ନୀତୁ ସିଂହ
ନୀତୁ ସିଂହ | |
|---|---|
Singh in 2012 | |
| ଜନ୍ମ | Harneet Kaur ୮ ଜୁଲାଇ ୧୯୫୮ New Delhi, Delhi, India |
| ଅନ୍ୟ ନାମ | Neetu Kapoor |
| ବୃତ୍ତି | Actress |
| ସକ୍ରିୟ ବର୍ଷ |
|
| ବୈବାହିକ-ସାଥୀ | |
| ସନ୍ତାନ | 2, including Ranbir |
| ପରିବାର | Kapoor family |
ନୀତୁ ସିଂହ ହିନ୍ଦୀ ଚଳଚ୍ଚିତ୍ରର ଜଣେ ପ୍ରସିଦ୍ଧ ଅଭିନେତ୍ରୀ।[୧] ସେ ଋଷି କପୁରଙ୍କ ପତ୍ନୀ। ସେ ୮ ବର୍ଷ ବୟସରେ “ବେବି ସୋନିଆ” ନାମରେ ଅଭିନୟ ଆରମ୍ଭ କରିଥିଲେ। ବାଳ ଅଭିନେତ୍ରୀ ଭାବେ ତାଙ୍କର ପ୍ରଥମ ଭୂମିକା ୧୯୬୬ ମସିହାରେ ସୂରଜ ଚଳଚ୍ଚିତ୍ରରେ ଥିଲା। ସେ ୧୯୬୬ ମସିହାରେ ପ୍ରଦର୍ଶିତ ଦସ ଲାଖ ଚଳଚ୍ଚିତ୍ରରେ “ରୂପା” ଏବଂ ଦୋ କଲିୟାଁ ଚଳଚ୍ଚିତ୍ରରେ ଦ୍ୱିତୀୟ ଭୂମିକା କରିଥିଲେ। ବାଳ ଅଭିନେତ୍ରୀ ଭାବେ ତାଙ୍କର ଅନ୍ୟାନ୍ୟ ଉଲ୍ଲେଖନୀୟ ଚଳଚ୍ଚିତ୍ର ହେଉଛି ୱାରିସ ଏବଂ ପବିତ୍ର ପାପୀ।
ସେ ୧୯୭୩ ମସିହାରେ ରିକ୍ଶାୱାଲା ଚଳଚ୍ଚିତ୍ର ସହ ମୁଖ୍ୟ ଅଭିନେତ୍ରୀ ଭାବେ ତାଙ୍କର ଆରମ୍ଭ କରିଥିଲେ ଏବଂ ୧୯୭୩ ରୁ ୧୯୮୩ ପର୍ଯ୍ୟନ୍ତ ପ୍ରଧାନ ନାୟିକା ଭାବେ ପ୍ରାୟ ୫୦ଟି ଚଳଚ୍ଚିତ୍ରରେ ଅଭିନୟ କରିଥିଲେ। ୧୯୮୦ ମସିହାରେ ତାଙ୍କ ସହ-ଅଭିନେତା ଋଷି କପୁରଙ୍କ ସହ ବିବାହ ପରେ[୨], ସେ ୧୯୮୩ ମସିହାରେ ଚଳଚ୍ଚିତ୍ର ଜଗତ ଛାଡ଼ିଦେଇଥିଲେ। ପରେ ୨୬ ବର୍ଷ ପରେ ସେ ପୁନଃ ଚଳଚ୍ଚିତ୍ର ଜଗତକୁ ଫେରିଥିଲେ ଏବଂ ତାଙ୍କ ପତିଙ୍କ ସହିତ ଲଭ ଆଜ କଲ (୨୦୦୯), ଦୋ ଦୂନୀ ଚାର (୨୦୧୦) ଏବଂ ବେଶରମ (୨୦୧୩) ପରି ଚଳଚ୍ଚିତ୍ରରେ ଦେଖାଦେଇଥିଲେ।[୩]
ପ୍ରାରମ୍ଭିକ ଜୀବନ
[ସମ୍ପାଦନା]ନୀତୁ ସିଂହ ୮ ଜୁଲାଇ ୧୯୫୮ ମସିହାରେ ନୁଆ ଦିଲ୍ଲୀରେ ଏକ ଶିଖ ପରିବାରରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କର ଜନ୍ମନାମ ଥିଲା ହରନୀତ କୌର । ପିତା ଥିଲେ ଦର୍ଶନ ସିଂହ ଏବଂ ମାତା ତିଲେ ରାଜୀ କୌର ସିଂହ ।[୪] ପିତାଙ୍କ ମୃତ୍ୟୁ ପରେ ପରେ ସେ ଚଳଚ୍ଚିତ୍ର ଜଗତକୁ ଆସିଥିଲେ ଏକ ଶିଶୁ କଳାକାର ଭାବେ ଏବଂ ବେବି ସୋନିଆ ନାମରେ ମଧ୍ୟ ଖ୍ୟାତି ଅର୍ଜନ କରିଥିଲେ ।[୫][୬][୭]
ଚଳଚ୍ଚିତ୍ର ଜୀବନ
[ସମ୍ପାଦନା]୧୯୬୬ ମସିହାରେ ରାଜେନ୍ଦ୍ର କୁମାର ଏବଂ ୱୈଜୟନ୍ତୀମାଳାଙ୍କ ମୁଖ୍ୟ ଭୂମିକା ଥିବା ସୂରଜ ଚଳଚ୍ଚିତ୍ର ସହିତ ନୀତୁ ସିଂହ ବାଳ ଅଭିନେତ୍ରୀ ଭାବେ ତାଙ୍କର ଆରମ୍ଭ କରିଥିଲେ। ବାଳ ଅଭିନେତ୍ରୀ ଭାବେ ଦୋ କଲିୟାଁ ତାଙ୍କର ସବୁଠାରୁ ଲୋକପ୍ରିୟ ଚଳଚ୍ଚିତ୍ର ମଧ୍ୟରୁ ଗୋଟିଏ। ବୟସ୍କ ଏବଂ ପ୍ରଧାନ ଅଭିନେତ୍ରୀ ଭାବେ ତାଙ୍କର ପ୍ରଥମ ଚଳଚ୍ଚିତ୍ର ୧୯୭୩ ମସିହାର ରିକ୍ଶାୱାଲା ଥିଲା। ଏହି ଚଳଚ୍ଚିତ୍ରଟି ବକ୍ସ ଅଫିସରେ ଅସଫଳ ହୋଇଥିଲେ ମଧ୍ୟ, ୟାଦୋଁ କି ବାରାତ ର “ଲେକର ହମ ଦିୱାନା ଦିଲ” ଗୀତରେ ତାଙ୍କର ଅଭିନୟ ତାଙ୍କୁ ଲୋକପ୍ରିୟ କରିଥିଲା।[4] ଅଧିକାଂଶ ଚଳଚ୍ଚିତ୍ରରେ ନୀତୁଙ୍କୁ ଏକ ସ୍ନେହଶୀଳ କନ୍ୟା କିମ୍ବା “ଆଶାବାଦୀ” କିମ୍ବା “ଜୀବନ୍ତ” ପ୍ରେମିକା ଭାବେ ପ୍ରଦର୍ଶିତ କରାଯାଇଥିଲା।
ନୀତୁ ସିଂହ ତାଙ୍କ ପ୍ରେମିକ ଏବଂ ପରେ ପତି ଋଷି କପୁରଙ୍କ ସହିତ ୧୨ଟି ଚଳଚ୍ଚିତ୍ରରେ କାମ କରିଥିଲେ, ଯାହାମଧ୍ୟରେ ଖେଲ ଖେଲ ମେଁ (1975), ରଫୁ ଚକ୍କର (1975), କଭି କଭି (1976), ଅମର ଅକବର ଆନ୍ଥୋନୀ (1977), ଦୁନିଆ ମେରି ଜେବ ମେଁ (1979) ଏବଂ ପତି ପତ୍ନୀ ଔର ୱୋ (1978) ରେ ତାଙ୍କର ଅତିଥି ଭୂମିକା ବହୁତ ସଫଳ ହୋଇଥିଲା। ଅନ୍ୟାନ୍ୟ ଚଳଚ୍ଚିତ୍ର; ଜହରୀଲା ଇନସାନ (1974), ଜିନ୍ଦା ଦିଲ (1975), ଦୁସରା ଆଦମୀ (1977), ଅଞ୍ଜାନେ ମେଁ (1978), ଝୁଠା କହିଁ କା (1979) ଏବଂ ଧନ ଦୌଲତ (1980) ବକ୍ସ ଅଫିସରେ ଅସଫଳ ହୋଇଥିଲେ।
ପୁରସ୍କାର ଓ ସମ୍ମାନ
[ସମ୍ପାଦନା]| Year | Award | Category | Work | Result | Ref |
|---|---|---|---|---|---|
| ୧୯୮୦ | ଫିଲ୍ମଫେୟାର ପୁରସ୍କାର | ଶ୍ରେଷ୍ଠ ସହ ଅଭିନେତ୍ରୀ | କାଲା ପଥ୍ୟର | [୮] | |
| ୨୦୧୧ | ସ୍କ୍ରୀନ ପୁରସ୍କାର | ଶ୍ରେଷ୍ଠ ଅଭିନେତ୍ରୀ | ଦୋ ଦୁନୀ ଚାର୍ | [୯] | |
| ଷ୍ଟାରଡଷ୍ଟ ପୁରସ୍କାର | ଶ୍ରେଷ୍ଠ ଅଭିନେତ୍ରୀ | [୧୦] | |||
| ଜୀ ସିନେ ପୁରସ୍କାର | ଶ୍ରେଷ୍ଠ ଆଜୀବନ ଯୋଡି (ଋଷି କପୁରଙ୍କ ସହ) | [୧୧] | |||
| ୨୦୨୩ | ଫିଲ୍ମଫେୟାର ପୁରସ୍କାର | ଶ୍ରେଷ୍ଠ ସହ ଅଭିନେତ୍ରୀ | ଯୁଗ ଯୁଗ ଯୀୟୋ | [୧୨] |
ଆଧାର
[ସମ୍ପାଦନା]| ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |
- ↑ "Diving deep into the stardom of the spice girl Neetu Singh | Filmfare.com". www.filmfare.com (in ଇଂରାଜୀ). Retrieved 2026-03-28.
- ↑ "देखिए ऋषि कपूर और नीतू सिंह की शादी का 38 साल पुराना वेडिंग एलबम, पहुंचे थे बॉलीवुड के दिग्गज". Amar Ujala (in ହିନ୍ଦୀ). Retrieved 2026-03-28.
- ↑ "जानें क्यों नीतू लिखती थीं पति ऋषि कपूर की गर्लफ्रेंड को लवलेटर गजब है इनकी लव स्टोरी" (in ହିନ୍ଦୀ). Retrieved 2026-03-28.
- ↑ "Diving deep into the stardom of the spice girl Neetu Singh". Filmfare (in ଇଂରାଜୀ). Retrieved 6 February 2024.
The doe-eyed Harneet was born on July 8, 1958, in a Jatt Sikh family in Delhi.
- ↑ Farook, Farhana (8 July 2018). "Diving deep into the stardom of the spice girl Neetu Singh". Filmfare.
- ↑ "Neetu Singh on how she coped up after Rishi Kapoor's death: 'I started socialising, worked on movies'". Pinkvilla (in ଇଂରାଜୀ). 8 April 2022. Archived from the original on 8 April 2022. Retrieved 12 January 2023.
- ↑ Service, Tribune News. "Neetu Kapoor's answer to trolls who wished her 'cry and suffer as Rishi Kapoor's widow'". The Tribune (in ଇଂରାଜୀ). Retrieved 12 January 2023.
- ↑ "Filmfare Awards Winners From 1953 to 2025". filmfare.com (in ଇଂରାଜୀ). Retrieved 2026-03-28.
- ↑ "Nominations for 17th Annual Star Screen Awards 2011". Bollywood Hungama. 3 January 2011. Archived from the original on 4 February 2018. Retrieved 4 February 2018.
- ↑ "Stardust Awards Winner 2011". Stardust. 9 February 2011. Archived from the original on 12 February 2011. Retrieved 4 February 2018.
{{cite web}}: CS1 maint: unfit URL (link) - ↑ "Hrithik, SRK top Zee Cine Awards". Hindustan Times (in ଇଂରାଜୀ). 15 January 2011. Retrieved 24 November 2019.
- ↑ "Nominations for 68th Filmfare Awards 2023". filmfare.com (in ଇଂରାଜୀ). Retrieved 2026-03-28.