Jump to content

ପଲ୍ଲବୀ ଯୋଶୀ

ଉଇକିପିଡ଼ିଆ‌ରୁ
ପଲ୍ଲବୀ ଯୋଶୀ
Joshi in 2023
ଜନ୍ମDid not recognize date. Try slightly modifying the date in the first parameter. (age Error: Need valid year, month, day)
ବୃତ୍ତିସମୂହ
  • Actress
  • Producer
  • Host
ବୈବାହିକ-ସାଥୀ
(m. ୧୯୯୭)
ସନ୍ତାନ2
ସମ୍ପର୍କୀୟAlankar Joshi (brother)

ପଲ୍ଲବୀ ଜୋଶୀ (ଜନ୍ମ ୪ ଏପ୍ରିଲ ୧୯୬୯) ଜଣେ ଭାରତୀୟ ଅଭିନେତ୍ରୀ, ପର୍ଦାଲେଖିକା ଏବଂ ଚଳଚ୍ଚିତ୍ର ନିର୍ମାତ୍ରୀ, ଯିଏ ପ୍ରଧାନତଃ ହିନ୍ଦୀ ଚଳଚ୍ଚିତ୍ର ଓ ଦୂରଦର୍ଶନରେ କାମ କରନ୍ତି। ଚଳଚ୍ଚିତ୍ର ଓ ଟେଲିଭିଜନ୍‌ରେ ଦୀର୍ଘ ଅଭିନୟ ଜୀବନରେ ଜୋଶୀ ତିନିଟି ଜାତୀୟ ଚଳଚ୍ଚିତ୍ର ପୁରସ୍କାର ହାସଲ କରିଛନ୍ତି ଏବଂ ଫିଲ୍ମଫେୟାର୍ ପୁରସ୍କାର ପାଇଁ ମଧ୍ୟ ଏକ ନାମାଙ୍କନ ପାଇଥିଲେ।

ମୁମ୍ବାଇରେ ମରାଠୀ ମଞ୍ଚ ଅଭିନେତା ଥିବା ପିତାମାତାଙ୍କ ଘରେ ଜନ୍ମିତ ଜୋଶୀ, ମାତ୍ର ଚାରି ବର୍ଷ ବୟସରେ ନାଗ ମେରେ ସାଥୀ (୧୯୭୩) ହିନ୍ଦୀ ଚଳଚ୍ଚିତ୍ରରେ ଛୋଟ ଭୂମିକାରେ ଅଭିନୟ କରି ନିଜ ଅଭିନୟ ଜୀବନ ଆରମ୍ଭ କରିଥିଲେ।[] ଶିଶୁ ଶିଳ୍ପୀ ଭାବେ ଅନେକ ଚଳଚ୍ଚିତ୍ରରେ ଅଭିନୟ ପରେ ସେ ସମାନ୍ତରାଳ ସିନେମା ଆନ୍ଦୋଳନରେ ପ୍ରବେଶ କରି ଖ୍ୟାତି ଓ ସମାଲୋଚନାତ୍ମକ ପ୍ରଶଂସା ହାସଲ କରିଥିଲେ। Bhujangayyana Dashavathara (୧୯୮୮), ରିହାଇ(୧୯୮୮), Rukmavati Ki Haveli (୧୯୯୧) ଏବଂ ଓ ଛୋକରୀ (୧୯୯୨) ପରି ସମାଲୋଚକମାନଙ୍କ ପ୍ରଶଂସିତ ଚଳଚ୍ଚିତ୍ରରେ ତାଙ୍କ ଅଭିନୟ ବିଶେଷ ଗୁରୁତ୍ୱ ପାଇଥିଲା। ଓ ଛୋକରୀ ପାଇଁ ସେ ଜାତୀୟ ଚଳଚ୍ଚିତ୍ର ପୁରସ୍କାର – ବିଶେଷ ଜୁରୀ ପୁରସ୍କାର (ଫିଚର୍ ଫିଲ୍ମ) ଜିତିଥିଲେ।

ଜୋଶୀ କିଛି ବ୍ୟବସାୟିକ ଚଳଚ୍ଚିତ୍ରରେ ମଧ୍ୟ ଅଭିନୟ କରିଛନ୍ତି, ଯେପରିକି Insaaf Ki Awaaz (୧୯୮୬), Andha Yudh (୧୯୮୭) — ଯାହା ପାଇଁ ସେ ଶ୍ରେଷ୍ଠ ସହଅଭିନେତ୍ରୀ ବିଭାଗରେ ଫିଲ୍ମଫେୟାର୍ ପୁରସ୍କାର ପାଇଁ ନାମାଙ୍କନ ପାଇଥିଲେ — ଏବଂ Mujrim (୧୯୮୯), Saudagar (୧୯୯୧) ଓ ପନ୍ନାହ(୧୯୯୨)।

ପରେ ଟେଲିଭିଜନ୍‌ରେ ପ୍ରବେଶ କରି ସେ ଅଧିକ ପ୍ରଶଂସା ଓ ଲୋକପ୍ରିୟତା ଲାଭ କରିଥିଲେ। ଦୂରଦର୍ଶନର ପ୍ରସିଦ୍ଧ କାର୍ଯ୍ୟକ୍ରମ Talaash (୧୯୯୨), ଆରୋହଣ(୧୯୯୬–୧୯୯୭), ଅଳ୍ପବିରାମ(୧୯୯୮) ଏବଂ ଜୁତ୍ସୁଜୁ(୨୦୦୨–୨୦୦୪) ରେ ତାଙ୍କ ଅଭିନୟ ବିଶେଷ ପ୍ରଶଂସା ପାଇଥିଲା।

ସମ୍ପ୍ରତି ବର୍ଷଗୁଡ଼ିକରେ ଜୋଶୀ ପ୍ରାୟତଃ ନିଜ ସ୍ୱାମୀ ଏବଂ ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀ ସହିତ କାମ କରୁଛନ୍ତି। ବିଶେଷତଃ ଦ ତାସକେଣ୍ଟ ଫାଇଲସ (୨୦୧୯) ଏବଂ ଦ କାଶ୍ମିରି ଫାଇଲସ (୨୦୨୨) ଚଳଚ୍ଚିତ୍ରରେ ସେ ନିର୍ମାତ୍ରୀ ଭାବେ ମଧ୍ୟ କାମ କରିଥିଲେ ଏବଂ ଏହା ପାଇଁ ସେ ଶ୍ରେଷ୍ଠ ସହଅଭିନେତ୍ରୀ ବିଭାଗରେ ଦୁଇଟି ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଜିତିଥିଲେ।

ଚଳଚ୍ଚିତ୍ର ଜଗତରେ କର୍ମଜୀବନ

[ସମ୍ପାଦନା]

ଜୋଶୀ ଅତ୍ୟନ୍ତ କମ୍ ବୟସରୁ ମଞ୍ଚରେ ଅଭିନୟ ଆରମ୍ଭ କରିଥିଲେ। ଶିଶୁ ଶିଳ୍ପୀ ଭାବେ ସେ ବଦଲା (୧୯୭୬) ଏବଂ ଆଦମୀ ସଡକ କା (୧୯୭୭) ଭଳି ଚଳଚ୍ଚିତ୍ରରେ ଅଭିନୟ କରିଥିଲେ। ଦାଦା (୧୯୭୯) ଚଳଚ୍ଚିତ୍ରରେ ସେ ଜଣେ ଅନ୍ଧ ଶିଶୁର ଭୂମିକାରେ ଅଭିନୟ କରିଥିଲେ, ଯିଏ ଜଣେ କୁଖ୍ୟାତ ଗ୍ୟାଙ୍ଗଷ୍ଟରକୁ ସୁଧାରେ।

୧୯୮୦ ଦଶକ ଓ ୧୯୯୦ ଦଶକର ପ୍ରାରମ୍ଭରେ ସେ ଅନେକ କଳାଧରାର ଚଳଚ୍ଚିତ୍ରରେ ଅଭିନୟ କରିଥିଲେ, ଯେପରିକି Rukmavati Ki Haveli (୧୯୯୧), ସୂରଜ କା ସାତୱା ଘୋଡା (୧୯୯୨), Trishagni (୧୯୮୮), Vanchit, Bhujangayyana Dashavathara (୧୯୯୧) ଏବଂ Rihaee (୧୯୮୮)। ସେ ସୌଦାଗର, ପନାହା, ତେହେଲକା ଏବଂ ମୁଜରିମ ପରି ଚଳଚ୍ଚିତ୍ରରେ ସହଅଭିନେତ୍ରୀ ଭୂମିକା ମଧ୍ୟ କରିଥିଲେ। ଅନ୍ଧା ୟୁଧ (୧୯୮୮) ଚଳଚ୍ଚିତ୍ରରେ ଜଣେ ଅସମର୍ଥ ଝିଅର ଭୂମିକାରେ ତାଙ୍କ ଅଭିନୟ ପାଇଁ ସେ ଶ୍ରେଷ୍ଠ ସହଅଭିନେତ୍ରୀ ବିଭାଗରେ ଫିଲ୍ମଫେୟାର୍ ପୁରସ୍କାର ପାଇଁ ନାମାଙ୍କନ ହୋଇଥିଲେ। ଓ ଛୋକରୀ (୧୯୯୨) ପାଇଁ ସେ ଜାତୀୟ ଚଳଚ୍ଚିତ୍ର ପୁରସ୍କାର – ବିଶେଷ ଜୁରୀ ପୁରସ୍କାର ଜିତିଥିଲେ।[]

ସେ ଶ୍ୟାମ ବେନେଗାଲ ନିର୍ଦ୍ଦେଶିତ ଦ ମେକିଂ ଅଫ ମହାତ୍ମା (The Making of the Mahatma) (୧୯୯୫) ଚଳଚ୍ଚିତ୍ରରେ କସ୍ତୁରବା ଗାନ୍ଧୀ ଭୂମିକାରେ ମଧ୍ୟ ଅଭିନୟ କରିଥିଲେ।

ଜୋଶୀ ଅଞ୍ଚଳିକ ଚଳଚ୍ଚିତ୍ରରେ ମଧ୍ୟ କାମ କରିଛନ୍ତି। ସେ K. P. Sasi ନିର୍ଦ୍ଦେଶିତ ସମାଲୋଚନାତ୍ମକ ଭାବେ ପ୍ରଶଂସିତ ମଲୟାଳମ୍ ଚଳଚ୍ଚିତ୍ର Ilayum Mullum (୧୯୯୪) ରେ ‘ଶାନ୍ଥା’ ନାମକ କେନ୍ଦ୍ରୀୟ ଚରିତ୍ରରେ ଅଭିନୟ କରିଥିଲେ। ସେ ଲୋକେଶ ନିର୍ଦ୍ଦେଶିତ କନ୍ନଡ ଚଳଚ୍ଚିତ୍ର Bhujangayyana Dashavathara (୧୯୯୧) ରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା କରିଥିଲେ। ଏହାସହିତ ସେ ରେଣୁକା ସାହାଣେ ନିର୍ଦ୍ଦେଶିତ ମରାଠୀ ଚଳଚ୍ଚିତ୍ର ରୀତା ରେ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ।[]

  1. "Four-year-old Pallavi Joshi was slapped on camera by director because she wasn't crying on cue: 'My ego was hurt, didn't want to do films'". The Indian Express (in ଇଂରାଜୀ). 2025-08-02. Retrieved 2026-03-12.
  2. "Directorate of Film Festival". iffi.nic.in. Retrieved 2026-03-12.
  3. "Language, no bar for Pallavi Joshi". The Times of India. 2010-01-09. ISSN 0971-8257. Retrieved 2026-03-12.