ନୋରା ଫତେହି

ନୋରା ଫତେହି (ଜନ୍ମ: ୬ ଫେବୃଆରୀ ୧୯୯୨) ଜଣେ କାନାଡୀୟ ନୃତ୍ୟଶିଳ୍ପୀ, ମଡେଲ୍, ଅଭିନେତ୍ରୀ, ଗାୟିକା ଏବଂ ନିର୍ମାତ୍ରୀ ।[୧] ସେ ଭାରତୀୟ ଚଳଚ୍ଚିତ୍ର ଶିଳ୍ପ, ବିଶେଷକରି ବଲିଉଡ୍ରେ କାମ ପାଇଁ ପରିଚିତ । ସେ ହିନ୍ଦୀ, ତେଲୁଗୁ, ମଲୟାଳମ ଏବଂ ତାମିଳ ଚଳଚ୍ଚିତ୍ରରେ ମଧ୍ୟ କାମ କରିଛନ୍ତି । ସେ ବଲିଉଡ୍ ଚଳଚ୍ଚିତ୍ର ରୋଆର୍: ଟାଇଗର୍ସ ଅଫ୍ ସୁନ୍ଦରବନ୍ ମାଧ୍ୟମରେ ହିନ୍ଦୀ ଚଳଚ୍ଚିତ୍ର ଶିଳ୍ପରେ ପ୍ରବେଶ କରିଥିଲେ ।[୨] ସେ ତେଲୁଗୁ ଚଳଚ୍ଚିତ୍ର ଶିଳ୍ପରେ ଟେମ୍ପର, ବାହୁବଳୀ: ଦ ବିଗିନିଂ ଏବଂ କିକ୍–୨ ପରି ଚଳଚ୍ଚିତ୍ରରେ ‘ମସଲା ଗୀତ’ (ଆଇଟମ୍ ନମ୍ବର) ମାଧ୍ୟମରେ ଲୋକପ୍ରିୟତା ଅର୍ଜନ କରିଥିଲେ । ସେ ଦୁଇଟି ମଲୟାଳମ ଚଳଚ୍ଚିତ୍ର ଡବଲ୍ ବ୍ୟାରେଲ୍ ଏବଂ କାୟମକୁଲମ୍ କୋଚୁନ୍ନୀରେ ମଧ୍ୟ ଅଭିନୟ କରିଛନ୍ତି ।
୨୦୧୫ ମସିହାରେ ସେ ‘ବିଗ୍ ବସ୍–୯’ ନାମକ ରିଅଲିଟି ଶୋରେ ପ୍ରତିଯୋଗୀ ଭାବେ ଭାଗ ନେଇଥିଲେ ଏବଂ ୮୪ତମ ଦିନରେ ବାହାର କରାଯାଇଥିଲେ । ୨୦୧୬ ମସିହାରେ ସେ ନୃତ୍ୟ ରିଅଲିଟି ଶୋ ‘ଝଲକ୍ ଦିଖଲା ଜା’ରେ ଅଂଶଗ୍ରହଣ କରିଥିଲେ । ସେ ସତ୍ୟମେବ ଜୟତେ ଚଳଚ୍ଚିତ୍ରରେ “ଦିଲବର୍ ଦିଲବର୍” ଗୀତର ପୁନର୍ନିର୍ମିତ ସଂସ୍କରଣରେ ଦେଖାଦେଇଥିଲେ ।[୩] ଏହି ଗୀତ ମୁକ୍ତିର ପ୍ରଥମ ୨୪ ଘଣ୍ଟା ମଧ୍ୟରେ ଯୁଟ୍ୟୁବ୍ରେ ୨ କୋଟିରୁ ଅଧିକ ଭ୍ୟୁ ଅତିକ୍ରମ କରିଥିଲା ଏବଂ ଭାରତରେ ଏହିପରି ସଫଳତା ପାଇଥିବା ପ୍ରଥମ ହିନ୍ଦୀ ଗୀତ ହୋଇଥିଲା । ସେ ମୋରୋକ୍କୋର ହିପ୍–ହପ୍ ଗ୍ରୁପ୍ ଫନେଆର୍ ସହ ଏହି ଗୀତର ଆରବି ସଂସ୍କରଣ ପାଇଁ ମଧ୍ୟ ସହଯୋଗ କରିଥିଲେ । ୨୦୧୯ ମସିହାରେ ସେ ଟାନ୍ଜାନିଆର ସଙ୍ଗୀତକାର ଏବଂ ଗୀତଲେଖକ ରାୟଭାନି ସହ ମିଳି ନିଜର ପ୍ରଥମ ଆନ୍ତର୍ଜାତୀୟ ଇଂରାଜୀ ଗୀତ “ପେପେଟା” ମୁକ୍ତି କରିଥିଲେ ।
ବ୍ୟକ୍ତିଗତ ଜୀବନ
[ସମ୍ପାଦନା]ନୋରା ଫତେହି ଏକ ମୋରୋକ୍କୋ ପରିବାରରୁ ଆସିଥିବାବେଳେ ତାଙ୍କ ଜନ୍ମ କାନାଡାରେ ହୋଇଥିଲା ।[୪] ସେ ନିୟୁୟର୍କ ୟୁନିଭରସିଟିରେ ରାଜନୀତି ବିଜ୍ଞାନ ଓ ଆନ୍ତର୍ଜାତୀୟ ସମ୍ବନ୍ଧରେ ବିଷରରେ ଶିକ୍ଷାଲାଭ କରିଥିଲେ ।[୫]ଏକ ସାକ୍ଷାତ୍କାରରେ ସେ ନିଜକୁ “ହୃଦୟରୁ ଭାରତୀୟ” ବୋଲି କହିଥିଲେ ।
କର୍ମଜୀବନ
[ସମ୍ପାଦନା]ଫତେହି ନିଜର ଅଭିନୟ ଜୀବନର ଆରମ୍ଭ ରୋଆର୍: ଟାଇଗର୍ସ ଅଫ୍ ସୁନ୍ଦରବନ୍ ଚଳଚ୍ଚିତ୍ରରୁ କରିଥିଲେ । ପରେ ସେ ପୁରୀ ଜଗନ୍ନାଧଙ୍କ ତେଲୁଗୁ ଚଳଚ୍ଚିତ୍ର ଟେମ୍ପରରେ ଏକ ମସଲା ଗୀତ କରିଥିଲେ ଏବଂ ଏହିପରି ଭାବରେ ସେ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ଶିଳ୍ପରେ ପ୍ରବେଶ କରିଥିଲେ । ସେ ଇମ୍ରାନ୍ ହାଶମୀ ଏବଂ ଗୁରମୀତ୍ ଚୌଧୁରୀଙ୍କ ସହ ନିର୍ଦ୍ଦେଶକ ବିକ୍ରମ ଭଟ୍ଟ ଓ ନିର୍ମାତା ମହେଶ ଭଟ୍ଟଙ୍କ ଚଳଚ୍ଚିତ୍ର ମିଷ୍ଟର୍ ଏକ୍ସରେ ବିଶେଷ ଭୂମିକା କରିଥିଲେ ।
ପରବର୍ତ୍ତୀକାଳରେ ସେ ବାହୁବଳୀ: ଦ ବିଗିନିଂ ଏବଂ କିକ୍–୨ ପରି ବଡ଼ ବଜେଟ୍ ଚଳଚ୍ଚିତ୍ରରେ ମସଲା ଗୀତରେ ଅଭିନୟ କରିଥିଲେ ।
ଡିସେମ୍ବର ୨୦୧୫ରେ ସେ ‘ବିଗ୍ ବସ୍’ର ନବମ ସଂସ୍କରଣରେ ୱାଇଲ୍ଡ୍ କାର୍ଡ୍ ପ୍ରବେଶକାରୀ ଭାବେ ଯୋଗ ଦେଇଥିଲେ । ସେ ୧୨ତମ ସପ୍ତାହ (ଦିନ ୮୩) ପର୍ଯ୍ୟନ୍ତ ଏହି ଘରରେ ରହିଥିଲେ । ୨୦୧୬ରେ ସେ ‘ଝଲକ୍ ଦିଖଲା ଜା’ ପ୍ରତିଯୋଗିତାରେ ମଧ୍ୟ ଅଂଶଗ୍ରହଣ କରିଥିଲେ । ସେ ମାଇ ବର୍ଥଡେ ସଙ୍ଗ୍ ଚଳଚ୍ଚିତ୍ରରେ ସଞ୍ଜୟ ସୁରୀଙ୍କ ସହ ମୁଖ୍ୟ ଅଭିନେତ୍ରୀ ଭାବେ ଅଭିନୟ କରିଥିଲେ ।
୬ ମାର୍ଚ୍ଚ ୨୦୨୧ରେ ସେ ଥିଲେ ପ୍ରଥମ ଆଫ୍ରିକୀୟ–ଆରବ୍ ମହିଳା କଳାକାର, ଯାହାଙ୍କ “ଦିଲବର୍” ଗୀତ ଯୁଟ୍ୟୁବ୍ରେ ୧ ଶହ କୋଟି ଦର୍ଶନ ଅତିକ୍ରମ କରିଥିଲା ।[୬]
୨୦୨୨ ମସିହାରେ ସେ ୨୦୨୨ ଫିଫା ବିଶ୍ୱକପ୍ର ଅନ୍ତିମ ଅନୁଷ୍ଠାନରେ ଏକ ନୃତ୍ୟ ପ୍ରଦର୍ଶନ କରିଥିଲେ ।[୭]
ଆଧାର
[ସମ୍ପାଦନା]| ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |
- ↑ The Viral Video's (2018-09-09), Nora Fatehi 1st Audition in Bollywood, retrieved 2026-03-16
- ↑ IndiaToday.in (2014-10-14). "Make way for Moroccan model Nora Fatehi as she makes her debut with Roar". India Today (in ଇଂରାଜୀ). Retrieved 2026-03-16.
- ↑ "Nora Fatehi's Arabic version of Dilbar has set the internet on fire and how! Watch video". www.timesnownews.com (in ଇଂରାଜୀ). 2018-12-05. Retrieved 2026-03-16.
- ↑ "Ready for the competition". The Hindu (in Indian English). 2015-03-10. ISSN 0971-751X. Retrieved 2026-03-16.
- ↑ "Who are Nora Fatehi's parents? Know everything about her family". PINKVILLA (in ଇଂରାଜୀ). 2022-12-26. Retrieved 2026-03-16.
- ↑ "Nora Fatehi is the first African-Arab female artiste to hit 1 billion mark with 'Dilbar'". Mid-day (in ଇଂରାଜୀ). 2021-03-06. Retrieved 2026-03-16.
- ↑ "FIFA World Cup Qatar 2022™ Official Soundtrack release: all-female line-up inspires the globe to Light The Sky | Qatar 2022™". www.qatar2022.qa (in ଇଂରାଜୀ). Archived from the original on 2023-02-18. Retrieved 2026-03-16.