ପାଇରିଫର୍ମିସ ସିଣ୍ଡ୍ରୋମ

ଉଇକିପିଡ଼ିଆ ରୁ
Jump to navigation Jump to search
ପାଇରିଫର୍ମିସ ସିଣ୍ଡ୍ରୋମ (Piriformis syndrome)
ଡିପ ଗ୍ଲୁଟିଆଲ ସିଣ୍ଡ୍ରୋମ (Deep gluteal syndrome)[୧]
Piriformis syndrome.jpg
ଦେହରେ ପାଇରିଫର୍ମିସ ସିଣ୍ଡ୍ରୋମର ସ୍ଥାନ
ବିଭାଗଅସ୍ଥିଶଲ୍ୟ ବିଜ୍ଞାନ (Orthopedics), ସ୍ପୋର୍ଟ୍ସ ମେଡିସିନ (sports medicine)
ଲକ୍ଷଣପିଚା ଯନ୍ତ୍ରଣା ଯାହା ବସିଲେ ଅସ‌ହ୍ୟ ହୋଇଯାଏ ।[୨]
ଅବଧିଦୀର୍ଘକାଳୀନ[୩]
କାରଣଆଘାତ, ସ୍ପାଜ୍ମ ଓ ଅତିବ୍ୟବ‌ହାର । [୨]
ରୋଗ ନିର୍ଣ୍ଣୟ ପଦ୍ଧତିଲକ୍ଷଣ ଉପରେ ପର୍ଯ୍ୟବେଶିତ[୪]
ସଠିକ ରୋଗ ନିର୍ଣ୍ଣୟପିଆଇଡି (Herniated disc), ବୃକ୍‌କ ପଥର ରୋଗ, ଏସଆଇ ଗଣ୍ଠି ଅକର୍ମଣ୍ୟ (SI joint dysfunction)[୩][୨]
ଔଷଧଏନଏସଏଆଇଡି NSAIDs, କର୍ଟିକୋସ୍ଟିରଏଡ steroids, ବୋଟୁଲିନମ ଟକ୍ସିନ (botulinum toxin) ଇଞ୍ଜେକସନ [୨]
ଚିକିତ୍ସାଲକ୍ଷଣ ସୃଷ୍ଟି କରୁଥିବା କାମ ନ‌କରିବା, ସ୍ଟ୍ରେଚିଙ୍ଗ (stretching) ଓ ଔଷଧ [୩][୫]
ପୌନଃପୁନିକଅଜ୍ଞାତ (୨୦୧୭)[୪]

ପାଇରିଫର୍ମିସ ସିଣ୍ଡ୍ରୋମ (ଇଂରାଜୀ ଭାଷାରେ Piriformis syndrome) ଏକ ବେମାରୀ ଯାହା ପାଇରିଫର୍ମିସ ମାଂସପେଶୀ (piriformis muscle) ଚାରିପାଖରେ ସିଆଟିକ ସ୍ନାୟୁ (sciatic nerve) ଚାପିହେବା ଫଳରେ ହେଉଥିବା ବିଶ୍ୱାସ କରାଯାଏ ।[୨][୫] ପିଚା ଯନ୍ତ୍ରଣା ଓ ପିଚାରୁ (buttock) ଗୋଡ଼ ପର୍ଯ୍ୟନ୍ତ କାଲୁଆ ଅନୁଭବ ହୋଇଯାଏ ।[୨][୩] ବସିଲେ ଓ ଦୌଡ଼ିଲେ ଯନ୍ତ୍ରଣା ଅସ‌ହ୍ୟ ହୋଇଯାଏ ।[୩]

ଗ୍ଲୁଟିଆଲ ମାଂସପେଶୀ (gluteal muscle) ଆଘାତପ୍ରାପ୍ତ ହେଲେ, ପାଇରିଫର୍ମିସ ପେଶୀ ସ୍ପାଜ୍ମ ହେଲେ ବା ଅତି ବ୍ୟବ‌ହାର (overuse injury) କଲେ ଓ ଗଠନ ବ୍ୟତିକ୍ରମ ଥିଲେ ଏହି ରୋଗ ହୋଇପାରେ । [୨] କେତେକ ଖେଳାଳୀଙ୍କର ଏହି ରୋଗ ହେବା ମଧ୍ୟ ଜଣାଯାଏ ।[୨] କୌଣସି ନିର୍ଣ୍ଣୟାତ୍ମକ ପରୀକ୍ଷା ନଥିବାରୁ ଏହି ରୋଗ ଚିହ୍ନିବା କଷ୍ଟକର ହୁଏ ।[୫][୪] କେତେକ ପରୀକ୍ଷା ନିର୍ଣ୍ଣୟରେ ସାହାଯ୍ୟକାରୀ ହୁଏ ।[୩] ମେଡିକାଲ ଇମେଜିଙ୍ଗରେ (Medical imaging) ସାଧାରଣ ଦେଖାଯାଏ ।[୨] ପିଆଇଡି (Herniated disc) ରୋଗ ଏହିଭଳି ଲକ୍ଷଣ ସୃଷ୍ଟିକରେ । [୩]

ଲକ୍ଷଣ ସୃଷ୍ଟି କରୁଥିବା କାମ ନ‌କରିବାକୁ ଉପଦେଶ ଦିଆଯିବା ସ‌ହିତ ସ୍ଟ୍ରେଚିଙ୍ଗ (stretching), ଫିଜିଓଥେରାପି (physiotherapy) ଓ ଏନଏସଏଆଇଡି NSAIDs ଦିଆଯାଏ ।[୩][୫] ଏଥିରେ ଉପଶମ ନହେଲେ କର୍ଟିକୋସ୍ଟିରଏଡ steroid ବା ବୋଟୁଲିନମ ଟକ୍ସିନ (botulinum toxin) ଇଞ୍ଜେକସନ ଦିଆଯାଇପାରେ ।[୨] ସାଧାରଣତଃ ଅପରେଶନ ନିମନ୍ତେ ଉପଦେଶ ଦିଆଯାଏନାହିଁ । [୩] ଏ ରୋଗ ସାଧାରଣ ବା ଅଳ୍ପ ସାଧାରଣ, ଏ ବିଷୟରେ ମତୈକ୍ୟ ନାହିଁ ।[୪][୨]

ଆଧାର[ସମ୍ପାଦନା]

  1. Martin, HD; Reddy, M; Gómez-Hoyos, J (July 2015). "Deep gluteal syndrome". Journal of Hip Preservation Surgery. 2 (2): 99–107. doi:10.1093/jhps/hnv029. PMC 4718497. PMID 27011826.
  2. ୨.୦୦ ୨.୦୧ ୨.୦୨ ୨.୦୩ ୨.୦୪ ୨.୦୫ ୨.୦୬ ୨.୦୭ ୨.୦୮ ୨.୦୯ ୨.୧୦ Cass, SP (January 2015). "Piriformis syndrome: a cause of nondiscogenic sciatica". Current Sports Medicine Reports. 14 (1): 41–4. doi:10.1249/JSR.0000000000000110. PMID 25574881.
  3. ୩.୦ ୩.୧ ୩.୨ ୩.୩ ୩.୪ ୩.୫ ୩.୬ ୩.୭ ୩.୮ "Piriformis Syndrome". Merck Manuals Professional Edition (in ଇଂରାଜୀ). October 2014. Retrieved 30 December 2017.
  4. ୪.୦ ୪.୧ ୪.୨ ୪.୩ Hopayian, K; Danielyan, A (23 August 2017). "Four symptoms define the piriformis syndrome: an updated systematic review of its clinical features". European Journal of Orthopaedic Surgery & Traumatology: Orthopedie Traumatologie. 28 (2): 155–164. doi:10.1007/s00590-017-2031-8. PMID 28836092.
  5. ୫.୦ ୫.୧ ୫.୨ ୫.୩ Miller TA, White KP, Ross DC (September 2012). "The diagnosis and management of Piriformis Syndrome: myths and facts". The Canadian Journal of Neurological Sciences. Le Journal Canadien des Sciences Neurologiques. 39 (5): 577–83. doi:10.1017/s0317167100015298. PMID 22931697.

ଅଧିକ ପଢ଼ନ୍ତୁ[ସମ୍ପାଦନା]

ବାହ୍ୟ ଲିଙ୍କ[ସମ୍ପାଦନା]

ଶ୍ରେଣୀବିଭାଗ
ବାହାର ଉତ୍ସ