Jump to content

ନୀଳାଦ୍ରି ଭୂଷଣ ହରିଚନ୍ଦନ

ଉଇକିପିଡ଼ିଆ‌ରୁ
ନୀଳାଦ୍ରି ଭୂଷଣ ହରିଚନ୍ଦନ
ଜନ୍ମ(1946-12-04)୪ ଡିସେମ୍ବର ୧୯୪୬
ଜାତୀୟତାଭାରତୀୟ
ଜାତୀୟତାପି.ଏଚ.ଡ଼ି, ଡି.ଲିଟ[]
ବୈବାହିକ-ସାଥୀମୋନା ହରିଚନ୍ଦନ
ସନ୍ତାନନୀଳଲୋହିତ ହରିଚନ୍ଦନ[]
ପିତାମାତାପର୍ଶୁରାମ ହରିଚନ୍ଦନ
ପଦ୍ମାଳୟା ରାୟସିଂହ
ସମ୍ପର୍କୀୟବିଶ୍ୱଭୂଷଣ ହରିଚନ୍ଦନ (ବଡ଼ ଭାଇ)
ପୁରସ୍କାରଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର

ନୀଳାଦ୍ରି ଭୂଷଣ ହରିଚନ୍ଦନ (ଜନ୍ମ: ୪ ଡିସେମ୍ବର ୧୯୪୬)[] ଜଣେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କୃତ ସାହିତ୍ୟିକ ଅଟନ୍ତି । କବିତା, ନାଟକ ଓ ସମାଲୋଚନା ସାହିତ୍ୟରେ ସେ ନିଜ ଲେଖନୀ ଚାଳନା କରନ୍ତି ।[] ବୃତ୍ତିରେ ସେ ଜଣେ ଶିକ୍ଷାବିତ ।[]

ବାଲ୍ୟଜୀବନ ଓ ଶିକ୍ଷା

[ସମ୍ପାଦନା]

ନୀଳାଦ୍ରି ଭୂଷଣ, ୧୯୪୬ ମସିହାରେ ଖୋର୍ଦ୍ଧା ଜିଲ୍ଲାର ବାଣପୁର ବ୍ଲକ ଅନ୍ତର୍ଗତ ଗୋଡ଼ିଝର ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ପର୍ଶୁରାମ ହରିଚନ୍ଦନ ଓ ମାତାଙ୍କ ନାମ ପଦ୍ମାଳୟା ରାୟସିଂହ ଥିଲା । ସେମାନେ ୯ ଭାଇ-ଭଉଣୀ (୫ ଭାଇ ଓ ୪ ଭଉଣୀ) ଥିଲେ । ବିଶ୍ୱଭୂଷଣ ହରିଚନ୍ଦନ ତାଙ୍କର ଅଗ୍ରଜ । ଗାଁ ସ୍କୁଲରୁ ପ୍ରାଥମିକ ଶିକ୍ଷା ସମାପ୍ତ କରି, ସେ ୧୯୬୩ ମସିହାରେ ଗୋଦାବରୀଶ ବିଦ୍ୟାପୀଠରୁ ଏକାଦଶ ଶ୍ରେଣୀ ପାସ କରିଥିଲେ । ତାପରେ ସେ ସାମନ୍ତ ଚନ୍ଦ୍ରଶେଖର ସ୍ୱୟଂଶାସିତ ମହାବିଦ୍ୟାଳୟଖ୍ରୀଷ୍ଟ ମହାବିଦ୍ୟାଳୟରୁ ଓଡ଼ିଆରେ ଅନର୍ସ ରଖି ସ୍ନାତକ ଶିକ୍ଷା ଗ୍ରହଣ କରିଥିଲେ । ୧୯୬୯ ମସିହାରେ ସେ ରେଭେନ୍ସା ମହାବିଦ୍ୟାଳୟରୁ ସ୍ନାତକୋତ୍ତର ଶିକ୍ଷା ସମାପ୍ତ କରିଥିଲେ । ୧୯୭୮ ମସିହାରେ ଓଡ଼ିଆ ନାଟକରେ ଇତିହାସର ପ୍ରତିଧ୍ୱନି ସନ୍ଧର୍ଭରେ ଥେସିସ ଲେଖି ସେ ଉତ୍କଳ ବିଶ୍ୱବିଦ୍ୟାଳୟରୁ ପି.ଏଚ.ଡ଼ି ହାସଲ କରିଥିଲେ । ସେହିପରି ୧୯୯୨ ମସିହାରେ ବିଶ୍ୱଭାରତୀ ବିଶ୍ୱବିଦ୍ୟାଳୟରୁ ସେ ଡି.ଲିଟ ହାସଲ କରିଥିଲେ । ଡି.ଲିଟ ପାଇଁ ତାଙ୍କର ରିସର୍ଚ୍ଚର ବିଷୟବସ୍ତୁ ଥିଲା ଆଧୁନିକ ଓଡ଼ିଆ ନାଟକରେ ବାସ୍ତବ ଓ ଉଦ୍ଭଟ ଚେତନା

ଅଧ୍ୟାପନା

[ସମ୍ପାଦନା]

ରେଭେନ୍ସା ମହାବିଦ୍ୟାଳୟରୁ ସ୍ନାତକୋତ୍ତର ଶିକ୍ଷା ସମାପ୍ତ ହେବାର ୨୦ଦିନ ମଧ୍ୟରେ ୧୯୬୯ ମସିହା ନଭେମ୍ବର ମାସରେ ସେହି ମହାବିଦ୍ୟାଳୟରେ ହିଁ ତାଙ୍କୁ ଓଡ଼ିଆ ଅଧ୍ୟାପକ ଭାବରେ ନିଯୁକ୍ତି ମିଳିଥିଲା । ଦେଢ ବର୍ଷ ରେଭେନ୍ସା ମହାବିଦ୍ୟାଳୟରେ ଅଧ୍ୟାପନା କରିବା ପରେ, ତାଙ୍କର ଭଦ୍ରକ ମହାବିଦ୍ୟାଳୟକୁ ବଦଳି ହେଇଥିଲା । ଭଦ୍ରକରେ କିଛି ବର୍ଷ ଅଧ୍ୟାପନା କରିବାପରେ ତାଙ୍କୁ ବିଶ୍ୱଭାରତୀ ଶାନ୍ତିନିକେତନଠାରେ ଓଡ଼ିଆ ଅଧ୍ୟାପକ ଭାବରେ ନିଯୁକ୍ତି ମିଳିଥିଲା । ସେଠାରେ ୩୬ବର୍ଷ ଅଧ୍ୟାପନା କରିବା ପରେ, ୨୦୧୦ ମସିହାରେ ସେ ଅବସର ଗ୍ରହଣ କରିଥିଲେ ।[]

ରଚନାବଳୀ

[ସମ୍ପାଦନା]

ନୀଳାଦ୍ରି ଭୂଷଣ ସ୍କୁଲ ସମୟରୁ ସାହିତ୍ୟ ରଚନା ଆରମ୍ଭ କରିଥିଲେ । ତାଙ୍କର ୨୦ଟି ସମାଲୋଚନା, ୧୦ଟି କବିତା,[] ୧୦ଟି ଅନୁବାଦ ଓ ୨୫ଟି ନାଟକ ପୁସ୍ତକ ପ୍ରକାଶ ପାଇସାରିଛି । ଏତଦ ଭିନ୍ନ ବିଭିନ୍ନ ଖବରକାଗଜ ଓ ପତ୍ରପତ୍ରିକାରେ ତାଙ୍କର ଲେଖା ନିୟମିତ ଛପା ହୁଏ ।

କବିତା

[ସମ୍ପାଦନା]

ସମ୍ମାନ ଓ ପୁରସ୍କାର

[ସମ୍ପାଦନା]
  • ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ୧୯୯୧ (ଭିନ୍ନ ସମୟ ଭିନ୍ନ ଦୃଷ୍ଟି)[]
  • ଭାନୁଜୀ ରାଓ ସ୍ମାରକୀ ପୁରସ୍କାର, ୨୦୧୦ (ଶ୍ରୀ ଗଂଗାଧର ରଥ ଫାଉଣ୍ଡେସନ୍)[]
  • ପଣ୍ଡିତ ଗୋଦାବରୀଶ ମିଶ୍ର ସମ୍ମାନ (ଶାରଳା ସାହିତ୍ୟ ସଂସଦ)[୧୦]
  • ହରିହର ମହାପାତ୍ର ସ୍ମାରକୀ ନାଟ୍ୟସାହିତ୍ୟ ପୁରସ୍କାର, ୧୯୯୭ (ପ୍ରଜାତନ୍ତ୍ର ପ୍ରଚାର ସମିତି)
  • ଝଙ୍କାର ପୁରସ୍କାର (ପ୍ରଜାତନ୍ତ୍ର ପ୍ରଚାର ସମିତି)
  • ରାମଚନ୍ଦ୍ର ମିଶ୍ର ନାଟକ ସମ୍ମାନ, ୨୦୦୮ (ଉତ୍କଳ ସାହିତ୍ୟ ସମାଜ ପ୍ରଦତ୍ତ)
  • ଭାରତୀୟ ଭାଷା ପରିଷଦ ରଜତ ଜୟନ୍ତୀ ସମ୍ମାନ - ୧୯୯୯
  • ଆକାଶବାଣୀ କଟକ ପୁରସ୍କାର
  • ଜୀବନ ରଙ୍ଗ ପୁରସ୍କାର
  1. Ravi Bhushan (2008). Reference India: biographical-notes about men & women of achievement of today & tomorrow. Rifacimento International.
  2. "Niladri Bhusan Harichandan". prabook.com. prabook.com. Retrieved 2 September 2019.
  3. Reference India. Tradesman & Men India. 2007.
  4. Gopinath Mohanty; Jeeban Kumar Patnaik; Santosha Kumāra Ratha. Cultural Heritage of [Orissa]: Jajpur. State Level Vyasakabi Fakir Mohan Smruti Samsad.
  5. Sahitya Akademi (2005). Annual Report. Sahitya Akademi.
  6. "Chilika Sahitya Samaj holds Visuba Milan". www.dailypioneer.com. daily pioneer. Archived from the original on 2019-09-02. Retrieved 2 September 2019.
  7. "ପ୍ରଫେସର ନୀଳାଦ୍ରିଭୂଷଣ ହରିଚନ୍ଦନଙ୍କ ସ୍ରୃଷ୍ଟି ସମ୍ଭାର" (PDF). pattamundaicollege.ac.in. Archived from the original (PDF) on 28 June 2023. Retrieved 28 March 2021.
  8. "ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କୃତ ପୁସ୍ତକ ଓ ବ୍ୟକ୍ତିତ୍ୱ". odishasahityaakademi.org. ଓଡ଼ିଶା ସାହିତ୍ୟ ଏକାଡେମୀ. Archived from the original on 8 October 2020. Retrieved 2 September 2019.
  9. "ସାହିତ୍ୟିକମାନଙ୍କର ବୃହତ ଦୃଷ୍ଟିଭଙ୍ଗୀ ଜରୁରୀ". www.dharitri.com. ୧୩ ମାର୍ଚ୍ଚ ୨୦୧୧. Archived from the original on ୨୪ ଫେବୃଆରୀ ୨୦୨୧. Retrieved 24 February 2021. {{cite web}}: Check date values in: |date= and |archivedate= (help)
  10. "ପ୍ରଥମ ରୋଜଗାର ଧରିତ୍ରୀ ଛୁଟିଦିନ ସେପ୍ଟେମ୍ବର ୧, ୨୦୧୯". dharitriepaper.in. ଧରିତ୍ରୀ. Retrieved 2 September 2019.