ପଞ୍ଚରତ୍ନ ଗୋବିନ୍ଦ ମନ୍ଦିର

ଉଇକିପିଡ଼ିଆ‌ରୁ
ପଞ୍ଚରତ୍ନ ଗୋବିନ୍ଦ ମନ୍ଦିର
Religion
ଅନୁବନ୍ଧଗୁଡ଼ିକହିନ୍ଦୁ ଧର୍ମ
Districtରାଜସାହି ଜିଲ୍ଲା
Location
ସ୍ଥାନପୁଥିଆ
Countryବଙ୍ଗଳାଦେଶ

ପଞ୍ଚରତ୍ନ ଗୋବିନ୍ଦ ମନ୍ଦିର ବଙ୍ଗଳାଦେଶରେ ଥିବ ଏକ ହିନ୍ଦୁ ମନ୍ଦିର । ଏହି ମନ୍ଦିରଟି ରାଜସାହି ଜିଲ୍ଲାର ପୁଥିଆଠାରେ ଅବସ୍ଥିତ । ୧୯ଶ ଖ୍ରୀଷ୍ଟାବ୍ଦରେ ନିର୍ମିତ ଏହି ମନ୍ଦିରଟି ସେ ସମୟର ଏକ ଉଲ୍ଲେଖନୀୟ କିର୍ତ୍ତି ଭାବରେ ପରିଗଣିତ ହୋଇଥାଏ । ଏହି ମନ୍ଦିରଟି ପଞ୍ଚ ରତ୍ନ ବା ଧାତୁରେ ନିର୍ମିତ ହୋଇଛି । ଏହି ମନ୍ଦିରଟି ପୁଥିଆ ରଜାବାଟୀ ବା ଉଆସର ଭିତର ପାର୍ଶ୍ୱରେ ଅବସ୍ଥିତ ।[୧][୨]

ଅବସ୍ଥିତି[ସମ୍ପାଦନା]

ଏହି ମନ୍ଦିରଟି ବଙ୍ଗଳାଦେଶର ରାଜସାହି ଜିଲ୍ଲାର ପୁଥିଆଠାରେ ରହିଛି । ରାଜସାହି ସଦର ମହକୁମାଠାରୁ ପୁଥିଆ ସ‌ହର ୩୨ କିଲୋମିଟର ଦୂରରେ ଅବସ୍ଥିତ ।[୩] ଢାକା ରାଜସାହି ଜାତୀୟ ରାଜପଥ ସ‌ହ ଏହି ସ୍ଥାନ‌କୁ ସଂଯୋଗ ରହିଛି ।[୪]

ଇତିହାସ[ସମ୍ପାଦନା]

ମନ୍ଦିରଟି ପୁଥିଆ ରାଜ ଉଆସ ମଧ୍ୟରେ ଅବସ୍ଥିତ । ରାଜସାହିର ପୁଥିଆରେ ଥିବା ରାଜବାଟୀଟି ୧୮୨୩ରୁ ୧୮୯୫ ଖ୍ରୀଷ୍ଟାବ୍ଦ ମଧ୍ୟରେ ନିର୍ମିତ ହୋଇଥିଲା । ଏହି ରାଜ ଉଆସଟି ପଞ୍ଚ ଅନି ପ୍ରାସାଦ ନାମରେ ନାମିତ । ଏହି ଉଆସର ବାମ ପାର୍ଶ୍ୱରେ ଥିବା ଗୋବିନ୍ଦ ବାଡ଼ି ବା ମନ୍ଦିରଆଙ୍ଗନର ଏହି ମନ୍ଦିରଟି ରହିଛି । ରାଜ ପ୍ରାସାଦ ପ୍ରାଙ୍ଗଣରେ ଥିବା ଏହି ମନ୍ଦିରଟି ପୁଥିଆର ରାଜ ପରିବାରର ଜଣେ ମହାରାଣୀଙ୍କଦ୍ୱାରା ନିର୍ମାଣ କରାଯାଇଥିଲା ।[୨][୫]

ବିଶେଷତା[ସମ୍ପାଦନା]

ଏହି ମନ୍ଦିରଟି ଏକ ବଡ଼ ବର୍ଗାକାର ଭବନ ଆକୃତିର ହୋଇଛି । ଏହା ସ‌ହ ମନ୍ଦିରର ଉପରେ ପାଞ୍ଚୋଟି ଗମ୍ବୁଜ ଆକୃତି ଚୂଡ଼ା ରହିଛି । ଏହି ଗମ୍ବୁଜ ଗୁଡ଼ିକର ତଳ ଭାଗ ଗୋଲାକର ଏବଂ ଚଉଡ଼ା ହୋଇ ରହିଛି । ଗମ୍ବୁଜ ଗୁଡ଼ିକର ଉପର ଭାଗକୁ ଧିରେ ଧିରେ ପତଳା ଏବଂ ଅଣ ଓ‌ସାରିଆ ହୋଇ ରହିଛି ।[୧][୫] ଏହି ମନ୍ଦିରଟିର ଏକ ଚଟାଣ ଉପରେ ଇଟାରେ ନିର୍ମାଣ ହୋଇଛି । ଏହି ମନ୍ଦିରଟିର ଗର୍ଭ ଗୃହରେ ନିର୍ମାଣ ଶୈଳୀ ଅତ୍ୟନ୍ତ ଆକର୍ଷଣୀୟ ଏବଂ ପବିତ୍ରତାର ପରିପ୍ରକାଶ ହୋଇଥାଏ । ଗର୍ଭ ଗୃହର ଚାରି ପାର୍ଶ୍ୱରେ ଚାରୋଟି ଘର ରହିଛି, ଏହି ଘର ଭିତରକୁ ଗର୍ଭ ଗୃହରୁ ଗୋଟିଏ ଲେଖାଏଁ ସଂକୀର୍ଣ୍ଣ ରାସ୍ତା ରହିଛି । ଗର୍ଭ ଗୃହର ଭିତର ପାର୍ଶ୍ୱର ଛାତ ଗୁଡ଼ିକ ଗୋଲାକାର ଆକୃତିର ହୋଇଛି ଏବଂ ଅନ୍ୟ ଚାରୋଟି ଘରର ଛାତ ଘନାକାର ଗୋଲକ ହୋଇ ରହିଛି । ମନ୍ଦିରର ଉପର ପାର୍ଶ୍ୱରେ ଥିବା ଛୋଟ ଚାରୋଟି ଗମ୍ବୁଜ ଏହି ପାର୍ଶ୍ୱବର୍ତ୍ତୀ ଗୃହର ଉପରେ ରହିଛି ଏବଂ ବଡ଼ ଗମ୍ବୁଜଟି ଗର୍ଭ ଗୃହର ଉପରିଭାଗ ଅଟେ ।[୨][୫] ଏହି ମନ୍ଦିରର ନିର୍ମାଣ ଶୈଳୀ କାନ୍ତନାଗ ମନ୍ଦିର ବା କାନ୍ତନାଗ ମନ୍ଦିରର ନିର୍ମାଣ ଶୈଳୀ ପରି ହୋଇଛି । କାନ୍ତନାଗ ମନ୍ଦିରଟି ଏହି ମନ୍ଦିରର ପ୍ରତିଷ୍ଠାର ପାଖାପାଖି ୧୦୦ ବର୍ଷ ପୂର୍ବରୁ ନିର୍ମାଣ ହୋଇଥିଲା । ଏହି ମନ୍ଦିରଟିର ଟେରାକୋଟା ବିଭିନ୍ନ ଆକର୍ଷଣୀୟ ଦୃଶ୍ୟରେ ନିର୍ମାଣ ହୋଇଛି । ଏହି ଟେରାକୋଟା ଗୁଡ଼ିକରେ ହିନ୍ଦୁ ପୁରାଣରେ ବର୍ଣ୍ଣିତ ରାମୟାଣ ଏବଂ ମହାଭାରତର ଦୃଶ୍ୟ ଦୃଶ୍ୟାୟନ ହୋଇଛି । ରାମାୟଣରେ ରାମ ସୀତା ଏବଂ ରାବଣ ସ‌ହ ଯୁଦ୍ଧ ଦୃଶ୍ୟାୟନ ହୋଇଥିଲା ବେଳେ ମହାଭାରତରୁ ରାଧା କୃଷ୍ଣଙ୍କର କିଛି ଅନ୍ତରଙ୍ଗ ଦୃଶ୍ୟ ଦୃଶ୍ୟାୟନ ହୋଇଛି । ଏହି ମନ୍ଦିରରେ କୃଷ୍ଣଙ୍କର ମୂର୍ତ୍ତି ରଖାଯାଇଛି । ମନ୍ଦିରରେ ଥିବା ଏହି ମୂର୍ତ୍ତିଟିକୁ ସେଠାକାର ସ୍ଥାନୀୟ ଲୋକମାନେ ପୂଜା କରିଥାନ୍ତି । [୨][୫]

ଆଧାର[ସମ୍ପାଦନା]

  1. ୧.୦ ୧.୧ Nazimuddin Ahmad (1990). Epic Stories in Terracotta: Depicted on Kantanagar Temple, Bangladesh. University Press. p. 107. ISBN 0836437721.
  2. ୨.୦ ୨.୧ ୨.୨ ୨.୩ Stuart Butler (2008). Bangladesh. Ediz. Inglese. Lonely Planet. p. 117. ISBN 978-1-74104-547-5.
  3. Alam, Mahmamuda, Puthia temple complex: Developing tourism through architecture (pdf), BRAC University, retrieved 11 May 2015
  4. Mikey Leung; Belinda Meggitt (2009). Bangladesh. Bradt Travel Guides. p. 301. ISBN 0836437721.
  5. ୫.୦ ୫.୧ ୫.୨ ୫.୩ "Puthia Rajbari". Pancha Ratna Bara Govinda Mandir. Rajshahi University Web Page. Archived from the original on 18 May 2015. Retrieved 11 May 2015.