ପଶ୍ଚିମେଶ୍ୱର ଶିବ ମନ୍ଦିର

ଉଇକିପିଡ଼ିଆ‌ରୁ
ପଶ୍ଚିମେଶ୍ୱର ଶିବ ମନ୍ଦିର
Religion
ଅନୁବନ୍ଧଗୁଡ଼ିକହିନ୍ଦୁ ଧର୍ମ
Location
ସ୍ଥାନଭୁବନେଶ୍ୱର
Stateଓଡ଼ିଶା
Countryଭାରତ
Architecture
Typeକଳିଙ୍ଗ ସ୍ଥାପତ୍ୟ କଳା
Elevation18 m (59 ft)

ପଶ୍ଚିମେଶ୍ୱର ଶିବ ମନ୍ଦିର[୧], ଭାରତୀୟ ରାଜ୍ୟ ଓଡ଼ିଶାର ରାଜଧାନୀ ଭୁବନେଶ୍ୱରର ପୁରାତନ ଅଂଶରେ ଥିବା ବଡ଼ୁ ସାହିରେ ଅବସ୍ଥିତ ଏକ ଶିବ ମନ୍ଦିର । ଏହା ୮ମ ଶତାବ୍ଦୀରେ ନିର୍ମିତ ହୋଇଥିଲା । ଏହି ମନ୍ଦିରର ମୁଖ୍ୟ ଦେଉଳ ବହୁ କାଳରୁ ଭୂମିଷ୍ଠ ହେଇଯାଇଛି । ତେବେ ଏଥିରୁ ବିଚ୍ଛିନ୍ନ ହେଇ ରହିଥିବା କାର୍ତିକେୟ , ଗଣେଶ , ପାର୍ବତୀନରସିଂହ ମୂର୍ତିରୁ ଏହାର ନିର୍ମାଣ  କାଳ ବିଷୟରେ ସୂଚନା ମିଳିଥାଏ । ବର୍ତ୍ତମାନ ଶିବ ଲିଙ୍ଗ ମଧ୍ୟ ଏକ ପଥର ସ୍ତୂପ ଉପରେ ରହିଛି । ଲିଙ୍ଗ ନିକଟକୁ ଯାଉଥିବା ପ୍ରସ୍ତର ସୋପାନ ମଧ୍ୟ ରହିଛି ।[୨] 

ଅବସ୍ଥିତି [ସମ୍ପାଦନା]

ଏହି ମନ୍ଦିରର ଭୌଗୋଳିକ ଅବସ୍ଥିତି t-20°14'46, Long-85°50'02ଠାରେ ରହିଛି । ଏହା ବିନ୍ଦୁସାଗର ପୁଷ୍କରିଣୀର ଦକ୍ଷିଣ ପଶ୍ଚିମ ଦିଗରେ ଅବସ୍ଥିତ । ଏହା ସମୁଦ୍ରପତ୍ତନଠାରୁ ୬୧ ଫୁଟ ଉପରେ ରହିଛି । 

ତାପ୍ତର୍ଯ୍ୟ[ସମ୍ପାଦନା]

ମୁଖ୍ୟ ମନ୍ଦିର ଭଗ୍ନ ହେଇଥିଲେ ମଧ୍ୟ ଏଠାରେ ରୀତି ଅନୁସାରେ ପୂଜା ଅର୍ଚ୍ଚନା ହେଇଥାଏ । ଶିବରାତ୍ରି , ମକର ସଂକ୍ରାନ୍ତି ପରି ପର୍ବ ମଧ୍ୟ ପାଳନ କରାଯାଇଥାଏ । 

ଆଧାର [ସମ୍ପାଦନା]

  1. Sadasiba Pradhan (2009). Lesser Known Monuments of Bhubaneswar. Lark Books. ISBN 978-81-7375-164-6.
  2. Orissa reference: glimpses of Orissa. TechnoCAD Systems. 2001.