Jump to content

ପରିବାର ଅଦାଲତ, ରାୟଗଡ଼

ଉଇକିପିଡ଼ିଆ‌ରୁ
ପରିବାର ଅଦାଲତ, ରାୟଗଡ଼ା‌
ପରିବାର ଅଦାଲତ, ରାୟଗଡ଼ା‌
ଅବସ୍ଥାନ
ରାୟଗଡ଼ା, ଓଡ଼ିଶା, ଭାରତ
ବିବରଣୀ
Type ସରକାରୀ
ପ୍ରତିଷ୍ଠା ୧୯.୦୧.୨୦୧୯
ୱେବସାଇଟ

୨୦୧୯ ମସିହାରେ ପ୍ରତିଷ୍ଠିତ ଏହି ନ୍ୟାୟିକ ଅନୁଷ୍ଠାନଟି ରାୟଗଡ଼ା ଜିଲ୍ଲାରେ ଅବସ୍ଥିତ । ରାୟଗଡ଼ା ଜିଲ୍ଲାର ରାୟଗଡ଼ା ସବଡିଭିଜନ କ୍ଷେତ୍ର ଅଧିନସ୍ଥ ସମସ୍ତ ପାରିବାରିକ ମାମଲାର ବିଚାର ନିମିତ୍ତ ଏହା ଏକମାତ୍ର ନ୍ୟାୟିକ ଅନୁଷ୍ଠାନ । ରାୟଗଡ଼ ଜିଲ୍ଲା ନ୍ୟାୟପାଳିକାର ଏହା ଏକ ଅଂଶବିଶେଷ ।

ଇତିହାସ

[ସମ୍ପାଦନା]

ଭାରତ ସରକାରଙ୍କ ପ୍ରଣୀତ ପରିବାର ଅଦାଲତ ଅଧିନିୟମ, ୧୯୮୪[]ର ଧାରା ୩ ଆଧାରରେ ୨୦୧୬ ମସିହା ଜୁନ ମାସରେ ଓଡ଼ିଶା ସରକାରଙ୍କ ଆଇନ ବିଭାଗର ବିଜ୍ଞପ୍ତି ସଂଖ୍ୟା ୫୨୭୫L,ତା-୪.୬.୨୦୧୬ ଅନୁସାରେ ଏହି ଅନୁଷ୍ଠାନର ପ୍ରତିଷ୍ଠା ନିମିତ୍ତ ସ୍ୱୀକୃତି ପ୍ରଦାନ କରାଯାଇଥିଲା । ତେବେ ଆନୁସଙ୍ଗିକ ଭିତ୍ତିଭୂମି ଲାଭ କରିବା ପରେ ୨୦୧୯ ମସିହା ଜାନୁଆରୀ ୧୯ ତାରିଖରେ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ବିଚାରପତି ଜଷ୍ଟିସ କୃଷ୍ଣ ରାମ ମହାପାତ୍ରଙ୍କଦ୍ୱାରା ଏହା ଉଦଘାଟିତ ହୋଇଥିଲା । ଶ୍ରୀମତି ସୌଭାଗିନି ମଲ୍ଲିକ ହେଉଛନ୍ତି ଏହି ନ୍ୟାୟିକ ଅନୁଷ୍ଠାନର ପ୍ରଥମ ବିଚାରପତି ।

କ୍ରମିକ ସଂଖ୍ୟାବିଚାରପତିଙ୍କ ନାମକାର୍ଯ୍ୟକାଳ
ଶ୍ରୀମତି ସୌଭାଗିନୀ ମଲ୍ଲିକ୧୯.୦୧.୨୦୧୯-୨.୧.୨୦୨୦
ଶ୍ରୀ ଆଶିଷ କୁମାର ତ୍ରିପାଠୀ୦୬.୦୧.୨୦୨୦- ୨୪.୧୧.୨୦୨୧
ଶ୍ରୀ ଅମୃତ ରଞ୍ଜନ ନନ୍ଦ୦୧.୧୨.୨୦୨୧-୩୦ ୦୬ ୨୦୨୪
ଶ୍ରୀ ସଞ୍ଜିତ୍ କୁମାର ବେହେରା୦୫ ୦୭ ୨୦୨୪- କାର୍ଯ୍ୟ କରୁଛନ୍ତି

ଅଧିକାର କ୍ଷେତ୍ର

[ସମ୍ପାଦନା]

ରାୟଗଡ଼ା ଜିଲ୍ଲାରେ ପ୍ରତିଷ୍ଠିତ ଏହା ଏକମାତ୍ର ପରିବାର ଅଦାଲତ ହୋଇଥିଲେ ହେଁ ରାୟଗଡ଼ା ସବଡିଭିଜନ ପରିସରଭୁକ୍ତ କ୍ଷେତ୍ର ହିଁ ଏହାର ଅଧିକାର କ୍ଷେତ୍ର । ତଦନୁସାରେ ମୁଖ୍ୟାଳୟ ରାୟଗଡ଼ା ତଥା କାଶିପୁରସ୍ଥ ସମସ୍ତ ଅଦାଲତରେ ଲମ୍ବିତ ପଡିଥିବା ସମସ୍ତ ପରିବାର ମାମଲା ତଥା ଉକ୍ତ ଅଧିକାର କ୍ଷେତ୍ରସ୍ଥ ସମସ୍ତ ନୂତନ ପରିବାର ମାମଲା ଏହି ନ୍ୟାୟାଳୟର ବିଚାର ପରିସର ଭୁକ୍ତ ହେବେ ।

ବିଶେଷତ୍ୱ

[ସମ୍ପାଦନା]

ନିମ୍ନ ବର୍ଣ୍ଣିତ କିଛି ପ୍ରାବଧାନରୁ ଏ କଥା ସ୍ପଷ୍ଟ ଯେ ପରିବାର ଅଦାଲତ ଏକ ଦେୱାନୀ କିମ୍ବା ଫୌଜଦାରୀ ଅଦାଲତ ଭଳି ଦଣ୍ଡ ପ୍ରଦାନ କାରୀ ନ୍ୟାୟିକ ଅନୁଷ୍ଟାନ ପରିବର୍ତ୍ତେ, ପାରିବାରିକ ବିବାଦର ସମାଧାନ ନିମିତ୍ତ ଏକ ବିଶେଷ ମଞ୍ଚ ବା ଅନୁଷ୍ଠାନ ।

ପରିବାର ଅଦାଲତ ଅଧିନିୟମ ୧୯୮୪

[ସମ୍ପାଦନା]
  • ପରିବାର ଅଦାଲତ ଅଧିନିୟମ ୧୯୮୪ର ଧାରା -୯ : ପରିବାର ଅଦାଲତର ସମସ୍ତ ମାମଲାର ପ୍ରଥମେ ଅଦାଲତ ଉଭୟ ପକ୍ଷ ମଧ୍ୟରେ ବୁଝାମଣା ମାଧ୍ୟମରେ ଫୈସଲା ନିମିତ୍ତ ପ୍ରୟାସ କରିବେ ।[]
  • ଧାରା-୧୦(୩)(iii)- କୌଣସି ମାମଲାରେ କୌଣସି ପକ୍ଷଦ୍ୱାରା ଆଗତ ଅଭିଯୋଗ ଯଦି ଅନ୍ୟ ପକ୍ଷଦ୍ୱାରା ଅସ୍ୱୀକାର କରାଯାଏ ଏବଂ ଅଦାଲତ ଏହି ମାମଲାର ଆପୋଷ ସମାଧାନ ବା ସହମତି ଭିତ୍ତିକ ବୁଝାମଣା ସମ୍ଭବ କରିବା ନିମିତ୍ତ ମାମଲାଟିରେ ନିଜର ଏକ ନିର୍ଦ୍ଦିଷ୍ଟ ପ୍ରଣାଳୀ ଅବଲମ୍ବନ କରିବାରେ କୌଣସି ବାଧା ରହିବ ନାହିଁ ।[]
  • ଧାରା-୧୧ରେ ନିବୁଜ କୋଠରୀ ମଧ୍ୟରେ ବିଚାର (Camera Trial ) ପାଇଁ ବ୍ୟବସ୍ଥା ରହିଛି ।
  • ଧାରା-୧୩ ଏକ ବିଶେଷ ବ୍ୟବସ୍ଥା । ଏହି ପ୍ରାବଧାନ ଅନୁସାରେ ସାଧାରନ ଭାବେ ପରିବାର ଅଦାଲତରେ ମାମଲା ଦାୟର କରିବା କିମ୍ବା ମାମଲାରେ ପକ୍ଷଭୁକ୍ତ ହୋଇ ଲଢିବା ନିମିତ୍ତ ଓକିଲ ନିଯୁକ୍ତି ଆବଶ୍ୟକ ନାହିଁ । ତେବେ ସ୍ଥଳ ବିଶେଷରେ କ୍ରମେ କୌଣସି ପକ୍ଷଙ୍କୁ ଓକିଲ ନିଯୁକ୍ତି ନିମିତ୍ତ ଅଦାଲତ ଅନୁମତି ଦେଇ ପାରନ୍ତି ।[]
  • ଧାରା ୧୪ ମଧ୍ୟ ଏକ ବିଶେଷ ପ୍ରାବଧାନ । ଏହି ପ୍ରାବଧାନ ପ୍ରକାରେ ପରିବାର ଅଦାଲତ କୌଣସି ମାମଲାର ନ୍ୟାୟୋଚିତ ବିଚାର ନିମନ୍ତେ ଯେ କୌଣସି ଦଲିଲ ଅଥବା ନଥି ବିଚାର ବେଳେ ଗ୍ରହଣ କରିପାରନ୍ତି ଏପରିକି ସେହି ଦଲିଲ ଭାରତୀୟ ସାକ୍ଷ୍ୟ ଅଧିନିୟମ ଅନୁସାରେ ଦେୱାନୀ ଅଦାଲତରେ ଗ୍ରହଣଯୋଗ୍ୟ ନ ହେଲେ ବି ତାହା ପରିବାର ଅଦାଲତରେ ଗୃହୀତ ହୋଇପାରିବ ।
  • ପରିବାର ଅଦାଲତରେ ମାମଲା ଦାଖଲ ନିମିତ୍ତ କୌଣସି କୋର୍ଟ ଫି ଦେବାକୁ ପଡେନାହିଁ ।[]

ପରିବାର ଅଦାଲତ (ଓଡ଼ିଶା) ନିୟମ, ୨୦୧୦

[ସମ୍ପାଦନା]
  • ଉପରୋକ୍ତ ନିୟମର ଧାରା ୭ରୁ ୨୬ ମଧ୍ୟରେ ଥିବା ପ୍ରାବଧାନ ପ୍ରକାରେ ଫ୍ୟାମିଲି କାଉନସେଲରଙ୍କୁ ଦୁଇପକ୍ଷ ମଧ୍ୟରେ ଆପୋଷ ସହମତି ଜରିଆରେ ମାମଲାର ସମାଧାନ ନିମନ୍ତେ ଆନେକ କ୍ଷମତା ଦିଆଯାଇଛି ।
  • ଧାରା ୨୭ରୁ ୩୦ ପ୍ରକାରେ ଯେ କୌଣସି ପକ୍ଷ ମାଗଣା ଆଇନଗତ ସାହାଯ୍ୟ କିମ୍ବା ପରାମର୍ଶ ମାଗିପାରିବେ ।
  • ଏହି ଆଇନର ଧାରା ୩୦ ପ୍ରକାରେ ଫ୍ୟାମିଲି କାଉନ ସେଲର୍ କୌଣସି ମାମଲାରେ, ଆବଶ୍ୟକ ମନେହେଲେ, ଅଦାଲତରେ ତାଲିକାଭୁକ୍ତ ଏକ ସ୍ୱେଚ୍ଛାସେବୀ ଅନୁଷ୍ଠାନ ତଥା ପରିବାର ମଙ୍ଗଳ ସହ ଜଡ଼ିତ କୌଣସି ସଂସ୍ଥାକୁ ଆବେଦନର ସତ୍ୟାସତ୍ୟ ଯାଞ୍ଚ ନିମନ୍ତେ ପଠାଇପାରିବେ ।
  1. "Family Courts Act, 1984" (PDF). www.indiacode.nic.in. 14 September 1984. Retrieved 6 April 2019.
  2. 1 2 3 "THE FAMILY COURTS (COURT) RULES, 2010" (PDF). www.familycourtpuri.nic.in. Archived from the original (PDF) on 6 April 2019. Retrieved 6 April 2019.
  3. "Section 10(3) in The Family Courts Act, 1984". indiankanoon.org. Retrieved 22 August 2019.

ଅଧିକ ତଥ୍ୟ

[ସମ୍ପାଦନା]