Jump to content

ନୋବେଲ ଶାନ୍ତି ପୁରସ୍କାର-୨୦୨୫

ଉଇକିପିଡ଼ିଆ‌ରୁ
୨୦୨୫ ନୋବେଲ ଶାନ୍ତି ପୁରସ୍କାର ବିଜେତା ମାରିଆ କୋରିନା ମାଚାଡୋ
"ଭେନେଜୁଏଲାରେ ଗଣତନ୍ତ୍ର ପ୍ରତିଷ୍ଠା ଦିଗରେ ଗୁରୁତ୍ଵପୂର୍ଣ୍ଣ ଭୂମିକା ପାଇଁ"
ଦାତାନରୱେ ନୋବେଲ କମିଟି
ତାରିଖ
  • ୧୦ ଅକ୍ଟୋବର ୨୦୨୫
    (announcement)
  • ୧୦ ଡ଼ିସେମ୍ବର ୨୦୨୫
    (ceremony)
ଅବସ୍ଥିତିଓସ୍‌ଲୋ, ନରୱେ
ପୁରସ୍କାର9.0 million SEK
ପ୍ରଥମ ପୁରସ୍କାର୧୯୦୧
ମୁଖ୍ୟ ୱେବସାଇଟOfficial website
ନୋବେଲ ଶାନ୍ତି ପୁରସ୍କାର

୨୦୨୫ ମସିହାର ନୋବେଲ ଶାନ୍ତି ପୁରସ୍କାରର ବିଜେତାଙ୍କ ନାମ ୧୦ ଅକ୍ଟୋବର ୨୦୨୫ ଦିନ ନରୱେର ଓସ୍ଲୋ ସହରରେ ନରୱେର ନୋବେଲ କମିଟିଦ୍ଵାରା ଘୋଷଣା କରାଯାଇଛି । ୨୦୨୫ ପାଇଁ ଏହି ପୁରସ୍କାର ମାରିଆ କୋରିନା ମାଚାଡ଼ୋଙ୍କୁ ପ୍ରଦାନ କରାଯାଇଛି ।[] ଭେନେଜୁଏଲାରେ ଗଣତନ୍ତ୍ର ପ୍ରତିଷ୍ଠା ଦିଗରେ ଗୁରୁତ୍ଵପୂର୍ଣ୍ଣ ଭୂମିକା ପାଇଁ ତାଙ୍କୁ ଏହି ପୁରସ୍କାର ଦିଆଯାଇଛି ।[] []ପୁରସ୍କାରଟି ବିଜେତାଙ୍କୁ ୧୦ ଡିସେମ୍ବର ୨୦୨୫ରେ ଓସ୍ଲୋ, ନରୱେରେ ଏକ ଅନୁଷ୍ଠାନରେ ପ୍ରଦାନ କରାଯିବ ।[]

ନୋବେଲ ଶାନ୍ତି ପୁରସ୍କାର ସୁଇଡିଶ ବୈଜ୍ଞାନିକ ତଥା ଡିନାମାଇଟର ଉଦ୍ଭାବକ ଡ. ଆଲଫ୍ରେଡ ନୋବେଲଙ୍କ ଦ୍ଵାରା ସ୍ଥାପିତ ହୋଇଥିବା ଏକ ଆନ୍ତର୍ଜାତୀୟ ଶାନ୍ତି ପୁରସ୍କାର ।[] ୧୯୦୧ଠାରୁ ଆଲଫ୍ରେଡ ନୋବେଲଙ୍କଦ୍ୱାରା ପ୍ରତିଷ୍ଠିତ ନୋବେଲ ଫାଉଣ୍ଡେଶନ ତରଫରୁ ପ୍ରତିବର୍ଷ ଡିସେମ୍ବର ୧୦ ତାରିଖରେ ଆଲଫ୍ରେଡଙ୍କ ଶ୍ରାଦ୍ଧବାର୍ଷିକୀ ଉପଲକ୍ଷେ ସ୍ୱିଡେନର ରାଜଧାନୀ ଷ୍ଟକହୋମଠାରେ ବ୍ୟାଙ୍କ ଅଫ ସ୍ୱିଡେନ ପ୍ରାଇଜ୍ ଇନ୍ ଇକୋନୋମିକ ସାଇନ୍ସେସ ଦ୍ଵାରା ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ଏହି ପୁରସ୍କାର ପ୍ରଦାନ କରାଯାଇଥାଏ ।[]

ବିଜେତାଙ୍କ ବିଷୟରେ

[ସମ୍ପାଦନା]

ମାରିଆ କୋରିନା ମାଚାଡୋ ପାରିସ୍କା (ଜନ୍ମ ୭ ଅକ୍ଟୋବର ୧୯୬୭) ଜଣେ ଭେନେଜୁଏଲାର ରାଜନେତ୍ରୀ ଏବଂ ଶିଳ୍ପ ଇଞ୍ଜିନିୟର। ସେ ଜଣେ ପ୍ରମୁଖ ବିପକ୍ଷ ନେତ୍ରୀ ଭାବେ ପରିଚିତ ଏବଂ ୨୦୧୧ ରୁ ୨୦୧୪ ପର୍ଯ୍ୟନ୍ତ ଜାତୀୟ ସଭାର ସଦସ୍ୟ ଭାବେ କାମ କରିଥିଲେ । ମାଚାଡୋ ତାଙ୍କ ରାଜନୈତିକ ଜୀବନର ଆରମ୍ଭ କରିଥିଲେ ଭୋଟ ନିରୀକ୍ଷଣ ସଂଗଠନ ସୁମାତେ (Súmate) ର ସଂସ୍ଥାପକ ଭାବେ । ସେ ଭେନ୍ତେ ଭେନେଜୁଏଲା (Vente Venezuela) ନାମକ ରାଜନୈତିକ ଦଳର ଜାତୀୟ ସମନ୍ୱୟକାରୀ । ୨୦୧୨ ମସିହାରେ ସେ ବିପକ୍ଷର ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ନିର୍ବାଚନରେ ଭାଗ ନେଇଥିଲେ ଯେଉଁଥିରେ ସେ ହେନ୍ରିକ କାପ୍ରିଲେସଙ୍କ ବିପକ୍ଷରେ ପରାଜିତ ହେଲେ । ୨୦୧୪ ମସିହାରେ ଭେନେଜୁଏଲାର ପ୍ରତିବାଦ ସମୟରେ, ସେ ରାଷ୍ଟ୍ରପତି ନିକୋଲାସ ମାଡୁରୋଙ୍କ ଶାସନବିରୋଧୀ ଆନ୍ଦୋଳନ ଏବଂ ପ୍ରଦର୍ଶନଗୁଡ଼ିକରେ ନେତୃତ୍ୱମୂଳକ ଭୂମିକା ନେଇଥିଲେ ।[]

ଭେନେଜୁଏଲା ଲୋକଙ୍କ ପାଇଁ ଏକଛତ୍ରବାଦରୁ ନ୍ୟାୟପୂର୍ଣ୍ଣ ଏବଂ ଶାନ୍ତିପୂର୍ଣ୍ଣ ଉପାୟରେ ଗଣତନ୍ତ୍ରକୁ ହାସଲ କରିବା ତଥା ଗଣତାନ୍ତ୍ରିକ ଅଧିକାରକୁ ପ୍ରୋତ୍ସାହିତ କରିବା ଦିଗରେ ତାଙ୍କର ଅକ୍ଳାନ୍ତ ପ୍ରୟାସ ପାଇଁ ତାଙ୍କୁ ସମ୍ମାନିତ କରାଯାଇଛି । ନୋବେଲ କମିଟି ଏକ ବିବୃତ୍ତିରେ କହିଛି ଯେ ମାଚାଡୋ କଠିନ ପରିସ୍ଥିତିରେ ମଧ୍ୟ ଗଣତାନ୍ତ୍ରିକ ମୂଲ୍ୟବୋଧ, ଅଭିବ୍ୟକ୍ତିର ସ୍ୱାଧୀନତା ଏବଂ ମାନବାଧିକାରକୁ ରକ୍ଷା କରିବା ପାଇଁ ନିରନ୍ତର ଲଢ଼ିଥିଲେ । ମାରିଆ ହିଂସା ଏବଂ ଦମନ ମଧ୍ୟରେ ଶାନ୍ତିପୂର୍ଣ୍ଣ ପରିବର୍ତ୍ତନର ପଥ ହିଁ ବାଛିଥିଲେ ଏବଂ ନିଜ ଦେଶର ନାଗରିକଙ୍କ ଅଧିକାର ପାଇଁ ସ୍ୱର ଉଠାଇଥିଲେ ।[] ପୁରସ୍କାର ପାଇବାପରେ ପ୍ରତିକ୍ରିୟାରେ ସେ କହିଥିଲେ ଏହି ଆନ୍ଦୋଳନର ସେ ଏକ ଅଂଶ ମାତ୍ର ଏବଂ ତାଙ୍କର ଏ ଆନ୍ଦୋଳନ ଆଗକୁ ମଧ୍ୟ ଜାରି ରହିବ ।[]

ନାମାଙ୍କିତ ପ୍ରାର୍ଥୀମାନେ

[ସମ୍ପାଦନା]

ଯଦିଓ ନାମାଙ୍କନଗୁଡ଼ିକ ସଂପୂର୍ଣ୍ଣ ଗୁପ୍ତ ରଖାଯାଏ, କିନ୍ତୁ କିଛି ନରୱେର ସଂସଦ ସଦସ୍ୟ ଓ ଅନ୍ୟ ଶିକ୍ଷାବିତ ତାଙ୍କ ପସନ୍ଦର ପ୍ରାର୍ଥୀଙ୍କୁ ସାର୍ବଜନିକ ଭାବରେ ଘୋଷଣା କରି ପାରନ୍ତି ଯାହା ଦ୍ୱାରା ପ୍ରାର୍ଥୀ ଓ ନାମାଙ୍କନକାରୀ ଉଭୟଙ୍କ ପ୍ରଚାର ହୁଏ ।

୫ ମାର୍ଚ୍ଚ ୨୦୨୫ ରେ, ନରୱେର ନୋବେଲ କମିଟି ଘୋଷଣା କରିଥିଲା ଯେ ୨୦୨୫ ମସିହାର ନୋବେଲ ଶାନ୍ତି ପୁରସ୍କାର ପାଇଁ ମୋଟ ୩୩୮ ଜଣ ପ୍ରାର୍ଥୀଙ୍କୁ ନାମାଙ୍କନ କରାଯାଇଛି ଯାହାମଧ୍ୟରୁ ୨୪୪ ଜଣ ବ୍ୟକ୍ତିବିଶେଷ ଏବଂ ୯୪ଟି ସଂଗଠନ ଅଛନ୍ତି ।[୧୦]

ଟ୍ରମ୍ପଙ୍କ ବିବାଦାସ୍ପଦ ବୟାନ

[ସମ୍ପାଦନା]

ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କିଛି ରାଜନୈତିକ ମହଲର ସମର୍ଥନ ସତ୍ତ୍ଵେ ୨୦୨୫ ର ନୋବେଲ ଶାନ୍ତି ପୁରସ୍କାର ଜିତିପାରିଲେ ନାହିଁ । ଏହି ପୁରସ୍କାର ତାଙ୍କପରିବର୍ତ୍ତେ ଭେନେଜୁଏଲାର ଗଣତନ୍ତ୍ର ପକ୍ଷରେ ସଂଗ୍ରାମ କରୁଥିବା କାର୍ଯ୍ୟକର୍ତ୍ତା ମାରିଆ କୋରିନା ମାଚାଡୋଙ୍କୁ ଦିଆଯାଇଛି । ଜାନୁଆରୀରେ ପୁନର୍ବାର କାର୍ଯ୍ୟଭାର ଗ୍ରହଣ କରିବା ପରଠାରୁ, ଟ୍ରମ୍ପ ନୋବେଲ ଶାନ୍ତି ପୁରସ୍କାର ପାଇବା ପାଇଁ ତୀବ୍ର ପ୍ରୟାସ କରୁଥିଲେ ଏବଂ ପୁନଃପୁନି ଦାବି ମଧ୍ୟ କରୁଥିଲେ ଯେ ସେ ବିଶ୍ଵରେ ଆଠଟି ଯୁଦ୍ଧ ଅଟକାଇଥିଲେ । ସେ ଇସ୍ରାଏଲ ଏବଂ ହାମାସ ମଧ୍ୟରେ ଶାନ୍ତି ଚୁକ୍ତି ଘୋଷଣା କରିବା ପରେ ନୋବେଲ ଶାନ୍ତି ପୁରସ୍କାର ପ୍ରତି ତାଙ୍କ ଦାବୀର ଗୁରୁତ୍ତ୍ଵ ବଢିଯାଇଥିଲା ବୋଲି ତାଙ୍କ ସମର୍ଥକ ମାନେ ଦାବୀ କରୁଥିଲେ । ଏପରିକି ସେ ୨୦୨୫ ମେ' ମାସରେ ଭାରତପାକିସ୍ତାନ ମଧ୍ୟରେ ଘଟିଥିବା ସଂଘର୍ଷକୁ ଅଟକାଇବାର ଶ୍ରେୟ ନେବାକୁ ଅନେକ ଚେଷ୍ଟା କରିଛନ୍ତି, ଯାହାକୁ ଭାରତ ପୁନଃପୁନ ଖଣ୍ଡନ କରିଛି ।[୧୧]

ପରିଶେଷରେ ୨୦୨୫ର ନୋବେଲ ଶାନ୍ତି ପୁରସ୍କାର ହରାଇ ସେ ଏଭଳି ଏକ ବିବାଦାସ୍ପଦ ବୟାନ ଦେଇ କହିଥିଲେ ଯେ ନୋବେଲ କମିଟି ଯୋଗ୍ୟତାକୁ ମହତ୍ତ୍ଵ ଦେବା ବଦଳରେ ରାଜନୈତିକ ଚାପରେ ନିସ୍ପତ୍ତି ନେଇଛି । ତାଙ୍କ ବୟନ ଥିଲା ଏହିଭଳି-

"The Nobel Committee proved they place politics over peace."[୧୨]

ଅନ୍ୟ ପକ୍ଷରେ ବିଜେତା ମାରିଆ ନୋବେଲ ଶାନ୍ତି ପୁରସ୍କାରକୁ ରାଷ୍ଟ୍ରପତି ଟ୍ରମ୍ପଙ୍କୁ ଉତ୍ସର୍ଗ କରି କହିଥିଲେ ଯେ ଭେନେଜୁଏଲାରେ ଗଣତନ୍ତ୍ର ପ୍ରତିଷ୍ଠା ଦିଗରେ ଟ୍ରମ୍ପଙ୍କ ଗୁରୁତ୍ଵପୂର୍ଣ୍ଣ ସମର୍ଥନ ତଙ୍କୁ ଉତ୍ସାହିତ କରିଛି ।[୧୩][୧୪][୧୫]

  1. "Nobel Peace Prize 2025". NobelPrize.org (in ଆମେରିକୀୟ ଇଂରାଜୀ). Retrieved 2025-10-10.
  2. Bureau, The Hindu (2025-10-10). "Nobel Peace Prize 2025 awarded to Venezuela's María Corina Machado". The Hindu (in Indian English). ISSN 0971-751X. Retrieved 2025-10-10.
  3. "Nobel Peace Prize 2025". NobelPrize.org (in ଆମେରିକୀୟ ଇଂରାଜୀ). Retrieved 2025-10-12.
  4. "The 2025 Nobel Peace Prize Announced - Food Formula". foodformula.site (in ଆମେରିକୀୟ ଇଂରାଜୀ). Retrieved 2025-10-10.
  5. Olof (2019-09-06). "The will - NobelPrize.org". NobelPrize.org (in ଆମେରିକୀୟ ଇଂରାଜୀ). Retrieved 2025-10-10.
  6. "Alfred Nobel's last will and testament - The Local". www.thelocal.se (in ଇଂରାଜୀ). Retrieved 2025-10-11.
  7. Anatoly Kurmanaev and Corina Pons. "Middle Class Protesting Venezuela Shortages Drive Poor to Maduro". Businessweek.com (in ଇଂରାଜୀ). Retrieved 2025-10-10.
  8. 17. "କିଏ ଏହି ଭେନେଜୁଏଲା ଗାନ୍ଧି ମାରିଆ କୋରିନା ? ଟ୍ରମ୍ପଙ୍କୁ ପଛରେ ପକାଇ ହାତେଇନେଲେ ନୋବେଲ ଶାନ୍ତି ପୁରସ୍କାର… - Prameya Odia". www.prameya.com (in ଇଂରାଜୀ). Retrieved 2025-10-12. {{cite web}}: |last= has numeric name (help)
  9. "Instagram". www.instagram.com. Retrieved 2025-10-12.
  10. "Nominations for the Nobel Peace Prize 2025 - Nobel Peace Prize". www.nobelpeaceprize.org (in ଇଂରାଜୀ). 2025-03-05. Retrieved 2025-10-10.
  11. "Donald Trump misses out on Nobel Peace Prize despite 'stopping' eight wars. Here's why". Hindustan Times (in ଇଂରାଜୀ). 2025-10-10. Retrieved 2025-10-11.
  12. "White House blasts Nobel Committee for not awarding Peace Prize to Trump". www.bbc.com (in ବ୍ରିଟିଶ୍‌ ଇଂରାଜୀ). 2025-10-10. Retrieved 2025-10-11.
  13. "María Corina Machado dedicates Nobel Peace Prize win to people of Venezuela — and Donald Trump". The Indian Express (in ଇଂରାଜୀ). 2025-10-10. Retrieved 2025-10-11.
  14. 30. "'ମୁଁ ଅସଲ ହକଦାର, ନୋବେଲ ପୁରସ୍କାର ବିଜେତା ମାରିଆ ବି ସ୍ୱୀକାର କରିଛନ୍ତି' ; ନୋବେଲ ଆସିଲା ଟ୍ରମ୍ପଙ୍କ ପ୍ରଥମ ପ୍ରତିକ୍ରିୟା - Prameya Odia". www.prameya.com (in ଇଂରାଜୀ). Retrieved 2025-10-11. {{cite web}}: |last= has numeric name (help)
  15. Williams, Chris (2025-10-11). "Machado dedicates Nobel Peace Prize to Trump after surprise win". FOX Local (in ଆମେରିକୀୟ ଇଂରାଜୀ). Retrieved 2025-10-12.

ବାହାର ତଥ୍ୟ

[ସମ୍ପାଦନା]