Jump to content

ପଞ୍ଚାୟତ ରାଜ

ଉଇକିପିଡ଼ିଆ‌ରୁ
(ପଞ୍ଚାୟତିରାଜରୁ ଲେଉଟି ଆସିଛି)
Open Panchayat near Narsingarh MP India

ଗ୍ରାମାଞ୍ଚଳ ପରିଚାଳନା ପାଇଁ ଗଠିତ ସ୍ୱାୟତ ଶାସନ ଅନୁଷ୍ଠାନ ଗୁଡ଼ିକ ହେଲା ଗ୍ରାମ ସ୍ତରରେ ଗ୍ରାମପଞ୍ଚାୟତ, ବ୍ଲକ ସ୍ତରରେ ପଞ୍ଚାୟତ ସମିତି ଓ ଜିଲ୍ଲା ସ୍ତରରେ ଜିଲ୍ଲା ପରିଷଦ । ଆମରାଜ୍ୟରେ ଥିବା ତ୍ରିସ୍ତରୀୟ ସ୍ୱାୟତ ଶାସନ ବ୍ୟବସ୍ଥାକୁ ପଞ୍ଚାୟତିରାଜ ବ୍ୟବସ୍ଥା କୁହାଯାଏ ।

ଗ୍ରାମ ପଞ୍ଚାୟତ

[ସମ୍ପାଦନା]

ପଞ୍ଚାୟତ ରାଜର ପ୍ରଥମ ସ୍ତର ଗ୍ରାମ ପଞ୍ଚାୟତ ଏକ ବା ଏକାଧିକ ଗ୍ରାମକୁ ନେଇ ଗଠନ କରାଯାଇଥାଏ । ପ୍ରତି ଗ୍ରାମ ପଞ୍ଚାୟତକୁ କେତେଗୋଟି ୱାର୍ଡ ବା ଭାଗରେ ବିଭକ୍ତ କରାଯାଇଥାଏ । ଗୋଟିଏ ଗ୍ରାମ ପଞ୍ଛାୟତରେ ୧୧ରୁ ୨୫ଜଣ ପଞ୍ଚ ରହିଥାଆନ୍ତି । ଗ୍ରାମ ପଞ୍ଚାୟତର କାର୍ଯ୍ୟକାଳ ୫ବର୍ଷ । ଗ୍ରାମ ପଞ୍ଚାୟତର କାର୍ଯ୍ୟାଳୟରେ ଆୟ-ବ୍ୟୟର ହିସାବ ରଖିବା ଓ ବିଭିନ୍ନ ପ୍ରକାର ଟିକସ ଆଦାୟ କରିବା ପାଇଁ ଜଣେ ବେତନପ୍ରାପ୍ତ ସମ୍ପାଦକ (ସେକ୍ରେଟାରୀ ବା ପି ଓ) ନିଯୁକ୍ତ ହୋଇଥାଆନ୍ତି ।

ଗ୍ରାମ ପଞ୍ଚାୟତର ସଭ୍ୟ

[ସମ୍ପାଦନା]
  • ପଞ୍ଚ: ସିଧାସଳଖ ଭାବେ ଗୋଟିଏ ଭାଗ (ୱାର୍ଡ)ର ସମସ୍ତ ସାବାଳକ ଭୋଟଦାତାଙ୍କଦ୍ୱାରା ନିର୍ବାଚିତ ହୋଇଥାଆନ୍ତି ।
  • ସରପଞ୍ଚ: ଗ୍ରାମ ପଞ୍ଚାୟତର ମୁଖ୍ୟଙ୍କୁ ସରପଞ୍ଚ କୁହାଯାଏ । ସେ ସିଧାସଳଖ ଭାବେ ଗ୍ରାମ ପଞ୍ଚାୟତର ସମସ୍ତ ସାବାଳକ ଭୋଟଦାତାଙ୍କଦ୍ୱାରା ନିର୍ବାଚିତ ହୋଇଥାଆନ୍ତି । ପଞ୍ଚାୟତର ଅଧିବେଶନରେ ସଭପତିତ୍ୱ କରନ୍ତି ।
  • ନାଏବ ସରପଞ୍ଚ: ସରପଞ୍ଚଙ୍କୁ ସାହାଯ୍ୟ କରିବା ପାଇଁ ପଞ୍ଚମାନଙ୍କ ମଧ୍ୟରୁ ପଞ୍ଚମାନଙ୍କଦ୍ୱାରା ନିର୍ବାଚିତ ହୋଇଥାଆନ୍ତି । ସରପଞ୍ଚଙ୍କ ଅନୁପସ୍ଥିତିରେ ପଞ୍ଚାୟତର ଅଧିବେଶନରେ ସଭପତିତ୍ୱ କରନ୍ତି ।

ଗ୍ରାମ ପଞ୍ଚାୟତର କାର୍ଯ୍ୟ

[ସମ୍ପାଦନା]
  • ବାଧ୍ୟତାମୂଳକ କାର୍ଯ୍ୟ
    • ପ୍ରାଥମିକ ଶିକ୍ଷା
    • ରାସ୍ତାଘାଟ ନିର୍ମାଣ ଓ ତାହାର ରକ୍ଷଣାବେକ୍ଷଣ
    • ସ୍ୱାସ୍ଥ୍ୟ ଓ ପରିସ୍କାର ପରିଚ୍ଛନ୍ନତା
    • ପାନୀୟ ଜଳଯୋଗାଣ ପାଇଁ କୂପ, ନଳକୂପ ଓ ପୁଷ୍କରିଣୀ ଖନନ
    • ଜନ୍ମ ମୃତ୍ୟୁ ତାଲିକା ପ୍ରସ୍ତୁତି
    • ମେଳା ଓ ଯାତ୍ରା ପ୍ରଭୃତିର ନିୟନ୍ତ୍ରଣ
    • ସଂକ୍ରାମକ ରୋଗର ପ୍ରତିଷେଧ
    • କୃଷିର ଉନ୍ନତି
    • ଗୋଚର ଭୂମିର ସଂରକ୍ଷଣ
  • ଇଚ୍ଛାଧୀନ କାର୍ଯ୍ୟ
    • ସମବାୟ ସମିତି ଗଠନ
    • ପାଠାଗାର ସ୍ଥାପନ
    • ଶିଶୁ ଓ ମାତୃମଙ୍ଗଳ କେନ୍ଦ୍ର ସ୍ଥାପନ
    • ଦାତବ୍ୟ ଚିକିତ୍ସା ଅନୁଷ୍ଠାନ ସ୍ଥାପନ
    • ପ୍ରୌଢ଼ଶିକ୍ଷା କେନ୍ଦ୍ର ସ୍ଥାପନ ଓ ପରିଚାଳନା
    • ରାସ୍ତା ପାର୍ଶ୍ୱରେ ବୃକ୍ଷ ରୋପଣ
    • କଦଳୀ ଚାଷ
    • ମାଛଚାଷ
    • କୁକୁଡ଼ା ପାଳନ

ପଞ୍ଚାୟତ ସମିତି

[ସମ୍ପାଦନା]

ପଞ୍ଚାୟତିରାଜର ଦ୍ୱିତୀୟ ସ୍ତର ପଞ୍ଚାୟତ ସମିତି ଏକାଧିକ ଗ୍ରାମପଞ୍ଚାୟତକୁ ନେଇ ଗଠିତ ହୋଇଥାଏ । ଜିଲ୍ଲାର ପ୍ରତ୍ୟେକ ଉନ୍ନୟନ ବ୍ଲକ ପାଇଁ ଗୋଟିଏ ଲେଖାଏଁ ପଞ୍ଚାୟତ ସମିତିର ବ୍ୟବସ୍ଥା ଅଛି ।

ପଞ୍ଚାୟତ ସମିତିର ସଭ୍ୟ

[ସମ୍ପାଦନା]
  • ପଞ୍ଚାୟତ ସମିତି ଅନ୍ତର୍ଗତ ପ୍ରତ୍ୟେକ ଗ୍ରାମପଞ୍ଚାୟତର ସମସ୍ତ ସାବାଳକ ଭୋଟଦାତାଙ୍କଦ୍ୱାରା ପ୍ରତ୍ୟକ୍ଷ ଭାବେ ନିର୍ବାଚିତ ବେସରକାରୀ ସଦସ୍ୟ ।
  • ପଞ୍ଚାୟତ ସମିତି ଅଧୀନରେ ଥିବା ସମସ୍ତ ଗ୍ରାମ ପଞ୍ଚାୟତର ସରପଞ୍ଚ ।
  • ବ୍ଲକ ଅନ୍ତର୍ଗତ ସମସ୍ତ ପୌରସଂସ୍ଥାର ଅଧ୍ୟକ୍ଷ ।
  • ବ୍ଲକ ଅନ୍ତର୍ଗତ ବିଧାନ ସଭା ସଭ୍ୟ ।
  • ବ୍ଲକ ଉନ୍ନୟନ ଅଧିକାରୀ (ବି.ଡି.ଓ) ।
  • ବ୍ଲକ ସ୍ତରରେ କାର୍ଯ୍ୟ କରୁଥିବା ଶିକ୍ଷା, ରାଜସ୍ୱ, କୃଷି, ସମବାୟ, ଜଙ୍ଗଲ, ପଶୁପାଳନ, ଭେଷଜ ସ୍ୱାସ୍ଥ୍ୟ, ପୂର୍ତ୍ତ ଓ ଗ୍ରାମମଙ୍ଗଳ ବିଭାଗମାନଙ୍କର ସରକାରୀ କର୍ମଚାରୀ ବୃନ୍ଦ ।

ପଞ୍ଚାୟତ ସମିତିର କାର୍ଯ୍ୟ

[ସମ୍ପାଦନା]
  • ଗ୍ରାମପଞ୍ଚାୟତ ଗୁଡ଼ିକର ବାର୍ଷିକ ଆୟ-ବ୍ୟୟ ଅଟକଳ (ବଜେଟ୍) ଅନିମୋଦନ କରିବା
  • ବ୍ଲକସ୍ତରୀୟ ଯୋଜନା ପ୍ରସ୍ତୁତ କରିବା

ଜିଲ୍ଲା ପରିଷଦ

[ସମ୍ପାଦନା]

ପଞ୍ଚାୟତିରାଜର ତୃତୀୟ ସ୍ତର ଜିଲ୍ଲାପରିଷଦ ଏକାଧିକ ପଞ୍ଚାୟତ ସମିତିକୁ ନେଇ ଗଠିତ ହୋଇଥାଏ । ରାଜ୍ୟର ପ୍ରତ୍ୟେକ ଜିଲ୍ଲା ପାଇଁ ଗୋଟିଏ ଲେଖାଏଁ ଜିଲ୍ଲାପରିଷଦର ବ୍ୟବସ୍ଥା ଅଛି ।

ଜିଲ୍ଲା ପରିଷଦର ସଭ୍ୟ

[ସମ୍ପାଦନା]
  • ଜିଲ୍ଲା ପରିଷଦ ଅନ୍ତର୍ଗତ ପ୍ରତ୍ୟେକ ପଞ୍ଚାୟତ ସମିତିର ସମସ୍ତ ସାବାଳକ ଭୋଟଦାତାଙ୍କଦ୍ୱାରା ପ୍ରତ୍ୟକ୍ଷ ଭାବେ ନିର୍ବାଚିତ ବେସରକାରୀ ସଦସ୍ୟ ।
  • ଜିଲ୍ଲା ପରିଷଦ ଅଧୀନରେ ଥିବା ସମସ୍ତ ପଞ୍ଚାୟତ ସମିତିର ଅଧ୍ୟକ୍ଷ ।
  • ଜିଲ୍ଲା ପରିଷଦ ଅନ୍ତର୍ଗତ ସମସ୍ତ ପୌରସଂସ୍ଥାର ଅଧ୍ୟକ୍ଷ ।
  • ଜିଲ୍ଲା ପରିଷଦ ଅନ୍ତର୍ଗତ ସମସ୍ତ ବିଧାନ ସଭା ଓ ସଂସଦ ସଭ୍ୟ ।
  • ଜିଲ୍ଲାରେ କାର୍ଯ୍ୟ କରୁଥିବା ସମସ୍ତ ଉପମଣ୍ଡଳ ଅଧିକାରୀ ।
  • ଜିଲ୍ଲାର ସମସ୍ତ ଉନ୍ନୟନ ଅଧିକାରୀ ।
  • ଜିଲ୍ଲାରେ କାର୍ଯ୍ୟ କରୁଥିବା ସମସ୍ତ ସମନ୍ୱିତ ଉପଜାତି ଉନ୍ନୟନ ଏଜେନ୍ସିର ପ୍ରକଳ୍ପ ଅଧିକାରୀ ।
  • ଜିଲ୍ଲାରେ ଥିବା ସମସ୍ତ କୃଷି, ଶିକ୍ଷା, ସ୍ୱାସ୍ଥ୍ୟ, ସମବାୟ, ଜଙ୍ଗଲ, ପଞ୍ଚାୟତିରାଜ, ପୂର୍ତ୍ତ ଓ ସମାଜମଙ୍ଗଳ ବିଭାଗମାନଙ୍କର ଅଧିକରି ।

ଜିଲ୍ଲା ପରିଷଦର କାର୍ଯ୍ୟ

[ସମ୍ପାଦନା]
  • ପଞ୍ଚାୟତ ସମିତି ଓ ଗ୍ରାମପଞ୍ଚାୟତ ଗୁଡ଼ିକୁ ବାର୍ଷିକ ଅନୁଦାନ ପ୍ରଦାନ କରିବା
  • ଜିଲ୍ଲାସ୍ତରୀୟ ଯୋଜନା ପ୍ରସ୍ତୁତ କରିବା
  • ଉନ୍ନୟନ ଯୋଜନା ଓ ପରିକଳ୍ପନାକୁ ସମନ୍ୱିତ କରିବା
  • ଜିଲ୍ଲା ମଧ୍ୟରେ ଥିବା ଶିକ୍ଷାନୁଷ୍ଠାନ, ସର୍ବସାଧାରଣ ପାଠାଗାର ଓ ସମାଜ ମଙ୍ଗଳ ସଂସ୍ଥାକୁ ଆର୍ଥିକ ସାହାଯ୍ୟ ମଞ୍ଜୁର କରିବା
  • ପ୍ରାଥମିକ, ମାଧ୍ୟମିକ ଓ ପ୍ରୌଢ଼ଶିକ୍ଷା ଉନ୍ନୟନ ସମ୍ପର୍କରେ ସହାୟତା
  • କୃଷି, ଶିଳ୍ପ, ସାମାଜିକ ବନୀକରଣ, ପଶୁପାଳନ, ସମବାୟ, ଗ୍ରାମ୍ୟ ବିଦ୍ୟୁତ୍ କରଣ, କ୍ଷୁଦ୍ର ଜଳସେଚନ ଯୋଜନା ପାଇଁ ସହାୟତା କରିବା
  • ଜନସ୍ୱାସ୍ଥ୍ୟ, ପରିଷ୍କାର ପରିଚ୍ଛନ୍ନତା, ଗମନାଗମନର ଉନ୍ନତି ପାଇଁ ସହାୟତା କରିବା

ଆହୁରି ଦେଖନ୍ତୁ

[ସମ୍ପାଦନା]

ବାହାର ଲିଙ୍କ

[ସମ୍ପାଦନା]