ନୀର୍ଜା ଭନୋଟ ପୁରସ୍କାର
ଦେଖଣା
ନୀର୍ଜା ଭନୋଟ ପୁରସ୍କାର ଭାରତରେ “ଦ ନିର୍ଜା ଭନୋଟ ପାନ୍ ଆମ୍ ଟ୍ରଷ୍ଟ” ଦ୍ୱାରା ପ୍ରତିବର୍ଷ ପ୍ରଦାନ କରାଯାଉଥିବା ଏକ ପୁରସ୍କାର ଅଟେ । ଏହି ପୁରସ୍କାର ସେହି ମହିଳାଙ୍କୁ ଦିଆଯାଏ, ଯିଏ ଧୈର୍ଯ୍ୟ ଓ ଦୃଢ଼ ସଂକଳ୍ପ ସହିତ ସାମାଜିକ ଅନ୍ୟାୟ ବିରୋଧରେ ନିଜ ସ୍ୱର ଉଠାଇଥାନ୍ତି ଏବଂ ସମାନ ବିପଦର ସମ୍ମୁଖୀନ ହେଉଥିବା ଅନ୍ୟ ମହିଳାମାନଙ୍କୁ ସହାୟତା କରିଥାନ୍ତି ।[୧] ବାର୍ଷିକ ନିର୍ଜା ଭନୋଟ ପୁରସ୍କାର ୧୯୯୦ ମସିହାରେ ଆରମ୍ଭ କରାଯାଇଥିଲା । ଏହାର ନାମକରଣ ସେପ୍ଟେମ୍ବର ୧୯୮୬ ମସିହାରେ କରାଚୀ ବିମାନବନ୍ଦରରେ ଅପହୃତ ପ୍ୟାନ୍ ଆମ୍ ଉଡ଼ାଣ ୭୩ ରେ ନିଜ ଜୀବନକୁ ଜୁଆରେ ଲଗାଇ ଶହ ଶହ ଲୋକଙ୍କ ଜୀବନ ରକ୍ଷା କରିଥିବା ଏୟାରହୋଷ୍ଟେସ୍ ନିର୍ଜା ଭନୋଟଙ୍କ ସମ୍ମାନରେ କରାଯାଇଛି । ଏହି ପୁରସ୍କାରରେ ₹୧.୫ ଲକ୍ଷ ନଗଦ ରାଶି ସହିତ ପ୍ରଶସ୍ତି ପତ୍ର ଓ ଟ୍ରଫି ପ୍ରଦାନ କରାଯାଏ ।[୨]
ବିଜେତାଙ୍କ ସୂଚୀ
[ସମ୍ପାଦନା]- ୧୯୯୧ – ପୂର୍ଣିମା ସାଧନା, ସାଧନା ପାୱାର
- ୧୯୯୨ – ସତ୍ୟ ରାଣୀ ଚାଢା, ଅମୃତା ଆହୁୱାଲିଆ
- ୧୯୯୩ – ଶେହନାଜ୍ ଶେଖ୍
- ୧୯୯୪ – ଭାନୱାରୀ ଦେବୀ
- ୨୦୦୧ – ଯଶୋଦା ଏକମ୍ବରମ୍
- ୨୦୦୨ – ଏଲିସ୍ ଗାର୍ଗ୍, ଫ୍ଲାଭିଆ ଆଗ୍ନେସ୍
- ୨୦୦୩ – ଶିବାନୀ ଗୁପ୍ତା[୨]
- ୨୦୦୪ – ମଙ୍ଗଳା ପାଟିଲ୍
- ୨୦୦୮ – ଚନ୍ଦା ଆସାନୀ[୩]
- ୨୦୧୨ – ଆଶା ମାନୱାନୀ[୪]
- ୨୦୧୪ – ରଶ୍ମି ଆନନ୍ଦ[୫]
- ୨୦୧୫ – ସୁଭାଷିଣୀ ବସନ୍ଥ[୬]
- ୨୦୧୬ – ସିନ୍ଧୁତାଇ ସପକାଲ
- ୨୦୧୭ – ଡା. ସରୋଜିନୀ ଅଗ୍ରୱାଲ
- ୨୦୧୯ – ଶିଫିୟା ହାନୀଫ୍ (କେରଳ)
ଆଧାର
[ସମ୍ପାଦନା]- ↑ "Home". neerjabhanot.org. Archived from the original on 2013-06-08. Retrieved 2025-12-14.
- 1 2 "Neerja Bhanot award for two brave women". The Times of India. 2004-09-02. ISSN 0971-8257. Retrieved 2025-12-14.
- ↑ Standard, Business. "Mumbai based Chanda Asani to get Neerja Bhanot Award 2008". www.business-standard.com (in ଆମେରିକୀୟ ଇଂରାଜୀ). Retrieved 2025-12-14.
{{cite web}}:|first=has generic name (help) - ↑ "Asha wins Neerja Bhanot Award for empowering women". The Times of India. 2012-12-17. ISSN 0971-8257. Retrieved 2025-12-14.
- ↑ "Delhi-based activist wins Neerja Bhanot Award". The Indian Express (in ଇଂରାଜୀ). 2014-07-20. Retrieved 2025-12-14.
- ↑ "Neerja Bhanot Award given to Subhashini Vasanth". The Times of India. 2016-01-14. ISSN 0971-8257. Retrieved 2025-12-14.
| ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |