ନେହା ଧୁପିଆ
ନେହା ଧୁପିଆ | |
|---|---|
Dhupia in 2013 | |
| ଜନ୍ମ | ୨୭ ଅଗଷ୍ଟ ୧୯୮୦ |
| ବୃତ୍ତି(ସମୂହ) | Actress, model |
| ସକ୍ରିୟ ବର୍ଷ | 2000–present |
| ଉଚ୍ଚତା | 5 ft 6 in (168 cm) |
| ବୈବାହିକ-ସାଥୀ | |
| ସନ୍ତାନ | 2 |
| Beauty pageant titleholder | |
| Major competition(s) |
|
ନେହା ଧୁପିଆ (ଜନ୍ମ: ୨୭ ଅଗଷ୍ଟ ୧୯୮୦) ଜଣେ ଭାରତୀୟ ହିନ୍ଦୀ ଚଳଚ୍ଚିତ୍ର ଅଭିନେତ୍ରୀ ଓ ପୂର୍ବତନ ମିସ୍ ଇଣ୍ଡିଆ। ସେ ପ୍ରାଧାନତଃ ହିନ୍ଦୀ ଭାଷାର ଚଳଚ୍ଚିତ୍ରରେ କାମ କରିଥିଲେ ମଧ୍ୟ ତେଲୁଗୁ ଓ ମଲୟାଳମ ଭାଷାର କିଛି ଚଳଚ୍ଚିତ୍ରରେ ମଧ୍ୟ ଅଭିନୟ କରିଛନ୍ତି। ତାଙ୍କର ପ୍ରଥମ ଅଭିନୀତ ଚଳଚ୍ଚିତ୍ର ମଲୟାଳମ ଭାଷାର ଥିଲା। ନେହା ପ୍ରଥମେ ମଞ୍ଚ ନାଟକରେ ଅଭିନୟ ଆରମ୍ଭ କରିଥିଲେ ଏବଂ ରକ୍ ବ୍ୟାଣ୍ଡ ୟୁଫୋରିଆର ଏକ ସଙ୍ଗୀତ ଭିଡିଓରେ ମଡେଲ୍ ଭାବେ ଦେଖାଦେଇଥିଲେ। ପରେ ସେ ମଡେଲିଙ୍ଗ ଜଗତରେ ପ୍ରବେଶ କରିଥିଲେ।
ଶିଶୁ କାଳରେ ନେହା ମଲୟାଳମ ଚଳଚ୍ଚିତ୍ର ମିନ୍ନାରାମରେ ଅଭିନୟ କରିଥିଲେ, ଯାହା ୧୯୯୪ ମସିହାରେ ମୁକ୍ତି ପାଇଥିଲା। ୨୦୦୨ୱ୍ମସିହାରେ ସେ ମିସ୍ ଇଣ୍ଡିଆ ସୁନ୍ଦରୀ ପ୍ରତିଯୋଗିତାରେ ବିଜୟୀ ହେବା ପରେ[୧] ବଲିଉଡରେ କାମ କରିବାର ସୁଯୋଗ ପାଇଥିଲେ ଏବଂ କାୟାମତ: ସିଟି ଅଣ୍ଡର ଥ୍ରେଟ (୨୦୦୩) ଚଳଚ୍ଚିତ୍ରରେ ଅଭିନୟ କରିଥିଲେ।
୨୦୦୫ ମସିହାରେ ମୁକ୍ତି ପାଇଥିବା ତାଙ୍କର ହାସ୍ୟରସାତ୍ମକ ଚଳଚ୍ଚିତ୍ର କ୍ୟା କୁଲ୍ ହେ ହମ୍ ବ୍ୟବସାୟିକ ଭାବେ ସଫଳ ହୋଇଥିଲା। ଶୁଟଆଉଟ୍ ଏଟ୍ ଲୋଖଣ୍ଡୱାଲା (୨୦୦୭) ମଧ୍ୟ ଲୋକପ୍ରିୟ ଓ ବ୍ୟବସାୟିକ ଭାବେ ସଫଳ ହୋଇଥିଲା। ସେହି ବର୍ଷ ମୁକ୍ତି ପାଇଥିବା ଦସ୍ କାହାନିୟା ଚଳଚ୍ଚିତ୍ରରେ ମଧ୍ୟ ତାଙ୍କର ଅଭିନୟ ପ୍ରଶଂସା ପାଇଥିଲା।
୨୦୦୫ ମସିହାର ଜୁଲି ଓ ସୀସା ଚଳଚ୍ଚିତ୍ରରେ ଅଭିନୟ କରି ସେ ଦର୍ଶକଙ୍କ ଆକର୍ଷଣ ହାସଲ କରିଥିଲେ। ୨୦୦୬ ମସିହାର ଚୁପ୍ ଚୁପ୍ କେ ଚଳଚ୍ଚିତ୍ରରେ ସେ ସହାୟକ ଭୂମିକାରେ ଅଭିନୟ କରିଥିଲେ। ତାଙ୍କର ଗରମ ମସଲା (୨୦୦୫) ଚଳଚ୍ଚିତ୍ରର ମ୍ୟାଗି ଭୂମିକା ଓ ଦେ ଦନା ଦନ (2009) ର ଅନୁ ଚୋପ୍ରା ଭୂମିକା ମଧ୍ୟ ଉଲ୍ଲେଖନୀୟ।
୨୦୨୧ ମସିହାର ୧୫ ଅକ୍ଟୋବରରେ ମୁକ୍ତି ପାଇଥିବା ସାନାକ ଚଳଚ୍ଚିତ୍ରରେ ସେ ଜଣେ ପୋଲିସ୍ ଅଧିକାରୀ ଭୂମିକାରେ ଅଭିନୟ କରିଥିଲେ। ଏହି ଚଳଚ୍ଚିତ୍ରର ପ୍ରମୁଖ ଭୂମିକାରେ ବିଦ୍ୟୁତ୍ ଜାମୱାଲ ଓ ରୁକ୍ମିଣୀ ମୈତ୍ରା ଅଭିନୟ କରିଥିଲେ।
ପ୍ରାରମ୍ଭିକ ଜୀବନ
[ସମ୍ପାଦନା]ନେହା ଧୁପିଆ ୧୯୮୦ ମସିହାରେ କୋଚି ସହରରେ ଜଣେ ସିଖ ପରିବାରରେ ଜନ୍ମଗ୍ରହଣ କରିଥିଲେ।[୨] ତାଙ୍କ ପିତା ପ୍ରଦୀପ ସିଂହ ଧୁପିଆ ଭାରତୀୟ ନୌସେନାରେ କମାଣ୍ଡର ପଦବୀର ଅଧିକାରୀ ଥିଲେ ଓ ମାତା ମନପିନ୍ଦର ବାବ୍ଲି ଜଣେ ଗୃହିଣୀ ଥିଲେ। ସେ ପ୍ରଥମେ ନେଭି ପବ୍ଲିକ୍ ସ୍କୁଲ୍ ଏବଂ ପରେ ଦିଲ୍ଲୀର ଧୌଲା କୁଆନର ଆର୍ମି ପବ୍ଲିକ୍ ସ୍କୁଲ୍ରେ ପଢ଼ିଥିଲେ।[2] ପରେ ସେ ଦିଲ୍ଲୀର ଜିସସ୍ ଏଣ୍ଡ ମେରି କଲେଜରେ ଇତିହାସ ବିଷୟରେ ପଢ଼ି ଅନର୍ସ ଡିଗ୍ରୀ ଅର୍ଜନ କରିଥିଲେ।[୩]
୨୦୧୮ ମସିହାର ୧୦ ମେ ତାରିଖରେ ସେ ତାଙ୍କର ନିକଟତମ ବନ୍ଧୁ ଅଙ୍ଗଦ ବେଦୀଙ୍କ ସହ ବିବାହ କରିଥିଲେ।[୪]
ଆଧାର
[ସମ୍ପାଦନା]- ↑ "Neha Dhupia Movies and Shows – Apple TV". Apple TV (in କାନାଡିୟ ଇଂରାଜୀ). Retrieved 2026-03-07.
{{cite web}}: no-break space character in|website=at position 6 (help) - ↑ "10 bollywood celebrities who graduated from DU". India Today (in ଇଂରାଜୀ). 2016-02-17. Retrieved 2026-03-08.
- ↑ "10 bollywood celebrities who graduated from DU". India Today (in ଇଂରାଜୀ). 2016-02-17. Retrieved 2026-03-08.
- ↑ "Neha Dhupia and Angad Bedi are wife and husband now. See pics from wedding". Hindustan Times (in ଇଂରାଜୀ). 2018-05-10. Retrieved 2026-03-08.
| ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |