Jump to content

ନ୍ୟାୟ ସଂଗ୍ରହାଳୟ, ଓଡ଼ିଶା

ଉଇକିପିଡ଼ିଆ‌ରୁ

ଓଡ଼ିଶା ଉଚ୍ଚ ନ୍ୟାୟାଳୟନ୍ୟାୟ ସଂଗ୍ରହାଳୟ ଓଡ଼ିଶାର କଟକଠାରେ ଅବସ୍ଥିତ । ଏହି ସଂଗ୍ରହାଳୟରେ ଓଡ଼ିଶାର ନ୍ୟାୟପାଳିକାର ବ୍ରିଟିଶ ସାମ୍ରାଜ୍ୟଠାରୁ ଆରମ୍ଭ କରି ବର୍ତ୍ତମାନ ପର୍ଯ୍ୟନ୍ତ ଭାରତୀୟ ଆଇନ ବ୍ୟବସ୍ଥା ସହିତ ଜଡିତ ବିଭିନ୍ନ ଜିନିଷ ପ୍ରଦର୍ଶିତ ହୋଇଛି । ଏହି ସଂଗ୍ରହାଳୟ ଓଡ଼ିଶାର ଆଇନ ବ୍ୟବସ୍ଥାର ବିବର୍ତ୍ତନକୁ ପ୍ରଦର୍ଶିତ କରେ ।[]

ଇତିହାସ

[ସମ୍ପାଦନା]

ପ୍ରଥମେ ୨୦୧୭ ମସିହାରେ ଓଡ଼ିଶା ଉଚ୍ଚ ନ୍ୟାୟାଳୟରେ ତଥା ଏହା ଅଧିନସ୍ଥ ଅନ୍ୟାନ୍ୟ ଜିଲା ନ୍ୟାୟାଳୟରେ ଓଡ଼ିଶାର ନ୍ୟାୟିକ ଇତିହାସ ସହ ସଂପୃକ୍ତ ଥିବା ଅନେକ ପ୍ରାଚୀନ ତଥା ବର୍ତ୍ତମାନ ଅବ୍ୟବହୃତ ହୋଇପଡ଼ିଥିବା ଅନେକ ବିରଳ ଜିନିଷଗୁଡ଼ିକର ସଂଗ୍ରହ ତଥା ପ୍ରଦର୍ଶନୀ ପାଇଁ ଏକ ସଂଗ୍ରହାଳୟ ସ୍ଥାପନା ନିମିତ୍ତ ଏକ ନିଷ୍ପତ୍ତି ନିଆଯାଇଥିଲା । ତଦନୁସାରେ ବାରବାଟୀ କିଲ୍ଲା ମଧ୍ୟରେ ଅବସ୍ଥିତ ଓଡ଼ିଶା ପୂର୍ବତନ ମୁଖ୍ୟ ନ୍ୟାୟାଧୀଶଙ୍କ ଐତିହାସିକ ବଙ୍ଗଳାରେ ଏହି ମ୍ୟୁଜିୟମ ସ୍ଥାପନା କରାଗଲା । ୧୨ ନଭେମ୍ବର ୨୦୧୭ରେ ଏହି ମ୍ୟୁଜିୟମକୁ ତତକାଳୀନ ଭାରତୀୟ ସର୍ବୋଚ୍ଚ ନ୍ୟାୟାଳୟର ବିଚାରପତି ଜଷ୍ଟିସ୍‌ ଦୀପକ ମିଶ୍ର ଓଡ଼ିଶା ଉଚ୍ଚ ନ୍ୟାୟାଳୟର ତତକାଳୀନ ମୁଖ୍ୟ ବିଚାରପତି ବିନୀତ ଶରଣ ତଥା ଅନ୍ୟାନ୍ୟ ବିଚାରପତିଙ୍କ ଉପସ୍ଥିତିରେ ଏହାର ଉଦ୍‌ଘାଟନ କରିଥିଲେ ।[]

ପରବର୍ତ୍ତୀ ସମୟରେ ସଂଗ୍ରହାଳୟର ନବୀକରଣର ଧାରଣା ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି (୨୦୨୩) ଡକ୍ଟର ଏସ୍. ମୁରଲୀଧରଙ୍କଦ୍ୱାରା ପ୍ରସ୍ତାବିତ ହୋଇଥିଲା । ସେ ଏହି ସଂଗ୍ରହାଳୟର ନବୀକରଣ ସଂକ୍ରାନ୍ତ ଏକ ପ୍ରସ୍ତାବ ଓଡ଼ିଶା ସରକାରଙ୍କ ନିକଟକୁ ପଠାଇଥିଲେ । ସଂଗ୍ରହାଳୟର ନବ କାୟାକଳ୍ପ କାର୍ଯ୍ୟର ପର୍ଯ୍ୟବେକ୍ଷଣ ପାଇଁ ଜଷ୍ଟିସ୍‌ ଦେବବ୍ରତ ଦାସ, ଜଷ୍ଟିସ୍‌ ସଂଜୀବ କୁମାର ପାଣିଗ୍ରାହୀ, ଜଷ୍ଟିସ୍‌ ମୃଗାଙ୍କ ଶେଖର ସାହୁ, ଜଷ୍ଟିସ୍‌ ଶଶିକାନ୍ତ ମିଶ୍ର, ଜଷ୍ଟିସ୍‌ ବିରଜା ପ୍ରସନ୍ନ ସତପଥୀ, ଜଷ୍ଟିସ୍‌ ସଞ୍ଜୟ କୁମାର ମିଶ୍ରଙ୍କୁ ନେଇ ଏକ କମିଟି ଗଠିତ ହୋଇଥିଲା । ଏହାର ନବୀକରଣ ପରେ ମୁଖ୍ୟ ବିଚାରପତି ଡକ୍ଟର ଏସ୍. ମୁରଲୀଧରଙ୍କ ଉପସ୍ଥିତିରେ, ନୂତନ ନିର୍ମିତ ସଂଗ୍ରହାଳୟଟି ୨୫ ଫେବୃଆରୀ ୨୦୨୩ରେ ଓଡ଼ିଶାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କଦ୍ୱାରା ପୁନଃ ଉଦ୍‌ଘାଟିତ ହୋଇଥିଲା ।[]

ସଂଗ୍ରହାଳୟ ସଂପର୍କରେ

[ସମ୍ପାଦନା]

ସଂଗ୍ରହାଳୟରେ ବିଭିନ୍ନ ପ୍ରକାରର ୧୫୦୦ଟି ବସ୍ତୁ ରହିଛି । ଓଡ଼ିଶାର ସ୍ୱାଧୀନତା ସଂଗ୍ରାମୀମାନଙ୍କ ବିଚାର ଏବଂ ଦଣ୍ଡ ସଂପର୍କିତ ଅନେକ ଫାଇଲ୍ ଏବଂ ଫଟୋଗ୍ରାଫ୍ ସଂଗ୍ରହାଳୟର ଅଂଶ । ସଂଗ୍ରହାଳୟର ଗ୍ୟାଲେରୀଗୁଡ଼ିକରେ ଏକ ଫଟୋଗ୍ରାଫିକ୍ ଏବଂ ଗ୍ରାଫିକାଲ୍ ମଡେଲ‌ଦ୍ୱାରା ଆରମ୍ଭରୁ ଏହାର ବିକାଶ ପ୍ରଦର୍ଶିତ ହୋଇଛି ।[]

ସଂଗ୍ରହାଳୟରେ ଥିବା କିଛି ଉଲ୍ଲେଖନୀୟ ଜିନିଷ:

[ସମ୍ପାଦନା]
  • ଓଡ଼ିଶାର ପ୍ରସିଦ୍ଧ ଓକିଲମାନଙ୍କ ତାଲିକା
  • ଲକ୍ଷ୍ମଣ ନାୟକ ଦୋଷୀ ସାବ୍ୟସ୍ତ ମାମଲା
  • ମଡେଲ କୋର୍ଟ
  • ପୂର୍ବତନ ମୁଖ୍ୟ ବିଚାରପତିଙ୍କ ଫଟୋ
  • ବିଚାରପତିମାନଙ୍କଦ୍ୱାରା ବ୍ୟବହୃତ ଅଦାଲତି ପୋଷାକ ଏବଂ ଧାରକ
  1. ୧.୦ ୧.୧ "Museum of Justice" (PDF). orissahighcourt.nic.in/. Retrieved 15 January 2025.
  2. archive, From our online (2017-11-13). "CJI Dipak Mishra inaugurates Orissa High Court Museum". The New Indian Express (in ଇଂରାଜୀ). Retrieved 2025-01-15.
  3. "Governor Ganeshi Lal opens Museum of Justice in Cuttack". The Times of India. 2023-02-26. ISSN 0971-8257. Retrieved 2025-01-15.