ପାଟ୍ଟ ନାୟକ

ଉଇକିପିଡ଼ିଆ‌ରୁ
(ପଟ୍ଟ ନାୟକରୁ ଲେଉଟି ଆସିଛି)
ପାଟ୍ଟ ନାୟକ
ବିଧାୟିକା: ୧୦ମ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯ ମଇ ୧୯୯୩ – ୧୯୯୫
ପୂର୍ବ ଅଧିକାରୀତ୍ରିନାଥ ନାଏକ
ପର ଅଧିକାରୀମହେଶ୍ୱର ନାଏକ
ନିର୍ବାଚନ ମଣ୍ଡଳୀହିନ୍ଦୋଳ
ବ୍ୟକ୍ତିଗତ ସବିଶେଷ
ଜନ୍ମ (1950-04-02) ୨ ଅପ୍ରେଲ ୧୯୫୦ (ବୟସ ୭୩)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଜନତା ଦଳ
ଜୀବନ ସାଥୀତ୍ରିନାଥ ନାୟକ
ସନ୍ତାନ୧ ପୁଅ ଓ ୬ ଝିଅ
ବାପା/ବୋଉନବଘନ ନାୟକ (ବାପା)
ବୃତ୍ତିରାଜନୀତିଜ୍ଞ

ପାଟ୍ଟ ନାୟକ (ଜନ୍ମ: ୨ ଅପ୍ରେଲ ୧୯୫୦) ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଓଡ଼ିଶା ରାଜନୀତିରେ ଜନତା ଦଳର ପ୍ରତିନିଧି ଭାବରେ ସକ୍ରିୟ ଥିଲେ । ପାଟ୍ଟ ଓଡ଼ିଶା ବିଧାନ ସଭାରେ ଜଣେ ସଭ୍ୟା ଭାବରେ କାର୍ଯ୍ୟ କରିଥିଲେ ।[୧] ସେ ୧୯୯୩ ମସିହାରେ ହିନ୍ଦୋଳ ବିଧାନ ସଭା ନିର୍ବାଚନ ମଣ୍ଡଳୀରେ ହୋଇଥିବା ଉପ ନିର୍ବାଚନରେ ବିଜୟୀ ହୋଇ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୨][୩] ହିନ୍ଦୋଳ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ବିଜୟୀ ହୋଇ ୧୦ମ ଓଡ଼ିଶା ବିଧାନ ସଭାରେ ସଭ୍ୟ ଥିବା ପାଟ୍ଟଙ୍କ ପତି ତ୍ରିନାଥ ନାୟକ ୧୯୯୨ ମସିହାର ଅକ୍ଟୋବର ମାସ ୧୭ ତାରିଖରେ ମୃତ୍ୟୁବରଣ କରିଥିଲେ । ତାଙ୍କ ମୃତ୍ୟ ପରେ ଏହି ଉପ ନିର୍ବାଚନ ଅନୁଷ୍ଠିତ ହୋଇଥିଲା ।


ଜନ୍ମ, ଶିକ୍ଷା ଓ ପରିବାର[ସମ୍ପାଦନା]

ପାଟ୍ଟ ନାୟକ ୧୯୫୦ ମସିହାର ଅପ୍ରେଲ ମାସ ୨ ତାରିଖରେ ଜନ୍ମଗ୍ରହଣ କରିଥିଲେ ।[୪] ତାଙ୍କ ବାପାଙ୍କ ନାମ ନବଘନ ନାୟକ । ପାଟ୍ଟ ତ୍ରିନାଥ ନାୟକଙ୍କୁ ବିବାହ କରିଥିଲେ । ଏହି ଦମ୍ପତ୍ତିଙ୍କର ଗୋଟିଏ ପୁଅ ଓ ୬ ଜଣ ଝିଅ ଅଛନ୍ତି । ପାଟ୍ଟଙ୍କର ପତି ତ୍ରିନାଥ ନାୟକ ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଜନତା ଦଳର ସଦସ୍ୟ ଭାବରେ ଓଡ଼ିଶା ରାଜନୀତିରେ ସକ୍ରିୟ ଥିଲେ । ତ୍ରିନାଥ ଜନତା ଦଳର ପ୍ରତିନିଧି ଭାବରେ ହିନ୍ଦୋଳ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୧୯୭୭ ମସିହାରେ ୭ମ ଓଡ଼ିଶା ବିଧାନ ସଭାକୁ, ୧୯୮୦ ମସିହାରେ ୮ମ ଓଡ଼ିଶା ବିଧାନ ସଭାକୁ ଏବଂ ୧୯୯୦ ମସିହାରେ ୧୦ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୫]

ରାଜନୈତିକ ଜୀବନ[ସମ୍ପାଦନା]

ପାଟ୍ଟ ନାୟକ ଓଡ଼ିଶା ରାଜନୀତିରେ ଜନତା ଦଳର କର୍ମକର୍ତ୍ତା ଭାବରେ ସକ୍ରିୟ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ସଭ୍ୟା ଭାବରେ କାର୍ଯ୍ୟ କରିଥିଲେ । ୧୯୯୦ ମସିହାରେ ଓଡ଼ିଶା ହୋଇଥିବା ବିଧାନ ସଭା ନିର୍ବାଚନରେ ସେ ହିନ୍ଦୋଳ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ବିଜୟୀ ହୋଇ ୧୦ମ ଓଡ଼ିଶା ବିଧାନ ସଭାର ବିଧାୟକ ଥିବା ତ୍ରିନାଥ ନାୟକଙ୍କର ୧୯୯୨ ମସିହାର ଅକ୍ଟୋବର ମାସ ୧୭ ତାରିଖରେ ମୃତ୍ୟୁ ହେବାପରେ ୧୯୯୩ ମସିହାର ମଇ ୧୩ ତାରିଖରେ ସେଠାରେ ଉପ ନିର୍ବାଚନ ଅନୁଷ୍ଠିତ ହୋଇଥିଲା ।[୬][୭]

ଏହି ଉପ ନିର୍ବାଚନରେ ଜନତା ଦଳର ପ୍ରତିନିଧି ଭାବରେ ପାଟ୍ଟ ନାୟକ ନିର୍ବାଚନ ଲଢ଼ିଥିଲେ । ଏହି ବିଧାନ ସଭା ଉପ ନିର୍ବାଚନରେ ସେ ବିଜୟୀ ହୋଇ ୧୦ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୮] ଏହି ବିଧାନ ସଭାରେ ସେ ୧୯ ମଇ ୧୯୯୩ରୁ ୧୯୯୫ ମସିହାରେ ବିଧାନ ସଭାର କାର୍ଯ୍ୟକାଳ ଶେଷ ହେବାଯାଏଁ କାର୍ଯ୍ୟ କରିଥିଲେ ।

ଆଧାର[ସମ୍ପାଦନା]

  1. "Smt. Patta Nayak". odishaassembly.nic.in. Odisha Assembly. Retrieved 20 March 2019.
  2. "MLA Patta Nayak(Bye) Profile | HINDOL Constituency". naveenpatnaik.com. Archived from the original on 2017-10-28. Retrieved 2019-03-20.
  3. ନାୟକ, ଉଦ୍ଧବ ଚରଣ (2013). ଓଡ଼ିଶା ରାଜନୀତିର ଇତିହାସ (2nd ed.). ଭୁବନେଶ୍ୱର: ଆମ ଓଡ଼ିଶା. p. ୨୫୯. Retrieved 10 March 2019.
  4. "MLA Patta Nayak(Bye) Profile | HINDOL Constituency". www.villageinme.com. Retrieved 2019-03-21.
  5. "Late Trinath Naik". odishaassembly.nic.in. Odiaha Assembly. Retrieved 21 March 2019.
  6. "Position of The Speaker" (PDF): 178. Retrieved 21 March 2019. {{cite journal}}: Cite journal requires |journal= (help)
  7. ନାୟକ, ଉଦ୍ଧବ ଚରଣ (2013). ଓଡ଼ିଶା ରାଜନୀତିର ଇତିହାସ (2nd ed.). ଭୁବନେଶ୍ୱର: ଆମ ଓଡ଼ିଶା. p. ୨୬୫. Retrieved 10 March 2019.
  8. "Who will get Hindolo BJD Ticket ?". Political News Odisha. (in ଆମେରିକୀୟ ଇଂରାଜୀ). 2019-02-12. Archived from the original on 2019-03-22. Retrieved 2019-03-21.