Jump to content

ନୀତୀଶ ଭରଦ୍ୱାଜ

ଉଇକିପିଡ଼ିଆ‌ରୁ
ନୀତୀଶ ଭରଦ୍ୱାଜ
ସାଂସଦ, ଲୋକ ସଭା
କାର୍ଯ୍ୟକାଳ
୧୯୯୬ – ୧୯୯୮
ପୂର୍ବ ଅଧିକାରୀଇନ୍ଦର ସିଂହ ନାମଧାରୀ
ପର ଅଧିକାରୀଆଭା ମହତୋ
ନିର୍ବାଚନ ମଣ୍ଡଳୀଜାମସେଦପୁର
ବ୍ୟକ୍ତିଗତ ସବିଶେଷ
ଜନ୍ମ (1963-06-02) ୨ ଜୁନ ୧୯୬୩ (ବୟସ ୬୨)
ମୁମ୍ବାଇ, ମହାରାଷ୍ଟ୍ର, ଭାରତ
ରାଜନୀତିକ ଦଳଭାରତୀୟ ଜନତା ପାର୍ଟି
ଜୀବନ ସାଥୀ
ମନିଷା ପାଟିଲ
(m. ୧୯୯୧; div. ପ୍ରକାଶନରେ ଅସୁବିଧା: ଅଜଣା ଚିହ୍ନ "୨" ।)

ସ୍ମିତା ଗେଟ୍
(m. ୨୦୦୯)
ସନ୍ତାନ
ଘରମୁମ୍ବାଇ
ବୃତ୍ତି
  • ଅଭିନେତା
  • ନିର୍ଦ୍ଦେଶକ
  • ପ୍ରଯୋଜକ
  • ସଂଳାପକାର

ନୀତୀଶ ଭରଦ୍ୱାଜ (ଜନ୍ମ: ୨ ଜୁନ ୧୯୬୩) ଜଣେ ଭାରତୀୟ ଦୂରଦର୍ଶନ ଓ ଚଳଚ୍ଚିତ୍ର ଅଭିନେତା, ନିର୍ଦ୍ଦେଶକ, ସଂଳାପକାର, ପ୍ରଯୋଜକ, ପଶୁ ଡାକ୍ତର ଏବଂ ପୂର୍ବତନ ଲୋକ ସଭା ସାଂସଦ । ସେ ବି.ଆର ଚୋପ୍ରାଙ୍କ ଦୂରଦର୍ଶନ ଧାରାବାହିକ ମହାଭାରତରେ ଭଗବାନ କୃଷ୍ଣଙ୍କ ଭୂମିକା ତଥା ବିଷ୍ଣୁ ପୁରାଣ ଭଳି ଚୋପ୍ରାଙ୍କର ଅନ୍ୟ କେତେକ କାର୍ଯ୍ୟରେ ବିଷ୍ଣୁଙ୍କର ଅନେକ ଅବତାର ଚିତ୍ରଣ ପାଇଁ ସେ ବେଶ ଜଣାଶୁଣା ।[] [] ଜଣେ ନିର୍ଦ୍ଦେଶକ ଭାବରେ ସେ ମରାଠୀ ଭାଷାରେ ପିତ୍ରୁଋଣ ନାମକ ଚଳଚ୍ଚିତ୍ରର ନିର୍ମାଣ କରିଥିଲେ, ଯାହାପାଇଁ ତାଙ୍କୁ ଉଭୟ ଦର୍ଶକ ଏବଂ ସମୀକ୍ଷକମାନେ ପ୍ରଶଂସା କରିଥିଲେ । ବର୍ତ୍ତମାନ ସେ ଜଣେ ସଂଳାପକାର ଓ ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରିବା ସହ ଅଭିନୟ ମଧ୍ୟ କରୁଛନ୍ତି ।

ବୃତ୍ତି

[ସମ୍ପାଦନା]

ଥିଏଟର ଏବଂ ରେଡିଓ

[ସମ୍ପାଦନା]

ଅଭିନୟ କ୍ଷେତ୍ରରେ ଆସିବା ପୂର୍ବରୁ ଭରଦ୍ୱାଜ ଜଣେ ପେସାଦାର ପ୍ରାଣୀ ଚିକିତ୍ସକ ଥିଲେ ଏବଂ ମୁମ୍ବାଇର ଏକ ରେସକୋର୍ସରେ ସହକାରୀ ପ୍ରାଣୀ ଚିକିତ୍ସକ ଭାବରେ କାର୍ଯ୍ୟ କରୁଥିଲେ; ଅବଶ୍ୟ, ସେ ଏହାକୁ ଏକଚାଟିଆ ବୋଲି ଭାବି ଚାକିରି ଛାଡ଼ିଥିଲେ । ସେ ସୁଦର୍ଶନ କରମାରକାର, ଡ. କାଶୀନାଥ ଘନେକର ଏବଂ ପ୍ରଭାକର ପାନଶିକରଙ୍କ ପରି ନିର୍ଦ୍ଦେଶକଙ୍କ ଅଧିନରେ ମରାଠୀ ଥିଏଟରରେ ତାଲିମ ନେଇ ନିଜର କଳା ଜୀବନ ଆରମ୍ଭ କରିଥିଲେ । ଏହା ପରେ ସେ ସାଇ ପରଞ୍ଜାପେଙ୍କ ସହ ବୃତ୍ତିଗତ ମରାଠୀ ଥିଏଟରରେ କାମ କରିବା ଆରମ୍ଭ କରିଥିଲେ ଏବଂ ପରେ ତାଙ୍କ ବନ୍ଧୁ ରବି ବାସୱାନୀଙ୍କ ପରାମର୍ଶରେ ହିନ୍ଦୀ ଥିଏଟରରେ ଅଭିନୟ କରିବା ଆରମ୍ଭ କରିଥିଲେ । ସେ ଦୀନେଶ ଠାକୁର ନାମକ ହିନ୍ଦୀ ଥିଏଟରର ନାଟ୍ୟକାରଙ୍କ ସହ କାମ କରିଥିଲେ ଏବଂ ୧୯୮୭ ମସିହା ପର୍ଯ୍ୟନ୍ତ ତାଙ୍କର ଅନେକ ନାଟକରେ ଅଭିନୟ କରିଥିଲେ । ପରେ ସେ ଏକ ହିନ୍ଦୀ ପୁରାଣ ନାଟକ ଚକ୍ରଭ୍ୟୁରେ ଅବଭିନୟ କରିଥିଲେ, ଯେଉଁଥିରେ ସେ ପ୍ରଭୁ କୃଷ୍ଣ ଭାବରେ କରିଥିଲେ, ଯାହକି ପରବର୍ତ୍ତୀ ସମୟରେ ମହାଭାରତରେ କୃଷ୍ଣ ଭୂମିକାରେ ଅଭିନୟ କରିବାର ବାଟ ଫିଟେଇଥିଲା ।

ଭରଦ୍ୱାଜ ବିବିସି ରେଡିଓ (ଲଣ୍ଡନ, ଯୁକ୍ତରାଜ୍ୟ) ପାଇଁ ଭଗବଦ୍ ଗୀତା ଏବଂ ରାମାୟଣ ଭଳି ରେଡିଓ ଶୋ'ରେ କାମ କରିଥିଲେ। ସେ ୧୯୯୫ରେ ରାମାୟଣ କାର୍ଯ୍ୟକ୍ରମ "ସୋନି ରେଡିଓ ପୁରସ୍କାର" ପାଇଁ ମନୋନୀତ ହୋଇଥିଲା ।

ଦୂରଦର୍ଶନ

[ସମ୍ପାଦନା]

୧୯୮୮ରେ ସେ ବି.ଆର ଚୋପ୍ରାଙ୍କ କ୍ଲାସିକ୍ ଟେଲିଭିଜନ ଧାରାବାହିକ ମହାଭାରତରେ ଭଗବାନ କୃଷ୍ଣଙ୍କ ଭୂମିକାରେ ଅଭିନୟ କରିଥିଲେ । ସେ ମାତ୍ର ୨୩ ବର୍ଷ ବୟସରେ ଏହି ଭୂମିକାରେ ଅଭିନୟ କରିଥିଲେ ଏବଂ ରାତାରାତି ଲୋକପ୍ରିୟତା ଅର୍ଜନ କରିଥିଲେ । ସେ ବୁନିଆଦ ଧାରାବାହିକର ୫୧ତମ ଭାଗରେ ଜଣେ ଅତିଥି କଳାକାର ଭାବରେ କାର୍ଯ୍ୟ କରିଥିଲେ ।

ସେ ଷ୍ଟାର ଟିଭି ପାଇଁ ଗୀତା ରାସାୟା ନାମକ ଏକ ଦୂରଦର୍ଶନ ଧାରାବାହିକର ନିର୍ଦ୍ଦେଶନା ଦେଇଥିଲେ ।

୨୦୦୦ ମସିହାରେ, ଭରଦ୍ୱାଜ ବି.ଆର. ଚୋପ୍ରାଙ୍କ ଅନ୍ୟ ଏକ ପୌରାଣିକ ଧାରାବାହିକ ବିଷ୍ଣୁ ପୁରାଣରେ ଅଭିନୟ କରିଥିଲେ, ଯେଉଁଥିରେ ସେ ଭଗବାନ ବିଷ୍ଣୁ ଏବଂ ତାଙ୍କର ବିଭିନ୍ନ ଅବତାରରେ ଅଭିନୟ କରିଥିଲେ । ୨୦୦୨ ମସିହାରେ ସେ ଚୋପ୍ରାଙ୍କ ରାମାୟଣରେ ରାମ ଭୂମିକାରେ ଅଭିନୟ କରିଥିଲେ ।

ଚଳଚ୍ଚିତ୍ର

[ସମ୍ପାଦନା]

ଭରଦ୍ୱାଜ କିଛି ମରାଠୀ ଏବଂ ମଲାୟାମ କଥାଚିତ୍ରରେ ଅଭିନୟ କରିଛନ୍ତି ।[] ସେ ଇଟିଭି ମରାଠୀର ଏକ ଡ୍ୟାନ୍ସ ଶୋ'ର ବିଚାରକ ଭାବରେ କାର୍ଯ୍ୟ କରିଥିଲେ । ୨୦୧୩ ମସିହାର ସେ ପିତ୍ରୁଋଣ ନାମକ ଏକ ମରାଠୀ ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଥିଲେ, ଯାହାକି ସୁଧା ମୂର୍ତ୍ତୀଙ୍କ ଏକ ଉପନ୍ୟାସ ଉପରେ ଆଧାରିତ । ଏହି ଚଳଚ୍ଚିତ୍ରଟି ଉଭୟ ସମୀକ୍ଷକ ଏବଂ ଦର୍ଶକଙ୍କଦ୍ୱାରା ପ୍ରଶଂସିତ ହୋଇଥିଲା । ପିତ୍ରୁଋଣ କଥାଚିତ୍ରଟିର ଅନେକ ନାମାଙ୍କନ ଏବଂ ପୁରସ୍କାର ଗ୍ରହଣ କରିଥିଲା ଏବଂ ୨୦୧୩ର ଦ୍ୱିତୀୟ ଶ୍ରେଷ୍ଠ ନିର୍ଦ୍ଦେଶକ ଭାବରେ ଭରଦ୍ୱାଜଙ୍କୁ ମହାରାଷ୍ଟ୍ର ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ମଧ୍ୟ ପ୍ରଦାନ କରାଯାଇଥିଲା ।[][] ସେ ମହେନଜୋଦାରୋ ଏବଂ କେଦାରନାଥ ଭଳି ହିନ୍ଦୀ କଥାଚିତ୍ରରେ ଅଭିନୟ କରିଥିଲେ ।

ରାଜନୀତି

[ସମ୍ପାଦନା]

ଭରଦ୍ୱାଜ ଜାମସେଦପୁର ଏବଂ ରାଜଗଡରୁ (ମଧ୍ୟ ପ୍ରଦେଶ) ଭାରତୀୟ ଜନତା ପାର୍ଟି (ବିଜେପି) ପ୍ରାର୍ଥୀ ଭାବରେ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ ଏବଂ ଜଣାଶୁଣା ରାଜନେତା ଇନ୍ଦର ସିଂଙ୍କୁ ପରାସ୍ତ କରି ୧୯୯୬ ମସିହାରେ ଜାମସେଦପୁରରୁ ଲୋକ ସଭାକୁ ନିର୍ବାଚିତ ହୋଇଥିଲେ । ସେ ୧୯୯୯ ଭାରତୀୟ ସାଧାରଣ ନିର୍ବାଚନରେ ମଧ୍ୟ ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗବିଜୟ ସିଂହଙ୍କ ଭାଇ ଲକ୍ଷ୍ମଣ ସିଂହଙ୍କଠାରୁ ପରାସ୍ତ ହୋଇଥିଲେ । ସେ ମଧ୍ୟପ୍ରଦେଶରେ ବିଜେପିର ସାଂଗଠନିକ ଦାୟିତ୍ୱରେ ଥିଲେ ଏବଂ ରାଜନୀତିର ବିଦାୟ ନେବା ପୂର୍ବରୁ ବିଜେପିର ଜଣେ ମୁଖପାତ୍ର ଭାବରେ କାର୍ଯ୍ୟ କରୁଥିଲେ ।

ବ୍ୟକ୍ତିଗତ ଜୀବନ

[ସମ୍ପାଦନା]

ନୀତୀଶ ଭରଦ୍ୱାଜ ୨ ଜୁନ ୧୯୬୩ରେ ବମ୍ବେ ହାଇକୋର୍ଟର ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପା ଜଣେ ବରିଷ୍ଠ ଆଇନଜୀବୀ ତଥା ଜଣାଶୁଣା ଶ୍ରମିକ ଓକିଲ ଜନାର୍ଦ୍ଦନ ସି ଉପାଦେୟ ଏବଂ ତାଙ୍କ ମାଆ ସାଧନା ଉପାଧ୍ୟାୟ ମୁମ୍ବାଇର ୱିଲସନ କଲେଜର ମରାଠୀ ସାହିତ୍ୟ ବିଭାଗର ମୁଖ୍ୟ ଥିଲେ । ସାଧନା ଦେବୀ ଭଗବଦ୍ ଗୀତା ଏବଂ ଜ୍ଞାନେଶ୍ୱରୀଙ୍କର ଜଣେ ସ୍ଥାବିକା ଥିଲେ, ଯାହା ବିଷୟରେ ସେ ପିଲାଦିନରୁ ଭରଦ୍ୱାଜଙ୍କୁ ଜ୍ଞାନ ପ୍ରଦାନ କରିଥିଲେ ।

୧୯୯୧ ମସିହାରେ, ନୀତୀଶ ମନୀଷା ପାଟିଲଙ୍କୁ ବିବାହ କରିଥିଲେ, ଯିଏକି ଫେମିନା ଇଣ୍ଡିଆର ସମ୍ପାଦକ ବିମଳା ପାଟିଲଙ୍କର ଝିଅ । ଏହି ଦମ୍ପତ୍ତିଙ୍କର ଗୋଟିଏ ପୁଅ ଏବଂ ଗୋଟିଏ କନ୍ୟା ସନ୍ତାନ ଅଛନ୍ତି । ନୀତୀଶ ଓ ମନୀଷାଙ୍କର ୨୦୦୫ ମସିହାରେ ଛାଡ଼ପତ୍ର ହୋଇଥିଲେ।[] ଛାଡ଼ପତ୍ର ପରେ ମନୀଷା ବର୍ତ୍ତମାନ ତାଙ୍କର ପିଲାମାନଙ୍କ ସହିତ ଲଣ୍ଡନରେ ରହୁଛନ୍ତି । ଏହାପରେ ଭରଦ୍ୱାଜ ୨୦୦୯ ମହିସାରେ ଜଣେ ଆଇଏଏସ୍ ଅଧିକାରୀ ସ୍ମିତା ଗେଟ୍‌ଙ୍କୁ ବିବାହ କରିଥିଲେ । ଏହି ଦମ୍ପତ୍ତିଙ୍କର ଦୁଇ ଜମଜ କନ୍ୟା ଅଛନ୍ତି ।

ଚଳଚ୍ଚିତ୍ର ଚିତ୍ର

[ସମ୍ପାଦନା]

ଚଳଚ୍ଚିତ୍ର

[ସମ୍ପାଦନା]
  • ତ୍ରିଶାଗ୍ନି (୧୯୮୮) (ନାନା ପାଟେକରଙ୍କ ସହ) []
  • ନଜନ ଗାନ୍ଧରଭାନ୍ (୧୯୯୧, ମାଲାୟଲମ୍)
  • ସଂଗୀତ (୧୯୯୨) (ମାଧୁରୀ ଦୀକ୍ଷିତଙ୍କ ସହିତ)
  • ଗ୍ରୁପ୍ରଭେଶ (୧୯୯୨)
  • ପ୍ରେମ ଦାନ (୧୯୯୧)
  • ପ୍ରେମ ଶକ୍ତି (୧୯୯୪)
  • ନାଚେ ନାଗିନ ଗଲି ଗଲି (୧୯୯୧)
  • ଖଟିଆଲ୍ ସେସୁ ନାଥଲ୍ ଶୀଘ୍ର (୧୯୮୭)
  • କୃଷକ ଆହେ ମୁଲଗି (୧୯୮୯)
  • ତୁଜି ମାଜି ଜାମଲି ଯୋଡି (୧୯୯୦)
  • ନାଶିବାବାନ୍ (୧୯୮୮)
  • ପିତ୍ରୁଋଣ (୨୦୧୩) (ଲେଖକ-ନିର୍ଦ୍ଦେଶକ)
  • ମହାଭାରତ ଔର୍ ବାର୍ବରିକ୍ (୨୦୧୩) କୃଷ୍ଣଙ୍କ ଭୂମିକାରେ
  • ମହେନଯୋଦାରୋ (୨୦୧୬) (ହ୍ରିତିକ ରୋଶନଙ୍କ ସହ)
  • ୟକ୍ସ (ମୁଖ୍ୟ ଭୂମିକା)
  • କେଦାରନାଥ (୨୦୧୮)

ଦୂରଦର୍ଶନ

[ସମ୍ପାଦନା]
  • ମହାଭାରତ (୧୯୮୮)
  • ଗୀତା ରାହାସିଆ (ନିର୍ମାତା-ନିର୍ଦ୍ଦେଶକ) (ଇରଫାନ ଖାନଙ୍କ ସହ)
  • ବିଷ୍ଣୁ ପୁରାଣ (୨୦୦୩)
  • ରାମାୟଣ (୨୦୦୩) ସ୍ମୃତି ଇରାନୀଙ୍କ ସହ ସୀତା ଭାବରେ |
  • ଅଜବ୍ ଗଜବ୍ ଘର୍ ଜମାଇ (୨୦୧୪, କୃଷ୍ଣ)
  • ସାମନ୍ତର (MX ପ୍ଲେୟାର ଅରିଜିନାଲ୍) - ସୁଦର୍ଶନ ଚକ୍ରପାନି ଭାବରେ (୨୦୨୦)

ପୁରସ୍କାର

[ସମ୍ପାଦନା]
  • ମରାଠୀ ଚଳଚ୍ଚିତ୍ର, ପିତ୍ରୁଋଣ - ସାହିଦ୍ରି ଚଳଚ୍ଚିତ୍ର ପୁରସ୍କାର, ୨୦୧୪ ପାଇଁ ସର୍ବୋତ୍ତମ ଚିତ୍ରନାଟ୍ୟ ଲେଖକ
  • ମନୋନୀତ - ପିତ୍ରୁଋଣ ପାଇଁ ଶ୍ରେଷ୍ଠ ଅଭିନେତା, ସ୍କ୍ରିନ୍ ପୁରସ୍କାର, ୨୦୧୪
  • ମହାରାଷ୍ଟ୍ର ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର, ୨୦୧୪ - ପିତ୍ରୁଋଣ ପାଇଁ ଦ୍ୱିତୀୟ ଶ୍ରେଷ୍ଠ ନିର୍ଦ୍ଦେଶକ
  1. ୧.୦ ୧.୧ Pandit, Shruti (10 September 2013). "Nitish Bharadwaj dons the hat of a director". The Times of India. Archived from the original on 28 September 2013. Retrieved 22 March 2013.
  2. Trivedi, Tanvi (17 October 2013). "Comparisons with Nitish Bharadwaj are most welcome: Saurabh Raaj Jain". The Times of India. Retrieved 5 April 2016.
  3. Kumar, K. P. Nijeesh (14 July 2019). "Padmarajan's demise made me to exit from mollywood, says 'Njan Gandharvan' actor". Mathrubhumi. Retrieved 16 July 2019.[permanent dead link]
  4. Deshmukh, Gayatri (16 February 2013). "Nitish Bharadwaj ropes in Tanuja his directorial debut". The Times of India. Archived from the original on 28 September 2013. Retrieved 5 April 2016.
  5. Roy, Amit (14 November 2004). "Nitish, Nitish, burning bright". The Telegraph. Calcutta, India. Retrieved 6 April 2016.
  6. Gulzar; Nihalani, Govind; Chatterjee, Saibal (2003). Encyclopedia of Hindi Cinema. Encyclopædia Britannica (India). Popular Prakashan. p. 554. ISBN 8179910660.

ବାହାର ଆଧାର

[ସମ୍ପାଦନା]