ପଚା ମାଛ ବିଷକ୍ରିୟା

ଉଇକିପିଡ଼ିଆ‌ରୁ
ପଚା ମାଛ ବିଷକ୍ରିୟା
Scombroid food poisoning
Scombrotoxin fish poisoning, scombroid syndrome,[୧] scombroid,[୨] histamine fish poisoning,[୧] scombroid poisoning[୩]
ଲକ୍ଷଣଚମ ଲାଲ (flushed skin), ମୁଣ୍ଡ ବିନ୍ଧା, ଝାପ୍‌ସା ଦୃଷ୍ଟି, ଅସାଧାରଣ ଉଦର କ୍ରାମ୍ପତରଳ ଝାଡ଼ା [୨]
ଆକ୍ରାନ୍ତ ସମୟ୧୦ରୁ ୬୦ ମିନିଟ [୨]
ଅବଧି୨ ଦିନ[୨]
କାରଣଅଧିକ ହିସ୍ଟାମିନ (histamine) ଥିବା ଓ ପ୍ରକ୍ରିୟାକରଣ ନହୋଇଥିବା ଖାଦ୍ୟ ଖାଇଲେ [୨]
ବିପଦ କାରକTuna, mackerel, mahi mahi, sardine, anchovy, herring, bluefish, amberjack, marlin.[୨]
ରୋଗ ନିର୍ଣ୍ଣୟ ପଦ୍ଧତିଲକ୍ଷଣ ଅନୁଯାୟୀ, ରକ୍ତ ଟ୍ରିପଟେଜ (tryptase)[୨][୧]
ସଠିକ ରୋଗ ନିର୍ଣ୍ଣୟଆଲର୍ଜି ପ୍ରତିକ୍ରିୟା (Allergic reaction),[୨] ମାଛ ଆଲର୍ଜି (fish allergy)[୧]
ଚିକିତ୍ସାଆଣ୍ଟିହିସ୍ଟାମିନ (Antihistamines), ଏପିନେଫ୍ରିନ (epinephrine)[୨][୩]
ପୁନଃପୌନିକଅପେକ୍ଷାକୃତ ସାଧାରଣ[୨]
ମୃତ୍ୟୁ ସାନ୍ଦ୍ରତାକ୍ୱଚିତ[୩]

ପଚା ମାଛ ବିଷକ୍ରିୟା (ଇଂରାଜୀ ଭାଷାରେ Scombroid food poisoning ବା କେବଳ scombroid) ଏକ ପ୍ରକାର ଖାଦ୍ୟ ପରିବାହିତ ରୋଗ (foodborne illness) ଯାହା ସାଧାରଣତଃ ପଚା (spoiled) ମାଛ (fish) ଖାଇଲେ ହୁଏ ।[୨] ଏଥିରେ ଚମ ଲାଲ (flushed skin) ଦେଖାଯାଏ, ମୁଣ୍ଡ ବିନ୍ଧା, ଝାପ୍‌ସା ଦୃଷ୍ଟି ଅସାଧାରଣ କ୍ରାମ୍ପତରଳ ଝାଡ଼ା ହୋଇପାରେ ।[୨] ପ୍ରାୟ ୧୦ ମିନିଟରୁ ୬୦ ମିନିଟ ମଧ୍ୟରେ ଏହାର ଲକ୍ଷଣ ଆରମ୍ଭ ହୋଇଯାଏ ।[୨] କ୍ୱଚିତ ଶ୍ୱାସ ସମସ୍ୟା ବା ଅନିୟମିତ ହୃଦ୍‌ଗତି (irregular heart beat) ହେବା ଦେଖାଯାଏ ।[୨]

ଅଧିକ ହିସ୍ଟାମିନ (histamine) ଥିବା ଓ ଅନୁପ‌ଯୁକ୍ତ ସଂରକ୍ଷଣ ତ‌ଥା ପ୍ରକ୍ରିୟାକରଣ ହୋଇଥିବା ଖାଦ୍ୟ ଖାଇଲେ ଏହି ବିଷକ୍ରିୟା ହୁଏ ।[୨] ସାଧାରଣତଃ ଟୁନା (Tuna), ମାକେରେଲ (mackerel), ମାହିମାହି (mahi mahi), ସାର୍ଡ଼ିନ (sardine), ଆଙ୍କୋଭି (anchovy), ହେରିଙ୍ଗ (herring), ବ୍ଲୁଫିସ (bluefish), ଆମ୍ବରଜାକ (amberjack) ଓ ମାର୍ଲିନ (marlin) ମାଛଦ୍ୱାରା ଏହା ସମ୍ଭବ ହୁଏ ।[୨] ଏହି ମାଛାମାନଙ୍କ ଦେହରେ ଅଧିକ ପରିମାଣର ହିସ୍ଟିଡିନ (histidine) ଥାଏ ଯାହା ଅନୁପ‌ଯୁକ୍ତ ସଂରକ୍ଷଣ ଯୋଗୁ ପଚିଯାଏ ଓ ଜୀବାଣୁମାନେ ଏହାକୁ ହିସ୍ଟାମିନରେ ପରିଣତ କରିଦିଅନ୍ତି ।[୨] ଏହାକୁ ରାନ୍ଧିଲେ ବା ଫ୍ରିଜରେ ଥଣ୍ଡାରେ ରଖିଲେ ମଧ୍ୟ ହିସ୍ଟାମିନ ପରିବର୍ତ୍ତିତ ହୁଏନି ।[୨] ଲକ୍ଷଣ ଅନୁଯାୟୀ, ରକ୍ତ ଟ୍ରିପଟେଜ (tryptase) ପରୀକ୍ଷା କରି ରୋଗ ନିର୍ଣ୍ଣୟ କରାଯାଏ ।[୨][୧] ଅଧିକ ଲୋକ ମାଛ ଖାଇବା ପରେ ଲକ୍ଷଣ ଦେଖାଗଲେ ରୋଗ ନିର୍ଣ୍ଣୟ ସମ୍ଭାବନା ଅଧିକ ରହେ ।[୨]

ମାଛି ଧରିବା ମାତ୍ରେ ରେଫ୍ରିଜରେଟରରେ ରଖିବା ଉଚିତ ।[୨] ଡାଇଫେନହାଇଡ୍ରାମିନ (diphenhydramine) ଭଳି ଆଣ୍ଟିହିସ୍ଟାମିନ (Antihistamines) ଓ ରାନିଟିଡିନ (ranitidine) ଦେଇ ଚିକିତ୍ସା ଆରମ୍ଭ କରାଯାଏ ।[୨] ଅବସ୍ଥା ସାଂଘାତିକ ହୋଇଥିଲେ ଏପିନେଫ୍ରିନ (epinephrine) ଦିଆଯାଇପାରେ ।[୩] ସମୁଦ୍ରି ମାଛ ବିଷକ୍ରିୟା (seafood poisoning) ମଧ୍ୟରୁ ସିଗୁଆଟେରା ମାଛ ବିଷକ୍ରିୟା (ciguatera fish poisoning) ସାଧାରଣତଃ ଅଧିକ ଦେଖାଯାଏ ।[୨] ଶୀତୋଷ୍ଣ (temperate) ଓ ଗ୍ରୀଷ୍ମମଣ୍ଡଳୀୟ (tropical) ଜଳରେ ଏହା ଅଧିକ ହୁଏ ।[୨] ଏହି ବିଷକ୍ରିୟାରେ କେବଳ ଗୋଟିଏ ମୃତ୍ୟୁ ରିପୋର୍ଟ ହୋଇଛି ।[୩] ପ୍ରଥମେ ଏହି ରୋଗ ବିଷୟ ସନ ୧୭୯୯ରେ ବର୍ଣ୍ଣନା କରାଯାଇଥିଲା । [୧]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ Ridolo, E; Martignago, I; Senna, G; Ricci, G (October 2016). "Scombroid syndrome: it seems to be fish allergy but... it isn't". Current Opinion in Allergy and Clinical Immunology. 16 (5): 516–21. doi:10.1097/ACI.0000000000000297. PMID 27466827.
  2. ୨.୦୦ ୨.୦୧ ୨.୦୨ ୨.୦୩ ୨.୦୪ ୨.୦୫ ୨.୦୬ ୨.୦୭ ୨.୦୮ ୨.୦୯ ୨.୧୦ ୨.୧୧ ୨.୧୨ ୨.୧୩ ୨.୧୪ ୨.୧୫ ୨.୧୬ ୨.୧୭ ୨.୧୮ ୨.୧୯ ୨.୨୦ ୨.୨୧ ୨.୨୨ ୨.୨୩ "Food Poisoning from Marine Toxins - Chapter 2 - 2018 Yellow Book". CDC (in ଆମେରିକୀୟ ଇଂରାଜୀ). 2017. Retrieved 1 June 2018. This article incorporates text from this source, which is in the public domain.
  3. ୩.୦ ୩.୧ ୩.୨ ୩.୩ ୩.୪ Feng, C; Teuber, S; Gershwin, ME (February 2016). "Histamine (Scombroid) Fish Poisoning: a Comprehensive Review". Clinical reviews in allergy & immunology. 50 (1): 64–9. doi:10.1007/s12016-015-8467-x. PMID 25876709.

ବାହ୍ୟ ଲିଙ୍କ[ସମ୍ପାଦନା]

ଶ୍ରେଣୀବିଭାଗ
ବାହାର ଉତ୍ସ