Jump to content

ନେତ୍ରଗୁହା କମ୍ପାର୍ଟମେଣ୍ଟ ସିଣ୍ଡ୍ରୋମ

ଉଇକିପିଡ଼ିଆ‌ରୁ
ନେତ୍ରଗୁହା କମ୍ପାର୍ଟମେଣ୍ଟ ସିଣ୍ଡ୍ରୋମ
Retrobulbar bleeding resulting in orbital compartment syndrome[]
ବିଭାଗEmergency medicine, ophthalmology
ଲକ୍ଷଣDecreased vision, bulging of the eye, double vision, pain, firm eye[]
କାରଣRetrobulbar bleeding, infection, cancer, burns, air[][]
ରୋଗ ନିର୍ଣ୍ଣୟ ପଦ୍ଧତିBased on symptoms, supported by medical imaging[]
ଚିକିତ୍ସାLateral canthotomy[]
ପୁନଃପୌନିକRare[]

ନେତ୍ରଗୁହା କମ୍ପାର୍ଟମେଣ୍ଟ ସିଣ୍ଡ୍ରୋମ ବା ଅର୍ବିଟାଲ୍ କମ୍ପାର୍ଟମେଣ୍ଟ୍ ସିଣ୍ଡ୍ରୋମ୍ (OCS) ହେଉଛି ନେତ୍ରଗୁହାର ଏକ ଲକ୍ଷଣପୁଞ୍ଜ ଯେଉଁଥିରେ ଦ୍ରୁତ ଚାପ ବୃଦ୍ଧି ହୁଏ ।[] ଏହାର ଲକ୍ଷଣ ମଧ୍ୟରେ ଦୃଷ୍ଟିଶକ୍ତି ହ୍ରାସ, ଆଖି ଫୁଲିବା, ଦୈତ ଦୃଷ୍ଟି ଏବଂ ଯନ୍ତ୍ରଣା ହୋଇପାରେ ।[] ଏଥିରେ ସାଧାରଣତଃ ଏକ ବିସ୍ତାରିତ ଅଣ-ପ୍ରତିକ୍ରିୟାଶୀଳ ପିତୁଳା ଥାଏ ଯାହାକୁ ସ୍ପର୍ଶ କରିବାକୁକଲେ ଦୃଢ଼ ଲାଗେ । [] [] ଚିକିତ୍ସା ବିହୁନେ ଏହାର ଜଟିଳତାରେ ଅନ୍ଧତ୍ୱ ପ୍ରାପ୍ତି ହୋଇପାରେ ।[]

ଆଘାତ କିମ୍ବା ଆଖି ଅସ୍ତ୍ରୋପଚାର ଜନିତ ରେଟ୍ରୋବଲବାର ରକ୍ତସ୍ରାବ ହେଉଛି ଏହାର ଆପେକ୍ଷିକ ସାଧାରଣ କାରଣ ।[] । ଅନ୍ୟାନ୍ୟ କାରଣ ମଧ୍ୟରେ ସଂକ୍ରମଣ, କର୍କଟ ରୋଗ, ପୋଡ଼ାଜଳା ଏବଂ ଆଖି ପଛରେ ପବନ ଅନ୍ତର୍ଭୁକ୍ତ ହୋଇପାରେ । [] [] ଲକ୍ଷଣ ଏବଂ ଆଖି ଭିତରର ଚାପ (IOP) ଉପରେ ନିର୍ଭର କରି ରୋଗ ନିର୍ଣ୍ଣୟ କରାଯାଏ ଯଦିଓ ଅସ୍ପଷ୍ଟ କ୍ଷେତ୍ରରେ ମେଡିକାଲ୍ ଇମେଜିଂ ଦ୍ୱାରା ସମର୍ଥିତ ହୋଇପାରେ ।[] [] [] ୪୦ ମିମିମରୁ ଅଧିକ ଆଇଓପି ଥିଲେ ସାଧାରଣତଃ ଚାପମୁକ୍ତ ବା ଡିକମ୍ପ୍ରେସନ କରିବା ଆବଶ୍ୟକ ହୁଏ ।[]

ପାର୍ଶ୍ଵିକ କାନ୍ଥୋଟୋମି ଅସ୍ତ୍ରୋପଚାର ସାହାଯ୍ୟରେ ଏହାର ଚିକିତ୍ସା କରାଯାଏ ।[] ଦୃଷ୍ଟି ସମସ୍ୟା ଥିଲେ ରୋଗ ନିର୍ଣ୍ଣୟ ସନ୍ଦେହ ହେବା ମାତ୍ରେ ଏହା କରାଯିବା ଉଚିତ ।[] ଯଦିଓ ଏହି ଅବସ୍ଥା ଆରମ୍ଭ ହେବା ମାତ୍ରେ ଅସ୍ତ୍ରୋପଚାର ଶୀଘ୍ର କରିବା ସାଧାରଣତଃ ସର୍ବୋତ୍ତମ, ବିଳମ୍ବରେ ଦୃଷ୍ଟି ପୁନରୁଦ୍ଧାର ଘଟଣା ରିପୋର୍ଟ ମଧ୍ୟ କରାଯାଇଛି ।[]

ଅର୍ବିଟାଲ୍ କମ୍ପାର୍ଟମେଣ୍ଟ୍ ସିଣ୍ଡ୍ରୋମ୍ ବହୁତ କମ୍ ଦେଖାଯାଏ ।[] [] ଏହା ପ୍ରଥମେ ୧୯୫୦ ମସିହାରେ ଗୋର୍ଡୋନ ଏବଂ ମ୍ୟାକରେ ଦ୍ୱାରା ନିର୍ଣ୍ଣୟ କରାଯାଇଥିଲା ।[]

  1. Ballard, SR; Enzenauer, RW; O'Donnell, T; Fleming, JC; Risk, G; Waite, AN (2009). "Emergency lateral canthotomy and cantholysis: a simple procedure to preserve vision from sight threatening orbital hemorrhage". Journal of special operations medicine : a peer reviewed journal for SOF medical professionals. 9 (3): 26–32. PMID 19739474.
  2. ୨.୦୦ ୨.୦୧ ୨.୦୨ ୨.୦୩ ୨.୦୪ ୨.୦୫ ୨.୦୬ ୨.୦୭ ୨.୦୮ ୨.୦୯ McCallum, E; Keren, S; Lapira, M; Norris, JH (2019). "Orbital Compartment Syndrome: An Update With Review Of The Literature". Clinical ophthalmology (Auckland, N.Z.). 13: 2189–2194. doi:10.2147/OPTH.S180058. PMID 31806931.{{cite journal}}: CS1 maint: unflagged free DOI (link)
  3. ୩.୦ ୩.୧ ୩.୨ ୩.୩ ୩.୪ Smith, Hamish. "Orbital compartment syndrome | Radiology Reference Article | Radiopaedia.org". Radiopaedia. Archived from the original on 22 October 2020. Retrieved 26 March 2021.
  4. ୪.୦ ୪.୧ ୪.୨ ୪.୩ ୪.୪ Desai, NM; Shah, Su (January 2021). "Lateral Orbital Canthotomy". StatPearls. PMID 32491408.
  5. ୫.୦ ୫.୧ "Orbital Compartment Syndrome: Pearls and Pitfalls for the ED Physician". REBEL EM - Emergency Medicine Blog. 26 October 2020. Archived from the original on 28 February 2021. Retrieved 26 March 2021.
  6. ୬.୦ ୬.୧ Murali, Shyam; Davis, Courtney; McCrea, Michael J.; Plewa, Michael C. (April 2021). "Orbital compartment syndrome: Pearls and pitfalls for the emergency physician". Journal of the American College of Emergency Physicians Open. 2 (2). doi:10.1002/emp2.12372.