Jump to content

ପବିତ୍ରାନନ୍ଦ ମହାନ୍ତି

ଉଇକିପିଡ଼ିଆ‌ରୁ
ପବିତ୍ରାନନ୍ଦ ମହାନ୍ତି
ଜନ୍ମ ଓ ଜନ୍ମସ୍ଥାନ(1943-11-30)୩୦ ନଭେମ୍ବର ୧୯୪୩
ବଡ଼ମୂଳେଇ, ଅଡ଼ଶପୁର, କଟକ
ମୃତ୍ୟୁ୨୩ ନଭେମ୍ବର ୨୦୨୫(2025-11-23) (ବୟସ ୮୧)
ଭୁବନେଶ୍ବର
ଭାଷାଓଡ଼ିଆ
ଜାତୀୟତାଭାରତୀୟ
ଶୈଳୀସାହିତ୍ୟିକ, ସମାଜସେବୀ
ସାହିତ୍ୟ କୃତିଆଧ୍ୟାତ୍ମ ସାହିତ୍ୟ

ପବିତ୍ରାନନ୍ଦ ମହାନ୍ତି (୩୦ ନଭେମ୍ବର ୧୯୪୩- ୨୩ ନଭେମ୍ବର ୨୦୨୫) ଓଡ଼ିଶାର ଜଣେ ସମାଜସେବୀ ଓ ସାହିତ୍ୟିକ ଥିଲେ ।[]

ସଂକ୍ଷିପ୍ତ ଜୀବନୀ

[ସମ୍ପାଦନା]

ପବିତ୍ରାନନ୍ଦ ୧୯୪୩ ମସିହା ନଭେମ୍ବର ୩୦ ତାରିଖରେ କଟକ ଜିଲ୍ଲାର ବଡ଼ମୂଳେଇ ଗ୍ରାମରେ ଜନ୍ମଲାଭ କରିଥିଲେ । ଓଡ଼ିଶା ବିତ୍ତ ସେବାରୁ ଅବସର ନେଲା ପରେ ସେ ଆଧ୍ୟାତ୍ମ ଦିଗ ପ୍ରତି ଆକର୍ଷିତ ହୋଇଥିଲେ । ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ବ୍ଲକର ଭାକରସାହି ଗ୍ରାମରେ 'ଆନନ୍ଦଧାମ' ନାମରେ ଏକ ଆଶ୍ରମ ପ୍ରତିଷ୍ଠା କରିଥିଲେ । ସେଠାରେ ବରିଷ୍ଠ ନାଗରିକଙ୍କ ରହଣି ଓ ଆଦର୍ଶ ଜୀବନଯାପନ ପାଇଁ ସମସ୍ତ ବ୍ୟବସ୍ଥା କରିଥିଲେ । ସେହି ନାମରେ ଏକ ପତ୍ରିକା ମଧ୍ୟ ପ୍ରକାଶ କରୁଥିଲେ । ଶ୍ରୀ ମଣିଭଦ୍ର ନାୟକ ମେମୋରିଆଲ ଟ୍ରଷ୍ଟର ମାନେଜିଂ ଟ୍ରଷ୍ଟି ରହିଥିଲେ । କବିତା, ଗଳ୍ପ, ଅନୁବାଦ ସହିତ ସମ୍ବାଦପତ୍ରମାନଙ୍କରେ ବହୁ ସ୍ତମ୍ବ ଲେଖିଥିଲେ ।[]

ରଚନାବଳୀ

[ସମ୍ପାଦନା]
  • ନୀଳାଚଳ ପଥେ ନନ୍ଦ ଦୁଲାଳ (ଅନୁବାଦ)
  • ସୂତ ଉବାଚ (ପ୍ରବନ୍ଧ) ୨୦୧୫
  • କହଇ ମନ ଆରେ (ଗଳ୍ପ)
  • ଗାନ୍ଧିଜୀ ଓ ଏକାଦଶ ବ୍ରତ (କବିତା) ୧୯୬୯[]
  • ଅଧ୍ୟାତ୍ମ ରାମାୟଣ (ଅନୁବାଦ)
  • ସଦଗୁରୁ ଅବତାର ଶ୍ରୀ ଶ୍ରୀ ବିଜୟକୃଷ୍ଣ ଗୋସ୍ବାମୀ (ଜୀବନୀ) ୨୦୨୦
  • ମହାପାତକୀର ଜୀବନରେ ସଦଗୁରୁ ଲୀଳା (ଅନୁବାଦ) ୨୦୨୩