ନେୟହା ଶର୍ମା
ଦେଖଣା
ନେୟହା ଶର୍ମା | |
|---|---|
| ଜନ୍ମ | ନେହା ଶର୍ମା |
| ବୃତ୍ତି(ସମୂହ) | ଅଭିନେତ୍ରୀ, କବି, ଉଦ୍ୟୋଗପତି |
ନେୟହା ଶର୍ମା ଜଣେ ଭାରତୀୟ ଅଭିନେତ୍ରୀ, ବକ୍ତା, କବି ଓ ଉଦ୍ୟୋଗପତି ଅଟନ୍ତି ।[୧] ୨୦୨୩ ମସିହାରେ, ସେ ସ୍ମଲ୍ଟାଉନ୍ ଡ୍ରିମ୍ସ ଏଣ୍ଟରଟେନମେଣ୍ଟ ନାମକ ଏକ ଅନୁଷ୍ଠାନ ପ୍ରତିଷ୍ଠା କରିଥିଲେ, ଯାହା ଏଲଜିବିଟିକ୍ୟୁ+ ସମ୍ପ୍ରଦାୟର ପ୍ରତିଭାମାନଙ୍କୁ ନେଇ କାମ କରିଥାଏ । ସେ ଦିଲ୍ଲୀର ଶଙ୍କର ମାର୍କେଟରେ ଥିବା ଏକ ଥିଏଟର ଗ୍ରୁପ୍ରେ ସକ୍ରିୟ ଥିଲେ ଏବଂ ଅନେକ ନାଟକ କରିଥିଲେ । ସେ କ୍ରିଏଟିଭ୍ ଫଟୋଗ୍ରାଫିରେ ପିଜି ଡିପ୍ଲୋମା କରିଛନ୍ତି ଏବଂ ରଘୁ ରାୟଙ୍କଠାରୁ ଶିକ୍ଷା ଗ୍ରହଣ କରିଛନ୍ତି । ୨୦୧୮ ମସିହାରେ ତାଙ୍କର କ୍ଷୁଦ୍ର ଚଳଚ୍ଚିତ୍ର ମୁକ୍ତିଲାଭ କରିଥିଲା ଯାହା ଫରହାନ ଅଖତାର ଫିରୋଜ ଅବ୍ବାସ ଖାନ୍ ଓ ପପୁଲେସନ୍ ଫାଉଣ୍ଡେସନ୍ ଅଫ୍ ଇଣ୍ଡିଆ ସହ ମିଳିତ ଭାବରେ ୟୁଟ୍ୟୁବରେ ମୁକ୍ତିଲାଭ କରିଥିଲେ ।
ଅଭିନୀତ କଥାଚିତ୍ର
[ସମ୍ପାଦନା]| ବର୍ଷ | କଥାଚିତ୍ର | ଭୂମିକା | ମନ୍ତବ୍ୟ |
|---|---|---|---|
| ୨୦୧୩ | ବଜାତେ ରହୋ[୨] | ଅମନଙ୍କ ସାଙ୍ଗ | କଥାଚିତ୍ର |
| ୨୦୧୫ | ୟମ୍ ହୈ ହମ୍ | ଦିବ୍ୟା | ଟିଭି ସିରିଜ୍ |
| ତଲୱାର | କ୍ୟାମିଓ | କଥାଚିତ୍ର | |
| ୨୦୧୮ | ସି | ନିଜେ | କ୍ଷୁଦ୍ର ଚଳଚ୍ଚିତ୍ର |
| ୨୦୧୯ | ଖାନ୍ଦାନି ଶାଫାଖାନା | ଚିକେନ୍ପକ୍ସ ଝିଅ | କଥାଚିତ୍ର |
| ୨୦୨୧ | ବେଚାରେ[୩] | ସୋମ୍ୟା/ମେରି ଲେଲେ | ୱେବ୍ସିରିଜ୍ |
ଆଧାର
[ସମ୍ପାଦନା]- ↑ "3-minute short film "She" released on YouTube, very unique perspective on eve-teasing". The Indian Wire (in ବ୍ରିଟିଶ୍ ଇଂରାଜୀ). 2018-11-25. Retrieved 2019-07-29.
- ↑ "Neyha Sharma Bags a Role in Web-Series, 'Beycharey'". India Forums (in ଇଂରାଜୀ). Retrieved 9 June 2023.
- ↑ Harmisha Chauhan. "Neyha Sharma to be seen in web-series Beycharey; reveals exclusive details". Tellychakkar.com (in ଇଂରାଜୀ). Archived from the original on 20 February 2020. Retrieved 9 June 2023.
ବାହାର ଲିଙ୍କ୍
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ନେୟହା ଶର୍ମା