Jump to content

ନୁନାନ ସିଣ୍ଡ୍ରୋମ

ଉଇକିପିଡ଼ିଆ‌ରୁ
ନୁନାନ ସିଣ୍ଡ୍ରୋମ (Noonan syndrome)
Male Turner syndrome, Noonan-Ehmke syndrome, Turner-like syndrome, Ullrich-Noonan syndrome[]
ନୁନାନ ସିଣ୍ଡ୍ରୋମ ରୋଗ‌ଗ୍ରସ୍ତ ବାର ବର୍ଷର ଝିଅ । ୱେବ ବେକ, ବଙ୍କା ମେରୁଦଣ୍ଡ ସ‌ହିତ ବଙ୍କା ପଞ୍ଜରା ଅସ୍ଥି
ବିଭାଗମେଡିକାଲ ଜେନେଟିକ (Medical genetics), ଶିଶୁ ରୋଗ ବିଜ୍ଞାନ (pediatrics)
ଲକ୍ଷଣଅସାଧାରଣ ମୁଖମଣ୍ଡଳ , କମ୍ ଉଚ୍ଚତା, ଆଜନ୍ମ ହୃତ୍‌ପିଣ୍ଡ ରୋଗ (congenital heart disease), ରକ୍ତସ୍ରାବ ସମସ୍ୟା, ତୃଟିପୁର୍ଣ୍ଣ ଅସ୍ଥି []
ଆକ୍ରାନ୍ତ ସମୟଜନ୍ମରୁ[]
କାରଣମ୍ୟୁଟେସନ (Genetic mutation) ଅଟୋସୋମାଲ ଡୋମିନାଣ୍ଟ (autosomal dominant)[]
ରୋଗ ନିର୍ଣ୍ଣୟ ପଦ୍ଧତିଲକ୍ଷଣ ଦେଖି ସନ୍ଦେହ ଓ ଜେନେଟିକ ଟେଷ୍ଟିଙ୍ଗ (genetic testing) କରି ନିଶ୍ଚିତ କରାଯାଏ ।[][]
ସଠିକ ରୋଗ ନିର୍ଣ୍ଣୟCardiofaciocutaneous syndrome, Turner syndrome, Costello syndrome, neurofibromatosis type 1[][]
ଔଷଧଗ୍ରୋଥ ହରମୋନ (Growth hormone)[]
ଚିକିତ୍ସାଲକ୍ଷଣ ଅନୁଯାୟୀ ଚିକିତ୍ସା []
Prognosisହୃତ୍‌ପିଣ୍ଡ ସମସ୍ୟାର ପ୍ରକୋପ ଅନୁସାରେ ବିବେଚନା କରାଯାଏ । []
ପୁନଃପୌନିକ୧- ୧୦୦, ୨୦୦୦ ସାଂଘାତିକ ରୋଗରୁ ଗୋଟିଏ (1 in 2,000 severe disease)[]
Patient UKନୁନାନ ସିଣ୍ଡ୍ରୋମ (Noonan syndrome)

ନୁନାନ ସିଣ୍ଡ୍ରୋମ (Noonan syndrome ବା NS) ଏକ ପ୍ରକାର ଜେନେଟିକ ରୋଗ (genetic disorder) ଯେଉଁଥିରେ ଅସାଧାରଣ ମୁଖମଣ୍ଡଳ , କମ୍ ଉଚ୍ଚତା, ଆଜନ୍ମ ହୃତ୍‌ପିଣ୍ଡ ରୋଗ (congenital heart disease), ରକ୍ତସ୍ରାବ ସମସ୍ୟା (bleeding problems), ତୃଟିପୁର୍ଣ୍ଣ ଅସ୍ଥି ଇତ୍ୟାଦି ଲକ୍ଷଣ ଦେଖାଯାଏ ।[] ମୁଖ ମଣ୍ଡଳରେ ଦୁଇ ଆଖି ମଧ୍ୟରେ ଅଧିକ ଦୂରତା, ହାଲୁକା ରଙ୍ଗର ଆଖି, କାନ ନିମ୍ନ ଦେଶରେ, ଛୋଟ ବେକ ଓ ଛୋଟ ଥୋଡ଼ି ରହୁଥିବା ଦେଖାଯାଏ ।[] ରୋଗୀର ପଲମୋନାରି ଭଲ୍ଭ ସ୍ଟେନୋସିସ (pulmonary valve stenosis) ଥାଇପାରେ ।[] ଛାତି ହାଡ଼ (breast bone) ସାମନାକୁ (protruding) ବା ପଛକୁ (sunk) ଥାଇପାରେ ଓ ବକ୍ର ମେରୁଦଣ୍ଡ ମଧ୍ୟ ଥାଇପାରେ । [] ଏମାନଙ୍କ ବୁଦ୍ଧି ସାଧାରଣ ଥାଏ ।<rene ne napoli brummutations]]) ହୋଇପାରେ ।[] ଏହା ବଂଶଗତ ଭାବରେ (inherited from a person's parents) ବା ନୂଆ ମ୍ୟୁଟେସନ ହୋଇ ବାହାରେ ।[] ଏହା ଅଟୋସୋମାଲ ଡୋମିନାଣ୍ଟ (autosomal dominant) ଅଟେ ।[] ଲକ୍ଷଣ ଦେଖି ସନ୍ଦେହ କରାଯାଏ, ମେଡିକାଲ ଇମେଜିଙ୍ଗ (medical imaging) ଓ ରକ୍ତ ପରୀକ୍ଷା କରି ନିଶ୍ଚିତ କରାଯାଏ ।[][] ଜେନେଟିକ ଟେଷ୍ଟିଙ୍ଗ (genetic testing) କରି ରୋଗ ସୁନିଶ୍ଚିତ କରାଯାଏ ।[]

ଅଦ୍ୟାବଧି ନୁନାନ ଆରୋଗ୍ୟସାଧ୍ୟ ନୁହେଁ ।[] ଲକ୍ଷଣ ଓ ଅନ୍ତର୍ନିହିତ ସମସ୍ୟା ଅନୁସାରେ ଚିକିତ୍ସା କରାଯାଏ ।[] ସ୍କୁଲରେ ବିଶେଷ ସାହାଯ୍ୟ ଦରକାର ହୁଏ ।[] ପିଲାବେଳେ ଗ୍ରୋଥ ହରମୋନ (Growth hormone) ଦେଲେ ଅବଶେଷରେ ଉଚ୍ଚତା ବ‌ହୁତ ବଢ଼ିଯାଏ ।[] ହୃତ୍‌ପିଣ୍ଡ ସମସ୍ୟା ଅନୁସାରେ ଦୀର୍ଘକାଳୀନ ଫଳାଫଳ ସ୍ଥିରିକୃତ ହୁଏ । []

ହିସାବ ଅନୁସାରେ ପ୍ରତି ୧୦୦ ଲୋକରେ ଜଣେ ଏହି ରୋଗରେ ସାମାନ୍ୟ ଭାବରେ ଆକ୍ରାନ୍ତ ହୁଅନ୍ତି ଓ ପ୍ରତି ୨୦୦୦ ଲୋକରେ ଜଣେ ଅଧିକ ସାଂଘାତିକ ଭାବରେ ରୋଗାକ୍ରାନ୍ତ ହୁଅନ୍ତି ।[] ମହିଳାଙ୍କ ଅପେକ୍ଷା ପୁରୁଷମାନେ ଅଧକ ଆକ୍ରାନ୍ତ ହୁଅନ୍ତି ।[] ଏହି ବିଷୟ ପ୍ରଥମେ ସନ ୧୮୮୩ରେ ବର୍ଣ୍ଣନା କରାଯାଇଥିଲା ଓ ସନ ୧୯୬୩ରେ ଏହା ବିଷୟରେ ଅଧିକ ଅନୁଶୀଳନ କରିଥିବା ଜାକେଲିନ ନୁନାନଙ୍କ (Jacqueline Noonan) ନାମାନୁସାରେ ଏହାର ନାମକରଣ କରାଯାଇଛି । []

  1. 1 2 3 4 5 6 7 8 9 "Noonan syndrome". Genetics Home Reference (in ଇଂରାଜୀ). Retrieved 24 December 2018.
  2. 1 2 3 4 5 6 7 "Noonan Syndrome". NORD (National Organization for Rare Disorders). 2016. Retrieved 24 December 2018.
  3. 1 2 3 4 Bhambhani, V; Muenke, M (1 January 2014). "Noonan syndrome". American Family Physician. 89 (1): 37–43. PMC 4099190. PMID 24444506.
  4. 1 2 3 4 5 6 7 8 9 "Noonan syndrom". Genetic and Rare Diseases Information Center (GARD) – an NCATS Program. Retrieved 25 December 2018.
  5. "Noonan Syndrome - Children's Health Issues". Merck Manuals Consumer Version. Retrieved 25 December 2018.

ବାହ୍ୟ ଲିଙ୍କ

[ସମ୍ପାଦନା]
ଶ୍ରେଣୀବିଭାଗ
ବାହାର ଉତ୍ସ