱାରା ପାକସ୍ଥଳୀର କ୍ଷରଣ କାମ ଓ ମାଂସପେଶୀ ଚାଳନ କାମ ନିର୍ବାହ ହୁଏ ।  

ପାକସ୍ଥଳୀର ସ୍ଫୀତକାରୀ ଶକ୍ତି ଥାଏ ଯାହା ଯୋଗୁ ତାହା ମଧ୍ୟରେ ଏକ ଲିଟର ଖାଦ୍ୟ ରହିପାରେ ।[] ପାକସ୍ଥଳୀର ଚତୁର୍ଦିଗରେ ଥିବା କୋଲୋନ ଭଳି ଭିଶେରା ଉପରେ ଏହାର ଆକାର ଓ ସ୍ଫୀତ ଶକ୍ତି ନିର୍ଭର କରେ ।[] ପାକସ୍ଥଳୀ ଖାଲି ଥିବା ବେଳେ ଆକାର ଇଂରାଜୀ j (ଜେ) ଭଳି ଦେଖାଯାଏ, କିଛି ପରିମାଣରେ ସ୍ଫୀତ ଥିଲେ ଏହାର ପାଇରିଫର୍ମ (pyriform) ଆକାର ଥାଏ । ମୋଟା ଲୋକଙ୍କର ଏହା ଭୁସମାନ୍ତର ଥାଏ ।[] ସଦ୍ୟ ଜନ୍ମ ଶିଶୁର ପାକସ୍ଥଳୀରେ ମାତ୍ର ୩୦ ମିଲି ଖାଦ୍ୟ ରହିପାରିବ । ବୟଃପ୍ରାପ୍ତ ଲୋକ କ୍ଷେତ୍ରରେ ମୋଟ ୨/୪ ଲିଟର ଖାଦ୍ୟ ଧରିପାରେ,[][] ଯଦିଓ ଅତି ବେଶୀରେ ୧୫ ଲିଟର ସାମର୍ଥ୍ୟ ରହିପାରେ ।   []

ଉପବିଭାଗ

[ସମ୍ପାଦନା]

ଗଠନ ଅନୁସାରେ ଉର୍ଦ୍ଧ୍ଵରୁ ନିମ୍ନ ଭାଗ ପର୍ଯ୍ୟନ୍ତ ପାକସ୍ଥଳୀକୁ ଚାରି ଭାଗରେ ବିଭକ୍ତ କରାଯାଇପାରେ ଯଥା: - କାଡ଼ିଆ, ଫଣ୍ଡସ, ଶରୀର ଓ ପାଇଲୋରସ ।[୧୦][୧୧]

  • କାଡ଼ିଆ ଏକ ସ୍ଥଳ ଯେଉଁଠାରେ ଗାଷ୍ଟ୍ରୋଏସୋଫେଗସର ସଂକୋଚକ ସ୍ଥାନରୁ ଖାଦ୍ୟ ତଳକୁ ଆସି ଗାଷ୍ଟ୍ରିକ ସ୍ଥାନରେ ପହଞ୍ଚେ ।[୧୨][୧୧] ହୃତପିଣ୍ଡ ଗର୍ତ୍ତର ବାମ ପାଖରେ ହୃତପିଣ୍ଡ ଖୋପ ଥାଏ ଯେଉଁଠାରୁ ବିରାଟ ବକ୍ରତା ଆରମ୍ଭ ହୁଏ । ହୃତପିଣ୍ଡ ଗର୍ତ୍ତଠାରେ ଏକ ଭୁସମାନ୍ତର ରେଖାଠାରେ ବିରାଟ ବକ୍ରତା ଆରମ୍ଭ ହୁଏ ଯାହାକୁ ଫଣ୍ଡସ କୁହାଯାଏ ।[୧୧] ପାକସ୍ଥଳୀର ଏକ ଛୋଟ ସ୍ଥାନକୁ କୁହାଯାଏ ଯାହା ଏସୋଫେଜିଆଲ ରନ୍ଧ୍ର ଚାରି ପାଖରେ ଥାଏ ।[୧୧]
  • ଉର୍ଦ୍ଧ୍ଵ ବକ୍ରତାଠାରୁ ଫଣ୍ଡସ ଆରମ୍ଭ ହୁଏ ।[୧୩]
  • ହୃତପିଣ୍ଡର ମଧ୍ୟ ଅଂଶକୁ ଶରୀର ବା ବଡି ବା କର୍ପସ କୁହାଯାଏ ।[୧୩]
  •   ହୃତପିଣ୍ଡ ଓ ଡ଼ୁଓଡେନମ ସଂଗମ ସ୍ଥଳରେ ପାଇଲୋରିକ ସ୍ଫିଙ୍କଟର ବା ସଙ୍କୋଚକ ଥାଏ । ପାଇଲୋରିକ ଆଣ୍ଟରମ ସ୍ଥାନରେ ହୃତପିଣ୍ଡ ଶରୀରକୁ ବାଟ ଥାଏ ।[୧୩]

ଗାଷ୍ଟ୍ରୋଏସୋଫେଜିଆଲ ସଂଗମ ସ୍ଥଳର ଜେଡ ରେଖାରୁ ("z-line") କାର୍ଡିଆ ଆରମ୍ଭ ହୁଏ । ଏହି ସ୍ଥାନରୁ ଷ୍ଟ୍ରାଟିଫାଏଡ଼ ଏପିଠେଲିଆମ ବା ଜୀବକୋଷ ପରିବର୍ତ୍ତିତ ହୋଇ କଳମନାର  ଜୀବକୋଷରେ ପରିଣତ ହୁଏ । କାର୍ଡିଆ ପାର୍ଶ୍ଵରେ ନିମ୍ନ ଏସୋଫେଜିଆଲ ସଙ୍କୋଚକ ଥାଏ ।[୧୨]

Diagram showing parts of the stomach

ପାର୍ଶ୍ଵବର୍ତ୍ତୀ ଶାରୀରିକ ଗଠନ

[ସମ୍ପାଦନା]

ପାକସ୍ଥଳୀ ବିଛଣା କହିଲେ କେତେକ ପଦାର୍ଥକୁ ବୁଝାଏ ଯାହା ଉପରେ ପାକସ୍ଥଳୀ ବିଶ୍ରାମ ନେଇଥାଏ ।[୧୪][୧୫] ଏହି ପଦାର୍ଥ ମଧ୍ୟରେ ଅଗ୍ନାଶୟ ଲାଞ୍ଜ, ପ୍ଳୀହା ଧମନୀ, ବାମ ବୃକ୍‌କ, ବାମ ସୁପ୍ରାରେନାଲ ଗ୍ରନ୍ଥି, ମେସୋକୋଲୋନ ସହିତ ଟ୍ରାନ୍ସଭର୍ସ କୋଲୋନ ଏବଂ ବାମ କୋଲୋନ ଫ୍ଲେକ୍ଶର । ୧୮୯୬ ମସିହାରେ ଡବ୍ଲିନର କାଥୋଲିକ ମେଡ଼ିସିନ ବିଶ୍ଵବିଦ୍ୟାଳୟରେ ଫିଲିପ ପୋଲସୋନ ନାମ କରଣ କରିଥିଲେ । କିନ୍ତୁ ଜେ ମାସେ ଏହାକୁ ନାପସନ୍ଦ କରିଥିଲେ । [୧୬][୧୭][୧୮]

ରକ୍ତ ସଞ୍ଚାଳନ

[ସମ୍ପାଦନା]
Schematic image of the blood supply to the human stomach: left and right gastric artery, left and right gastroepiploic artery and short gastric arteries[୧୯]

ମାନବ ପାକସ୍ଥଳୀର ସ୍ୱଳ୍ପ ବକ୍ରତାର (lesser curvature) ନିମ୍ନ ଭାଗକୁ ଡାହାଣ ପାକ ରକ୍ତନଳୀ ରକ୍ତ ଯୋଗାଏ ଓ ଉପର ଭାଗକୁ ବାମ ପାକ ରକ୍ତନଳୀ ଯୋଗାଏ ଓ ଏହା କାର୍ଡିଆକ ସ୍ଥାନକୁ ମଧ୍ୟ ରକ୍ତ ଯୋଗାଏ । ଫଣ୍ଡସ ଓ ଉର୍ଦ୍ଧ୍ବ ବକ୍ରତାକୁ ୫-୭ଟି ଛୋଟ ପାକ ରକ୍ତନଳୀ ରକ୍ତ ଯୋଗାଏ ଯେଉଁ ଗୁଡ଼ିକ ଅଗ୍ନାଶୟ ରକ୍ତନଳୀରୁ ବାହାରିଥାଏ ।[୨୦]

ଲିମ୍ଫ ଡ୍ରେନ

[ସମ୍ପାଦନା]

ପାକସ୍ଥାଳୀର କୋଷ ତରଳ ପଦାର୍ଥ ଦୁଇ ଭାଗ ହୋଇ ଅନ୍ତନଳୀ ଲିମ୍ଫ ଟ୍ରଙ୍କ୍ ମାଧ୍ୟମରେ ଶିଷ୍ଟର୍ଣା କାଇଲି କୁ ପ୍ରବାହିତ ହୋଇଥାଏ ।[୨୦]

ଅଣୁଶରୀରଗଠନ (Microanatomy)

[ସମ୍ପାଦନା]

କାନ୍ଥ (Wall)

[ସମ୍ପାଦନା]
The gastrointestinal wall of the human stomach
Layers of the gastrointestinal wall of which the stomach is a dilated part

ଅନ୍ୟାନ୍ୟ ପାକଅନ୍ତନଳୀ ଭଳି ପାକସ୍ଥଳୀର ଭିତରୁ ବାହାର ପର୍ଯ୍ୟନ୍ତ ପାଞ୍ଚଟି ସ୍ତର ଅଛି ଯଥା: - ମ୍ୟୁକୋସା, ସବମ୍ୟୁକୋସା, ମାଂସପେଶୀ ସ୍ତର, ସବସେରୋସା ଓ ସେରୋସା ।[୨୧]

ପାକସ୍ଥଳୀର ଭିତର ସ୍ତରକୁ ମ୍ୟୁକସ ମେମ୍ବ୍ରେନ କୁହାଯାଏ । ଏହି ମେମ୍ବ୍ରେନର ଏକ ବାହ୍ୟ କଲମନାର ଏପିଥେଲିଅମ ସ୍ତର, ଲାମିନ ପ୍ରୋପ୍ରିଆ ଓ ଅତି ପତଳା ମ୍ୟୁକସ ସ୍ତର ଥାଏ ଯାହାକୁ ମସ୍କୁଲାରିସ ମ୍ୟୁକୋସା କୁହାଯାଏ । ମ୍ୟୁକୋସା ତଳେ ସବମ୍ୟୁକୋସା ସ୍ତର ଅଛି ଯାହା ଫାଇବର କନେକ୍ଟିଭ ତନ୍ତୁରେ ଗଢ଼ା ହୋଇଛି ।[୨୨] ମେଇସ୍ସନର ପ୍ଲେକ୍ସସ ହେଉଛି ଏକ ଅତି ପତଳା ସ୍ତର ଯାହା ଓବଲିକ ମାଂସପେଶୀ ସ୍ତର ତଳେ ଥାଏ ।[୨୩]

ପାକସ୍ଥଳୀର ଭିତର ସ୍ତରକୁ ଗାସ୍ଟ୍ରିକ ମ୍ୟୁକୋସା କୁହାଯାଏ ଯାହା ମ୍ୟକୋସ ମେମ୍ବ୍ରାନରେ ଗଢ଼ା । ଏହି ମେମ୍ବ୍ରେନରେ ବାହ୍ୟ କଲମନାର ଏପିଥେଲିଅମ, ଲାମିନା ପ୍ରୋପ୍ରିଆ ଓ ଏହ ଅତି ପତଳା ଯାହାକୁ ମସ୍କୁଲାରିସ ମ୍ୟୁକୋସା କୁହାଯାଏ । ମ୍ୟୁକୋସା ତଳେ କନେକ୍ଟିଭ ତନ୍ତୁରେ ଗଢ଼ା ସବମ୍ୟୁକୋସା ସ୍ତର ଅଛି ।[୨୪] ବକ୍ର ମାଂସପେଶୀ ସ୍ତର ତଳ୍ୱ ମେଇସ୍ସନର ପ୍ଲେକ୍ସସ ଅଛି ।[୨୫]

ସବମ୍ୟୁକୋଷା ବାହାର ପାଖରେ ଥିବା ମାଂସପେଶୀର ତିନୋଟି ସ୍ତର ଅଛି ଯେଉଁଥିରେ ଫାଇବରଗୁକିକ କୋଣାକାରରେ ଅଛନ୍ତି ।  ଏହି ସ୍ତରକୁ ତିନି ଭାଗରେ ବିଭକ୍ତ କରାଯାଏ ଯଥା: - ତାହାକୁ ଅନ୍ତସ୍ଥ ବକ୍ର (oblique), ମଧ୍ୟ ଗୋଲାକାର ଓ ବାହ୍ୟ ଲମ୍ବ ସ୍ତର ।[୨୬] ଅନ୍ତସ୍ଥ ବକ୍ର ସ୍ତର ଭଳି ଅନ୍ୟ ସ୍ତରରେ ଏଭଳି ସ୍ତର ନାହିଁ ।[୨୭] ପାକସ୍ଥଳୀରେ ସବୁଠାରୁ ମୋଟା ମାଂସପେଶୀ ଅଛି ଯାହାର ତିନୋଟି ସ୍ତର ଅଛି ଯାହା ଯୋଗୁ ସର୍ବାଧିକ ପେରିଷ୍ଟାଲସିସ ଏଠାରେ ସାଧିତ ହୁଏ  ।  

  • ଭିତର ବକ୍ର ସ୍ତରରେ ଖାଦ୍ୟ ଚୁରି ହୋଇ ଭାଙ୍ଗିଯାଏ । ହଜମ ପ୍ରଣାଳୀର ତିନି ସ୍ତର ମଧ୍ୟରୁ କେବଳ ଏହି ସ୍ତରରେ ଏଭଳି କାମ ଦେଖାଯାଏ ଓ ଅନ୍ୟ ସ୍ତରରେ ଦେଖାଯାଏ ନାହିଁ । ଆଣ୍ଟ୍ରମର ମୋଟା ସ୍ତର ଯୋଗୁ ଫଣ୍ଡସରେ ଏଭଳି ଜୋରଦାର ସଂକୋଚନ ସମ୍ଭବ ହୁଏ ।      
  • ମଧ୍ୟମ ଗୋଲାକାର ସ୍ତର: ଏହି ସ୍ତରରେ ଥିବା ପାଇଲୋରସ ଚାରି ପାଖରେ ମୋଟା ଗୋଲାକାର ମାଂସପେଶୀ ଥାଏ ଯାହା ସାଧାରଣ ଭାବରେ ସଙ୍କୋଚିତ ହୋଇ ଥାଏ ଯାହା କର୍ମ ଅନୁସାରେ ସ୍ଫିଙ୍କଟର କାମ କରେ ଯାହାଦ୍ଵାରା ଖାଦ୍ୟ ଚାଇମ (chyme) ବା ଚଳଣ ହୋଇ ଡୁଓଡେନମକୁ ଯାଏ; ଏହା କିନ୍ତୁ ଗଠନ ଅନୁସାରେ ସ୍ଫିଙ୍କଟର ନୁହେଁ ।  
  • ମ୍ୟେଣ୍ଟେରିକ ପ୍ଲେକ୍ସସ୍ (myenteric plexus) ବା ଅୱେରବାକ ପ୍ଲେକ୍ସସ (Auerbach's plexus) ଦେଖାଯାଏ ବାହ୍ୟ ଲମ୍ବାକାର ଓ ମାଧ୍ୟମ ଗୋଲାକାର ସ୍ତର ମଝିରେ । ଏଠାରେ ମିଶ୍ରଣ ଓ ପେରିଷ୍ଟାଲସିସ ହୁଏ ।

ବାହ୍ୟ ଲମ୍ବ ସ୍ତର ଅଳ୍ପ ହଜମ ହୋଇଥିବା ଖାଦ୍ୟକୁ ମାଂସ ପେଶୀ ସଂକୋଚନ କରି ପାଇଲୋରସ ଦିଗକୁ ନେଇଯାଏ ।    

ମାଂସ ପେଶୀ ବାହାରେ ଥିବା ସଂଯୁକ୍ତକାରୀ ତନ୍ତୁ ପେରିଟୋଅନିଆମ ସହିତ ଏକକାର ହୋଇଯାଏ ।

ସ୍ୱଳ୍ପ ବକ୍ର ସହିତ ଚିକ୍କଣ ମ୍ୟୁକୋଷା ଏକ ରାସ୍ତା ତିଆରି କରିଥାଏ ଯାହାକୁ ଗ୍ୟାସ୍ଟ୍ରିକ କେନାଲ କୁହାଯାଏ ଯାହା ତରଳ ପଦାର୍ଥକୁ ପାଇଲୋରସ ମଧ୍ୟକୁ ନେଇଯାଏ ।[୨୮]

ଗ୍ରନ୍ଥି

[ସମ୍ପାଦନା]
ମ୍ୟୁକୋଷା ଏକ ରାସ୍ତା ତିଆରି କରିଥାଏ ଯାହାକୁ ଗ୍ୟାସ୍ଟ୍ରିକ କେନାଲ କୁହାଯାଏ ଯାହା ତରଳ ପଦାର୍ଥକୁ ପାଇଲୋରସ ମଧ୍ୟକୁ ନେଇଯାଏ ।[୨୯]

ପାକସ୍ଥଳୀରମ ମ୍ୟୁକୋଷା ସ୍ଥରରେ ଅନେକ ଗୁଡ଼ିଏ ଗୁଡ଼ିଏ ପାକ ଗର୍ତ୍ତ ଥାଏ ଯାହା  ଅନେକ ଗୁଡ଼ିଏ ଗ୍ୟାସ୍ଟ୍ରିକ ଜୁଷ ଗ୍ରହଣ କରେ ଓ ୨ ରୁ ୭ ଗ୍ୟାସ୍ଟ୍ରିକ ଗ୍ରନ୍ଥିରୁ ନିଷ୍କାସିତ ହୋଇଥାଏ । ଗ୍ୟାସ୍ଟ୍ରିକ ଜୁଷରେ ହାଇଡ୍ରୋକ୍ଳୋରିକ ଏସିଡ ଓ ହଜମି ଏଞ୍ଜାଇମ ଥାଏ ।[୩୦]

ପାକସ୍ଥଳୀର ବଡି ଓ ଫଣ୍ଡସ ମଧ୍ୟରେ ଫଣ୍ଡିକ ଗ୍ରନ୍ଥି ଥାଏ । ସାଧାରଣତଃ ଏହି ଗ୍ରନ୍ଥିଗୁଡିକରେ କଲମ ଆକାରର ଜୀବକୋଷ ଥାଏ ଯାହା ସୁରକ୍ଷାକାରୀ ମ୍ୟୁକସ ଓ ବାଇକାରବୟନେଟ ଥାଏ । ପାରାଏତାଲ ଜୀବକୋଷରୁ ହାଇଡ୍ରୋକ୍ଳୋରିକ ଏସିଡ ଓ ଇଣ୍ଟରଇଞ୍ଜିକ ଫାକଟର ବାହାରେ; ପାକ ମୂଖ୍ୟ ଜୀବକୋଷରୁ ପେପସିନୋଜେନ ନିଷ୍କାସନ ହୁଏ ଯାହା ଅମ୍ଳ ଉପସ୍ଥିତିରେ ପେପଶିନରେ ପରିଣତ ହୁଏ ଓ ନିଉରୋଏଣ୍ଡୋକ୍ରାଇନ ଜୀବକୋଷରୁ ସେରୋଟୋନୀନ ନିଷ୍କାସନ ହୁଏ ।

Diagram showing gastric pits (13) gastric glands (12) lamina propria (10) epithelium (11)
Histology of normal antral mucosa. Antral mucosa is formed by branched coiled tubular glands lined by secretory cells similar in appearance to the surface mucous cells. H&E stain.z

ପାକସ୍ଥଳୀର ଏସୋଫେଗସ ତଥା ପାଇଲୋରସ ମିଳନ ସ୍ଥଳରେ ଥିବା ଗ୍ରନ୍ଥିଗୁଡିକ ପରସ୍ପରଠାରୁ ପୃଥକ ଥାଏ ।[୩୧] ପାକଏସୋଫେଗସ ମିଳନ ସ୍ଥଳରେ ଥିବା ଗ୍ରନ୍ଥିରୁ ମ୍ୟୁକସ ନିଷ୍କାସନ ହୁଏ ।   [୩୨] ଅନ୍ୟାନ୍ୟ ପାକ ଗ୍ରନ୍ଥି ଅପେକ୍ଷା ଏହି ଗ୍ରନ୍ଥିଗୁଡ଼ିକର ସଂଖ୍ୟା କମ ଥାଏ ଓ ମ୍ୟୁକୋଷାର ଅଗଭୀର ସ୍ଥାନରେ ଥାଏ । ଏହି ଗ୍ରନ୍ଥି ଗୁଡ଼ିକ ଦୁଇ ପ୍ରକାରର ଥାଏ –  ଛୋଟ ଡେମ୍ଫ ଥିବା ସାଧାରଣ ନଳୀ ଆକାରର ଗ୍ରନ୍ଥି ବା ମିଶ୍ରିତ (କମ୍ପାଉଣ୍ଡ) ରେଶୀମୋଜ ଗ୍ରନ୍ଥି ଆକାରର ଯାହା ଡ଼ୁଓଡେନମର  ବୃନ୍ନର ଗ୍ରନ୍ଥି ଭଳି ଦେଖିବାକୁ ଥାଏ । ପାଇଲୋରସର ଆଣ୍ଟ୍ରମ ପାଖରେ ପାଇଲୋରିକ ଗ୍ରନ୍ଥି ଥାଏ । ଏଗୁଡ଼ିକରେ ଥିବା ଜି ଜୀବକୋଷରୁ ମୁକଶ ଓ ଗାଷ୍ଟ୍ରିନ ନିଷ୍କାସନ ହୁଏ ।[୩୩]

ଜିନ ଓ ପୁଷ୍ଟିସାର ନିଷ୍କାସନ

[ସମ୍ପାଦନା]

ମାନବ ଜୀବକୋଷରେ ୨୦,୦୦୦ ପୁଷ୍ଟିସାର-କୋଡଥିବ ଜିନ (protein-coding genes) ପ୍ରକାଶିତ ହୁଏ ଓ ଏମାନଂକ ମଧ୍ୟରୁ ସାଧାରଣ ପାକସ୍ଥଳୀରେ ୭0% ପ୍ରକାଶିତ ହୁଏ ।[୩୪][୩୫] ଏମାନଙ୍କ ମଧ୍ୟରୁ ଅନ୍ୟ ଅଙ୍ଗ ଅପେକ୍ଷା ୧୫୦ରୁ ଅଧିକ ଜିନ ନିର୍ଦ୍ଦିଷ୍ଟ ଭାବରେ ପାକସ୍ଥଳୀରେ  ପ୍ରକାଶିତ ହୁଏ ଓ ୨୦ ଟି ଜିନ ଅତି ନିର୍ଦ୍ଦିଷ୍ଟ ଥାଏ । ସେହି ନିର୍ଦିଷ୍ଟ ଜିନଗୁଡିକ ପାକସ୍ଥଳୀରେ ଆବଶ୍ୟକୀୟ ପରିବେଶ ସୃଷ୍ଟି କରେ ଯାହା ଯୋଗୁ ହଜମ ହୁଏ ଓ ପୋଷକ ସଂଗୃହୀତ ହୁଏ । ଏମାନଙ୍କ ମଧ୍ୟରୁ ମ୍ୟୁକୋଷାରେ    ଅତ୍ୟାବଶ୍ୟକୀୟ ପାକ-ନିର୍ଦ୍ଦିଷ୍ଟ ଗାଷ୍ଟ୍ରୋକାଇନ ୧ ନିଷ୍କାସିତ ହୁଏ; ପାକସ୍ଥଳୀ ମୁଖ୍ୟ ଜୀବକୋଷରେ ପେପଶିନୋଜେନ ଓ ଗ୍ୟାଷ୍ଟ୍ରିକ ଲାଇପେଜ; ପାରାଇଏଟାଲ ଜୀବକୋଷରୁ ପାକ ହାଇଡ୍ରୋଜେନ ଏଟି ପେଜ ଓ ଗ୍ୟାସ୍ଟ୍ରିକ ଇଣ୍ଟରଇଞ୍ଜିକ ଫ୍ୟାକଟର ନିଷ୍କାସିତ ହୁଏ ।[୩୬]

ବିକାଶ

[ସମ୍ପାଦନା]

ମାନବ ଏମ୍ବ୍ରିଓର ପ୍ରାକ ବିକାଶ ସମୟରେ ତାହାର ସାମନା ଭାଗ ୟୋକସ୍ୟାକ (yolk sac) ସୀମାବର୍ତ୍ତୀ ହୋଇଥାଏ । ବିକାଶର ତୃତୀଯ ସପ୍ତାହ ସମୟରେ ଏମ୍ବ୍ରିଓ ଚାରିପାଖରେ ୟୋକସ୍ୟାକ ଘେରିଯାଏ । ଏହାର ଅନ୍ତସ୍ଥ ଭାଗଟି ବୟସ୍କ ପାକଅନ୍ତନଳୀର ମୂଳଦୁଆ ପକାଏ ।[୩୭] ସ୍ୟାକ ଚତୁର୍ଦ୍ଦିଗରେ ଭାଇଟେଲୀନ ନେଟୱାର୍କ ରହିବାକୁ ଆରମ୍ଭ କରେ । ସମୟକ୍ରମେ ଏହା ତିନୋଟି ରକ୍ତନଳୀରେ ପରିଣତ ହୋଇ ବିକାଶଶୀଳ ପାକଅନ୍ତନଳୀକୁ ରକ୍ତ ଯୋଗାଏ ଯଥା:- ସିଲିଆକ ରକ୍ତନଳୀ, ସୁପିରିଅର ବା ଉପରବର୍ତ୍ତୀ ମେସେଣ୍ଟେରିକ ରକ୍ତନଳୀ ଓ ନିମ୍ନବର୍ତ୍ତୀ ମେସେଣ୍ଟେରିକ ରକ୍ତନଳୀରେ ପରିଣତ ହୁଏ । ରକ୍ତ ନଳୀ ଯୋଗାଉ ଥିବା ଏହି ସ୍ଥାନ ଗୁଡ଼ିକ ଫୋରଗଟ, ମିଡଗଟ ଓ ହାଇଣ୍ଡଗଟରେ ପରିଣତ ହୁଏ ।[୩୭]

ପ୍ରାକ ବିକାଶ ସମୟରେ ପାକସ୍ଥଳୀର ଘୂର୍ଣ୍ଣନ ସହିତ ଆଗ ଓ ପଛ ପାଖର ମେସେଣ୍ଟେରିର ଘୂର୍ଣ୍ଣନ ମଧ୍ୟ ହୁଏ । ଏହି ଘୂର୍ଣ୍ଣନ ଯୋଗୁ ପାକସ୍ଥଳୀର ଆଗ ପାଖର ସ୍ଥାନକୁ ବୃହତ୍ତର ସ୍ୟାକ (sac) ଓ ପଛ ପାଖର ସ୍ଥାନକୁ ଲଘୁ ସ୍ୟାକ କହନ୍ତି । ଏହି ଘୂର୍ଣ୍ଣନ ପରେ ପଛ ମେସେଣ୍ଟେରି ପତଳା ହୋଇଯାଏ ଯାହାକୁ ଓମେଣ୍ଟମ କୁହାଯାଏ ଯାହା ବୃହତ୍ତର ବକ୍ରତା ସହିତ ସଂଯୁକ୍ତ ହୋଇଯାଏ । ଆଗ ପାଖର  ଓମେଣ୍ଟମକୁ ଲେସର ଓମେଣ୍ଟମ କୁହାଯାଏ ଯାହା ବିକାଶଶୀଳ ଯକୃତ ସହିତ ସଂଯୁକ୍ତ ହୋଇଯାଏ । ବୟଃପ୍ରାପ୍ତ ହେବା ପରେ ଓମେଣ୍ଟମ ଓ ମେସେଣ୍ଟେରିର ସଂଯୁକ୍ତକାରୀ ତନ୍ତୁକୁ ପେରିଟୋନିଅମ କୁହାଯାଏ । ଏହା ଏକ ସୁରକ୍ଷାକାରୀ ସ୍ତର କାମ କରେ ଯାହା ମଧ୍ୟରେ ରକ୍ତ, ଲିମ୍ଫ ଓ ସ୍ନାୟୁ ରହେ ।[୩୮] ଏହି ଗଠନଗୁଡ଼ିକୁ ସିଲିଆକ ଟ୍ରଙ୍କରୁ ରକ୍ତ ଯୋଗାଣ ଓ ପୋର୍ଟାଲ ସ୍ନାୟୁ ମଣ୍ଡଳରୁ ଶିରା ଡ୍ରେନ ହୁଏ । ଏହି ଅର୍ଗାନଗୁଡିକରୁ ଲିମ୍ଫ ପାରାଭରଟେବ୍ରାଲ ସିଲିଆକ ଲିମ୍ଫ ନୋଡକୁ ଯାଏ ଯାହା ଆଓରଟାରୁ (aorta) ବାହାରିଥିବା ସିଲିଆକ ଧମନୀ ସାଥିରେ ମିଶିଥାଏ ।            

କାର୍ଯ୍ୟ

[ସମ୍ପାଦନା]

ମାନବ ପାକତନ୍ତ୍ର ସିଷ୍ଟମରେ ପାଟିରେ ଚୋବାଉଥିବା ଖାଦ୍ୟ ଛୋଟ ଛୋଟ ଗୋଲାକାର ପିଣ୍ଡୁଳା ଆକାରରେ ଗ୍ରାସନଳୀ ଭିତରକୁ ଯାଏ ଓ ତା ପରେ ନିମ୍ନତମ ଏସୋଫେଜିଆଲ ସ୍ଫିଙ୍କଟର ମଧ୍ୟ ଦେଇ ପାକସ୍ଥଳୀରେ ପ୍ରବେଶ କରେ । ପାକସ୍ଥଳୀରେ (ପ୍ରୋଟିଏଜ) ପୁଷ୍ଟିସାର ହଜମକାରୀ ଏନଯାଇମ ଯଥା ପେପସିନ ଓ ହାଇଡ୍ରୋକ୍ଳୋରିକ ଅମ୍ଳ ବାହାରେ ଯାହା ଜୀବାଣୁମାନଙ୍କୁ ମାରିଦିଏ ଓ ପ୍ରୋଟିଏଜ କାମ କଲାଭଳି ପିଏଚ ଏସିଡ ବାହାରେ । ଚୂରଣ ହେବା ପରେ ପାକସ୍ଥଳୀର କାନ୍ଥରେ ଥିବା ମାଂସପେଶୀ ପେରିଷ୍ଟାଲଷ୍ଟିକ ସଂକୋଚନ ଯୋଗୁ ଖାଦ୍ୟ ବୋଲସ ଆକାର କମିଯାଏ ଓ ତା ପରେ ଫଣ୍ଡସ ପାଖକୁ ଲୁପିଙ୍ଗ ପାଇଁ ଯାଏ ଯାହା ଫଳରେ ବୋଲସ ପରିବର୍ତ୍ତିତ ହୋଇ ଚାଇମରେ ପରିଣତ ହୁଏ । ଧୀରେ ଧୀରେ ଚାଇମ ପାଇଲୋରିକ ସ୍ଫିଙ୍କଟର ମଧ୍ୟ ଦେଇ ଡୂଓଡେନମ ଓ କ୍ଷୁଦ୍ରାନ୍ତ୍ର ମଧ୍ୟରେ ପ୍ରବେଶ କରେ । ସେଠାରେ ପୋଷକ ନିଷ୍କାସନ ଆରମ୍ଭ ହୁଏ ।

ପାକ ଜୁସରେ ଥିବା ପେପଶିନୋଜେନ ଓ ହାଇଡ୍ରୋକ୍ଳୋରିକ ଏସିଡ ଅଣସକ୍ରିୟ ଏଞ୍ଜାଇମ ଗୁଡ଼ିକୁ ସକ୍ରିୟ କରେ । ଫଳରେ ପୁଷ୍ଟିସାରକୁ ପେପସିନ ଭାଙ୍ଗିଦେଇ ପଲିପେପଟାଇଡରେ ପରିଣତ କରେ ।    

ଯାନ୍ତ୍ରିକ ହଜମ କ୍ରିୟା

[ସମ୍ପାଦନା]

ପାକସ୍ଥଳୀରେ ଖାଦ୍ୟ ପ୍ରବେଶ କରିବାର କିଛି ମୂହୁର୍ତ୍ତ ମଧ୍ୟରେ ପ୍ରତି ୨୦ ସେକେଣ୍ଡରେ ମିଶ୍ରଣ ଢେଉ ସୃଷ୍ଟି ହୁଏ । ଏହି ମିଶ୍ରଣ ଢେଉ ଏକ ଅନବଦ୍ୟ ପେରିଷ୍ଟାଲସିସ ଯାହା ଖାଦ୍ୟକୁ ପାକ ରସ ସାହାଯ୍ୟରେ ମିଶ୍ରଣ କରେ ଓ ନରମ କରି ଚାଇମ ସୃଷ୍ଟି କରେ । ପ୍ରାରମ୍ଭିକ ଢେଉ ଧୀର ଥାଏ ଓ ପରେ ପାଇଲୋରସ ପାଖରେ ପହଞ୍ଚିବା ବେଳକୁ ଏହା ତୀବ୍ର ହୋଇଯାଏ ।

ପାଇଲୋରସରେ ପ୍ରାୟ ୩୦ ମିଲି ଚାଇମ ଧରେ ଓ ଏହା ଏକ ଫିଲଟର କାମ କରି କେବଳ ତରଳ ପଦାର୍ଥ ସହ ଛୋଟ ଖାଦ୍ୟ କଣିକାମାନଙ୍କୁ ଆଗକୁ ଯିବାକୁ ପ୍ରାୟ ବନ୍ଦ ପାଇଲୋରସ ସ୍ଫିଙ୍କଟର ମଧ୍ୟ ଦେଇ ଆଗକୁ ଯାଏ । ଏହି କାର୍ଯ୍ୟକୁ ପାକ ଖାଲି (gastric emptying) କରିବା  କୁହାଯାଏ । ଏହି ପ୍ରକ୍ରିୟାରେ ଏକା ଥରକୁ ୩ ମିଲି ଚାଇମର ମିଶ୍ରଣ ଢେଉ ଆଗକୁ ବଢେ । ଏହାଠାରୁ ଅଧିକ ପରିମାଣର ଚାଇମ ଗଲେ କ୍ଷୁଦ୍ରାନ୍ତ୍ର ତାକୁ ନ ରଖି ପାରି ପଛକୁ ପେଲିଦିଏ । ଏହି ପ୍ରକ୍ରିୟା ବାରମ୍ବାର ଚାଲୁ ରହେ ।

ପାକସ୍ଥାଳୀକୁ ଖାଲି କରିବା ପ୍ରଥା ଉଭୟ ପାକସ୍ଥଳୀ ଓ ଡୁଓଡେନମ ସମ୍ପାଦନ କରନ୍ତି । ଡୁଓଡେନମରେ ଚାଇମର ଉପସ୍ଥିତି ରିସେପ୍ଟରମାନଙ୍କୁ ସକ୍ରିୟ କରେ । ଏହା ଫଳରେ ଡୁଓଡେନମ କାର୍ଯ୍ୟ କରିବାକୁ ପ୍ରସ୍ତୁତ ହେବା ପୂର୍ବରୁ ପାକସ୍ଥାଳୀରୁ ଅଧିକ ଚାଇମ ଆସିବା ବନ୍ଦ କରିଦିଏ ।[୩୯]

ରାସାୟନିକ ହଜମ

[ସମ୍ପାଦନା]

ରାସାୟନିକ ହଜମ ପ୍ରକ୍ରିୟାରେ ହଜମ ହୋଇ ନଥିବା ଖାଦ୍ଯ ଓ ବାୟୁ ପାକସ୍ଥଳୀ ଫଣ୍ଡସରେ ଜମା ହୋଇ ରହେ । ଚାଇମ ମିଶ୍ରଣ ହେବା ପୂର୍ବରୁ ଫଣ୍ଡସରେ ଖାଦ୍ୟ କିଛି ସମୟ ବିଶ୍ରାମ ନେଇପାରେ । ଫଣ୍ଡସରେ ଖାଦ୍ୟ କିଛି ସମୟ ବିଶ୍ରାମ ନେଉଥିବା ସମୟରେ ସାଲିଭାରି ଆମିଲେଜର ହଜମ ପ୍ରକ୍ରିୟାରେ ଖାଦ୍ୟ ଓ ଅମ୍ଳ ଚାଇମ ମିଶ୍ରଣ ଚାଲୁ ରହେ । ଅବଶେଷରେ ମିଶ୍ରିତ ଢେଉରେ ଖାଦ୍ୟ , ଚାଇମ ମିଶ୍ରଣ ହେବା ସମୟରେ ଅମ୍ଳ ଯୋଗୁ ଶାଲିଭା ଆମିଲେଜ ନିଷ୍କ୍ରିୟ ହୁଏ ଓ ଲିଙ୍ଗୁଆଲ ଲାଇପେଜ ସକ୍ରିୟ ହୋଇଯାଏ । ଲିଙ୍ଗୁଆଲ ଲାଇପେଜ ଯୋଗୁ ଟ୍ରାଇଗ୍ଳିସେରାଇଡ ଭାଙ୍ଗି ଯାଇ ମୁକ୍ତ ଚର୍ବିଳ ଅମ୍ଳ, ମୋନୋ ଓ ଡାଇଗ୍ଳିସେରାଇଡରେ ପରିଣତ ହୁଏ ।

ପାକସ୍ଥଳୀରେ ହାଇଡ୍ରୋକ୍ଳୋରିକ ଅମ୍ଳ କ୍ରିୟା ଯୋଗୁ ପେପସିନ (pepsin) ଏନଯାଇମ ଭାଙ୍ଗି ଯାଏ ।  

ପାକସ୍ଥାଳୀ ମଧ୍ୟ ଗାଷ୍ଟ୍ରିକ ଲାଇପେଜ (gastric lipase) ତିଆରି ହୋଇପାରେ ଯାହା ଚର୍ବି ହଜମ କରିପାରେ ।  

ପାକସ୍ଥଳୀରେ ଥିବା ସାମଗ୍ରୀ ଖାଇବାର ଦୁଇ ଚାରି ଘଣ୍ଟା ମଧ୍ୟରେ ସମ୍ପୂର୍ଣ୍ଣ ରୂପେ ଖାଲି ହୋଇ ଡୁଓଡେନମକୁ ଚାଲିଯାଏ ।  

ଖାଦ୍ୟ ପ୍ରକାର ଅନୁସାରେ ହଜମ କରିବା ସମୟ ଭିନ୍ନ ଭିନ୍ନ ହୁଏ । ଖାଦ୍ୟରେ ଶ୍ଵେତସାର ପରିମାଣ ଅଧିକ ଥିଲେ ଶୀଘ୍ର ଖାଲି ହୋଇଯାଏ, ଓ ତା’ପରେ ପୁଷ୍ଟିସାର ହଜମ ହୁଏ । ଖାଦ୍ୟରେ ଟ୍ରାଇଗ୍ଲିସେରାଇଡ ଅଧିକ ଥିଲେ ପାକସ୍ଥଳୀ ଖାଲି ହେବାକୁ ସର୍ବାଧିକ ସମୟ ଲାଗେ । କ୍ଷୁଦ୍ରାନ୍ତ୍ରରେ ଚର୍ବି ଧୀରେ ହଜମ ହେଉଥିବାରୁ ପାକସ୍ଥଳୀରେ ଖାଦ୍ୟ ୬ ଘଣ୍ଟା ବା ଅଧିକ ସମୟ ରହିପାରେ । ସେ ଯାହାହେଉ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଖାଦ୍ୟ ସମ୍ପୂର୍ଣ୍ଣ ହଜମ ହେବାକୁ  ୨୪ ରୁ ୭୨ ଘଣ୍ଟା ସମୟ ଲାଗିପାରେ ।[୪୦]

ଅବଶୋଷଣ

[ସମ୍ପାଦନା]

କ୍ଷୁଦ୍ରାନ୍ତ୍ରରେ ସାଧାରଣତଃ ମାନବ ହଜମ କ୍ରିୟାର ମୂଖ୍ୟ କାମ ହୋଇଥିଲେ ମଧ୍ୟ ପାକସ୍ଥଳୀର ଭିତର ସ୍ତରରେ ଅବଶୋଷଣ ହେଉଥିବା ଅଳ୍ପ କେତେକ ମୋଲିକ୍ୟୁଲମାନଙ୍କ ନାମ ନିମ୍ନରେ ଦତ୍ତ ହେଲା: -

  • ଜଳ, ଯଦି ଦେହ ନିର୍ଜଳୀକୃତ (dehydrated) ହୋଇଛି ।  
  • ୧୦-୨୦% ଖାଇଥିବା ଇଥାନୋଲ ଯାହା ଆଲକୋହୋଲ ଥିବା ଦ୍ରବ୍ୟରେ ଥାଏ ।[୪୨]
  • ମିଳେଇ ଯାଇ ପାରୁଥିବା ଜୀବସାର (ଯାହା କ୍ଷୁଦ୍ରାନ୍ତ୍ରରେ ଅବଶୋଷଣ ଯାଏ) ।[୪୪]

ମାନବ ପାକସ୍ଥଳୀରେ ଥିବା ପାରାଇଏଟାଲ ଜୀବକୋଷର ଦାୟିତ୍ତ୍ଵ ଥାଏ ଇଣ୍ଟ୍ରିଞ୍ଜିକ ଫ୍ୟାକ୍ଟର ପ୍ରସ୍ତୁତ କରିବା ଯାହା ଜୀବସାର ଖ୧୨ର ଅବଶୋଷଣ ନିମନ୍ତେ ଆବଶ୍ୟକ ହୁଏ । ଏହି ଖ୧୨ ଜୀବସାର ଜୀବକୋଷର ପାଚନ କ୍ରିୟା ନିମନ୍ତେ ଆବଶ୍ୟକ ହୁଏ ଯାହା ଲୋହିତ ରକ୍ତ କଣିକା ଓ ସ୍ନାୟୁ ମଣ୍ଡଳର କାର୍ଯ୍ୟ ନିମନ୍ତେ ଆବଶ୍ୟକ ହୁଏ ।

ସ୍ରାବ ନିୟନ୍ତ୍ରଣ ଓ ଚଳନ ନିୟନ୍ତ୍ରଣ

[ସମ୍ପାଦନା]
Emptying of stomach chyme into the duodenum through the pyloric sphincter


ପାକସ୍ଥଳୀରୁ ଚାଇମ ଧୀରେ ଧୀରେ ସମନ୍ୱୟ ରଖି ପେରିଷ୍ଟାଲସିସ ଯୋଗେ ଡ଼ୁଓଡେନମକୁ ଗତି କରେ ଓ ପାଇଲୋରିକ ସଂକୋଚନ ଖୋଲିଯାଏ । ପାକସ୍ଥଳୀ ମଧ୍ୟକୁ ଚଳନ ଓ ରାସାୟନିକ ପଦାର୍ଥ ଗତି କରିବା ନିୟନ୍ତ୍ରଣ କରେ ଅଟୋନୋମିକ ସ୍ନାୟୁ ମଣ୍ଡଳୀ ଓ ପାକତନ୍ତ୍ରର ବିଭିନ୍ନ ହଜମକାରୀ ହରମୋନ:

en:Gastrin:ଗ୍ୟାଷ୍ଟ୍ରିନ ପାକସ୍ଥଳୀର ଗ୍ୟାଷ୍ଟ୍ରିନ ହରମୋନ ଯୋଗୁ ପାରାଇଟାଲ ଜୀବକୋଷରୁ ଅଧିକ ହାଇଡ୍ରୋକ୍ଳୋରିକ ଅମ୍ଳ ଓ ଚିଫ ଜୀବକୋଷରୁ ପେପସିନୋଜେନ ନିଷ୍କାସନ ହୁଏ । ଏହା ଯୋଗୁ ପାକସ୍ଥଳୀର ଚାଳନ କ୍ରିୟା ଅଧିକ ହୁଏ । ଆଣ୍ଟ୍ରମ ଫୁଲିବା କାରଣରୁ ପାକସ୍ଥଳୀର ଜି ଜୀବକୋଷରୁ ଗ୍ୟାଷ୍ଟ୍ରିନ ଓ ହଜମକାରୀ ପଦାର୍ଥ ନିଷ୍କାସନ ହୁଏ । ପିଏଚ ୪ (ଅଧିକ ଅମ୍ଳ)  ଓ ସୋମାଟୋଷ୍ଟାଟିନ (somatostatin) ହରମୋନ ଯୋଗୁ ଏହି ନିଷ୍କାସନ ବନ୍ଦ ହୋଇଯାଏ ।  
en:Cholecystokinin:କୋଲିଶିଷ୍ଟୋକାଇନିନ କୋଲିଶିଷ୍ଟୋକାଇନିନ (ସିସିକେ) ପ୍ରଭାବ ଅଧିକ ପଡ଼େ ପିତ୍ତକୋଷ ସଂକୋଚନ ଉପରେ କିନ୍ତୁ ଏହା ଯୋଗୁ ପାକସ୍ଥାଳୀ ଖାଲି ହେବା ଓ ଅଧିକ ଅଗ୍ନାଶୟ ରସ ନିର୍ଗତ ହୁଏ ଯାହା କ୍ଷାରୀୟ ଥାଏ ଓ ଚାଇମକୁ ନିଷ୍କ୍ରିୟ କରିଦିଏ । କ୍ଷୁଦ୍ରାନ୍ତ୍ରର ମ୍ୟୁକୋଷାଲ ଏପିଥେଲିଅମରେ ଥିବା ଆଇ-ଜୀବକୋଷ ଏହି ସିସିକେ ପ୍ରସ୍ତୁତ କରେ ।    
en:Secretin:ସିକ୍ରେଟିନ ସିକ୍ରେଟିନର ଅଧିକ ପ୍ରଭାବ ଅଗ୍ନାଶୟ ଉପରେ ଥିଲେ ମଧ୍ୟ ଏହା ପାକସ୍ଥାଳୀର ନିଷ୍କାସନ କମେଇଦିଏ । ଡ଼ୁଓଡେନାଲ ଓ ଜେଜୁନାଲ ମ୍ୟୁକୋଷାରୁ ଅଳ୍ପ ପରିମାଣର ସିକ୍ରେଟିନ ପ୍ରସ୍ତୁତ ହୋଇପାରେ ।  
Gastric inhibitory polypeptide ଗ୍ୟାଷ୍ଟ୍ରିକ ଇନହିବିଟୋରି ପଲିପେପଟାଇଡ (GIP) ଯୋଗୁ ପାକ ଅମ୍ଳ ନିଷ୍କାସନ ଓ ଚଳନ କମିଯାଏ । ଡ଼ୁଓଡେନାଲ ଓ ଜେଜୁନାଲ ମ୍ୟୁକୋଷାରେ ଥିବା କେ ଜୀବକୋଷ ପ୍ରସ୍ତୁତ ହୁଏ ।  
Enteroglucagon ଉଭୟ ପାକ ଅମ୍ଳ ଓ ଚାଳନ କ୍ଷମତାକୁ ଏଣ୍ଟେରୋଗ୍ଲୂକାଗାନ କମେଇଦିଏ ।

ଗ୍ୟାଷ୍ଟ୍ରିନ ବ୍ୟତୀତ ଏହି ହରମୋନ ପାକସ୍ଥଳୀର ସମସ୍ତ କର୍ମ ବନ୍ଦ କରିଦେଇପାରେ । ଅନ୍ତନଳୀ ବ୍ୟସ୍ତ ନ ଥିଲା ବେଳେ ପାକସ୍ଥଳୀ ଖାଦ୍ଯ ଠେଲିବା ଆବଶ୍ୟକ ହୁଏ । କ୍ଷୁଦ୍ରାନ୍ତ୍ର ବ୍ୟସ୍ତ ନ ଥିଲା ବେଳେ ପାକସ୍ଥାଳୀ ଏହା ଭିତରକୁ ଖାଦ୍ୟ ଠେଲିଦିଏ । ଅନ୍ତନଳୀ ଭର୍ତ୍ତି ଥିବାବେଳେ ପାକସ୍ଥଳୀ ଏକ ଷ୍ଟୋର କାମ କରେ ।

===ଅନ୍ୟାନ୍ୟ===
[ସମ୍ପାଦନା]
ଏପିଡର୍ମାଲ ବୃଦ୍ଧି ଫ୍ୟାକ୍ଟର (Effects of EGF)

ଏପିଡର୍ମାଲ ବୃଦ୍ଧି ଫ୍ୟାକ୍ଟର ଇଜିଏଫ {Epidermal growth factor (EGF)} ଫଳରେ ଜୀବକୋଷ ବୃଦ୍ଧି ପ୍ରାପ୍ତ ହୁଏ, ବିଭେଦ ଓ ତିଷ୍ଠି ରହେ ।[୪୫] ଇଜିଏଫ ହେଉଛି ପ୍ରଥମ ସ୍ୱଳ୍ପ ମଲିକୁଳାର ଓଜନ ବିଶିଷ୍ଟ ପାଳିପେପଟାଇଡ ଯାହା ମୂଷାର ସବ-ମାଣ୍ଡିବୁଲାର ଗ୍ରନ୍ଥିରୁ ପରିଷ୍କୃତ କରାଯାଇଥିଲା କିନ୍ତୁ ତାହା ପରେ ସବ ମାଣ୍ଡିବୁଲାର ଓ ପାରୋଟିଡ   ଗ୍ରନ୍ଥି ଭଳି ବିଭିନ୍ନ ମାନବ ତନ୍ତୁରେ ମିଳିଥିଲା । ଖାଦ୍ୟରେ ଥିବା ଇନଅର୍ଗାନିକ ଆୟୋଡିନ, ଲାଳଗ୍ରନ୍ଥି ଇଜିଏଫକୁ ନିୟନ୍ତ୍ରଣ କରେ ଓ ପାଟି-ଗ୍ରାସନଳୀ ଓ ପାକତନ୍ତୁମାନଙ୍କର ଶାରୀରିକ କାର୍ଯ୍ୟମାନକୁ ନିୟନ୍ତ୍ରଣ କରେ । ଲାଳ ଇଜିଏଫର ଶାରୀରିକ ପ୍ରଭାବରେ ପାଟି ତଥା ପାକ-ଗ୍ରାସନଳୀର ଘାଆ ଶୁଖିଯାଏ, ପାକ ଅମ୍ଳ , ପିତ୍ତ ଅମ୍ଳ, ସ୍ରାବ ବନ୍ଦ କରେ, ଡିଏନଏ ସଂଯୋଗ ଓ ପାକ ଅମ୍ଳ, ପେପଶିନ, ଟ୍ରିପସିନ , ବିଭିନ୍ନ ଶାରୀରିକ, ରାସାୟନିକ ତଥା ଜୀବାଣୁମାନଙ୍କଠାରୁ ମ୍ୟୁକୋଷାଲ ସୁରକ୍ଷା ଦିଏ ।[୪୬]

ପୋଷକ ଧର୍ମ ସଂଗ୍ରାହକ ଭାବରେ ପାକସ୍ଥଳୀ (Stomach as nutrition sensor)

ପାକସ୍ଥଳୀର ସୋଡ଼ିଅମ ଗ୍ଲୁଟାମେଟ (sodium glutamate)[୪୭] ପ୍ରତି ଗ୍ରାହକ ଦାୟିତ୍ତ୍ଵ ଅଛି । ଏହି ଦାୟିତ୍ବ ମସ୍ତିଷ୍କର ଲାଟେରାଳ ହାଇପୋଥାଲାମସ ଓ ଲିମ୍ବିକ ପ୍ରଣାଳୀକୁ ଭେଗସ[୪୮] ସ୍ନାୟୁ ମାଧ୍ୟମରେ ସ୍ଵାଦ ଖବର ପ୍ରେରଣ କରେ । ପାଟିରେ ଥିବା ଜିଭ ଓ ଅନ୍ୟାୟ ସ୍ଵାଦର ସ୍ନାୟୁ ଗ୍ରହଣକାରୀ  ବ୍ୟତୀତ ପାକସ୍ଥଳୀ ମଧ୍ୟ ସ୍ଵାଧୀନ ଭାବରେ ଗ୍ଲୁକୋଜ ସ୍ଵାଦ ବାରି ପାରେ,[୪୯] କାର୍ବୋହାଇଡ୍ରେଟ (carbohydrates),[୫୦] ପୁଷ୍ଟିସାର (proteins)[୫୦] ଓ ଚର୍ବି ସ୍ଵାଦ। [୫୧] ଏହା ଦ୍ଵାରା ଖାଦ୍ୟର ପୋଷକ ଗୁଣ ଓ ସ୍ଵାଦ ମସ୍ତିଷ୍କ ଜାଣିପାରେ ।[୪୯]

ଥାଇରୋଗାଷ୍ଟ୍ରିକ ସିଣ୍ଡ୍ରୋମ (Thyrogastric syndrome)

ଥାଇରଏଡ ରୋଗ ଓ କ୍ରନିକ ପାକସ୍ଥଳୀ ପ୍ରଦାହ ମଧ୍ୟରେ ଥିବା ସମ୍ପର୍କ ଥିବା କଥା ୧୯୬୦ ମସିହାରେ ପ୍ରଥମେ ଜଣା ପଡ଼ିଥିଲା ।[୫୨] ଏହି ସଂଜ୍ଞାଟି  ପୁରୁଣା ଆଟ୍ରୋଫିକ ଗ୍ୟାସ୍ଟ୍ରାଇଟିସରେ ଥାଇରଏଡ  ଅଟୋଆଣ୍ଟିବଡି ବା ଅଟୋ ଇମ୍ୟୁନ ଥାଇରଏଡ ରୋଗ ଥିବା କଥା ସୂଚନା ଦିଏ ।    [୫୩] ୧୯୯୩ ମସିହାରେ ପାକସ୍ଥଳୀ ଓ ଥାଇରଏଡ ବିଷୟରେ ସମ୍ପୂର୍ଣ୍ଣ ଅନୁସନ୍ଧାନ କରାଯାଇଥିଳୀ,[୫୪] ଯେଉଁଥିରେ ଜଣା ଯାଇଥିଲା ଯେ ପ୍ରାରମ୍ଭିକ ପାକାସ୍ଥଳୀରୁ ଏମ୍ବ୍ରିଓ ଓ ଫାଇଲୋଜେନେଟିକାଲି ଥାଇରଏଡ ଜୀବକୋଷ ସୃଷ୍ଟି ହୋଇଛି ଓ ମେରୁଦଣ୍ଡ ଇଭୋଲ୍ୟୁସନ ବେଳେ ଆୟୋଡିନ ସୃଷ୍ଟି ହୋଇଛି । ପାକସ୍ଥଳୀ ଓ ଥାଇରଏଡ ଉଭୟଙ୍କର ଆୟୋଡିନ ଘନ କରିବା ଶକ୍ତି ଅଛି । ପରବର୍ତ୍ତୀ ବର୍ଷମାନଙ୍କରେ ଗବେଷକମାନେ ଏହି ସିଣ୍ଡ୍ରୋମ ବିଷୟରେ ଅବଗତ କରେଇଥିଲେ ।[୫୫]

ଚିକିତ୍ସା ମହତ୍ତ୍ଵ

[ସମ୍ପାଦନା]
An endoscopy of a normal stomach of a healthy 65-year-old woman
Endoscopic image of a fundic gland polyp

ରୋଗ ସମୂହ

[ସମ୍ପାଦନା]
ପାକସ୍ଥଳୀର ବିଭିନ୍ନ ରୋଗ ଜାଣିବା ପାଇଁ ପାକ-ଅନ୍ତନଳୀର ଅନେକ ଗୁଡ଼ିଏ ରେଡ଼ିଓଗ୍ରାଫ series of radiographs କରିବା ଆବଶ୍ୟକ ହୁଏ । ଏଥି ନିମନ୍ତେ ଆବଶ୍ୟକ ହେଲେ ଉପର ପାକ-ଅନ୍ତନଳୀର ବେରିଅମ ଶ୍ୱାଲୋ (ବେରିଅମ ଶ୍ୱାଲୋ) କରାଯାଏ । ଏଣ୍ଡୋସ୍କୋପି (endoscope) ମଧ୍ୟ କରାଯାଇପାରେ । ପାକ ରିକ୍ତ ହାର ଜାଣିବା ପାଇଁ ପାକସ୍ଥଳୀ ରିକ୍ତ ଅନୁଶୀଳନ କରାଯାଏ ।[୫୬]

ଅନେକ ଅନୁଶୀଳନ କରିବା ପରେ ଜଣାଗଲା ଯେ ପାକସ୍ଥଳୀର ଅଧିକାଂଶ ପେପଟିକ ଅଲସର ଓ ଗ୍ୟାସଟ୍ରାଇଟିସ ଭଳି ରୋଗ ଗୁଡ଼ିକ ହେଲିକୋବ୍ୟାକଟର ପାଇଲୋରି (en:Helicobacter pylori) ସଂକ୍ରମଣ ଯୋଗୁ ହୁଏ । ଏହା ସହିତ ପାକସ୍ଥଳୀ କର୍କଟ ରୋଗ ମଧ୍ୟ ହୋଇଥାଏ । [୫୭]

ପାକସ୍ଥଳୀ ଶବ୍ଦ (stomach rumble) ପ୍ରକୃତରେ ପାକସ୍ଥଳୀରୁ ନ ବାହାରି ଅନ୍ତନଳୀରୁ ବାହାରେ ।  

ଅସ୍ତ୍ରୋପଚାର

[ସମ୍ପାଦନା]

ଓଜନ କମେଇବା ପାଇଁ ମାନବ ପାକସ୍ଥଳୀରେ ଅନେକ ପ୍ରକାର ବାରିଆଟ୍ରିକ ଅସ୍ତ୍ରୋପଚାର କରାଯାଏ । ଏଥି ନିମନ୍ତେ କାଡିଆ ସ୍ଥାନରେ ଯୋଜନା ମୁତାବକ ଏକ ବ୍ୟାଣ୍ଡ୍ ରଖାଯାଏ ଯାହା ଫଳରେ କମ  ଖାଦ୍ୟ  ଧରିବ । କିଛି ପରିମାଣର ପାକସ୍ଥଳୀ ବାହାର କରି ଦିଆଯାଇ ପାରେ ।

ଅସ୍ତ୍ରୋପଚାର କରି ପାକସ୍ଥଳୀ ବାହାର କରିବାକୁ ଗ୍ୟାଷ୍ଟ୍ରେକଟୋମି କୁହାଯାଏ, କେବଳ କାଡିଆ ଅଂଶ ବାହାର କରିବେବାକୁ କାଡିଓଟୋମି କୁହାଯାଏ । ସମ୍ପୂର୍ଣ୍ଣ ହୃତପିଣ୍ଡ ବାହାର କରିବାକୁ କାଡିଏକଟୋମି କୁହାଯାଏ ।[୫୮][୫୯][୬୦] ପାକସ୍ଥଳୀରେ କର୍କଟ ରୋଗ ହେଲେ ବା ବଡ଼ କଣା ହୋଇଗଲେ ଗ୍ୟାଷ୍ଟ୍ରେକଟୋମି କରାଯାଏ ।

ଫଣ୍ଡୋପ୍ଲିକେଶନ (Fundoplication ଅସ୍ତ୍ରୋପଚାରରେ ପାକସ୍ଥଳୀର ଫଣ୍ଡସକୁ ଗ୍ରାସନଳୀ ଚାରି ପାଖରେ ଗୁଡ଼େଇ ସେଇ ସିଲେଇ କରି ଦିଆଯାଏ । ଗାସ୍ଟ୍ରୋଏସୋଫେଜିଆଲ ରିଫ୍ଲକ୍ସ ଡିଜିଜ (gastroesophageal reflux disease (GERD)) ନିମନ୍ତେ ଏହା ବ୍ୟବହାର କରାଯାଏ । [୬୧]

ଶବ୍ଦର ସୃଷ୍ଟି, ଇତିହାସ ଓ ବିକାଶ

[ସମ୍ପାଦନା]

ପାକସ୍ଥଳୀ ଶବ୍ଦଟି ପ୍ରାଚୀନ ଗ୍ରୀକ (Greek) ଶବ୍ଦ ଷ୍ଟୋମାକୋଷ ((στόμαχος)) ଓ ଅବଶେଷରେ ଷ୍ଟୋମା (στόμα) ବା ପାଟି  ଶବ୍ଦରୁ ଗ୍ରହଣ କରା ଯାଇଛି ।[୬୨] ଇଂରାଜୀ ଶବ୍ଦ “ଗାଷ୍ଟ୍ରୋ”- ବା  “ଗାଷ୍ଟ୍ରିକ) ବା ବେଲି ('belly') ଶବ୍ଦମାନ ଗ୍ରୀସ ଭାଷାର “ଗାଷ୍ଟର” ଶବ୍ଦ ବା ‘ବେଲି’ ଶବ୍ଦମାନଙ୍କରୁ ନିଆଯାଇଛି ଯାହା ଅବଶେଷରେ ପାକସ୍ଥଳୀ ସହିତ ରହିଛି ।[୬୩][୬୪][୬୫]

ଅନ୍ୟାନ୍ୟ ପଶୁ

[ସମ୍ପାଦନା]

ବିଭିନ୍ନ ମେରୁଦଣ୍ଡୀ ପ୍ରାଣୀଙ୍କର ପାକସ୍ଥଳୀର ଆକାର ଓ ମାପ ଭିନ୍ନ ଭିନ୍ନ ଥିଲେ ମଧ୍ୟ ଗ୍ରାସ ନଳୀ ଓ ଡୁଓଡେନମ ଦ୍ୱୟର ପ୍ରାରମ୍ଭିକ ଦ୍ଵାର ଅବସ୍ଥିତି ପ୍ରାୟ ସମାନ ରହିଛି । ଏହା ଫଳରେ ଅଙ୍ଗମାନ ପ୍ରଥମେ ବାମ ଦିଗକୁ ବାଙ୍କିଯାଏ ଓ ପରେ ପୂର୍ବ ଦିଗକୁ ଫେରି ଆସି ପାଇଲୋରିକ ସ୍ଫିଙ୍କଟର ସ୍ଥାନ ସହିତ ସମାନ ରହୁଛି । ଲାମ୍ପରେ (en:lampreys,), ହାଗମାଛ (en:hagfish), ଚିମେରା (en:chimaera), ଲଙ୍ଗଫିଶ (en:lungfish) ଓ କେତେକ ମାଛମାନଙ୍କର ପାକସ୍ଥଳୀ ଆଦୌ ନାହିଁ ଓ ଗ୍ରାସନଳୀ ସିଧା ସଳଖ ଅନ୍ତନଳୀ ସହିତ ସଂଯୁକ୍ତ ରହୁଛି । ଏହି ପ୍ରାଣୀମାନ ଖାଉଥିବା ଖାଦ୍ୟ ନିମନ୍ତେ ଖାଦ୍ୟ ଷ୍ଟୋର ଓ ପାକ ରସ ସହିତ ପୂର୍ବ ହଜମ ବା ଉଭୟର ଆବଶ୍ୟକତା ହୁଏ ନାହିଁ ।[୬୬]

ଅଧିକ ଛବି

[ସମ୍ପାଦନା]
== ଆଧାର ==
[ସମ୍ପାଦନା]

{{ଆଧାର}}

  1. Nosek, Thomas M. "Section 6/6ch2/s6ch2_30". Essentials of Human Physiology. Archived from the original on 2016-03-24.
  2. ଛାଞ୍ଚ:NormanAnatomy
  3. "Definition of GASTRIC". www.merriam-webster.com (in ଇଂରାଜୀ). 12 May 2025. Retrieved 13 May 2025.
  4. Chaurasia, B.D. (2013). "19". Human Anatomy. Vol. 2 (6th ed.). 4819/XI, Prahlad Street, Ansari Road, Daryaganj, New Delhi 110002, India: CBS Publishers and Distributors. pp. 250–252. ISBN 978-81-239-2331-4.{{cite book}}: CS1 maint: location (link)
  5. Sherwood, Lauralee (1997). Human physiology: from cells to systems. Belmont, CA: Wadsworth Pub. Co. ISBN 978-0-314-09245-8. OCLC 35270048.
  6. 1 2 Chaurasia, B.D. (2013). "19". Human Anatomy. Vol. 2 (6th ed.). 4819/XI, Prahlad Street, Ansari Road, Daryaganj, New Delhi 110002, India: CBS Publishers and Distributors. pp. 250–252. ISBN 978-81-239-2331-4.{{cite book}}: CS1 maint: location (link)
  7. Wenzel V, Idris AH, Banner MJ, Kubilis PS, Band R, Williams JL, et al. (1998). "Respiratory system compliance decreases after cardiopulmonary resuscitation and stomach inflation: impact of large and small tidal volumes on calculated peak airway pressure". Resuscitation. 38 (2): 113–8. doi:10.1016/S0300-9572(98)00095-1. PMID 9863573.
  8. Curtis, Helena & N. Sue Barnes (1994). Invitation to Biology (5 ed.). Worth.
  9. Morris D. Kerstein, Barry Goldberg, Barry Panter, M. David Tilson, Howard Spiro, Gastric Infarction, Gastroenterology, Volume 67, Issue 6, 1974, Pages 1238–1239, ISSN 0016-5085, https://doi.org/10.1016/S0016-5085(19)32710-6.
  10. Tortora, Gerard J.; Derrickson, Bryan H. (2009). Principles of anatomy and physiology (12., internat. student version ed.). Hoboken, NJ: Wiley. pp. 937–942. ISBN 978-0-470-23347-4.
  11. 1 2 3 4 ଆଧାର ଭୁଲ: ଅଚଳ <ref> ଚିହ୍ନ; Elsevier ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ ।
  12. 1 2 Brunicardi, F. Charles; Andersen, Dana K.; et al., eds. (2010). Schwartz's principles of surgery (9th ed.). New York: McGraw-Hill, Medical Pub. Division. ISBN 978-0-07-154770-3.
  13. 1 2 3 "Anatomy of the Stomach | SEER Training". training.seer.cancer.gov. Retrieved 7 August 2025.
  14. Habershon, S. H. "Diseases of the Stomach: A Manual for Practitioners and Students,"Chicago Medical Book Company, 1909,  page 11.
  15. Weber, John and Shearer, Edwin Morrill "Shearer's manual of human dissection, Eighth Edition," McGraw Hill, 1999, page 157. ISBN 0-07-134624-4.
  16. Transactions of the Royal Academy of Medicine in Ireland, Volume 14, 1896, "Birmingham, A(mbrose), "Topographical anatomy of the spleen, pancreas, duodenum, kidneys, &c.", pages 363-385. Retrieved 29 February 2011.
  17. The Lancet, Volume 1, Part 1, 22 February 1902. page 524, "Royal Academy of Medicine in Ireland." Retrieved 28 February 2012
  18. The Dublin journal of medical science, Volume 114, page 353."Reviews and bibliographical notes." Retrieved 28 February 2012.
  19. Anne M. R. Agur; Moore, Keith L. (2007). Essential Clinical Anatomy (Point (Lippincott Williams & Wilkins)). Hagerstown, MD: Lippincott Williams & Wilkins. ISBN 978-0-7817-6274-8. OCLC 172964542.; p. 150
  20. 1 2 ଆଧାର ଭୁଲ: ଅଚଳ <ref> ଚିହ୍ନ; Chaurasia20133 ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ ।
  21. "University of Rochester medical center". 2020. Archived from the original on 2021-11-19. Retrieved 2021-12-19.
  22. "University of Rochester medical center". 2020. Archived from the original on 2021-11-19. Retrieved 2021-12-19.
  23. "University of Rochester medical center". 2020. Archived from the original on 2021-11-19. Retrieved 2021-12-19.
  24. "University of Rochester medical center". 2020. Archived from the original on 2021-11-19. Retrieved 2021-12-19.
  25. Welcome, Menizibeya Osain (2018). Gastrointestinal physiology: development, principles and mechanisms of regulation. Cham, Switzerland: Springer. p. 628. ISBN 978-3-319-91056-7. OCLC 1042217248.
  26. "22.5C: Muscularis". Medicine LibreTexts (in ଇଂରାଜୀ). 2018-07-22. Retrieved 2024-02-09.
  27. "SIU SOM Histology GI". www.siumed.edu. Archived from the original on 2021-01-11. Retrieved 2021-01-09.
  28. Standring, Susan, Gray's Anatomy (42nd ed.), Elsevier, pp. 1160–1163
  29. Standring, Susan, Gray's Anatomy (42nd ed.), Elsevier, pp. 1160–1163
  30. "How does the Stomach Work?". National Institute of Health: National Library of Medicine. Institute for Quality and Efficiency in Health Care (IQWiG). 21 August 2009. Retrieved 16 June 2024.
  31. Dorland's (2012). Dorland's Illustrated Medical Dictionary (32nd ed.). Elsevier. p. 777. ISBN 978-1-4160-6257-8.
  32. Dorland's (2012). Dorland's Illustrated Medical Dictionary (32nd ed.). Elsevier. p. 777. ISBN 978-1-4160-6257-8.
  33. Dorland's (2012). Dorland's Illustrated Medical Dictionary (32nd ed.). Elsevier. p. 762. ISBN 978-1-4160-6257-8.
  34. "The human proteome in stomach - The Human Protein Atlas". www.proteinatlas.org. Retrieved 2017-09-25.
  35. ଛାଞ୍ଚ:Cite ଜjournal
  36. Gremel, Gabriela; Wanders, Alkwin; Cedernaes, Jonathan; Fagerberg, Linn; Hallström, Björn; Edlund, Karolina; Sjöstedt, Evelina; Uhlén, Mathias; Pontén, Fredrik (2015-01-01). "The human gastrointestinal tract-specific transcriptome and proteome as defined by RNA sequencing and antibody-based profiling". Journal of Gastroenterology (in ଇଂରାଜୀ). 50 (1): 46–57. doi:10.1007/s00535-014-0958-7. ISSN 0944-1174. PMID 24789573. S2CID 21302849.
  37. 1 2 Gary C. Schoenwolf (2009). "Development of the Gastrointestinal Tract". Larsen's human embryology (4th ed.). Philadelphia: Churchill Livingstone/Elsevier. ISBN 978-0-443-06811-9.
  38. Sadler, T.W, (2011) Langman's Medical Embryology (12th edition), LWW, Baltimore, MD
  39. ଛାଞ୍ଚ:CC-notice Betts, J Gordon; Desaix, Peter; Johnson, Eddie; Johnson, Jody E; Korol, Oksana; Kruse, Dean; Poe, Brandon; Wise, James; Womble, Mark D; Young, Kelly A (September 13, 2023). Anatomy & Physiology. Houston: OpenStax CNX. 23.4 The Stomach. ISBN 978-1-947172-04-3.
  40. ଆଧାର ଭୁଲ: ଅଚଳ <ref> ଚିହ୍ନ; Openstax Anatomy & Physiology attribution2 ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ ।
  41. Krehbiel, C.R.; Matthews, J.C. "Absorption of Amino acids and Peptides" (PDF). In D'Mello, J.P.F. (ed.). Amino Acids in Animal Nutrition (2nd ed.). pp. 41–70. Archived from the original (PDF) on 2015-07-15. Retrieved 2015-04-25.
  42. "Alcohol and the Human Body". Intoximeters, Inc. Retrieved 30 July 2012.
  43. Debry, Gérard (1994). Coffee and Health (PDF (eBook)). Montrouge: John Libbey Eurotext. p. 129. ISBN 978-2-7420-0037-1. Retrieved 2015-04-26.
  44. McGuire, Michelle; Beerman, Kathy (2012-01-01). Nutritional Sciences: From Fundamentals to Food (3 ed.). Cengage Learning. p. 419. ISBN 978-1-133-70738-7.
  45. Herbst RS (2004). "Review of epidermal growth factor receptor biology". International Journal of Radiation Oncology, Biology, Physics. 59 (2 Suppl): 21–6. doi:10.1016/j.ijrobp.2003.11.041. PMID 15142631.
  46. Venturi S.; Venturi M. (2009). "Iodine in evolution of salivary glands and in oral health". Nutrition and Health. 20 (2): 119–134. doi:10.1177/026010600902000204. PMID 19835108. S2CID 25710052.
  47. Uematsu, A; Tsurugizawa, T; Kondoh, T; Torii, K. (2009). "Conditioned flavor preference learning by intragastric administration of L-glutamate in rats". Neurosci. Lett. 451 (3): 190–3. doi:10.1016/j.neulet.2008.12.054. PMID 19146916. S2CID 21764940.
  48. Uematsu, A; Tsurugizawa, T; Uneyama, H; Torii, K. (2010). "Brain-gut communication via vagus nerve modulates conditioned flavor preference". Eur J Neurosci. 31 (6): 1136–43. doi:10.1111/j.1460-9568.2010.07136.x. PMID 20377626. S2CID 23319470.
  49. 1 2 De Araujo, Ivan E.; Oliveira-Maia, Albino J.; Sotnikova, Tatyana D.; Gainetdinov, Raul R.; Caron, Marc G.; Nicolelis, Miguel A.L.; Simon, Sidney A. (2008). "Food Reward in the Absence of Taste Receptor Signaling". Neuron. 57 (6): 930–41. doi:10.1016/j.neuron.2008.01.032. PMID 18367093. S2CID 47453450.
  50. 1 2 Perez, C.; Ackroff, K.; Sclafani, A. (1996). "Carbohydrate- and protein conditioned flavor preferences: effects of nutrient preloads". Physiol. Behav. 59 (3): 467–474. doi:10.1016/0031-9384(95)02085-3. PMID 8700948. S2CID 23422504.
  51. Ackroff, K.; Lucas, F.; Sclafani, A. (2005). "Flavor preference conditioning as a function of fat source". Physiol. Behav. 85 (4): 448–460. doi:10.1016/j.physbeh.2005.05.006. PMID 15990126. S2CID 7875868.
  52. Doniach, D.; Roitt, I.M.; Taylor, K.B. (1965). "Autoimmunity in pernicious anemia and thyroiditis: a family study". Ann N Y Acad Sci. 124 (2): 605–25. doi:10.1111/j.1749-6632.1965.tb18990.x. PMID 5320499. S2CID 39456072. {{cite journal}}: Unknown parameter |bibcodep= ignored (help)
  53. Cruchaud, A.; Juditz, E. (1968). "An analysis of gastric parietal cell antibodies and thyroid cell antibodies in patients with pernicious anaemia and thyroid disorders". Clin Exp Immunol. 3 (8): 771–81. PMC 1578967. PMID 4180858.
  54. Venturi, S.; Venturi, A.; Cimini, D., Arduini, C; Venturi, M; Guidi, A. (1993). "A new hypothesis: iodine and gastric cancer". Eur J Cancer Prev. 2 (1): 17–23. doi:10.1097/00008469-199301000-00004. PMID 8428171.{{cite journal}}: CS1 maint: multiple names: authors list (link)
  55. Lahner, E.; Conti, L.; Cicone, F. ; Capriello, S; Cazzato, M; Centanni, M; Annibale, B; Virili, C. (2019). "Thyro-entero-gastric autoimmunity: Pathophysiology and implications for patient management. A review". Best Pract Res Clin Endocrinol Metab. 33 (6) 101373. doi:10.1016/j.beem.2019.101373. PMID 31864909. S2CID 209446096.{{cite journal}}: CS1 maint: multiple names: authors list (link)
  56. Masaoka, Tatsuhiro; Tack, Jan (30 September 2009). "Gastroparesis: Current Concepts and Management". Gut and Liver. 3 (3): 166–173. doi:10.5009/gnl.2009.3.3.166. PMC 2852706. PMID 20431741.
  57. Brown, LM (2000). "Helicobacter pylori: epidemiology and routes of transmission". Epidemiologic Reviews. 22 (2): 283–97. doi:10.1093/oxfordjournals.epirev.a018040. PMID 11218379.
  58. cardiectomy at dictionary.reference.com
  59. Barlow, O. W. (1929). "The survival of the circulation in the frog web after cardiectomy". Journal of Pharmacology and Experimental Therapeutics. 35 (1): 17–24. Retrieved February 24, 2008.
  60. Meltzer, S. J. (1913). "The effect of strychnin in cardiectomized frogs with destroyed lymph hearts; a demonstration". Proceedings of the Society for Experimental Biology and Medicine. 10 (2): 23–24. doi:10.3181/00379727-10-16. S2CID 76506379.
  61. Minjarez, Renee C.; Jobe, Blair A. (2006). "Surgical therapy for gastroesophageal reflux disease". GI Motility Online. doi:10.1038/gimo56 (inactive 12 July 2025).{{cite journal}}: CS1 maint: DOI inactive as of ଜୁଲାଇ 2025 (link)
  62. Simpson, J. A. (1989). The Oxford English dictionary (2nd ed.). Oxford: Clarendon Press. Stomach. ISBN 978-0-19-861186-8.
  63. gasth/r Archived 2014-04-26 at the Wayback Machine.. The New Testament Greek Lexicon
  64. gaster. dictionary.reference.com
  65. Simpson, J. A. (1989). The Oxford English dictionary (2nd ed.). Oxford: Clarendon Press. Gastro, Gastric. ISBN 978-0-19-861186-8.
  66. Romer, Alfred Sherwood; Parsons, Thomas S. (1977). The Vertebrate Body. Philadelphia, PA: Holt-Saunders International. pp. 345–349. ISBN 978-0-03-910284-5.