ପଶୁ ପାଳନ

ଉଇକିପିଡ଼ିଆ‌ରୁ
Cattle feedlot
Cattle feedlot in Colorado, US
Chickens
Raising chickens intensively for meat in a broiler house, US

ପଶୁ ପାଳନ କୃଷି ବିଜ୍ଞାନର ଏକ ଶାଖା ଯେଉଁଥିଲେ ପଶୁମାନଙ୍କର ମାଂସ, ଲୋମ, କ୍ଷୀର, ଅଣ୍ଡା ଇତ୍ୟାଦି ପାଇବା ପାଇଁ ସେମାନଙ୍କର ପ୍ରଜନନ ଓ ଲାଳନ ପାଳନ କରାଯାଏ । ଏଥିରେ ଦୈନନ୍ଦିନ ଯତ୍ନ, ଚୟନାତ୍ମକ ପ୍ରଜନନ ଓ ପଶୁଧନଙ୍କର (livestock) ବିକାଶ କରିବାକୁ ପଦକ୍ଷେପ ନିଆଯାଏ ।

ପଶୁ ପାଳନର ଲମ୍ବା ଇତିହାସ ଅଛି । ନିଓଲିଥିକ ଆନ୍ଦୋଳନ ସମୟରେ ପ୍ରାୟ ଖ୍ରୀ:ପୂ: ୧୩,୦୦୦ରୁ ପ୍ରଥମେ ପଶୁମାନଙ୍କର ଗୃହ ପାଳନ (domesticated) ଆରମ୍ଭ ହୋଇଥିଲା ଓ ଏହା ଶସ୍ୟ କାଟିବା ପ୍ରଥା ପୂର୍ବରୁ ହୋଇଥିଲା । ପ୍ରଥମ ସଭ୍ୟତା ଆରମ୍ଭ ସମୟରୁ ଯେପରିକି ପୂର୍ବତନ ମିଶରରେ, ଗୋରୁ, ମେଣ୍ଢା ଓ ଘୁଷୁରୀ ପ୍ରଭୃତି ପଶୁମାନଙ୍କୁ ଫାର୍ମରେ ପାଳନ କରାଯାଉଥିଲା ।

ପୁରାତନ ପୃଥିବୀରୁ ପଶୁମାନଙ୍କୁ ନୂଆ ପୃଥିବୀକୁ ଆଣିବା ପରେ କଲମ୍ବିଆନ ଏକ୍ସଚେଞ୍ଜରେ (Columbian Exchange) ମୁଖ୍ୟ ପରିବର୍ତ୍ତନ ଆସିଗଲା, ଓ ତା' ପରେ ଅଷ୍ଟାଦଶ ଶତାବ୍ଦୀରେ ବ୍ରିଟିଶ ଏଗ୍ରିକଲଚର ଆନ୍ଦୋଳନ ହେବା ପରେ ଇଂଲିସ୍ ଲଙ୍ଗ‌ହର୍ଣ୍ଣ (Dishley Longhorn) ଗୋରୁ ଓ ଲିଙ୍କନ (Lincoln Longwool) ମେଣ୍ଢାମାନଙ୍କୁ ଚାଷୀମାନେ ପ୍ରଜନନ କରେଇ ବ‌ହୁତ ଅଧିକ ମାଂସ, ଦୁଧ ଓ ପଶମ ବା ଉଲ୍ (wool) ପାଇଲେ ।

ଘୋଡ଼ା, ଜଳ ମଇଁଷି, ଠେକୁଆ, ଗିନି ପିଗ ଆଦି ଅନେକ ରକମର ପଶୁମାନଙ୍କୁ ପୃଥିବୀର କେତେକ ଅଂଶରେ ପଶୁ ପାଳନ କରାଯାଉଛି । କୀଟ ପାଳନ (Insect farming), ମତ୍ସ୍ୟ ପାଳନ (aquaculture), ମୋଲୁସ୍କ (mollusc) ଓ କ୍ରସ୍ଟାସିଆନ (crustacean) ଆଦି ପାଳନ ମଧ୍ୟ ହେଉଛି ।

ଘୁଷୁରୀ ଓ କୁକୁଡ଼ା ସବୁ ପ୍ରକାର ଖାଦ୍ୟ ଖାଆନ୍ତି (omnivore) ତାଙ୍କ ବ୍ୟତୀତ ଅଧିକାଂଶ ପାଳିତ ପଶୁ ଶାକାହରୀ (herbivore) । ଗୋରୁ ଓ ମେଣ୍ଢା ଭଳି ରୁମିନାଣ୍ଟ (Ruminants) ବାହାରକୁ ଯାଇ ଘାସ ଚରନ୍ତି ବା ସେମାନଙ୍କୁ ଶକ୍ତିପ୍ରଦ ଖାଦ୍ୟରେ ଶସ୍ୟ ଗୁଳା ପୁଷ୍ଟିସାର ବା ପ୍ରୋଟିନ ଦିଆଯାଇପାରେ । କୁକୁଡ଼ା ଓ ଘୁଷୁରୀ ଅଧିକ ଶକ୍ତିବର୍ଦ୍ଧକ ଖାଦ୍ୟ ଓ ସେଲ୍ୟୁଲୋଜ ଆବଶ୍ୟକ କରନ୍ତି ।

Fat-tailed sheep in Afghanistan
The domestication of ruminants, like these fat-tailed sheep in Afghanistan, provided nomads across the Middle East and central Asia with a reliable source of food.

ପଶୁମାନଙ୍କୁ ପୋଷା (domestication) ରଖିବା ଲାଗି ହାତ ପାହାନ୍ତାରେ ଖାଦ୍ୟ ରଖିବାକୁ ହୁଏ ଯେତେବେଳେ ଶିକାର ଫଳପ୍ରଦ ହୁଏନି । ଏଭଳି ପ୍ରାଣୀମାନେ ପାଳନ‌କର୍ତ୍ତାର ଉପକାରୀ ଓ ତାର ସାହଚର୍ଯ୍ୟରେ ବଞ୍ଚିବାକ୍ଷମ , ପ୍ରଜନନକ୍ଷମ ଓ ପାଳିବାକୁ ସ‌ହଜ ହେବା ଆବଶ୍ୟକ । [୧]

ପ୍ରାଣୀ ପାଳିବା ଗୋଟିଏ ଘଟଣା ନୁହେଁ, ଏହା ବିଭିନ୍ନ ସମୟରେ ଓ ବିଭିନ୍ନ ସ୍ଥାନର ପରିବର୍ତ୍ତନଶୀଳ ହୋଇପାରେ । ମଧ୍ୟ ଏସିଆରେ ଜାଜାବର ଲୋକଙ୍କ ସାଥୀରେ ଛେଳି ଓ ମେଣ୍ଢାମାନେ ସାଥିରେ ବିଭିନ୍ନ ସ୍ଥାନ‌କୁ ଯାଆନ୍ତି, ଗୋରୁ ଓ ଘୁଷୁରୀମାନେ ଗୋଟିଏ ସ୍ଥାନରେ ରହୁଥିବା ଗୋଷ୍ଟିରେ ରହନ୍ତି । [୨]

ପୋଷା ମନେଇବାରେ କୁକୁର ହେଉଛି ପ୍ରଥମ ବଣ୍ୟ ପ୍ରାଣୀ । ଅର୍ଦ୍ଧ-ବଣ୍ୟ କୁକୁରମାନେ ଶିକାରୀଙ୍କ ସାଥିରେ ଶିକାର କରିବାକୁ ଯାଆନ୍ତି । କୃଷିକର୍ମ ନିମନ୍ତେ ସମୟକ୍ରମେ ଛେଳି, ମେଣ୍ଢା, ଘୁଷୁରୀ ଓ ଗୋରୁମାନେ ପୋଷା ମାନିଲେ । [୨]

ଖ୍ରୀ:ପୂ: ୧୩,୦୦୦ ପାଖାପାଖି ସମୟରେ ଘୁଷୁରୀଙ୍କୁ,[୩] ଓ ତା'ପରେ ୧୧,୦୦୦ରୁ ୯,୦୦୦ ମଧ୍ୟରେ ମେଣ୍ଢାମାନଙ୍କୁ ପୋଷାଗଲା । [୪] ଖ୍ରୀ:ପୂ: ପ୍ରାୟ ୮,୫୦୦ରେ ଆଧୁନିକ ତୁର୍କୀ ଓ ପାକିସ୍ଥାନରେ ବଣୁଆ ଗୋରୁଙ୍କୁ ପ୍ରଥମେ ଗୃହପାଳିତ କରାଗଲା । [୫]

ଆଧାର[ସମ୍ପାଦନା]

  1. Clutton-Brock, Juliet (1999). A Natural History of Domesticated Mammals. Cambridge University Press. pp. 1–2. ISBN 978-0-521-63495-3.
  2. ୨.୦ ୨.୧ "History of the domestication of animals". Historyworld. Retrieved 3 June 2017.
  3. Nelson, Sarah M. (1998). Ancestors for the Pigs. Pigs in prehistory. University of Pennsylvania Museum of Archaeology and Anthropology. ISBN 9781931707091.
  4. Ensminger, M.E.; Parker, R.O. (1986). Sheep and Goat Science (Fifth ed.). Interstate Printers and Publishers. ISBN 978-0-8134-2464-4.
  5. McTavish, E.J.; Decker, J.E.; Schnabel, R.D.; Taylor, J.F.; Hillis, D.M. (2013). "New World cattle show ancestry from multiple independent domestication events". Proc. Natl. Acad. Sci. U.S.A. National Academy of Sciences. 110 (15): 1398–1406. Bibcode:2013PNAS..110E1398M. doi:10.1073/pnas.1303367110. PMC 3625352. PMID 23530234.