ପଣ୍ଡିତ କିଶୋରୀଲାଲ
କିଶୋରୀଲାଲ | |
|---|---|
| ଜନ୍ମ | Did not recognize date. Try slightly modifying the date in the first parameter. |
| ମୃତ୍ୟୁ | ୧୧ ଜୁଲାଇ ୧୯୯୦ (ବୟସ ୭୮) |
| ଜାତୀୟତା | British Indian (1912–1947) Indian (1947–1990) |
| ବୃତ୍ତିସମୂହ | |
| ସକ୍ରିୟ ବର୍ଷ | 1928–1946 1948–1990 |
| ଚାକିରିକ୍ଷେତ୍ର(ସମୂହ) | Hindustan Socialist Republican Association Naujawan Bharat Sabha |
| ରାଜନୈତିକ ଦଳ | Communist Party of India (Marxist) |
| ଜୀବନସାଥୀs | Sukhdev Thapar Jai Gopal |
ପଣ୍ଡିତ କିଶୋରୀଲାଲ (୧୯୧୨– ୧୧ ଜୁଲାଇ ୧୯୯୦) ପଞ୍ଜାବର ଜଣେ କମ୍ୟୁନିଷ୍ଟ ବିପ୍ଲବୀ ଥିଲେ । ସେ ସୁଖଦେବ ଥାପର ଓ ହିନ୍ଦୁସ୍ତାନ ସୋଶାଲିଷ୍ଟ ରିପବ୍ଲିକାନ୍ ଆସୋସିଏସନ୍ (HSRA) ସହ କାମ କରିଥିଲେ ।[୧]
ପ୍ରାରମ୍ଭିକ ଜୀବନ
[ସମ୍ପାଦନା]କିଶୋରୀଲାଲଙ୍କ ଜନ୍ମ ପଞ୍ଜାବର ହୋଶିଆରପୁର ଜିଲ୍ଲାର ଧରମପୁର ଗ୍ରାମରେ ହୋଇଥିଲା । ସେ ପ୍ରଥମେ ଗାଁରେ ପଢିଥିଲେ, ପରେ କ୍ୱେଟାକୁ (ବର୍ତ୍ତମାନ ପାକିସ୍ତାନ) ଯାଇଥିଲେ, ଯେଉଁଠାରେ ତାଙ୍କ ପିତା ସଂସ୍କୃତ ଶିକ୍ଷକ ଥିଲେ । କ୍ୱେଟାରେ ମାଟ୍ରିକ୍ ପାସ୍ କରି ଉଚ୍ଚତର ଶିକ୍ଷା ନିମନ୍ତେ ସେ DAV କଲେଜ୍ ଲାହୋରରେ ଭର୍ତ୍ତି ହୋଇଥିଲେ ।[୨]
ରାଜନୈତିକ ଜୀବନ
[ସମ୍ପାଦନା]ତାଙ୍କ ପିତା ଓ ବଡ଼ଭାଇମାନେ ଜାତୀୟତାବାଦୀ ଚେତନାରେ ପ୍ରଭାବିତ ଥିଲେ । ୧୯୨୮ରେ ସେ ନୌଜୱାନ ଭାରତ ସଭାରେ ଯୋଗଦେଇ ଭଗତ ସିଂହଙ୍କ ସହ ସମ୍ପର୍କ ସ୍ଥାପନ କଲେ । ଏହି ସଭା ଯୁବମାନଙ୍କୁ ବିପ୍ଲବୀ ମନୋଭାବରେ ପ୍ରେରିତ କରୁଥିଲା । ସେ ହିନ୍ଦୁସ୍ତାନ ସୋଶାଲିଷ୍ଟ ରିପବ୍ଲିକାନ୍ ଆସୋସିଏସନ୍ (HSRA) ର ବୋମା ତିଆରି ୟୁନିଟରେ କାମ କରୁଥିଲେ । ୧୫ ଏପ୍ରିଲ୍ ୧୯୨୯ରେ ସେ ସୁଖଦେବ ଥାପର ଓ ଜୟଗୋପାଳ ସହିତ ଗିରଫ ହୋଇଥିଲେ । ଲାହୋର ଷଡ଼ଯନ୍ତ୍ର ମାମଲାରେ ଭଗତ ସିଂହ, ସୁଖଦେବ ଓ ରାଜଗୁରୁଙ୍କୁ ଫାଶି ଦଣ୍ଡ ମିଳିଲା, କିନ୍ତୁ କିଶୋରୀଲାଲଙ୍କୁ ଆଜୀବନ କାରାଦଣ୍ଡ ଦିଆଗଲା । ସେ ଲାହୋର, ମୁଲତାନ ଓ ମଣ୍ଟଗୋମେରୀ ଜେଲରେ ୧୮ ବର୍ଷ ରହିଥିଲେ ।[୨] ବିଦ୍ରୋହୀ ସ୍ୱଭାବରୁ ପ୍ରାୟ ପାଞ୍ଚ ବର୍ଷ ସେ ଏକାନ୍ତ କାରାବାସ କୋଠରୀରେ ରହିଥିଲେ । ଜେଲରେ ସେ କମ୍ୟୁନିଷ୍ଟ ବନ୍ଦୀମାନଙ୍କ ସହ ପରିଚୟ ହୋଇ ମାର୍କ୍ସବାଦୀ ସାହିତ୍ୟ ପଢିଲେ । ୧୯୩୬ରେ ସେ କମ୍ୟୁନିଷ୍ଟ ପାର୍ଟିର ସଦସ୍ୟତା ପାଇଁ ଆବେଦନ କଲେ ଓ ୧୯୪୨ରେ ଔପଚାରିକ ଭାବେ ସଦସ୍ୟ ହେଲେ ।
୧୯୪୬ରେ ଜେଲରୁ ବାହାରିବା ପରେ ସେ ଶ୍ରମିକ ଆନ୍ଦୋଳନରେ ଯୋଗଦେଲେ । ୧୯୪୮ରେ ସେ AITUC (ଅଖିଲ ଭାରତ ଟ୍ରେଡ୍ ୟୁନିଅନ୍ କଂଗ୍ରେସ) ପଞ୍ଜାବ ଶାଖାର ସଭାପତି ହେଲେ । ସେହି ସମୟରେ ସେ CPI ରୁ ବିଚ୍ଛିନ୍ନ ହୋଇ ଲାଲ କମ୍ୟୁନିଷ୍ଟ ପାର୍ଟି ହିନ୍ଦ ୟୁନିଅନ୍ ସ୍ଥାପନା କଲେ, ଯାହା PEPSU ଅଞ୍ଚଳରେ କୃଷିକ ସଂଗ୍ରାମ କରୁଥିଲା । ୧୯୫୨ରେ ଏହି ପାର୍ଟି ପୁଣି CPI ସହ ମିଶିଗଲା ।[୩]
ସେ ୧୯୫୨ରେ ଗୋଆ ମୁକ୍ତି ଆନ୍ଦୋଳନରେ ମଧ୍ୟ ଅଂଶ ଗ୍ରହଣ କଲେ । ପରେ CPI (M) ପଞ୍ଜାବ ସମିତିର ସଦସ୍ୟ ହେଲେ ଓ ଜଲନ୍ଧରର ପଞ୍ଜାବ ବୁକ୍ ସେଣ୍ଟର ଓ ଦେଶଭକ୍ତ ସ୍ମୃତି କମିଟିରେ କାମ କରିଥିଲେ ।
ମୃତ୍ୟୁ
[ସମ୍ପାଦନା]୧୧ ଜୁଲାଇ ୧୯୯୦ରେ ଜଲନ୍ଧରରେ ଏକ ଗାଡ଼ି ଦୁର୍ଘଟନାରେ ସେ ୭୮ ବର୍ଷ ବୟସରେ ପରଲୋକ ଗମନ କଲେ ।[୨]
ଆଧାର
[ସମ୍ପାଦନା]- ↑ Waraich, Malwinderjit Singh; Sidhu, Gurdev Singh (2005). The hanging of Bhagat Singh : complete judgement and other documents v.1-4. Chandigarh: Unistar.
- ↑ ୨.୦ ୨.୧ ୨.୨ Charan Singh Virdi (2005). Memoirs: 25 Communist Freedom Fighters. Delhi: People's Democracy Press. pp. 55–58.
- ↑ Sidhu, Ajmer (2013). Baba Bujha Singh: An Untold Story. Barnala: Tarkbharti Prakashan.
| ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |