Jump to content

ନୀଳିମା ଶେଖ

ଉଇକିପିଡ଼ିଆ‌ରୁ
ନୀଳିମା ଶେଖ
ଜନ୍ମଛାଞ୍ଚ:Birth date and age text
ଶିକ୍ଷାନୁଷ୍ଠାନ
ପ୍ରସିଦ୍ଧିPainting
ବୈବାହିକ-ସାଥୀGulam Mohammed Sheikh

ନୀଲିମା ଶେଖ (ଜନ୍ମ ୧୮ ନଭେମ୍ବର ୧୯୪୫) ଭାରତର ବଡୋଦା (ବରୋଦା) ଆଧାରିତ ଜଣେ ଭିଜୁଆଲ୍ ଚିତ୍ରଶୀଳ୍ପି । ୧୯୮୦ ଦଶକର ମଧ୍ୟଭାଗରୁ ଶେଖ ଭାରତର ପାରମ୍ପରିକ କଳାରୂପ ସମ୍ପର୍କରେ ବ୍ୟାପକ ଗବେଷଣା କରିଆସୁଛନ୍ତି।[] ତାଙ୍କ କୃତିର ମୁଖ୍ୟ ବିଷୟବସ୍ତୁ ହେଉଛି ବିସ୍ଥାପନ, ଆକାଂକ୍ଷା, ଐତିହାସିକ ପରମ୍ପରା, ପାରମ୍ପରିକତା, ସାମ୍ପ୍ରଦାୟିକ ହିଂସା ଓ ନାରୀତ୍ୱର ଧାରଣା।[][] ସେ ୧୯୬୯ ମସିହାରୁ ନିଜ କଳାକୃତି ପ୍ରଦର୍ଶନ ଆରମ୍ଭ କରିଥିଲେ ଏବଂ ବହୁ ଦଳୀୟ ପ୍ରଦର୍ଶନୀରେ ଅଂଶଗ୍ରହଣ କରିଛନ୍ତି; ସବୁଠାରୁ ସଦ୍ୟତମ ୨୦୧୭ ମସିହାରେ ଆଥେନ୍ସ ଓ କାସେଲରେ ଆୟୋଜିତ ଡକ୍ୟୁମେଣ୍ଟା ୧୪ ରେ ଯୋଗଦେଇଥିଲେ। ତାଙ୍କ ପ୍ରଥମ ସଂଗ୍ରହାଳୟ ପ୍ରଦର୍ଶନୀ ୨୦୧୪ ମସିହାରେ ଦ ଆର୍ଟ ଇନ୍ସ୍ଟିଟ୍ୟୁଟ ଅଫ୍ ଶିକାଗୋ ଦ୍ୱାରା ଆୟୋଜିତ ହୋଇଥିଲା।[]

ପ୍ରାରମ୍ଭିକ ଜୀବନ ଓ ଶିକ୍ଷା

[ସମ୍ପାଦନା]

ନୀଲିମା ଶେଖଙ୍କ ଜନ୍ମ ୧୮ ନଭେମ୍ବର ୧୯୪୫ ରେ ନୂଆଦିଲ୍ଲୀରେ ହୋଇଥିଲା।[] ସେ ୧୯୬୨ ରୁ ୧୯୬୫ ପର୍ଯ୍ୟନ୍ତ ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ଇତିହାସ ଅଧ୍ୟୟନ କରିଥିଲେ ଏବଂ ୧୯୭୧ ମସିହାରେ ବଡୋଦାର ମହାରାଜା ସୟାଜୀରାଓ ବିଶ୍ୱବିଦ୍ୟାଳୟର ଫାକଲ୍ଟି ଅଫ୍ ଫାଇନ୍ ଆର୍ଟସ୍‌ରୁ ମାଷ୍ଟର ଅଫ୍ ଫାଇନ୍ ଆର୍ଟସ୍ (ଏମ୍‌.ଏଫ୍‌.ଏ.) ଡିଗ୍ରୀ ଅର୍ଜନ କରିଥିଲେ।[] ତାଙ୍କୁ କନ୍ୱଲ କୃଷ୍ଣ, ଦେବ୍ୟାନୀ କୃଷ୍ଣ ଓ କେ. ଜି. ସୁବ୍ରମଣ୍ୟନ ଭଳି କଳାକାରମାନେ ପ୍ରଭାବିତ କରିଥିଲେ। ସେ ଶାନ୍ତିନିକେତନର ପୁରାତନ କଳା ପରୀକ୍ଷଣ, ବଡୋଦାରେ କଳାଇତିହାସକୁ ଦିଆଯାଇଥିବା ଗୁରୁତ୍ୱ ଏବଂ ନିଜର ପ୍ରାରମ୍ଭିକ ଇତିହାସ ଶିକ୍ଷାକୁ ମୁଖ୍ୟ ପ୍ରଭାବ ବୋଲି ଉଲ୍ଲେଖ କରିଛନ୍ତି।[]

ଶେଖ ପ୍ରଥମେ ପଶ୍ଚିମୀ ଶୈଳୀର ତେଲ ଚିତ୍ରକଳାରେ ପ୍ରଶିକ୍ଷଣ ନେଇଥିଲେ, କିନ୍ତୁ ପରେ ଏସିଆର ଐତିହାସିକ ଚିତ୍ରପରମ୍ପରା ପ୍ରତି ରୁଚି ହେତୁ ସ୍ୱୟଂଶିକ୍ଷିତ ମିନିଏଚର୍ ଚିତ୍ରକର ଭାବେ ପରିବର୍ତ୍ତିତ ହେଲେ।[8] ସେ ପ୍ରାଚୀନ ରାଜପୁତ ଓ ମୁଘଲ ଦରବାରୀ ଚିତ୍ରଶୈଳୀ, ବିଶେଷକରି ପିଚୱାଇ ଓ ଥାଙ୍କା ପରି ପାରମ୍ପରିକ ଟେମ୍ପେରା ଚିତ୍ରକଳାରୁ ମଧ୍ୟ ପ୍ରଭାବିତ ହୋଇଥିବା କହିଛନ୍ତି।[]

କାର୍ଯ୍ୟଜୀବନ

[ସମ୍ପାଦନା]

୧୯୮୭–୮୯ ମଧ୍ୟରେ ନୀଲିମା ଶେଖ ତାଙ୍କ ସମକାଳୀନ କଳାକାର ନଳିନୀ ମଲାନୀ, ମାଧବୀ ପାରେଖ ଓ ଅର୍ପିତା ସିଂହଙ୍କ ସହ ‘ଥ୍ରୁ ଦ ଲୁକିଙ୍ଗ୍ ଗ୍ଲାସ୍’ ନାମକ ପ୍ରଦର୍ଶନୀ ଆୟୋଜନ ଓ ଅଂଶଗ୍ରହଣ କରିଥିଲେ। ଚାରିଜଣ କଳାକାରଙ୍କ କୃତି ସମ୍ମିଳିତ ଏହି ପ୍ରଦର୍ଶନୀ ଭାରତର ପାଞ୍ଚଟି ଅବ୍ୟବସାୟିକ ସ୍ଥାନରେ ପ୍ରଦର୍ଶିତ ହୋଇଥିଲା। ୧୯୭୯ ମସିହାରେ ନ୍ୟୁୟର୍କର AIR ଗ୍ୟାଲେରୀ (ଯୁକ୍ତରାଷ୍ଟ୍ରର ପ୍ରଥମ ସମ୍ପୂର୍ଣ୍ଣ ମହିଳା କଳାକାର ସହକାରୀ ଗ୍ୟାଲେରୀ)ରେ ନ୍ୟାନ୍ସି ସ୍ପେରୋ, ମେ ସ୍ଟିଭେନ୍ସ ଓ ଆନା ମେଣ୍ଡିଏଟାଙ୍କ ସହ ସାକ୍ଷାତକାରରୁ ପ୍ରେରିତ ହୋଇ ନଳିନୀ ମଲାନୀ କେବଳ ମହିଳା କଳାକାରମାନଙ୍କ କୃତି ସହିତ ଏକ ପ୍ରଦର୍ଶନୀ ଆୟୋଜନର ପରିକଳ୍ପନା କରିଥିଲେ, କିନ୍ତୁ ଆଗ୍ରହ ଓ ସମର୍ଥନର ଅଭାବରୁ ସେହି ପରିକଳ୍ପନା ସାକାର ହୋଇନଥିଲା।[]

ପ୍ରଦର୍ଶନୀ

[ସମ୍ପାଦନା]

ତାଙ୍କ ସ୍ୱୟଂ ପ୍ରଦର୍ଶନୀମାନଙ୍କ ମଧ୍ୟରେ ଟେରେନ୍: କ୍ୟାରିଂ ଅକ୍ରସ୍, ଲିଭିଂ ବିହାଇଣ୍ଡ, ଗ୍ୟାଲେରୀ କେମୋଲ୍ଡ, ମୁମ୍ବାଇ (୨୦୧୭); “ଇଚ୍ ନାଇଟ୍ ପୁଟ୍ କାଶ୍ମୀର୍ ଇନ୍ ୟୋର୍ ଡ୍ରିମ୍ସ,” କେମୋଲ୍ଡ ପ୍ରେସକଟ୍ ରୋଡ୍, ମୁମ୍ବାଇ (୨୦୧୦); ଲଳିତ କଳା ଆକାଦେମୀ, ନୂଆଦିଲ୍ଲୀ (୨୦୧୦); ଦ ଆର୍ଟ ଇନ୍ସ୍ଟିଟ୍ୟୁଟ ଅଫ୍ ଶିକାଗୋ (୨୦୧୪); ଏବଂ ଡ୍ରଅଇଂ ଟ୍ରେଲ୍ସ, ଗ୍ୟାଲେରୀ ଏସ୍ପାସ୍, ଦିଲ୍ଲୀ (୨୦୦୯) ଅନ୍ତର୍ଭୁକ୍ତ।[୧୦]

ଦଳୀୟ ପ୍ରଦର୍ଶନୀମାନଙ୍କ ମଧ୍ୟରେ ଡକ୍ୟୁମେଣ୍ଟା ୧୪, ଆଥେନ୍ସ ଓ କାସେଲ (୨୦୧୭); ରିଭିଜିଟିଂ ବ୍ୟୁଟି, ଗ୍ୟାଲେରୀ ଥ୍ରେସହୋଲ୍ଡ, ନୂଆଦିଲ୍ଲୀ (୨୦୧୬); ୪୮ତମ ବାର୍ଷିକ ପ୍ରଦର୍ଶନୀ ୨୦୧୫, ବିର୍ଲା ଆକାଦେମୀ ଅଫ୍ ଆର୍ଟ ଏଣ୍ଡ କଲ୍ଚର, କଲକାତା (୨୦୧୫); ଏସ୍ଥେଟିକ୍ ବାଇଣ୍ଡ | ଫ୍ଲୋଟିଂ ୱର୍ଲ୍ଡ, କେମୋଲ୍ଡ ପ୍ରେସକଟ୍ ରୋଡ୍, କୋଲାବା (୨୦୧୪); ଟଚ୍ଡ ବାଇ ଭୂପେନ୍, ଗାଲେରୀ ମିର୍ଚ୍ଚାନ୍ଦାନୀ + ଷ୍ଟାଇନରୁଏକେ, କୋଲାବା (୨୦୧୩); ଏବଂ ଟ୍ରେସିଂ ଟାଇମ୍ – ୱର୍କସ୍ ଅନ୍ ପେପର୍, ବୋଧି ଆର୍ଟ, ମୁମ୍ବାଇ (୨୦୦୯) ଅନ୍ତର୍ଭୁକ୍ତ।[୧୧]

୨୦୧୮ ମସିହାରେ ହଙ୍କଙ୍ଗର ଏସିଆ ଆର୍ଟ ଆର୍କାଇଭ୍ ତାଙ୍କ ସଂଗ୍ରହରୁ “ଲାଇନ୍ସ ଅଫ୍ ଫ୍ଲାଇଟ୍: ନୀଲିମା ଶେଖ ଆର୍କାଇଭ୍” ନାମକ ପ୍ରଦର୍ଶନୀ ଆୟୋଜନ କରିଥିଲା। ଏହି ପ୍ରଦର୍ଶନୀରେ ଭ୍ରମଣକୁ ଗବେଷଣା ପ୍ରକ୍ରିୟା ଓ ଶିଳ୍ପ କୌଶଳ ଭାବେ ଦେଖାଯାଇଛି, ଯାହା ମାଧ୍ୟମରେ ସେ ଜାତୀୟ ସୀମା ପାରକରି ଭୌତିକ ସଂସ୍କୃତି ଓ ଇତିହାସକୁ ପୁନଃବ୍ୟାଖ୍ୟା କରିଛନ୍ତି।

୨୦୧୭ ମସିହାରେ ତାଙ୍କ କୃତି ଗ୍ରୀସର ଆଥେନ୍ସ ଓ ଜର୍ମାନୀର କାସେଲରେ ଆୟୋଜିତ ଡକ୍ୟୁମେଣ୍ଟା ୧୪ ରେ ପ୍ରଦର୍ଶିତ ହୋଇଥିଲା।[୧୨]

୨୦୨୦ ଢାକା ଆର୍ଟ ସମିଟ୍ ପାଇଁ ଶେଖ ତାଙ୍କ ସବୁଠାରୁ ବୃହତ୍ତମ ଭିତ୍ତିଚିତ୍ରମାନଙ୍କ ମଧ୍ୟରୁ ଗୋଟିଏ ‘ବିଏଣ୍ଡ ଲସ୍’ ସୃଷ୍ଟି କରିଥିଲେ।[୧୩]

  1. Archive, Asia Art. "Exhibition | Nilima Sheikh". aaa.org.hk (in ଇଂରାଜୀ). Archived from the original on 2018-03-31. Retrieved 2026-02-12.
  2. "Nilima Sheikh «  KHOJ". khojworkshop.org. Archived from the original on 2020-09-19. Retrieved 2026-02-12.
  3. "Capturing the nuances of artist Nilima Sheikh's practice". www.theartstrust.com. Archived from the original on 2018-08-08. Retrieved 2026-02-12.
  4. Parikh, Rachel (2014-03-20). "Trouble in Paradise: A Tribute to Kashmir in Chicago". Apollo Magazine (in ଇଂରାଜୀ). Retrieved 2026-02-12.
  5. "Sheikh, Nilima". oxfordartonline.com/. Retrieved 13 February 2026.
  6. "Nilima Sheikh". Saffronart. Retrieved 2026-02-13.
  7. "An Artistic Journey with Nilima Sheikh". iDiva (in Indian English). 2016-05-05. Retrieved 2026-02-13.
  8. "Conversations with Traditions: Nilima Sheikh and Shahzia Sikander | Asia Society". asiasociety.org (in ଇଂରାଜୀ). 2017-07-25. Retrieved 2026-02-13.
  9. Rix, Juliet. "Nalini Malani – interview: 'The future is female. There is no other way'". www.studiointernational.com (in ଇଂରାଜୀ). Archived from the original on 2025-01-21. Retrieved 2026-02-13.
  10. "Saffronart-'Drawing Trails' by Nilima Sheikh". www.saffronart.com. Archived from the original on 2018-06-12. Retrieved 2026-02-13.
  11. "Galerie Mirchandani + Steinruecke". www.galeriems.com. Archived from the original on 2018-08-05. Retrieved 2026-02-13.
  12. "Nilima Sheikh". www.documenta14.de (in ଇଂରାଜୀ). Retrieved 2026-02-13.
  13. Artishock (2020-02-11). "Seismic Movements.dhaka Art Summit 2020". Artishock Revista (in ସ୍ପାନିସ୍‌). Retrieved 2026-02-13.