Jump to content

ପଣ୍ଡିତ କିଶୋରୀଲାଲ

ଉଇକିପିଡ଼ିଆ‌ରୁ
କିଶୋରୀଲାଲ
ଜନ୍ମDid not recognize date. Try slightly modifying the date in the first parameter.
Dharampur, Dasuya tehsil, Hoshiarpur district, British India
(present-day India)
ମୃତ୍ୟୁ୧୧ ଜୁଲାଇ ୧୯୯୦(1990-07-11) (ବୟସ ୭୮)
ଜାତୀୟତାBritish Indian (1912–1947)
Indian (1947–1990)
ବୃତ୍ତିସମୂହ
ସକ୍ରିୟ ବର୍ଷ1928–1946
1948–1990
ଚାକିରିକ୍ଷେତ୍ର(ସମୂହ)Hindustan Socialist Republican Association
Naujawan Bharat Sabha
ରାଜନୈତିକ ଦଳCommunist Party of India (Marxist)
ଜୀବନସାଥୀsSukhdev Thapar
Jai Gopal

ପଣ୍ଡିତ କିଶୋରୀଲାଲ (୧୯୧୨– ୧୧ ଜୁଲାଇ ୧୯୯୦) ପଞ୍ଜାବର ଜଣେ କମ୍ୟୁନିଷ୍ଟ ବିପ୍ଲବୀ ଥିଲେ । ସେ ସୁଖଦେବ ଥାପର ଓ ହିନ୍ଦୁସ୍ତାନ ସୋଶାଲିଷ୍ଟ ରିପବ୍ଲିକାନ୍ ଆସୋସିଏସନ୍ (HSRA) ସହ କାମ କରିଥିଲେ ।[]

ପ୍ରାରମ୍ଭିକ ଜୀବନ

[ସମ୍ପାଦନା]

କିଶୋରୀଲାଲଙ୍କ ଜନ୍ମ ପଞ୍ଜାବର ହୋଶିଆରପୁର ଜିଲ୍ଲାର ଧରମପୁର ଗ୍ରାମରେ ହୋଇଥିଲା । ସେ ପ୍ରଥମେ ଗାଁରେ ପଢିଥିଲେ, ପରେ କ୍ୱେଟାକୁ (ବର୍ତ୍ତମାନ ପାକିସ୍ତାନ) ଯାଇଥିଲେ, ଯେଉଁଠାରେ ତାଙ୍କ ପିତା ସଂସ୍କୃତ ଶିକ୍ଷକ ଥିଲେ । କ୍ୱେଟାରେ ମାଟ୍ରିକ୍ ପାସ୍ କରି ଉଚ୍ଚତର ଶିକ୍ଷା ନିମନ୍ତେ ସେ DAV କଲେଜ୍ ଲାହୋରରେ ଭର୍ତ୍ତି ହୋଇଥିଲେ ।[]

ରାଜନୈତିକ ଜୀବନ

[ସମ୍ପାଦନା]

ତାଙ୍କ ପିତା ଓ ବଡ଼ଭାଇମାନେ ଜାତୀୟତାବାଦୀ ଚେତନାରେ ପ୍ରଭାବିତ ଥିଲେ । ୧୯୨୮ରେ ସେ ନୌଜୱାନ ଭାରତ ସଭାରେ ଯୋଗଦେଇ ଭଗତ ସିଂହଙ୍କ ସହ ସମ୍ପର୍କ ସ୍ଥାପନ କଲେ । ଏହି ସଭା ଯୁବମାନଙ୍କୁ ବିପ୍ଲବୀ ମନୋଭାବରେ ପ୍ରେରିତ କରୁଥିଲା । ସେ ହିନ୍ଦୁସ୍ତାନ ସୋଶାଲିଷ୍ଟ ରିପବ୍ଲିକାନ୍ ଆସୋସିଏସନ୍ (HSRA) ର ବୋମା ତିଆରି ୟୁନିଟରେ କାମ କରୁଥିଲେ । ୧୫ ଏପ୍ରିଲ୍ ୧୯୨୯ରେ ସେ ସୁଖଦେବ ଥାପର ଓ ଜୟଗୋପାଳ ସହିତ ଗିରଫ ହୋଇଥିଲେ । ଲାହୋର ଷଡ଼ଯନ୍ତ୍ର ମାମଲାରେ ଭଗତ ସିଂହ, ସୁଖଦେବ ଓ ରାଜଗୁରୁଙ୍କୁ ଫାଶି ଦଣ୍ଡ ମିଳିଲା, କିନ୍ତୁ କିଶୋରୀଲାଲଙ୍କୁ ଆଜୀବନ କାରାଦଣ୍ଡ ଦିଆଗଲା । ସେ ଲାହୋର, ମୁଲତାନ ଓ ମଣ୍ଟଗୋମେରୀ ଜେଲରେ ୧୮ ବର୍ଷ ରହିଥିଲେ ।[] ବିଦ୍ରୋହୀ ସ୍ୱଭାବରୁ ପ୍ରାୟ ପାଞ୍ଚ ବର୍ଷ ସେ ଏକାନ୍ତ କାରାବାସ କୋଠରୀରେ ରହିଥିଲେ । ଜେଲରେ ସେ କମ୍ୟୁନିଷ୍ଟ ବନ୍ଦୀମାନଙ୍କ ସହ ପରିଚୟ ହୋଇ ମାର୍କ୍ସବାଦୀ ସାହିତ୍ୟ ପଢିଲେ । ୧୯୩୬ରେ ସେ କମ୍ୟୁନିଷ୍ଟ ପାର୍ଟିର ସଦସ୍ୟତା ପାଇଁ ଆବେଦନ କଲେ ଓ ୧୯୪୨ରେ ଔପଚାରିକ ଭାବେ ସଦସ୍ୟ ହେଲେ ।

୧୯୪୬ରେ ଜେଲରୁ ବାହାରିବା ପରେ ସେ ଶ୍ରମିକ ଆନ୍ଦୋଳନରେ ଯୋଗଦେଲେ । ୧୯୪୮ରେ ସେ AITUC (ଅଖିଲ ଭାରତ ଟ୍ରେଡ୍ ୟୁନିଅନ୍ କଂଗ୍ରେସ) ପଞ୍ଜାବ ଶାଖାର ସଭାପତି ହେଲେ । ସେହି ସମୟରେ ସେ CPI ରୁ ବିଚ୍ଛିନ୍ନ ହୋଇ ଲାଲ କମ୍ୟୁନିଷ୍ଟ ପାର୍ଟି ହିନ୍ଦ ୟୁନିଅନ୍ ସ୍ଥାପନା କଲେ, ଯାହା PEPSU ଅଞ୍ଚଳରେ କୃଷିକ ସଂଗ୍ରାମ କରୁଥିଲା । ୧୯୫୨ରେ ଏହି ପାର୍ଟି ପୁଣି CPI ସହ ମିଶିଗଲା ।[]

ସେ ୧୯୫୨ରେ ଗୋଆ ମୁକ୍ତି ଆନ୍ଦୋଳନରେ ମଧ୍ୟ ଅଂଶ ଗ୍ରହଣ କଲେ । ପରେ CPI (M) ପଞ୍ଜାବ ସମିତିର ସଦସ୍ୟ ହେଲେ ଓ ଜଲନ୍ଧରର ପଞ୍ଜାବ ବୁକ୍ ସେଣ୍ଟରଦେଶଭକ୍ତ ସ୍ମୃତି କମିଟିରେ କାମ କରିଥିଲେ ।

ମୃତ୍ୟୁ

[ସମ୍ପାଦନା]

୧୧ ଜୁଲାଇ ୧୯୯୦ରେ ଜଲନ୍ଧରରେ ଏକ ଗାଡ଼ି ଦୁର୍ଘଟନାରେ ସେ ୭୮ ବର୍ଷ ବୟସରେ ପରଲୋକ ଗମନ କଲେ ।[]

  1. Waraich, Malwinderjit Singh; Sidhu, Gurdev Singh (2005). The hanging of Bhagat Singh : complete judgement and other documents v.1-4. Chandigarh: Unistar.
  2. ୨.୦ ୨.୧ ୨.୨ Charan Singh Virdi (2005). Memoirs: 25 Communist Freedom Fighters. Delhi: People's Democracy Press. pp. 55–58.
  3. Sidhu, Ajmer (2013). Baba Bujha Singh: An Untold Story. Barnala: Tarkbharti Prakashan.