ପାଇଲୋରିକ ସ୍ଟେନୋସିସ

ଉଇକିପିଡ଼ିଆ ରୁ
Jump to navigation Jump to search
ପାଇଲୋରିକ ସ୍ଟେନୋସିସ
ପାଇଲୋରୋସ୍ଟେନୋସିସ (Pylorostenosis), ଇନଫାଣ୍ଟାଇଲ ହାଇପରଟ୍ରଫିକ ପାଇଲୋରିକ ସ୍ଟେନୋସିସ (infantile hypertrophic pyloric stenosis)
Gray1046.svg
ପାକସ୍ଥଳୀର ଚିତ୍ର, ଏଥିରେ ପାଇଲୋରସ ଦର୍ଶାଯାଇଛି ।
ବିଭାଗସାଧାରଣ ଶଲ୍ୟ ବିଭାଗ (General surgery)
ଲକ୍ଷଣଖାଦ୍ୟ ଗ୍ରହଣ ପରେ ପ୍ରକ୍ଷେପିତ ବାନ୍ତି ।[୧]
ଆକ୍ରାନ୍ତ ସମୟ୨ରୁ ୧୨ ସପ୍ତାହ ବୟସ ।[୧]
କାରଣଅଜ୍ଞାତ[୨]
ବିପଦ କାରକସିଜରିଆନ ସେକସନ (Cesarean section), ସମୟ ପୂର୍ବ ଜନ୍ମ (preterm birth), ବୋତଲ ଖୁଏଇବା (bottle feeding), ପ୍ରଥମ ପିଲା[୩]
ରୋଗ ନିର୍ଣ୍ଣୟ ପଦ୍ଧତିଶାରୀରିକ ପରୀକ୍ଷା,[୧] ଅଲଟ୍ରାସାଉଣ୍ଡ (ultrasound)[୪]
ସଠିକ ରୋଗ ନିର୍ଣ୍ଣୟଗାସ୍ଟ୍ରୋଏସୋଫେଜିଆଲ ରିଫ୍ଲକ୍ସ (Gastroesophageal reflux),[୧] ଇଣ୍ଟସସେପସନ (ମେଡିକାଲ ବେମାରି)[୫]
ଚିକିତ୍ସାଅପରେଶନ[୧]
ପୌନଃପୁନିକପ୍ରତି ଏକ ହଜାର ପିଲାଙ୍କ ମଧ୍ୟରୁ ୧.୫ ଜଣ [୧]

ପାଇଲୋରିକ ସ୍ଟେନୋସିସ (ଇଂରାଜୀ ଭାଷାରେ Pyloric stenosis) ରୋଗରେ ପାକସ୍ଥଳୀର (stomach) ଶେଷ ଭାଗ, ଯାହାକୁ ପାଇଲୋରସ (pylorus) କୁହାଯାଏ ଓ ତା'ପରେ କ୍ଷୁଦ୍ରାନ୍ତ୍ର (small intestine) ଆରମ୍ଭ ହୁଏ, ତାହା ସରୁ (narrowing) ହୋଇଯାଏ । ଏହି ରୋଗରେ ପ୍ରକ୍ଷେପ୍ୟ (ଇଂରାଜୀରେ projectile) ବାନ୍ତି (vomiting) ହୁଏ ଯେଉଁଥିରେ ପିତ୍ତ (bile) ନ ଥାଏ । ଅଧିକାଂଶ ସମୟରେ ଶିଶୁ ରୋଗୀ ଖାଇ ସାରିଲେ ବାନ୍ତି ଆରମ୍ଭ ହୋଇଯାଏ । ଦୁଇରୁ ବାର ସପ୍ତାହ ବୟସରେ ଏହାର ଲକ୍ଷଣରୁ ରୋଗ ଚିହ୍ନା ପଡ଼ିଯାଏ ।[୧]

ପାଇଲୋରିକ ସ୍ଟେନୋସିସ ରୋଗର କାରଣ ଅଦ୍ୟାବଧି ଅସ୍ପଷ୍ଟ ଅଛି ।[୨] ରୋଗ ସଙ୍କଟ ସୃଷ୍ଟି ହୁଏ ସିଜରିଆନ ସେକସନ (Cesarean section), ସମୟ ପୂର୍ବ ଜନ୍ମ (preterm birth), ବୋତଲ ଖୁଏଇବା (bottle feeding), ପ୍ରଥମ ପିଲା ଇତ୍ୟାଦି ଥିଲେ ।[୩] ପେଟରେ ଗୋଟିଏ ଓଲିଭ ଆକାରର ପଦାର୍ଥ ହାତକୁ ଲାଗିଲେ ଏହି ରୋଗ ଥିବା ଜଣାଯାଏ ।[୧] ଅଲଟ୍ରାସାଉଣ୍ଡ (ultrasound) ସାହାଯ୍ୟରେ ରୋଗ ନିର୍ଣ୍ଣୟ କରାଯାଏ ।[୪]

ପାଇଲୋରିକ ସ୍ଟେନୋସିସ ରୋଗରେ ମୂଖ୍ୟତଃ ନିର୍ଜଳନ (dehydration) ଓ ଇଲେକ୍ଟ୍ରୋଲାଇଟ ସମସ୍ୟାମାନଙ୍କର (electrolyte problems) ଚିକିତ୍ସା କରାଯାଏ । ଏହା ପରେ ଅପରେଶନ କରାଯାଏ । ଚିକିତ୍ସାର ଦୀର୍ଘକାଳୀନ ଓ ସ୍ୱଳ୍ପକାଳୀନ ଫଳାଫଳ ଉତ୍ତମ ରହେ । ଆଟ୍ରୋପିନ ଦେଇ ମଧ୍ୟ ଅନେକ ଚିକିତ୍ସକ ଚିକିତ୍ସା କରନ୍ତି ।[୧]

ପ୍ରତି ଏକ ହଜାର ଶିଶୁଙ୍କ ମଧ୍ୟରୁ ଏକ ବା ଦୁଇ ଜଣଙ୍କର ଏହି ରୋଗ ଥାଏ । ଝିଅଙ୍କ ଅପେକ୍ଷା ପୁଅମାନେ ୪ଗୁଣ ଅଧିକ ଆକ୍ରାନ୍ତ ହୁଅନ୍ତି ।[୧] କ୍ୱଚିତ ଏହି ରୋଗ ବଡ଼ ମଣିଷଙ୍କୁ ଆକ୍ରମଣ କରେ ।[୬] ଏହି ରୋଗ ବିଷୟରେ ପ୍ରଥମ ବର୍ଣ୍ଣନା ସନ ୧୮୮୮ରେ ଲୋକଲୋଚନ‌କୁ ଆସିଥିଲା ଓ ପ୍ରଥମ ଅପରେଶନ ସନ ୧୯୧୨ରେ ପ୍ରଥମେ କନ୍‌ରାଡ ରାମସ୍ଟେଡ (Conrad Ramstedt) କରିଥିଲେ ।[୧][୨] ଅପରେଶନ ଚିକିତ୍ସା ପୂର୍ବରୁ ଅଧିକାଂଶ ଶିଶୁଙ୍କର ମୃତ୍ୟୁ ହେଉଥିଲା ।[୧]

ଆଧାର[ସମ୍ପାଦନା]

  1. ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ ୧.୧୧ Ranells, JD; Carver, JD; Kirby, RS (2011). "Infantile hypertrophic pyloric stenosis: epidemiology, genetics, and clinical update". Advances in pediatrics. 58 (1): 195–206. PMID 21736982.
  2. ୨.୦ ୨.୧ ୨.୨ Georgoula, C; Gardiner, M (August 2012). "Pyloric stenosis a 100 years after Ramstedt". Archives of disease in childhood. 97 (8): 741–5. PMID 22685043.
  3. ୩.୦ ୩.୧ Zhu, J; Zhu, T; Lin, Z; Qu, Y; Mu, D (15 March 2017). "Perinatal risk factors for infantile hypertrophic pyloric stenosis: A meta-analysis". Journal of pediatric surgery. PMID 28318599.
  4. ୪.୦ ୪.୧ Pandya, S; Heiss, K (June 2012). "Pyloric stenosis in pediatric surgery: an evidence-based review". The Surgical clinics of North America. 92 (3): 527–39, vii–viii. PMID 22595707.
  5. Marsicovetere, P; Ivatury, SJ; White, B; Holubar, SD (February 2017). "Intestinal Intussusception: Etiology, Diagnosis, and Treatment". Clinics in colon and rectal surgery. 30 (1): 30–39. PMID 28144210.
  6. Hellan, M; Lee, T; Lerner, T (February 2006). "Diagnosis and therapy of primary hypertrophic pyloric stenosis in adults: case report and review of literature". Journal of gastrointestinal surgery : official journal of the Society for Surgery of the Alimentary Tract. 10 (2): 265–9. PMID 16455460.