ପଦ୍ମ ଚରଣ ସାମନ୍ତସିଂହାର

ଉଇକିପିଡ଼ିଆ‌ରୁ
(ପଦ୍ମ ଚରଣ ସାମନ୍ତ ସିଂହାରରୁ ଲେଉଟି ଆସିଛି)
ପଦ୍ମ ଚରଣ ସାମନ୍ତସିଂହାର
ବିଧାୟକ: ୨ୟ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୫୭ – ୧୯୬୧
ପୂର୍ବ ଅଧିକାରୀବିଶ୍ୱନାଥ ପରିଡ଼ା
ପର ଅଧିକାରୀଗୋପବନ୍ଧୁ ପାତ୍ର
ନିର୍ବାଚନ ମଣ୍ଡଳୀବ୍ରହ୍ମଗିରି
ସାଂସଦ: ୬ଷ୍ଠ ଲୋକ ସଭା
କାର୍ଯ୍ୟକାଳ
୧୯୭୭ – ୧୯୭୯
ପୂର୍ବ ଅଧିକାରୀବନମାଳୀ ପଟ୍ଟନାୟକ
ପର ଅଧିକାରୀବ୍ରଜମୋହନ ମହାନ୍ତି
ନିର୍ବାଚନ ମଣ୍ଡଳୀପୁରୀ
ବ୍ୟକ୍ତିଗତ ସବିଶେଷ
ଜନ୍ମ୧ ଫେବୃଆରୀ ୧୯୧୭(୧୯୧୭-୦୨-୦୧)
ମୃତ୍ୟୁ୧୭ ଫେବୃଆରୀ ୧୯୯୩(1993-02-17) (ବୟସ ୭୬)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଜନତା ପାର୍ଟି
ଅନ୍ୟାନ୍ୟ ରାଜନୀତିକ
ସମ୍ବନ୍ଧ
ଭାରତୀୟ ଜାତୀୟ କଂଗ୍ରେସ
ଜୀବନ ସାଥୀଶୈଳବାଳା ସାମନ୍ତସିଂହାର
ବାପା/ବୋଉମଧୁସୂଦନ ସାମନ୍ତସିଂହାର (ବାପା)
ବୃତ୍ତିରାଜନୀତିଜ୍ଞ

ପଦ୍ମ ଚରଣ ସାମନ୍ତସିଂହାର (୧ ଡିସେମ୍ବର ୧୯୧୭ - ୧୭ ଫେବୃଆରୀ ୧୯୯୩) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ ଏବଂ ଲୋକ ସଭାର ସାଂସଦ ଭାବରେ ଥରେ କାର୍ଯ୍ୟ କରିଥିଲେ । ୧୯୫୭ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ବ୍ରହ୍ମଗିରି ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୨ୟ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ୧୯୭୭ ଭାରତୀୟ ସାଧାରଣ ନିର୍ବାଚନରେ ସେ ପୁରୀ ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ୬ଷ୍ଠ ଲୋକ ସଭାକୁ ନିର୍ବାଚିତ ହୋଇଥିଲେ ।

ଜନ୍ମ, ପରିବାର ଓ ଶିକ୍ଷା[ସମ୍ପାଦନା]

ପଦ୍ମ ଚରଣ ସାମନ୍ତସିଂହାର ୧୯୧୭ ମସିହାର ଡିସେମ୍ବର ମାସ ୧ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ମଧୁସୂଦନ ସାମନ୍ତସିଂହାର ଓ ପତ୍ନୀଙ୍କ ନାମ ଶୈଳବାଳା ସାମନ୍ତସିଂହାର ।[୧]

ରାଜନୈତିକ ଜୀବନ[ସମ୍ପାଦନା]

ପଦ୍ମ ଚରଣ ଓଡ଼ିଶା ରାଜନୀତିରେ ପ୍ରଥମେ ଭାରତୀୟ ଜାତୀୟ କଂଗ୍ରେସର କର୍ମୀ ଭାବରେ ଏବଂ ପରେ ଜନତା ପାର୍ଟିର କର୍ମୀ ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାର ଜଣେ ବିଧାୟକ ଭାବରେ ଥରେ ଏବଂ ଭାରତୀୟ ସଂସଦର ତଳ ସଦନ ଲୋକ ସଭାର ସାଂସଦ ଭାବରେ ଥରେ କାର୍ଯ୍ୟ କରିଥିଲେ ।[୧]

ମୃତ୍ୟୁ[ସମ୍ପାଦନା]

ପଦ୍ମ ଚରଣ ସାମନ୍ତସିଂହାର ୧୯୯୩ ମସିହାର ଫେବୃଆରୀ ୧୭ ତାରିଖରେ ୭୬ ବର୍ଷ ବୟସରେ ମୃତ୍ୟୁବରଣ କରିଥିଲେ ।[୧]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ "Shri Padma Charan Samantasinghar". odishaassembly.nic.in. Odisha Assembly. Retrieved 27 February 2021.